Sunanda Mohanty

Inspirational Thriller Children

4  

Sunanda Mohanty

Inspirational Thriller Children

ଗୁରୁମନ୍ତ୍ର

ଗୁରୁମନ୍ତ୍ର

5 mins
4


ମଣିଷ ଜୀବନରେ ଅନେକ ଦୁଃଖ. ତାର ନିରାକରଣର ସୂତ୍ର ଅନେକ ଥିଲାବେଳେ କେହି କହିପାରନ୍ତି ନାହିଁ ସମାଧାନର ବାଟ. ସେଦିନ ସେମିତି ଗୋଟେ ଆଶ୍ରମରେ ଗୁରୁ ସମାଧାନର ସୂତ୍ର ନକହି ପ୍ରଶ୍ନଟିଏ ଛାଡିଦେଲେ ଛାତ୍ରମାନଙ୍କ ଉପରେ. କହିଥିଲେ ଏମିତି ଏକ ପଦର୍ଥ କୁହ ଯାହାର ଓଜନ ନଥିଲେ ବି ତାହା ମାଧ୍ୟମରେ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇପାରେ. ଛାତ୍ରମାନେ ପରସ୍ପର ମୁହଁକୁ ଚାହିଁ ଭାବିଲେ ମାତ୍ର କହିପାରିଲେନାହିଁ. ଗୁରୁ କିଛି ଦିନ ସମୟ ଦେଲାପରେ ସବୁ ଛାତ୍ର ଏକାଠି ହେଲେ. ଗୁରୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କିଏ କହିଲା ପାଣି ତ କାଟ ଖାଇଲା କାରଣ ପାଣିର ଓଜନ ନଥାଏ. କିଏ କହିଲା ବାୟୁ ତାହା ମଧ୍ୟ କାଟ ଖାଇଲା ଯେହେତୁ ବାୟୁ କହିଲେ ଉଦଯାନ, ଅମ୍ଳଯାନ, ହିଲିୟମ, ଅଙ୍ଗାରକାମ୍ଳ ଇତ୍ୟାଦି ମିଶ୍ରଣରେ ବାୟୁର ଓଜନ ଥାଏ.ଆଲୋକ ମଧ୍ୟ ଠିକ ଉତ୍ତର ନଥିଲା କାରଣ ଆଲୋକରେ ମଧ୍ୟ ଧୂଳିକଣା ସହ ଅନେକ ମିଶ୍ରଣରେ ବିଜ୍ଞାନ ସମ୍ମତ ଓଜନ ଥାଏ. ଠିକ ଉତ୍ତର ନଦେଇ ପାରି ପରସ୍ପର ପରସ୍ପରକୁ ଚାହୁଁଥିବା ବେଳେ ସବୁଠାରୁ ପ୍ରିୟ ଛାତ୍ର ଅଶୋକ କହିଥିଲା ମୁଁ କିଛି କଥା ମାଧ୍ୟମରେ ମୋ ଉତ୍ତରକୁ ଉପସ୍ଥାପନା କରିବାକୁ ଚାହେଁ ଯାହାର ନିଜର ଓଜନ ନଥିଲେ ମଧ୍ୟ ଜୀବନରେ ଘଟୁଥିବା ଅନେକ ଦୁଃଖ, ଆଶାନ୍ତି, କର୍ମବୋଝକୁ ହ୍ରାସ କରିଦେବାର ଓଜନ ରଖିଥାଏ. କଣ ସେ ସମାଧାନର ସୂତ୍ର ଜାଣିବା ପାଇଁ ସମସ୍ତେ ଆଗ୍ରହର ସହ ଅପେକ୍ଷା କରିଥିଲା ବେଳେ ଗୁରୁଙ୍କ ଆଦେଶ ପାଇ ପ୍ରତୀକ୍ଷାର ଅନ୍ତ ଘଟାଇ ଅଶୋକ କହିବା ଆରମ୍ଭ କଲେ.

