ଚାରିକାନ୍ଥ
ଚାରିକାନ୍ଥ
ହ୍ୟାଲୋ..... ହନି l ବାବା କଣ କରୁଛୁ ? ଛୁଟି ଅଛି ବୋଲି ବିଛଣାରୁ ଉଠିନୁ କି ? ସକାଳ ପରା ନଅଟା ହେଲାଣି l ଉଠିପଡ ବାବା l ଯା ବ୍ରସ କରି ଗ୍ରୀନ ଟି ଟିକିଏ ପିଇବୁ, ଛତୁଆ ଖାଇବୁ l
ରୁହ ମାମା l କାହିଁକି ଡିଷ୍ଟର୍ବ କରୁଛ କହିଲ l ଘରେ ଯେଉଁ କିଛି ଦିନ ଥିଲି ଶୋଇବାକୁ ଦେଉ ନ ଥିଲ l ଏବେ ବାହାରେ ଅଛି ତଥାପି ମୋ ପିଛା ଛାଡ଼ୁନ l ରୁହ ମୁଁ ଆଉ ଟିକିଏ ପରେ ଉଠିବି l କାଲି ରାତି ଦୁଇଟା ରେ ଶୋଇଛି, ବୁଝିଲନା.. ବାୟ l
ଧେତ l ପୁଣି ଶୋଇଗଲା l ବିଚରା କେତେ କଷ୍ଟ କରୁଛି l ଆଜି ଯାଏ କୁଟା ଖଣ୍ଡେ ଦିଖଣ୍ଡ କରି ନ ଥିଲା l ପାଠ ପଢି ଘରେ କେତେଦିନ ଆଉ ବସିଥା'ନ୍ତା l ଶେଷରେ ବାଧ୍ୟ ହେଇ ମାସକୁ ପନ୍ଦର ହଜାର ଟଙ୍କାରେ କଲକାତା ରେ ଗୋଟାଏ କମ୍ପାନୀ ରେ ତା'ବାପା ତାକୁ ରଖି ଦେଇ ଆସିଛନ୍ତି l ଟେକନିସିଆନ ଭାବରେ ପ୍ରଥମେ କାମ କରୁଛି l ମନ ଟା କିନ୍ତୁ ବୁଝୁନି l କେତେ ମନା କରୁ ଥିଲା ଯିବନି ବୋଲି l କହିଲା ମାମା ତୁମେ ତ ଜାଣିଛ ପନ୍ଦର ହଜାର ଟଙ୍କା ରେ ପାଞ୍ଚ ଦିନ ଚଳିବl ବି ମୋ ପାଇଁ କଷ୍ଟକର, ଆଉ ସେତିକି ଟଙ୍କା ରେ ମୋତେ ଚାକିରି କରିବାକୁ କହୁଛ l କେତେ ବୁଝାଇ ସୁଝାଇ କହିଲି, ବାବା ରେ ପ୍ରଥମେ ଟିକିଏ କଷ୍ଟ କରିଦେ, ଦୁଇ /ତିନି ମାସ ପରେ ତୋର ପ୍ରମୋସନ ପାଇଁ ତୋ ବାପା ନିଶ୍ଚୟ କିଛି କରିବେ l
ହ୍ୟାଲୋ.... ହ୍ୟାଲୋ.... l ଲମ୍ବା ରିଙ୍ଗ ହେଉଛି, ରିସିଭ କରୁନି l ନା.. ସେ ପୁଣି ଶୋଇ ଯାଇଛି l ଘଣ୍ଟାକୁ ଚାହିଁ ଦେଖନ୍ତି ଦଶଟା ବାଜିସାରିଲାଣି, ପିଲାଟା ନିଦରୁ ଉଠିନି l ନିଜେ କେମିତି ଖାଇବେ, ଭୋକ ହେଲେ ବି ଖାଇବାକୁ ଇଚ୍ଛା ହେଉନି