Dr Rashmita Panigrahi

Tragedy Crime

4  

Dr Rashmita Panigrahi

Tragedy Crime

ପୋଷ୍ଟ ମର୍ଟମ

ପୋଷ୍ଟ ମର୍ଟମ

4 mins
23.2K


              

    

    ସେଦିନ ଆଲିୟାଙ୍କର ଦିନରେ ଡ୍ୟୁଟି ଥିଲା l ଏମ.ବି.ବି.ଏସ ସରିବା ପରେ ସେ ଆଜକୁ ସାତ ବର୍ଷ ହେଲାଣି ଏଇ ହସ୍ପିଟାଲରେ ସର୍ଜରୀ ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି, ସ୍ୱାମୀ ଅଭିଷେକ, ସେ ମଧ୍ୟ ଏଇ ହସ୍ପିଟାଲରେ ସିନିୟର ସର୍ଜରୀ ଏକ୍ସପର୍ଟ ଭାବେ କାର୍ଯ୍ୟରତ l ହଠାତ ଆଲିୟା ତାଙ୍କର ଜଣେ ସହଯୋଗୀଙ୍କୁ ଫୋନ କରି କହିଲେ ଦେଖନ୍ତୁ ଆଜି ଗୋଟିଏ ବି ଡେଡ ବଡି ଆସି ନାହିଁ, ତେଣୁ ଆପଣ ବିଳମ୍ବରେ ଆସିଲେ ଚଳିବ l ଏତିକି ବେଳେ ସର୍ଜରୀ ୱାର୍ଡକୁ ପଶି ଆସିଲେ କିଛି ସାଧା ପୋଷାକଧାରୀ ପୋଲିସ l ସେମାନେ ଆସି ଦେଖନ୍ତି ଆଲିୟା ତାଙ୍କ ସିଟରେ ନାହାନ୍ତି, ୱାର୍ଡ ଡ୍ୟୁଟିରେ ଯାଇ ଥାଇ ପାରନ୍ତି l ଗୋଟିଏ ଘଟଣାର ଅନୁସନ୍ଧାନ ପାଇଁ କିଛି ତଥ୍ୟ ନେବାକୁ ଆସିଥିଲେ l ଡା. ଆଲିୟା ନ ମିଳିଲେ, ସିନିୟର ସର୍ଜରୀ ଏକ୍ସପର୍ଟ ଡା. ଅଭିଷେକ ମିଳିଗଲେ ବି କାମ ହେଇଯିବ l ସର୍ଜରୀ ୱାର୍ଡର ଟିକିଏ ଦୂରରେ ପୋଷ୍ଟମର୍ଟମ ୱାର୍ଡ l ହଠାତ ସେମାନେ କଣ ଦେଖିଲେ ! ଡା. ଆଲିୟା ପୋଷ୍ଟମର୍ଟମ ୱାର୍ଡ ଭିତରୁ ଅଣନିଶ୍ୱାସୀ ହୋଇ ବାହାରି ଆସୁଛନ୍ତି l     

         କାହାର ପୋଷ୍ଟମର୍ଟମ ଥିଲା ସେମାନେ କନଫର୍ମ ହେଲା ବେଳକୁ, ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l ଏ ତ ସିନିୟର ସର୍ଜରୀ ଏକ୍ସପର୍ଟ ଡା. ଅଭିଷେକଙ୍କ ବଡି (body). ପ୍ରଶ୍ନ ପରେ ପ୍ରଶ୍ନରେ ସେମାନେ ଆଲିୟାଙ୍କୁ ପୋତି ପକେଇଲେ l ଆଲିୟା ଶାନ୍ତ ଭାବରେ କହିଲେ, "ଦେଖନ୍ତୁ ମୁଁ ଅତ୍ୟନ୍ତ ମର୍ମାହତ l ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ l କେବଳ ଏତିକି କହିବି ସାର, ୱାସ ରୁମକୁ ଯିବେ କହି ଗଲେ, ଫେରିଲା ବେଳକୁ ହଠାତ କିନା ଟଳି ପଡିଲେ, ଆଉ ତାଙ୍କର ନର୍ଭ କାମ କଲାନି l କ୍ଷଣିକ ରେ ପୂରା ଦେହଟା ନୀଳ ପଡିଗଲା l ନିମିଷକେ ସବୁ ଶେଷ ହେଇଗଲା l କାହିଁକି ଏମିତି ହେଲା, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମନର କୋହକୁ ଚାପି ରଖି ବଡି(body)କୁ ଇମିଡ଼ିଏଟ ପୋଷ୍ଟମର୍ଟମ ପାଇଁ ନେଲି l ସେଠିକି ଗଲା ବେଳକୁ ଡା. ସରୋଜ ଯିଏ ପୋଷ୍ଟମର୍ଟମ କରନ୍ତି, ଅନୁପସ୍ଥିତ ଥିଲେ l କେବେ କେବେ ମୁଁ ଇନ ଚାର୍ଜ ବି ରହିଛି l ତେଣୁ କାଳବିଳମ୍ବ ନ କରି ମୁଁ ନିଜେ ଛାତିକୁ ପଥର କରି ଏ କାମ ସାରିଛି l ତାଙ୍କ ମୃତ୍ୟୁର କାରଣ କୌଣସି ଭୟଙ୍କର ବିଷଧର ସର୍ପର ଦଂଶନ l ଆଶ୍ଚର୍ଯ୍ୟ ! ଏତେ ବଡ ହସ୍ପିଟାଲ ଭିତରକୁ ଏଇ ବିଷାକ୍ତ ସାପ ଆସିଲା କେଉଁଠୁ ! ଏବେ ଏଇ କୁନିପିଲାକୁ ଏକୁଟିଆ ମୁଁ କିପରି ସମ୍ଭାଳିବି?ଏତକ କହି ଭୋ ଭୋ କରି କାନ୍ଦି ଉଠିଲେ ଡା. ଆଲିୟା l 