     ସନ୍ଥ ତୁକାରାମଙ୍କ ପତ୍ନୀଙ୍କ ସ୍ଵଭାଵ ଥିଲା ଅତି କର୍କଶ. ଥରେ ସନ୍ଥ ତୁକାରାମ ନିଜ ବସିବା କକ୍ଷରେ କେତେକ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସହିତ ଆବଶ୍ୟକ ମନ୍ତ୍ରଣାରେ ବ୍ୟସ୍ତ ଥିଲେ. ବିନା କାମରେ ତୁକାରାମ ବସିଥିବା ଦେଖି ପତ୍ନୀ ଖୁବ ରାଗିଗଲେ. ପ୍ରଥମେ ସେ ସମସ୍ତଙ୍କୁ ଗାଳିଦେଲେ କିନ୍ତୁ କେହି ସେ ଦିଗରେ ନଜର ନଦେବାରୁ ଅତ୍ୟଧିକ ରାଗି ଯାଇ ବାସନଧୁଆ ମଇଳା ପାଣି ନେଇ ସମସ୍ତଙ୍କ ଉପରକୁ ଛାଟିଦେଲେ. ଏହା ଦେଖି ଅନ୍ୟ ଲୋକମାନେ କିଛି କହିବା ଆଗରୁ ତୁକାରାମ ନିଜ ପତ୍ନୀଙ୍କ ଆଡକୁ ଦେଖିଲେ ଅଳ୍ପ ହସିଦେଇ କହିଲେ, ଭାଇମାନେ ମୁଁ ଜାଣିଥିଲି ଯେଉଁ ବାଦଲ ଗର୍ଜ୍ଜନ କରେ ତାହା ବର୍ଷା କରେ ନାହିଁ କିନ୍ତୁ ଆଜିର ବାଦଲ ଗର୍ଜ୍ଜନ କରୁଛି ବର୍ଷା ମଧ୍ୟ କରୁଛି. ସେହିପରି ଆଉଥରେ ତୁକାରାମଙ୍କୁ ତାଙ୍କର କୌଣସି ବନ୍ଧୁ ତାଙ୍କୁ କେତେ ଖଣ୍ଡ ଆଖୁ ଦେଲେ. ରାସ୍ତାରେ ପିଲାମାନେ ଆଖୁ ମାଗିବାରୁ ସେମାନଙ୍କୁ ସବୁ ବାଣ୍ଟିଦେଇ ଏକମାତ୍ର ବଳକା ଆଖୁ ଖଣ୍ଡେ ଧରି ଘରେ ପହଁଚିଲେ. ଖଣ୍ଡେ ମାତ୍ର ଆଖୁ ଦେଖି ପତ୍ନୀ ଅଗ୍ନିଶର୍ମା ହୋଇଗଲେ ଏବଂ ସେହି ଆଖୁ ଖଣ୍ଡକ ଧରି ତୁକାରାମଙ୍କୁ ପିଟିଦେଲେ. ଆଖୁ ଖଣ୍ଡକ ମଝିରୁ ଭାଙ୍ଗି ଦୁଇ ଖଣ୍ଡ ହୋଇଗଲା. ଦୁଇଖଣ୍ଡ ଆଖୁକୁ ଉଠାଇ ନେଇ ତୁକାରାମ ହସିଦେଇ କହିଲେ ନିଅ ତୁମେ ଖଣ୍ଡେ ଖାଅ ମୁଁ ଖଣ୍ଡେ ଖାଇବି.ତୁକାରାମଙ୍କ ଜୀବନରେ ଘଟିଥିବା ଅନେକ ଘଟଣା ଭିତରୁ ଏ ଦୁଇଟି ଘଟଣା କହି ସାଙ୍ଗଶିଷ୍ୟ ଭାଇ ମାନଙ୍କୁ ଚାହିଁଲେ ଅଶୋକ ତ କିଏ କହୁଥିଲା ରାଗ ତ କିଏ କହୁଥିଲା ସହିଷ୍ଣୁତା ତ କିଏ କହୁଥିଲା ପ୍ରେମଭାବ କିନ୍ତୁ ଗୁରୁ ସନ୍ତୁଷ୍ଟ ନଥିଲେ ତ ଅଶୋକ କହିଚାଲିଲେ