l ହନି ମୋର ହୀରା ଖଣ୍ଡେ l ହଷ୍ଟେଲ ରେ ଥିଲା ବେଳେ ତା ପକେଟ ମନିରୁ ମୋ ପାଇଁ ଦୁଇ ଦୁଇଟା ଘଣ୍ଟା ଆଣିଛି, କେତେ ଦାମୀ ଦାମୀ ଶାଢ଼ୀ ଅନ୍ ଲାଇନରେ ମଗାଇ ମୋ ଜନ୍ମ ଦିନରେ ମୋତେ ଉପହାର ଦେଇଛି, ଲିପଷ୍ଟିକ ଠାରୁ ହେୟାର କଲର ଯାଏଁ ସେ ମୋର କିଛି ଅଭାବ ରଖିନି l ସବୁ ବ୍ରାଣ୍ଡେଡ ଜିଣିଷ କିଣେ ଖାସ ମୋ ପାଇଁ l
ବିଏସସି ସରିଗଲା ପରେ ସମସ୍ତେ କହିଲେ ଏମଏସସି କରି ଲେକଚରସିପ କରିବାକୁ, ନହେଲେ ବିଏଡ଼ କରିବାକୁ l ହେଲେ ହନି ରୋକ ଠୋକ ମନା କରିଦେଲା l ନା ସେ ଲେକଚର ହେଵ ନା କି ଟିଚର l ପିଲାଙ୍କୁ ପାଠ ପଢେଇବା ତାକୁ ଜମା ପସନ୍ଦ ନୁହେଁ l ସେସବୁ ଲାଇନ କଥା ଶୁଣିଲେ ସେ ଭାରି ଚିଡେ l ସୋସିଆଲ ଷ୍ଟାଟସ କେମିତି ମେଣ୍ଟେନ କରାଯାଏ ତାକୁ ଜଣା l
ସମୟ ଭଲ ନାହିଁ ତ l ପିଲାଟା ମୋର ବିଟେକ ସାରି ଦୁଇ ବର୍ଷ ବିଭିନ୍ନ କମ୍ପାନୀ ରେ ଚାକିରି ପାଇଁ ଇନଟରଭିୟୁ ଦେଲା ଯେ, ତା ବାପା ସେ ଗୁଡିକ ପସନ୍ଦ କଲେନି l ଶେଷରେ ରାଗିକି ସେ ଆଉ କିଛି ଟ୍ରାଏ କଲାନି l ଏବେ ତା ବାପା ତାଙ୍କ ସାଙ୍ଗ ଏମ ଡ଼ି ଥିବା କମ୍ପାନୀ ରେ ତାକୁ ନେଇ ରଖି ଆସି ଛନ୍ତି l ପିଲାଟା ମୋର କେତେ କଷ୍ଟ ପାଉଛି ସେଠି l
ଡୋର ଟୁ ଡୋର ସର୍ଭିସ ଦେବାକୁ ପଡୁଛି l ଖରା ରେ ଶୁଖି କଳାକାଠ ପଡିଯିବନି l ଏସି ନ ହେଲେ ସେ ରହି ପାରେନି l ବିନା ଏସି ରେ ପୁଣି ବାଇକରେ ସେ କେମିତି ଜର୍ଣ୍ଣି କରୁଥିବ, ଭାବିଲା ବେଳକୁ ଛାତି ଭିତରଟା କଣ ହେଇଯାଉଛି l ତଥାପି ତା'ବାପା ଙ୍କର ଏକା ଜିଦ ସେ କିଛି କରୁ l
ହ୍ୟାଲୋ.... ମାମା l ମୁଁ ବ୍ରେକଫାଷ୍ଟ ବାହାରେ କରି ଆସିଛି, ହେଲେ ଆଜି ତ କ୍ୟାଣ୍ଟିନ ବନ୍ଦ ଅଛି ଦିନରେ କଣ ଖାଇବି ?
