Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Rashmita Panigrahi

Romance

3  

Dr Rashmita Panigrahi

Romance

ନୋ ନେଟୱ।ର୍କ

ନୋ ନେଟୱ।ର୍କ

4 mins
129


  ଆଜି ସନ୍ଧ୍ୟାରେ ଶୁଭଙ୍କର ଅନ୍ ଲାଇନ ରହିବେନି ବୋଲି ମନସ୍ଥ କରିଛନ୍ତି l ଖାସ ସେଇଥି ଲାଗି ସନ୍ଧ୍ୟା ପୂର୍ବରୁ ସେ ଯାହାକୁ ଯାହାକୁ କଥା ହେବାର ଥିଲା ସବୁ ସାରି ଦେଇଛନ୍ତି l ଆଜି ଭାରତ -ପାକିସ୍ତାନ ମ୍ୟାଚ ବି ଅଛି, ହେଲେ ଦେଖିବେନି l ସନ୍ଧ୍ୟା ସାତଟା ହେଇଚି ମାତ୍ର ଲାଗୁଚି ଯେମିତି ରାତି ଅନେକ ହେଲାଣି l ହାତ ବାରମ୍ବାର ମୋବାଇଲ ପାଖକୁ ଚାଲିଯାଉଛି, ହେଲେ ସେ ଆଜି ଅନ୍ ଲାଇନ ହେବେନି, ମାନେ ହେବେନି l ତଥାପି ନିଜ ହାତର ଦୁଷ୍ଟାମୀ କୁ ଆଉ ବରଦାସ୍ତ କରି ନ ପାରି ଶେଷରେ ବାଧ୍ୟ ହୋଇ ମୋବାଇଲ ଅଫ କରି ବିଛଣା ଠୁ ଦୂର କୁ ଫିଙ୍ଗି ଦେଇ ଶୋଇ ପଡିଲେ ଶୁଭଙ୍କର l ତାଙ୍କର ଏପରି ବ୍ୟବହାର ରେ ସେ ନିଜେ ମଧ୍ୟ ଚକିତ l ସେ ବିବାହିତ, ତାଙ୍କର ଝିଅ ପୁଅ ବଡ଼ ହେଉଛନ୍ତି, ହଠାତ କାହିଁକି ତାଙ୍କ ମାନସିକତାରେ ଏ ପରିବର୍ତନ, ସେ ନିଜେ ବି ବୁଝିପାରୁ ନାହାନ୍ତି !             ସେଦିନ ବିଜୟl ଦଶମୀ l ସାଙ୍ଗ ଆଶିଷ ର ବିବାହ ବାର୍ଷିକୀ l ଡାକିଥିଲା ସମସ୍ତ ସାଙ୍ଗ ସାଥିଙ୍କୁ l ଶୁଭଙ୍କର ବି ଯାଇଥିଲେ, ସେଇଠି ଭେଟ ହେଲେ ଶିଖା ସାମନ୍ତରାୟ l ତାଙ୍କର ବ୍ୟକ୍ତିତ୍ବ, ବ୍ୟବହାର, ଆଉ ସେ କଥା କୁହା ଆଖି ଯୋଡିକ ଶୁଭଙ୍କର କୁ କେଜାଣି କାହିଁକି ଭାରି ନିଜର ଲାଗିଲା l ସାଙ୍ଗ ମାନଙ୍କ ଗହଣରେ  ସମସ୍ତେ ସେଦିନ ର ଆନି ଭର୍ସରୀ ପାର୍ଟିକୁ ଖୁବ ଉପଭୋଗ କଲେ l  ସମସ୍ତେ ଫେରିଗଲା ପରେ ଶୁଭଙ୍କର କିନ୍ତୁ ଫେରିବାକୁ ଇଛା କରିପାରୁ ନ ଥିଲେ, ସେଇ ନୀଳ ନୟନା ଶିଖା ସାମନ୍ତରାୟ ଙ୍କ ସାନ୍ନିଧ୍ୟ ରୁ l ଶିଖାଙ୍କର ବାକଚାତୁରୀ ସାମ୍ନାରେ ଯେ କେହି ବି ହାର ମାନିବାକୁ ବାଧ୍ୟ ହୁଅନ୍ତି l ସେଦିନ ଶୁଭଙ୍କର ସାମାନ୍ୟ ଲଜ୍ୟା ଅନୁଭବ କଲେ ଶିଖାଙ୍କ ଆଖିକୁ ସାମ୍ନା କଲା ବେଳେ l କିଛି ବି ତ ସମ୍ପର୍କ ନାହିଁ, ତେବେ କାହିଁକି ଏ ପ୍ରକାର ଅଦ୍ଭୁତ ଅନୁଭବ l ଗତକାଲି ହ୍ୱାଟ୍ସ ଆପ ରେ ଶିଖାଙ୍କ ସହ କଥା ହେଉ ହେଉ ଶିଖା ରୋକ ଠୋକ ମନା କରି ଦେଲେ ସେ ଆଉ ଅନ୍ ଲାଇନ ରେ ଶୁଭଙ୍କର ସହ ଗପିବେନି l ବାସ ଏତିକି କଥା, ଶୁଭଙ୍କର ର ହଜମ ହେଲାନି l ଯଦି ଶିଖା ଙ୍କ ସହ କଥା ହେବେନି, ତେବେ ଆଉ କାହା ସହ ବି କଥା ହେବା ଦରକାର ନାହିଁ l          କି ବିଚିତ୍ର ଏ ମନୋଦଶା !ସେ ନିଜେ ବି ଆଶ୍ଚର୍ଯ୍ୟ l କାହିଁକି ଇଛା ହେଉଛି ଶିଖାଙ୍କୁ ଜୋରରେ ଆଲିଙ୍ଗନ କରି ତାଙ୍କର ସେଇ ନୀଳ ଆଖିରେ ପ୍ରେମର ଚୁମ୍ବନ ଆଙ୍କି ଦେବାକୁ l ତାଙ୍କ ସମଗ୍ର ଦେହଟା କୁ ନିଜ ସାଥିରେ ମିଶାଇ ଦେବାକୁ l ଏକାକାର ହେଇ କେଉଁ ଏକ ସ୍ବପ୍ନ ରାଜ୍ୟ ରେ ବିଚରଣ କରିବାକୁ l କାହିଁକି ଇଛା ହେଉଛି ଶିଖାଙ୍କ ହାତ ଧରି ଆକାଶରେ ପର ଲଗାଇ ଉଡି ବୁଲିବାକୁ !ପୁଣି କେତେ ବେଳେ ପୂର୍ଣମୀର ଚନ୍ଦ୍ରଲୋକ ରେ ଶୁନଶାନ ସଡ଼କ ରେ ଶିଖାଙ୍କୁ ବାଇକ ପଛରେ ବସାଇ ବୁଲିବାର ନିଆ ରା ମଜା ନେବାକୁ, ପୁଣି କେବେ ଶିଖାଙ୍କ କବରୀ ରେ ହଜି ଯିବାକୁ l ଶୁଭଙ୍କର ନିଜକୁ ବାରମ୍ବାର ଆଇନାରେ dekhu ଛନ୍ତି, ଚୁଟି ବି ପାଚିବାର ସମୟ ଆସିଗଲାଣି l ବର୍ଷ କେଇଟା ରେ କନ୍ୟାଦାନ କରି ପିତାର ଦାୟିତ୍ୱ ନିର୍ବାହ କରିବାକୁ ଅଛି, ପୁଅ ର ହାତ କୁ ଦି ହାତ କରି ଦୁନିଆ ଦାଣ୍ଡ ରେ ତାକୁ ଭଲ ମଣିଷଟିଏ କରି ଛିଡା କରେଇବାର ଅଛି l ସରକାରୀ ନିୟମ କହୁଛି ବିବାହିତ ବ୍ୟକ୍ତି ପ୍ରେମ କରିବା ମନା, ତଥାପି ନାଚାର ଶୁଭଙ୍କର ବାବୁ l           କମବକତ ଦିଲ ତାଙ୍କ ଇଶାରା ରେ ଧକ ଧକ କରୁ ନାହିଁ l ଶିଖା ଚାହିଁଲେ ସେ ଚାଲୁଛି ନୋହିଲେ, ନ ଚାଲିବାର ଧମକ ବି ଦେଉଛି l ଭାରି ବିଚିତ୍ର ଲାଗୁଚି ହୃଦୟ ର ଏପରି ଅବସ୍ଥା l               କରିବେ ତ କରିବେ କଣ !ପ୍ରତି ମୁହୂର୍ତ୍ତରେ ଶିଖା ଙ୍କ ପାଖେ ପାଖେ ରହିବାର ଇଛା, ଶିଖାଙ୍କ ପ୍ରତିଟି କଥାକୁ ଆଖି ବନ୍ଦ କରି ମାନିନେବାର ଖୁସି ସତରେ ନିଆରା l                କି ବିଚିତ୍ର ଯାଦୁଗରିଣୀ ସେ ଶିଖା ସାମନ୍ତରାୟ ! ଗୋଟିଏ ବି ମୂହୂର୍ତ୍ତ ମନରୁ ଦୂରେଇ ହେଉ ନାହିଁ ତାଙ୍କର ସେ ଲାଜୁଆ ଲାଜୁଆ ହସ ମିଶା ଚେହେରାକୁ l କେତେ ଥର ଭାବିଲେଣି ସିଧା ସିଧା କହିଦେବେ ଆଇ ଲଭ ୟୁ ଶିଖା l ମୁଁ ତୁମ ବିନା ବଞ୍ଚି ପାରିବିନି l ତୁମ ଠାରୁ ମୋର କିଛି ବି ରିଟର୍ନ ଦରକାର ନାହିଁ l ବାସ ମୋତେ କେବେ ବ୍ଲକ କରିବନି, କେବେ କଥା ନ ହେଇ ରହିବନି, ମୋତେ ସାମାନ୍ୟ କିଛି ସମୟ ଦେବ ନୋହିଲେ ମୋର ବଂଚିବା କଷ୍ଟକର ଲାଗୁଚି l                     ସ୍ବପ୍ନରେ ଶିଖାଙ୍କୁ ଟାଇଟ ହଗ ଟିଏ ଦେଇ, ତାଙ୍କ ଗୋଲାପୀ ଅଧର ରେ ଓଠ କୁ ଲଗାଇ ସେଇ ପ୍ରେମାମୃତ ର ସ୍ୱାଦ ଅନେକ ଥର ଚାଖି ସାରିଲିଣି l ବାସ୍ତବ ରେ ତ ମିଳିବା ସମ୍ଭବ ନୁହେଁ l ତା ଛଡା ଯଦି କଳ୍ପନାରେ ତାଙ୍କୁ ଦୁଇ ବାହୁ ରେ ଜାବୁଡି ଧରିଲେ, ମୋତେ ଏତିକି ଆନନ୍ଦ ଲାଗୁଚି ତେବେ ବାସ୍ତବତାକୁ କିଏ ପଚାରେ ! ଏମିତି ରେ ବି ବାସ୍ତବତା ହିଁ ଦୁଃଖ ର କାରଣ l ସମୟ ଦେଖିଲା ବେଳକୁ ରାତି 9ଟା ହେଇଚି l ଶୁଭଙ୍କର ବାବୁ ବସିବା ଜାଗାରୁ ଧଡ଼ପଡ ହେଇ ଉଠି ପଡିଲେ, ଆରେ ଶୀଘ୍ର ଶୀଘ୍ର ଖାଇବା, ବ୍ରସ କରିବା ଇତ୍ୟାଦି ସାରି ଅନ ଲାଇନ ରେ ଶିଖା ଙ୍କୁ ଅପେକ୍ଷା କରିବାକୁ ହେବ l ଅନ୍ୟଥା ସେ କେତେବେଳେ ଚାଲିଯିବେ, ମୁଁ ଆଉ ସାରା ରାତି ଶୋଇ ପାରିବିନି l ତାଙ୍କର ସେ ସୁମଧୁର କଣ୍ଠର ଦୁଇ ପଦ କଥା ଶୁଣି ଦେଲେ କଲିଜାଟା ପୂରା ଥଣ୍ଡା ପଡିଯାଏ l ଅନଲାଇନରେ ସ୍ୱର ନ ଶୁଣିଲେ ବି ଦୁଇ ଲାଇନ କଥା ହେଇଗଲେ ଅଶାନ୍ତ ମନଟା ଶାନ୍ତ ହେଇଯିବ l                   ତର ତର ରେ ନିତ୍ୟକର୍ମ ସାରୁ ସାରୁ ରାତି 10ଟା ବାଜି ଯାଇଛି l ଅନଲାଇନରେ ଯାଇ ଅପେକ୍ଷା କଲେ ଶୁଭଙ୍କର ବାବୁ l କାହାରି ଦେଖା ନାହିଁ l ବୋଧହୁଏ କାମ ସରିନି l 11ଟା ପର୍ଯ୍ୟନ୍ତ ଅପେକ୍ଷା କଲେ l ଦରକାର ପଡିଲେ ସାରାରାତି ବି କରିବେ l ଭାଗ୍ୟ ର ବିଚିତ୍ର ବିଡମ୍ବନା l ରାତି 11ଟା ବି ହେଇଗଲା l ଶେଷରେ ନିଜକୁ ଅଟକାଇ ପାରିଲେନି ଶୁଭଙ୍କର ବାବୁ ମିସ କଲ ଟିଏ ଦେବାକୁ l ମାତ୍ର କଲ ହେଲା ନାହିଁ l ନା ମେସେଜ ଗଲା, ନା କଲ, କାରଣ ଥିଲା ନୁ ନେଟୱର୍କ l ବିଚରା ଶୁଭଙ୍କର ବାବୁ ! ଅସହାୟ ଶିଶୁଟେ ପରି ଭୋ ଭୋ ହେଇ କାନ୍ଦି ଉଠିଲେ l


Rate this content
Log in