   ଆଇନଷ୍ଟାଇନଙ୍କ ପାଖରେ ତିନୋଟି ଚଷମା ଥିଲା. ଜଣେ ସଜ୍ଜନ ତିନିଗୋଟି ଚଷମା ରଖିବାର କାରଣ ପଚାରିଲେ ତ ଆଇନଷ୍ଟାଇନ କହିଥିଲେ ଗୋଟିଏ ଦୂର ଜିନିଷ ଦେଖିବା ପାଇଁ, ଗୋଟିଏ ପାଖ ଜିନିଷ ଦେଖିବା ପାଇଁ ଓ ତୃତୀୟଟି ଏ ଦୁଇଟି ଚାଷମାକୁ ଖୋଜି ଦେବା ପାଇଁ. ଏଥର ସମସ୍ତେ ହସି ଦେଲାବେଳେ ଅଶୋକ କହିଚାଲିଥିଲେ ପ୍ରସିଦ୍ଧ କବି ସୌକତଥାନଵୀଙ୍କ କଥା. ଥରେ ସେ ଗୋଟେ କବିସମ୍ମିଳନୀରେ ଉପସ୍ଥିତ ଥିଲା ବେଳେ ମୁହଁରେ ଘନ ଦାଢ଼ି ଥିବା ଅନାବରଶାବରୀ କବିତା ପାଠ କରୁଥିଲେ ଓ ଫଟୋଗ୍ରାଫର ତାଙ୍କ ଫୋଟୋ ଉଠାଉ ଥିଲେ. ଗଜଲ ପଢିବା ବନ୍ଦ କରି ଅନାବର ଶାବରୀ ପଚାରିଲେ ଭାଇ ମୋ ଫଟୋ ଉଠାଇ ତୁମେ କଣ କରିବ? ତ ଫଟୋଗ୍ରାଫର କିଛି କହିବା ପୂର୍ବରୁ ସୌକତଥାନଵୀ କହିଲେ ସେ ପିଲାଙ୍କୁ ଡରାଇବେ. ଏକଥା ଶୁଣି ଗୁରୁଙ୍କ ସହ ସମସ୍ତ ଶିଷ୍ୟ ହସି ଉଠିଲା ବେଳେ ସମସ୍ତେ ବୁଝିସାରିଥିଲେ କି ହସ ହିଁ ସେହି ଓଜନ ନଥିବା ଜିନିଷ ଯାହା ଓଜନିଆଁ ମୁଣ୍ଡକୁ ହାଲକା କରିପାରେ. ଏଣିକି ସମସ୍ତେ ଅର୍ଥାତ ଗୁରୁ ଓ ଶିଷ୍ୟ ଭାଇମାନେ ଅଶୋକର ବୁଦ୍ଧିକୁ ପ୍ରଶଂସା କରିବା ସହ ଆଉ ଦୋଷ ଦେଉନଥିଲେ କି ଅଶୋକ ସେମାନଙ୍କୁ ସମାଧାନର ସୂତ୍ର କହିନାହିଁ.

   ଏଥର ଗୁରୁ ସମସ୍ତ ଛାତ୍ର ମାନଙ୍କୁ ଉତ୍ସାହିତ କରି କହିଥିଲେ ତୁମେ ସବୁ ଯାହା କହିଛ ତାହା ଅନେକାଂଶରେ ସତ. ଅଦ୍ଭୁତ ସହିଷ୍ଣୁତା ଓ ପ୍ରେମଭାବ ଦ୍ୱାରା ତୁକାରାମ ନିଜ ସ୍ତ୍ରୀଙ୍କ ରାଗ ଶାନ୍ତ କରି ବଞ୍ଚିବାର ଷୋଳ କଳାରୁ କଳେ ହସକୁ ସମାଧାନର ସୂତ୍ର ରୂପେ ପ୍ରୟୋଗ କରି ସଂସାର ନାଆ ବହୁଥିଲେ. ଛାତ୍ର ଅଶୋକ ତ ଅନେକ ବ୍ୟକ୍ତିଙ୍କ ହସ ମାଧ୍ୟମରେ କିପରି ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପ୍ରକାଶ ହୁଏ କହିବାକୁ ଯାଇ ବୈଜ୍ଞାନିକ ଆଇନଷ୍ଟାଇନ,ପ୍ରସିଦ୍ଧ କବି ସୌକତଥାନବୀ ତଥା ସନ୍ଥ ତୁକାରାମଙ୍କ କଥା କହିସାରିଛନ୍ତି. ହସ ଏକ ଦୈବୀ ଗୁଣ. ତାହା ଯାହା ପାଖରେ ଥାଏ ସେ ମନ ମସ୍ତିଷ୍କକୁ ସୁନିୟନ୍ତ୍ରିତ କରି ରଖିପାରେ. ଧନ ଦୌଲତ ବଦଳରେ ଅନ୍ୟକୁ ଆମେ ଯାହା ଦେଇପାରୁ ତାହା ଚେନାଏ ହସ. ହସ ହିଁ ପ୍ରସନ୍ନ ରହିବାର ଆଧାର, ଉପାଦେୟ ଓ ସୁଖୀ ରହିବାର ସମାଧାନ. ଧନସମ୍ପତ୍ତି ଥିବା ବା ଜ୍ଞାନ ଗୁଣ ଥିବା ବ୍ୟକ୍ତି ମଧ୍ୟ ହସ ବ୍ୟତିରେକେ ଦୁଃଖୀ ହୋଇଥାନ୍ତି. ହସ ବିନା ବ୍ୟକ୍ତି ନିଜକୁ ଅପ୍ରସନ୍ନ ମନରକରିଥାଏ. କିପରି ମନଃସ୍ଥିତିଯୁକ୍ତ ଲୋକ ପ୍ରସନ୍ନ ରହିପାରେ କହିବାକୁ ଯାଇ କେରଳର ପୂର୍ବତନମନ୍ତ୍ରୀ ନମ୍ବୁଦରୀପାଦଙ୍କ ଉଦାହାରଣ ଦିଆଯାଇପାରେ. ଥରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଆପଣ ସବୁବେଳେ ଖନେଇ ଖନେଇ କଥା କହନ୍ତି କାହିଁକି? ରାଗି ନଯାଇ ମନ୍ତ୍ରୀ କହିଥିଲେ ସବୁବେଳେ ନୁହେଁ କେବଳ କଥା କହିବା ବେଳେ ଖନେଇ ଥାଏ.ସମସ୍ତେ ହସି ଉଠିଥିଲେ.।

    ସର୍ବଦା ହସୁଥିବା ଓ ହସାଉଥିବା ବ୍ୟକ୍ତି ପରିବାରରେ ହିତ ସାଧାନ କରିବା ସହ ନିଜ ସମସ୍ୟା ସମାଧାନ କରିପାରେ.ତାହା ସନ୍ଥ ତୁକାରାମଙ୍କ ଜୀବନରେ ହସର ପରିପ୍ରକାଶ ଦ୍ୱାରା ହିଁ ସମ୍ଭବ ଥିଲା. ସେଦିନ ମନ୍ତ୍ରଣା କରୁଥିବା ତୁକାରାମଙ୍କ ସହ ତାଙ୍କ ବନ୍ଧୁଙ୍କ ଉପରକୁ କ୍ରୋଧୀ ପତ୍ନୀଙ୍କ ବାସନ ଧୁଆ ପାଣି ଫିଙ୍ଗା ଘଟଣାରେ କେବଳ ତୁକାରାମଙ୍କ ସେହି ଦୁଇପଦ କଥା ଯେ ଗରଜିଲା ମେଘ ବରଷୁନଥିବା ଶୁଣିଥିବା ବେଳେ ଆଜି ଦେଖୁଛି ଆଜିର ବାଦଲ ଗର୍ଜନ କରିବା ସହ ବର୍ଷା ମଧ୍ୟ କରୁଛି ଶୁଣି ସେଦିନର ମିତ୍ର ମାନେ ହସି ହସି ଲୋଚାକୋଚା ହୋଇଯିବା ସହ କ୍ଷମା କରିଦେଇଥିଲେ ବନ୍ଧୁ ପତ୍ନୀଙ୍କୁ.ସେମିତି ମାତ୍ର ଖଣ୍ଡେ ଆଖୁ ଦେଖି କ୍ରୋଧିତ ପତ୍ନୀ ସେଥିରେ ତୁକାରାମଙ୍କୁ ପିଟି ଦୁଇଗଡ଼ କରିଦେଇଥିଲେ ମଧ୍ୟ ହସିଦେଇ ପ୍ରେମରେ ଓ ସହିଷ୍ଣୁତା ଗୁଣରେ କହିଥିଲେ ତୁମେ ଖଣ୍ଡେ ଖାଅ ମୁଁ ଖଣ୍ଡେ ଖାଉଛି. ତାଙ୍କର ଏହି ହସିଦେବା ଗୁଣଟି ପାଇଁ କ୍ରୋଧିତ ବାଘୁଣୀ ପରି ପତ୍ନୀ କାଳକ୍ରମେ ଶାନ୍ତ ପଡିବା ସହ ସନ୍ଥ ତୁକାରାମ ପ୍ରମାଣ କରିଦେଇଥିଲେ ହସି ହସେଇବା ଅମିରଙ୍କ ଦୌଲତ ଅପେକ୍ଷା ବଡ଼.ଏହି ପରିପ୍ରେକ୍ଷୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଥା କହିଥିଲେ ଗୁରୁ. ଥରେ ଗୋଟିଏ ପିଲା ଗାନ୍ଧିଜୀଙ୍କୁ ଭେଟିବାକୁ ଆସିଲା. ଗାନ୍ଧିଜୀ ପ୍ରତିଦିନ ନିୟମିତ ରୂପେ ଭ୍ରମଣ କରିବାକୁ ଯାଉଥିଲେ. କଥାବାର୍ତ୍ତା କରିବାକୁ ସେ ସେହି ପିଲାଟିକୁ ସାଙ୍ଗରେ ନେଲେ. ପିଲାଟିକୁ ପଚାରିଲେ ତୁମେ କେଉଁ ବର୍ଗର? ପିଲାଟି ଉତ୍ତର ଦେଲା ଆଗ୍ରୱାଲ. ଗାନ୍ଧିଜୀ ହସିଦେଇ କହିଲେ ମୁଁ ତ ଆଗ୍ରୱାଲା କାରଣ ମୁଁ ଆଗେ ଆଗେ ଚାଲୁଛି. ତୁମେ ପିଛୱାଲା କାରଣ ତୁମେ ଚାଲୁଛ ମୋ ପଛରେ. ଏପରି ହାସ୍ୟରସ ଶୁଣି ପିଲାଟି ସହ ସାଥିରେ ଚାଲୁଥିବା ଲୋକମାନେ ହସି ହସି ବେଦମ ହୋଇଯାଇଥିଲେ.ଯେଉଁ ବ୍ୟକ୍ତି ସୁଖୀ ଓ ସାଧାନସମ୍ପନ୍ନ, ସେ ପ୍ରସନ୍ନ ରହେ ଏପରି ଅନୁମାନ ଠିକ ନୁହେଁ. ଯାହା ଓଠରେ ମୁଠେ ନହେଉ ହସ ଟୋପେ ଲାଗିଥାଏ ଓ ଅନ୍ୟକୁ ହସିବାର ପ୍ରେରଣା ଦିଏ ସେ ହିଁ ପ୍ରକୃତ ସୁଖୀ.।