     ମୃତ ଡା.ଅଭିଷେକଙ୍କୁ ହସ୍ପିଟାଲ ତରଫରୁ ଗୁଡ଼ାଏ ଅଫର ଦିଆଗଲା, କାରଣ ହସ୍ପିଟାଲର ସୁରକ୍ଷା ଅଭାବରୁ ଏପରି ଜଣେ ସିନିୟର ଡାକ୍ତରଙ୍କୁ ତା'ର ପରିଣାମ ଭୋଗିବାକୁ ପଡିଲା l ଆଉ ଡା.ଆଲିୟା ପୂରା ବିନମ୍ରତାର ସହିତ ସେ ସବୁକୁ ସେଇ ହସ୍ପିଟାଲର ସୁରକ୍ଷା ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଘରକୁ ଫେରିଲେ l 

        ଘର ର କବାଟ ଖୋଲିଲା ପରେ ଝିଅକୁ ତା ରୁମରେ କିଛି ଖାଇବାକୁ ଦେଇ, ନିଜେ ଡ୍ରଇଂ ରୁମର ସୋଫା ଉପରେ ଲଥ କିନା ବସି ପଡିଲେ l ସତେ ଅବା ଏକ ମହାଭାରତର ପରିସମାପ୍ତି ଘଟିଲା l

       କାଲି ପରି ଲାଗୁଛି l ଆଲିୟା ଓ ଅଭିଷେକ ଏସ.ସି.ବି. ମେଡିକାଲର ଫାଷ୍ଟ ଇୟରରେ ଥିଲେ l ଉଭୟ ଉଭୟଙ୍କୁ ଲାଇକ କରିବା ଆରମ୍ଭ କଲେ l ଆଲିୟାର ଆଇ.କ୍ୟୁ. ଆଉ ଅଭିଷେକର ସିନିଅରିଟି ଏ ଉଭୟଙ୍କୁ ଆହୁରି ପାଖକୁ ଭିଡିଆଣିଲା l ଉଭୟେ ସେଇ ଫାଷ୍ଟଇୟରରେ ହିଁ ପାରିବାରିକ ସମ୍ମତି କ୍ରମେ ବିବାହ କରି ନେଲେ l ଖୁସିରେ ଖୁସିରେ ସମୟ, ପାଠ ପଢ଼ା, ଝିଅ ଅମାୟରା ର ଜନ୍ମ ସବୁକିଛି ବେଶ ଠିକଠାକ ଚାଲିଥିଲା l ଆଲିୟା ନିଜକୁ ସବୁ ଠାରୁ ସୁଖୀ ବୋଲି ମନେ କରୁଥିଲେ l ଶଶିକଳା ପରି ଅମାୟରା ବଢିବାକୁ ଲାଗିଲା l 

       କୋର୍ସ ସାରିବା ମାତ୍ରେ ଅଭିଷେକ ପୋଷ୍ଟିଙ୍ଗ ପାଇଗଲେ ତାଙ୍କର ଭଲ ପରସେଣ୍ଟ ମାର୍କ ପାଇଁ l ଆଉ ଆଲିୟା ଘର ସମ୍ଭାଳିବାରେ ଏତେ ବ୍ୟସ୍ତ ହେଇଗଲେ ଯେ, ଏପଟେ ଧ୍ୟାନ କମିଗଲା l ଯାହା ଫଳରେ ତାଙ୍କୁ ତିନି ବର୍ଷ ଲାଗିଗଲା ପୋଷ୍ଟିଙ୍ଗ ପାଇବାକୁ l ଅଭିଷେକଙ୍କ ବାପା ଭାରି ପାରିବାର, ସେ ଖୁବ ସହଜରେ ଆଲିୟାଙ୍କୁ ସେଇ ଏକା ହସ୍ପିଟାଲକୁ ନେଇ ଆସିଲେ l