ଆଖି ରୁ ଧାର ଧାର ଲୁହ ବୋହି ଆସିଲା ସ୍ବପ୍ନl ଦେବୀ ଙ୍କର l କେତେ ଯତ୍ନରେ ବଡ କରିଥିଲେ ହନିକୁ l ଏମିତି ଦିନ ତାକୁ ସାମ୍ନା କରିବାକୁ ପଡିବ ଏକଥା ସେ କେବେ ବି ଭାବି ନ ଥିଲେ l ଲୁହ ପୋଛି ନେଇ କହିଲେ ଶୁଣ ନନଭେଜ ଖାଇବୁ ନାହିଁ l ତେଣୁ ମୁଁ କେମିତି ଡାଲମା କରେ ମନେ ପକାଇ ଆଜି ତିଆରି କଲୁ, ଆଉ ପାମ୍ପଡ ଦୁଇ /ତିନିଟା ଭାଜି ନେବୁ, ସାଲାଡ଼ ଟିକିଏ ବନେଇ ଖାଇବୁ l ଅରୁଆ ଚାଉଳ, ଘିଅ, ଭେଜିଟେବଲ ଆଚାର ତ ଅଛି, ତୋ ବାପା ଦେଇ ଆସିଥିଲେ, ଥିବ ଦେଖ l କିଛି ଦିନ ଟିକିଏ କଷ୍ଟ କରିଦେ, ଆଉ ମାସେ /ଦୁଇ ମାସ ଗଲେ ସ୍ଥିତି ବଦଳି ଯିବ l ତୋ ବାପା ଯଦି ତୋ ପ୍ରମୋସନ ପାଇଁ କିଛି ନ କରିବେ, ତେବେ ତୁ ଘରକୁ ଚାଲି ଆସିବୁ l
ମୁଁ ଭୁବନେଶ୍ୱର ରେ ତୋ ଲାଗି ଫ୍ଲାଟ ଖଣ୍ଡିଏ ଯୋଗାଡ଼ କରୁଛି, ସେଇଠି ରହି ତୋ ନିଜ ବିଜିନେସ ଆରମ୍ଭ କରିବୁ l ମୋ ଗେହ୍ଲାଟା ପରା ବାପା ଙ୍କୁ ଖୁସି କରେଇବା ପାଇଁ, ତାଙ୍କ ପାଇଁ ନ ହେଲେ ନାଇ ତୋ ମାମା ମୁହଁକୁ ଚାହିଁ ମାସେ /ଦୁଇ ମାସ କଷ୍ଟ କରି ଦେ l ଓକେ ମାମା l ତୁମେ କହୁଛ ଯେତେବେଳେ ମୁଁ ଟ୍ରାଇ କରୁଛି l
ମନ ଦୁଃଖ ରେ ସ୍ୱପ୍ନା ଦେବୀ ଉଠି ଗଲେ ନିଜେ ଟିକି
ଏ ବ୍ରେକଫାଷ୍ଟ କରି ନେବେ ବୋଲି l ଛୁଟି ଦିନରେ ହନି ର ପ୍ରିୟ ଟିକିଏ ଦେଶୀ ଚିକେନ, ମଟନ ସେ ଛୁଏଁନି l ପିଲାଟା ମୋର ଭାରି ଆଦରି l ମୋ କଷ୍ଟ କମ କରିବ ବୋଲି ନିଜେ ନେଟ ରୁ ରୋଷେଇ ଦେଖି ଚିକେନ ପକୋଡା, ଫୁଲକୋବି ଚିଲି, ଭେଜିଟେବଲ ଚପ ଏମିତି ଆହୁରି କିଛି ଆଇଟମ ନିଜେ ତିଆରି କରି ଆମେ ମା'ପୁଅ ଖାଇଥାଉ l କେବେ କେବେ ଗୁପଚୁପ, ରୁଲ, ଚାଓମିନ ଟିକିଏ ମୁଁ ନିଜେ ତା'ପାଇଁ ବନେଇ ଦିଏ, ମୋ ହାତ ତିଆରି ରୁଲ ତା'ର ଭାରି ପସନ୍ଦ l
ପିଲା ବେଳୁ ପାଖ ପଡୋଶୀ ପିଲାଙ୍କ ସହ ତାକୁ ମୁଁ ମିଶିବାକୁ ଦେଇନି l ଏମିତି କି ଏ ଘର ର ଅନ୍ୟ ସଦସ୍ୟ ମାନଙ୍କ ସହ ବି l ମୋ ହନିକୁ ମୁଁ ଖୁବ ଯତ୍ନ ରେ ବଡ଼ କରିଛି, ଯେମିତିକି ଜୀବନ ରେ ସେ କେବେ ଭାଙ୍ଗି ପଡ଼ିବନି l ଏମିତି କି ତା' ଜେଜେବାପା ଜେଜେମା ସହିତ ବି ମିଶିବାକୁ ଛାଡ଼ିନି, ତାକୁ ଖରାପ କରିବାକୁ ମୁଁ କାହାକୁ ବି ସୁଯୋଗ ଦେଇନି l କହିବାକୁ ଗଲେ ମୁଁ ଆଉ ତା ବାପା କୁ ଛାଡି ଦେଲେ ଏ ଘରେ ଯେ କେହି ମରିଗଲେ ବି ତା'ଆଖିରୁ ଗୋଟିଏ ବୁନ୍ଦା ଲୁହ ବୋହିବନି l ମୋ ହନିକୁ ମୁଁ ଏତିକି ଷ୍ଟ୍ରଙ୍ଗ ବନେଇଛି l