  ଦ୍ୱାଦଶ ପାଠ ଛାଡ଼ିବା ପରେ ସମସ୍ତେ ଉଚ୍ଚଶିକ୍ଷା ପାଇଁ ଆଶ୍ରମ ଛାଡିଥିଲେ. ଗୁରୁ କହିଥିଲେ ହସ କୁ ଜୀବନର ମନ୍ତ୍ର କରୁ କରୁ କେବେ ଉପହାସ କରିବାରେ ପ୍ରୟୋଗ କରିବ ନାହିଁ କହି କାହାଣୀଟିଏ କହିବାକୁ ଲାଗିଲେ ଦିନେ ଜଣେ ରାଜା ସୈନ୍ଯସାମନ୍ତ ଧରି ଜଣେ ସିଦ୍ଧ ଋଷିଙ୍କ ପାଖରେ ପହଞ୍ଚିଲେ. ସେ ତାଙ୍କୁ ପଚାରିଲେ-ମୁଁ ପଡୋଶୀ ରାଜ୍ୟ ବିରୋଧରେ ଯୁଦ୍ଧ କରିବାକୁ ବାହାରିଛି.ଆପଣ କୁହନ୍ତୁ ମୁଁ ଏ ଯୁଦ୍ଧରେ ଜିତିବି ନା ହାରିବି.ସିଦ୍ଧ ଋଷି କିଛି ସମୟ ଆଖି ବୁଜିଲେ ଓ ତାପରେ କହିଲେ-ଯାହା ମୁଁ ଦେଖି ପାରୁଛି ତାହା ହେଲା। ଗୋଟିଏ ରାଜ୍ୟ ଏ ଯୁଦ୍ଧରେ ଛାରଖାର ହୋଇଯାଇଛି. ଏହାଶୁଣି ରାଜା ଅଟହାସ୍ଯ କରି କହିଲେ ଜାଣିଥିଲି ତାହାହିଁ ହେବ.କିନ୍ତୁ ଦେଖନ୍ତୁ ସେ ରାଜ୍ୟର ରାଜାଙ୍କ ଆସ୍ପର୍ଦ୍ଧା.ଏତେ ଛୋଟ ରାଜ୍ୟ କିନ୍ତୁ ମୋର ବଶ୍ଯତା ସ୍ବୀକାର କରିବାକୁ ନାରାଜ.ଏବେ ସେ ତାର ପରିମାଣ ଭୋଗ କରିବ. ଏହା କହି ପୁଣି ଅଟହାସ୍ଯକରି ରାଜା ସଗର୍ବେ ଫେରିଗଲେ.ଏଥର ସିଦ୍ଧ ଋଷି ବସିବା ସ୍ଥାନରୁ ଉଠିଲେ ଏବଂ ନିଜ ଶିଷ୍ଯକୁ କହିଲେ-ଏଥର ବାହାର ଏ ରାଜ୍ୟ ଛାଡିବା. ବିପଦ ଆସିବା ଆସିବା ଆଗରୁ ଚାଲିବା ଭଲ.ଶିଷ୍ୟ କହିଲା- ଆପଣଙ୍କ କଥାର ଅର୍ଥ ବୁଝିପାରିଲି ନାହିଁ.ସିଦ୍ଧ ଋଷି କହିଲେ-ଯେଉଁ ବ୍ଯକ୍ତି ଅହଙ୍କାରୀ ଦ୍ବାରା ଅନ୍ଧ ହୁଏ ସେ ନିଜର ଦୁର୍ବଳତାକୁ ଦେଖିପାରେ ନାହିଁ ବୋଲି ଅଟହାସ୍ୟ କରେ.ସେ ନିଜକୁ ଏତେ ବଡ ବୋଲି ବିଚାର କରେ ଯେ ସେ ଭାବେ ତାକୁ କେନ୍ଦ୍ର କରି ଏ ପୃଥିବୀ ଆତଯାତ ହେଉଛି.ଏ ରାଜା ବୁଝିପାରିଲା ନାହିଁ ଯେ ଯେଉଁ ରାଜ୍ୟ ଛାରଖାର ହେବ ବୋଲି ସେ ଶୁଣିଲା ତାହ ହେଉଛି ତାର ଏହି ନିଜ ରାଜ୍ୟ.ଏ ରାଜ୍ୟ ବିଧ୍ବସ୍ତ ହେବା ପୂର୍ବରୁ ଆସ ଏ ରାଜ୍ୟ ତ୍ଯାଗ କରିବା.ଏଥର ଶିଷ୍ୟମାନେ ଆଶ୍ରମ ଛାଡ଼ିବା ପୂର୍ବରୁ ଗୁରୁ କହିଲେ ସବୁର ମୂଳମନ୍ତ୍ର ବୁଝିବିଚାରି ପ୍ରୟୋଗ କରିବ. ପରେ ଯେମିତି କେହି ନକହ ଗୁରୁ ଆମକୁ ସମାଧାନର ବାଟ କହିଲେନି.ପାଦତଳେ ଆଭୂମ ପ୍ରଣାମ କରି ଅଶ୍ରୁଳ ନୟନରେ ସର୍ବେ ପ୍ରସ୍ଥାନ କଲାବେଳେ ଭାବୁଥିଲେ ପ୍ରକୃତରେ ଗୁରୁ ହିଁ ହାତ ଧରି ଅନ୍ଧାରରୁ ଆଲୋକ ଦେଖାନ୍ତି.।


Rate this content
Log in

Similar oriya story from Inspirational