      ହସ ଖୁସିରେ ବେଶ କିଛି ବର୍ଷ କଟିଗଲା l ଚାକିରୀ କରିବାର କଷ୍ଟ ଆଲିୟା ଜାଣି ପାରିଲେନି, କାରଣ ଯାହା ବି ଟିକିଏ ପ୍ରବ୍ଲେମ ଆସିଲେ ଅଭିଷେକ ସଂଗେ ସଂଗେ ହେଲ୍ପ କରି ଦେଉଥିଲେ l 

   ସେଦିନ ଉଭୟଙ୍କର ସେମ ଟାଇମ ରେ ଡ୍ୟୁଟି ଥାଏ l ଆଲିୟା ଦିନର ଖାଇବା ନିଜେ ତିଆରି କରି ତାକୁ ନେଇ ଟିକିଏ ପଛରେ ଆସନ୍ତି l ସକାଳେ ଅମାୟରା ର ହୋମୱାର୍କ ଦେଖି ବସିଲା ବେଳକୁ ନଜର ଆସିଲା ତା'ର ପ୍ରୋଗ୍ରେସିଭ କାର୍ଡ l ତିନି ତିନି ଟା ପେରେଣ୍ଟସ' ମିଟିଙ୍ଗକୁ ସେମାନେ ଯାଇ ନାହାନ୍ତି l ଦସ୍ତଖତ ଗୁଡ଼ାଏ ବାକି ଅଛି ଉଭୟଙ୍କର l ଆଲିୟା ପ୍ରୋଗ୍ରେସିଭ କାର୍ଡଟା ଧରି ଉଠି ଆସିଲେ ସିଧା ହସ୍ପିଟାଲ ଅଭିମୁଖେ l ଭାବି ଥିଲେ ଅଭିଷେକ ଠୁଁ ଦସ୍ତଖତଟା ନେଇ ଅମାୟରା ର ସ୍କୁଲକୁ ଯାଇ ପ୍ରିନସିପାଲ ଙ୍କୁ ଭେଟି ଆସିବେ l

     ହସ୍ପିଟାଲରେ ପହଞ୍ଚି ଦେଖନ୍ତି ଅଭିଷେକ ତାଙ୍କ ଚେମ୍ବରରେ ନାହାନ୍ତି l ମନରେ ଟିକିଏ ଖଟକା ଲାଗିଲା l ସମୟ ସକାଳ 7.30 ବାଜିଛି l ତାଙ୍କର ୱାର୍ଡ ଡ୍ୟୁଟି ତ 9ଟା ରେ, ତେବେ କୁଆଡେ ଯାଇ ଥିବେ ସେ l ଆଗରୁ ତାଙ୍କ କାନରେ ଅଭିଷେକଙ୍କୁ ନେଇ ଅନେକ କଥା ପଡିଛି, ତେବେ ସେସବୁ ସେ ଅଣ ଦେଖା କରିଛନ୍ତି, କାରଣ ଜଣେ ଭଲ କ୍ୟାରିୟର ତିଆରି କରିନେଲେ ଅନ୍ୟମାନେ ଈର୍ଷl ପରାୟଣ ହୋଇଯାଆନ୍ତି l ସେଇଥିପାଇଁ କଣ ନାଇଁ କଣ ଯୋଡିଯାଡ଼ି କହୁଛନ୍ତି, ହେଲେ ଆଲିୟାଙ୍କୁ କିଛି ବି ଫରକ ପଡ଼େନି l 