ତାକୁ ଗାଁରେ ରହିବାକୁ ଦେବିନି l ଏଠି ଏମାନଙ୍କ ବୋଝ ମୁଣ୍ଡେଇ ସେ ଥକି ପଡିବ, ଏକଥା ହେବାକୁ ଦେବିନି l ତା'ପାଇଁ ତା'ପସନ୍ଦ ର ଘର ଖଣ୍ଡେ କରି ତାକୁ ଭୁବନେଶ୍ୱର ରେ ଶାନ୍ତି ରେ ରହିବାର ସବୁ ବନ୍ଦେlବସ୍ତ ମୁଁ କରି ଦେବି l ଦରକାର ପଡିଲେ ଗାଁର ସବୁ ଜାଗା ବାଡ଼ି ବିକ୍ରି କରିଦେଇ ଆମେ ମା'ପୁଅ ସେଇଠି ରହିବୁ l ଏଠି ଖଣ୍ଡେ ଘର ରହିବ ଆଉ ସେଇଟାକୁ ତା' ବାପା ଜଗି ରହିବେ l ତାଙ୍କର ଇଚ୍ଛା ହେଲେ ଆମ ପାଖକୁ ଯିବେ, ଇଚ୍ଛା ନ ହେଲେ ନାଇଁ ତାଙ୍କୁ ମୁଁ ବାଧ୍ୟ କରିବିନି l
ହନି ର ବେଷ୍ଟ ଫ୍ରେଣ୍ଡ ଦିବ୍ୟ ର ସାନ ଭାଇ ସେଦିନ ଆସି ଥିଲା, ନିମନ୍ତ୍ରଣ ପତ୍ର ଦେଇଗଲା, ତା' ଭାଇ ର ବାହାଘର l ଏଇ କେଇ ମାସ ହେଲା ସେ ଲେକଚରସିପ ପାଇଯାଇଛି l ତା'ର ଜେଜେମା ସିରିଅସ ଅଛନ୍ତି, ସେ ଚାହାନ୍ତି
ଦିବ୍ୟ ତାଙ୍କ ବଡ଼ ନାତି, ତେଣୁ ନାତି ର ବୋହୁକୁ ଟିକିଏ ଦେଖି କି ମରନ୍ତେ l ଖୁବ ତରବର ରେ ବାହାଘର ଆୟୋଜନ ହେଉଛି l ତା'ଭାଇ ର କହିବା କଥା ଦିବ୍ୟ ନିଜେ ଆସି ଥାନ୍ତା ହନି କୁ ନିମନ୍ତ୍ରଣ କରିବା ପାଇଁ, କିନ୍ତୁ ତାର କାଳେ ଛୁଟି ନାହିଁ l ମାତ୍ର ପାଞ୍ଚ ଦିନ ଛୁଟି ଆଣିବ ବାହାଘର ପାଇଁ l ବାକି ତିନି ଦିନର ଵିଧି ସେଇ ପାଞ୍ଚ ଦିନ ଭିତରେ ସାରି ଦିଆ ଯିବାର ବ୍ୟବସ୍ଥା ହେଇଛି l
କେତେ ଟଙ୍କା ଯେ ଦରମା, ସେଥିରେ ପୁଣି ବୋହୁ ସମ୍ଭାଳିବ ! ମୁଁ କିନ୍ତୁ ଭାବିଛି ମୋ ହନି ତା ନିଜ ଗୋଡ଼ରେ ଭଲ ରେ ଠିଆ ହେଇ ସାରୁ ତାପରେ ତା'ପାଇଁ ଝିଅ ମୁଁ ନିଜେ ବାଛିବି l ମୋ ପୁଅ ସେମିତି ନୁହଁ, ଏତେ ଦିନ ବାହାରେ ରହି ଆସିଲା, କେହି ଝିଅକୁ ସେ ଥରେ ଚାହେଁ ନି l ତା'ର କେହି ବି ଝିଅ ସାଙ୍ଗ ନାହିଁ l କହିଲି ପରା ମୋ ହନି ଲକ୍ଷେ ରେ ଗୋଟିଏ ହୀରl l ମୋ ହନି କୁହେ ତା'କମ୍ପାନୀର ଏମଡ଼ି ତାକୁ ନିଜ ପୁଅ ପରି ଦେଖନ୍ତି l କମ୍ପାନୀ ର ଅଧିକାଂଶ ସିକ୍ରେଟ ସେ ହନି ସହ ସେୟାର ବି କରନ୍ତି l କେବେ କେବେ ହନି ତାଙ୍କୁ କାମ ରେ ସାହାଯ୍ୟ କରେ l କମ୍ପାନୀ ଏକାଉଣ୍ଟ କାମରେ ମଧ୍ୟ ହନି ହେଲ୍ପ କରେ ତାଙ୍କୁ l ୟା ଭିତରେ ମାସେ ରୁ ଅଧିକ ହେଇ ଗଲାଣି l ଲାଗୁଚି ଯେମିତି ଯୁଗ ଟିଏ ହେଇ ଗଲାଣି ମୁଁ ତାକୁ ଦେଖି ନାହିଁ l
ହ୍ୟାଲୋ...... ହ୍ୟାଲୋ...... l ଏଇଟା ହନି ଓରଫ ହିମାଂଶୁ ଚକ୍ରବର୍ତ୍ତୀ ର ମା'ଙ୍କ ନମ୍ବର ତ ?
