STORYMIRROR

Dr Rashmita Panigrahi

Abstract

3  

Dr Rashmita Panigrahi

Abstract

ହିପୋକ୍ରେଟ

ହିପୋକ୍ରେଟ

3 mins
102


      ଭୂମି ର ପାଦ ଆଜି ତଳେ ଲାଗୁ ନ ଥାଏ l ବହୁ ପ୍ରତୀକ୍ଷା ର ଅନ୍ତ ଘଟିଛି l ଆଇ. ଏ. ଏସ. ପରୀକ୍ଷା ର ଭାଇଭାର ରେଜଲ୍ଟ ବାହାରି ଯାଇଛି l ଓଡିଶାରୁ ସେ ଦଶମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛି l ଦୀର୍ଘ ତିନି ବର୍ଷ ଧରି ସେ ଦିନରାତି ଏକ କରି ପରିଶ୍ରମ କରିଛି, ଆଜି ତା'ର ଫଳ ତାକୁ ମିଳିଛି l ବନ୍ଧୁ ବାନ୍ଧବ, ସାଙ୍ଗସାଥୀଙ୍କ ପାଖରୁ ଶୁଭେଚ୍ଛାର ସ୍ରୋତ ଛୁଟି ଆସିଛି l କିଛି ଗଣ ମାଧ୍ୟମ ବି ଭିଡ଼ ଜମେଇ ଛନ୍ତି, ସଫଳତା ପଛରେ କାହାର ହାତ ଅଛି, କାହାର ପ୍ରେରଣାରେ ଏତେ ବାଟ ଆସି ପାରିଛନ୍ତି ଇତ୍ୟାଦି ନାନା ପ୍ରଶ୍ନ ନେଇ l ଦଶ,ତିରିଶ ଟା ଫୁଲତୋଡ଼ା, 5/6ଟା ସମ୍ବର୍ଦ୍ଧନା ର ନିମନ୍ତ୍ରଣ ବି ଆସି ଯାଇଛି l ଏତେ ପରେ ବି ଭୂମି ଖୁସି ହେଇ ପାରୁନି କାରଣ ତା'ର ଏ ଖୁସି ଶେୟାର କରିବାକୁ ପାଖରେ ତା ନିଜର ବୋଲି କେହି ନ ଥିଲେ l 

  

         ମା'ବାପା ତା'ର ପାଠପଢ଼ାରେ ଆଦୌ ଅନ୍ତରରୁ ଖୁସି ହୁଅନ୍ତି ନି, ସେମାନଙ୍କର ଗୋଟିଏ ଇଚ୍ଛା ଭୂମି ଯଥାଶୀଘ୍ର ହାତ କୁ ଦି ହାତ ହେଇ ଯାଉ ଆଉ ସେମାନଙ୍କୁ ଚିନ୍ତାମୁକ୍ତ ହେବାରେ ସାହାଯ୍ୟ କରୁ l ତେଣୁ ଭୂମି ତା'ର ଏ ସଫଳତାର ଆନନ୍ଦ ତା ପ୍ୟାରେଣ୍ଟ ସହିତ ଶେୟାର କରିବାକୁ ଇଚ୍ଛା କରିନି l କେବଳ ଅନ୍ତରରୁ ଆଶୀର୍ବାଦ ଟିକକ ମାଗି ନେଲା ଯେ ସରିଲା l 

    ପରିବାରର ଅନ୍ୟ ସଦସ୍ୟମାନେ ବହୁତ ଖୁସି ପ୍ରକଟ କରନ୍ତି, ତେବେ ପର ମୁହୂର୍ତ୍ତରେ ନିଜ ପିଲାମାନଙ୍କର ଅସଫଳତାକୁ ଦେଖି ଭୂମିକୁ ପଛରେ କଟୁ ସମାଲୋଚନା ଦୁଇ ପଦ କରିବାକୁ ପଛାନ୍ତି ନାହିଁ l 