      ଭାବିଲେ ବସିକି ଅପେକ୍ଷା କରିବା ଅପେକ୍ଷା ଦେଖି ନିଏ ଆଖପାଖରେ l ଏ କଣ ଦେଖୁଛନ୍ତି ! 17ନମ୍ବର ରୁମ ରେ ଫ୍ୟାନ ଦୁଇଟା ଖରାପ ହେଇ ଯାଇଥିଲା l ରୋଗୀ ମାନେ ହଇରାଣ ହେଉଥିବେ l ଆଉ ଟିକିଏ ଆଗେଇ ଯାଇ ଦେଖନ୍ତି ସେ ରୁମ ଭିତରୁ ବନ୍ଦ ହେଇଚି l ମନରେ ପାପ ଛୁଇଁଲା l ହସ୍ପିଟାଲ କଥା ନା, କେତେ ସୁବିଧା ଅସୁବିଧା ଏ ଜାଗାରେ ରହିଛି l ସେ ଧିରେ ଧିରେ ଯାଇ କବାଟ ଫାଙ୍କ ଦେଇ ଭିତରକୁ ଲକ୍ଷ୍ୟ କଲେ l ଅସ୍ପଷ୍ଟ ଯାହା ବି ଦେଖିଲେ, ଯାହା ବି ଶୁଣିଲେ, ବିଶ୍ୱାସ କରି ପାରିଲେନି l ଫେରି ଆସିଲେ ମୁଖ୍ୟ ଦ୍ୱାର ପାଖକୁ l ସେ ରୁମରେ ଲାଗି ଥିବା ସି.ସି. କେମେରା ଫୋଟେଜ କୁ ଅନ୍ କରି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା l ସେ ବିଶ୍ୱାସ କରି ପାରୁ ନ ଥିଲେ ନିଜ ଆଖିକୁ, ଅଭିଷେକ କେମିତି ସେ ନର୍ସଟା ଦେହରେ ନେସି ହେଇଯାଉ ଥିଲେ l ଜାଣି ହେଉ ନ ଥିଲା ସେଇଠି ଜଣେ ନା ଦୁଇଜଣ ଅଛନ୍ତି ! ସତଟା ଯଦି ଏୟା ତେବେ କଣ ପ୍ରତି ରାତ୍ରିରେ ଅଭିଷେକ ନାଇଟ ଡ୍ୟୁଟି କରିବା ବାହାନା ରେ.... ! ଛି.. ଛି..., ଆଉ ଆଗକୁ ସେ ଭାବି ପାରିଲେନି l 

         ମୁଣ୍ଡଟା ବିଗିଡି ଗଲା ଆଲିୟାଙ୍କର l ଝିଅକୁ ବିଶ୍ରାମକକ୍ଷରେ ବସିବାକୁ କହି ହସ୍ପିଟାଲ ଲ୍ୟାଣ୍ଡ ଲାଇନରୁ କଲ କରି ଅଭିଷେକଙ୍କୁ ଗୋଟିଏ ଏମରଜେନସି ପୋଷ୍ଟମର୍ଟମର ଅର୍ଡ଼ର ଆସିଛି ବୋଲି ଜଣାଇ ଦେଲେ ଟିକିଏ ଚେଞ୍ଜଡ ଭୟେସ ରେ lଅଭିଷେକ କାଳ ବିଳମ୍ବ ନ କରି ନିଜ ଚେମ୍ବରକୁ ଆସି ଦେଖନ୍ତି ଆଲିୟା, ଝିଅ ଅମାୟାରା କୁ ଧରି ତାଙ୍କୁ ଅପେକ୍ଷା କରିଛନ୍ତି l ସେ ପୂରା ଝାଳନାଳ ହେଇଗଲେ l 

           ଆଲିୟା ଅଳ୍ପ ହସି କହିଲେ ଟିକିଏ ଦସ୍ତଖତ ପାଇଁ ଆମେ ମା'ଝିଅ କେତେ ସମୟ ବସିବୁ? ତାପରେ ସେ ଗୋଟିଏ ଫଳ ରସ ବୋତଲ ଧରାଇ ଦେଲେ ପିଇବାକୁ l ଏମିତିରେ ବି ଅଭିଷେକଙ୍କ ଗଳା ଭୟରେ ଶୁଖିଯାଉଥିଲା l ସେ ଢଗ ଢଗ କରି ବୋତଲ ଟା ଖାଲି କରିଦେଇ ପୋଷ୍ଟମର୍ଟମ କରିବାକୁ ଚାଲିଗଲେ l ତାଙ୍କ ପଛେ ପଛେ ଆଲିୟା l ବାସ ପୋଷ୍ଟମର୍ଟମ ଟେବୁଲ ପାଖ ପହଁଚୁ ପହଁଚୁ ଅଭିଷେକ ଟଳି ପଡିଲେ l ଖୁବ କଷ୍ଟରେ ଆଲିୟା ବଡି(body)ଟାକୁ ନିଜେ ଚିରି ପକେଇଲେ l ଏମିତି ଡାକ୍ତର ହସ୍ପିଟାଲ ପାଇଁ କଳଙ୍କ, ସମଗ୍ର ସ୍ୱାସ୍ଥ୍ୟ ବିଭାଗ ପାଇଁ ଦାଗ ଆଉ ମଣିଷ ଜାତି ପାଇଁ ଅଯୋଗ୍ୟ ll

    


Rate this content
Log in

Similar oriya story from Tragedy