--ହଁ l ଜାଣି ପାରିଲିନି ଆପଣ ଙ୍କୁ l
--ମୁଁ ଏମ ଡ଼ି, ମୋନାଲିସା ପ୍ରାଇଭେଟ ଲିମିଟେଡ଼ ର l
--ଆଜ୍ଞା କୁହନ୍ତୁ l
--ହିମାଂଶୁ ଇଜ ଗୁଇଙ୍ଗ ଟୁ ବି ଆରେଷ୍ଟେଡ.
--ଆପଣଙ୍କ ର କିଛି ଭୁଲ ବୁଝାମଣା ହେଇ ଥାଇପାରେ, ସେ ସେମିତିକା ପିଲା ନୁହଁ l
--ନାଇଁ ମ୍ୟାଡ଼ାମ l ଆମ କମ୍ପାନୀ ଏକାଉଣ୍ଟ ରୁ ପଚିଶ ଲକ୍ଷ ଟଙ୍କା ହନି ଖର୍ଚ୍ଚ କରି ଦେଇଛି l
--ଏଇଟା କେମିତି ସମ୍ଭବ !
--ସେଇଟା ନିଶ୍ଚିତ ମୋର ଭୁଲ l ମୁଁ ତାକୁ ବିଶ୍ୱାସ କଲି l ମୋ ନିଜ ପୁଅ ଭଳି ଟ୍ରିଟ କଲି l ଆଜି ତା'କାରଣ ରୁ ସେ ତ ଆରେଷ୍ଟ ହେଵ, ମୁଁ ବି ସସ୍ପେଣ୍ଡ ହେବି l ସେ ଏବେ ଫେରାର ଅଛି l ପୋଲିସ ସର୍ଚ୍ଚ ଏଣ୍ଡ ଆରେଷ୍ଟ ୱାରେଣ୍ଟ ଧରି ଘୁରି ବୁଲୁଛି l ମୋତେ ଗୋଟିଏ ସପ୍ତାହ ସମୟ ଦିଆ ଯାଇଛି ନିଜକୁ ନିର୍ଦ୍ଦେlଷ ପ୍ରମାଣ କରିବାକୁ l ଯେହେତୁ ହନି ର ବାପା ମୋ ପିଲା ବେଳର ସାଙ୍ଗ, ତେଣୁ ଏଇଟା ମୋର କର୍ତ୍ତବ୍ୟ ଭାବି ଜଣାଉଛି l ତା'ବାପା କୁ କଲ କରି ଥିଲି ହେଲେ, ତା ମୋବାଇଲ ସୁଇଚ ଅଫ କହୁଛି l ଯଦି ଆପଣମାନେ ପଚିଶ ଲକ୍ଷ ଟଙ୍କା ଇମିଡ଼ିଏ ଡିପୋଜିଟ କରିବେ, ତେବେ ଯାଇ ମୋ ଚାକିରି ବଞ୍ଚିବ ଆଉ ହନି ବି ସେଭ ହେଇ ଯିବ l ଅନ୍ୟଥା ଜେଲ ର ଚାରି କାନ୍ଥ ଭିତରେ ହନି ଗଢିବ ତl ଭବିଷ୍ୟତ l