       ଏତିକି ବେଳେ ତା ମନରେ ଗୋଟିଏ ମାତ୍ର ମୁହଁ ଉଙ୍କି ମାରିଲା, ସେଇଟା ଥିଲା ତା'ର ବେଷ୍ଟ ଫ୍ରେଣ୍ଡ ଅନୁରାଗର l ଯାହାର ପ୍ରେରଣା ଦିନେ ଭୂମିକୁ ବଞ୍ଚିବା ଶିଖାଇ ଥିଲା l ଭୂମି ମୁହଁରେ ହସ ଦେଖିଲେ ଯିଏ ନିଜେ ହସୁ ଥିଲା l ଭୂମି ର ପ୍ରତିଟି ଏଚିଭମେଣ୍ଟ (achievement)ପଛରେ ତା'ର ଯଥେଷ୍ଟ ପ୍ରେରଣା ରହୁ ଥିଲା l ଆଇ.ଏ. ଏସ. ପରୀକ୍ଷା ପ୍ରସ୍ତୁତି ପାଇଁ ଭୂମି ଜେ. ଏନ୍. ୟୁ. ୟୁନିଭରସିଟି ରେ ପୂରା ରହିଗଲା l ଏକା ଥରେ ସବୁ ଏକଜାମ(Exam) ସାରି ଘରକୁ ଫେରିବା ପରେ ଯେବେ ଅନୁରାଗ ତାକୁ ଭେଟିଲା, ସେ ପୂରା ବଦଳି ଯାଇଥିଲାl ଯଦିଓ ଅନୁରାଗ ଏସ. ଏସ. ବି. କ୍ୱାଲିଫାଏ (qualify)କରି ନିଜ ଗାଁ କଲେଜରେ ପୋଷ୍ଟିଙ୍ଗ ପାଇ ସାରିଛି, ତଥାପି ତା ବ୍ୟବହାରରେ ବେଶ କିଛି ପରିବର୍ତ୍ତନ ଥିଲା l ସେତେବେଳେ ଭୂମି ର କିଛି ବି ବୁଝିବା ବାକି ରହିଲା ନାହିଁ, ଯେତେବେଳେ ଅନୁରାଗ ତା'ର ମୋବାଇଲଟା ଭୂମି ହାତରୁ ଜବରଦସ୍ତ ଛଡାଇ ନେଲା, ସତେ ଯେମିତି ତା'ର ଆପତ୍ତି ଥିଲା ଭୂମି ସେ ମୋବାଇଲ ର କଲ ଲିଷ୍ଟ ଦେଖୁ ! ତେବେ ଏ ପରିବର୍ତ୍ତନର କାରଣ ଆଜି ଯାଏ ସେ ଖୋଜୁଛି l

   ସେଇ ଦିନ ଠୁ ଭୂମି ଜୀବନରେ ଅନୁରାଗର ଆବଶ୍ୟକତାକୁ ସେ ନିଜେ ଡିଲିଟ କରି ଦେଇଛି l ସେ ବୁଝି ପାରୁ ନ ଥିଲା ଅନୁରାଗର ବ୍ୟକ୍ତିତ୍ବ l କେବଳ ଏତିକି ବୁଝି ଥିଲା ଅନୁରାଗ ତାକୁ କିଛି ଲୁଚେଇ ବାକୁ ଚେଷ୍ଟା କରୁଛି !

         ଦିନେ କିନ୍ତୁ ଅନୁରାଗ ମନରେ ତା ପ୍ରତି ଥିବା ଦୁର୍ବଳତାକୁ ଖୁବ ପାଖରୁ ସେ ଦେଖି ଥିଲା, ତା'ର ଭଲ ପାଇବାକୁ ବୁଝିବାକୁ ଚେଷ୍ଟା କରି ଥିଲା l ମାତ୍ର କିଛି ଦିନର ଦୂରତା କାରଣରୁ ଗୋଟାଏ ଅତି ପରିଚିତ ବ୍ୟକ୍ତିତ୍ବର ଏ କି ଅଚିହ୍ନା ରୂପ !ଭୂମି ମନ ରେ ପ୍ରଶ୍ନବାଚୀ ହୋଇ ଆଜି ଯାଏ ରହିଛି l ତେଣୁ ଆଜି ଆଉ କାହିଁକି ତାକୁ ମନେ ପକାଇବ ଭୂମି !


  ଭାବିଲା ଫେସବୁକରେ ପୋଷ୍ଟ କରିବ, ଇନଷ୍ଟାଗ୍ରାମରେ ଶେୟାର କରିବ l ଗୁଡାଏ ଲାଇକ ଆଉ ଶେୟାର ବି ମିଳି ଯିବ ହେଲେ, ଭୂମି ଟିକିଏ ମନ ଖୋଲା ହସ ଆଉ କଥା ଦୁଇ ପଦ ହେବାକୁ ମନେ ମନେ ଅନେକ ଖୋଜିଲା, ତଥାପି ଦୂର ଦୂର ଯାଏ ଖାଲି ହିପୋକ୍ରେଟ ମାନେ ହିଁ ନଜରକୁ ଆସିଲେ l ସେ ଏଥର ଖୁସି ସେୟାର କରିବାର ଇଚ୍ଛାକୁ ଡିଲିଟ କଲା l ଏତେ ପରିଶ୍ରମ କରି ପାଇଥିବା ସଫଳତାର ସେ ସଦବିନିଯୋଗ ନିଶ୍ଚିତ କରିବ, କିଛି ନ ହେଲେ ବି ଜଣେ ଆଦର୍ଶ ଓ ଦାୟିତ୍ୱବାନ ଅଫିସର ଭାବେ ଦେଶର ସେବା କରିବ l ଦିନ ଆସିବ ଏଇ ହିପୋ କ୍ରେଟମାନଙ୍କର ଛଳନାର ରଙ୍ଗ ତାକୁ ଆଉ ପ୍ରଭାବିତ କରିବନି, ସେ ଖୁସିରେ ବଞ୍ଚିବ, ଅନ୍ୟ ମାନଙ୍କୁ ଖୁସି ବାଣ୍ଟି ଦେବ l



Rate this content
Log in

Similar oriya story from Abstract