Dr Rashmita Panigrahi

Tragedy

3  

Dr Rashmita Panigrahi

Tragedy

ସ୍କେଲିଟନ୍

ସ୍କେଲିଟନ୍

5 mins
202

ସ୍କେଲିଟନ               

   କଲ୍ୟାଣୀ ଦେବୀଙ୍କୁ ଇହଧାମ ତ୍ୟାଗ  କରିବା ଟା ଆଜକୁ ତିନି ମାସରୁ ଅଧିକ ହେଇ ଗଲାଣି, ତଥାପି ତାଙ୍କ ଆତ୍ମା ଘୁରି ବୁଲୁଛି ସେଇ ଘର ଖଣ୍ଡିକ ଚାରିପଟେ l ସ୍ୱାମୀଙ୍କ ଜୀବିତାବସ୍ଥାରେ ସୁଖ ମୃତ୍ୟୁ ପାଇଁ ମୃଗଶିରା ନକ୍ଷତ୍ରରେ ଗୋ ଦାନ ଠାରୁ ଆରମ୍ଭ କରି ଭୂମି, ସ୍ବର୍ଣ୍ଣ, ଅନ୍ନ ସବୁ ତ ଦାନ କରିଛନ୍ତି, ତଥାପି କାହିଁକି ମୁକୁଳି ପାରୁନି ତାଙ୍କର ଆତ୍ମା !

              ଆଜକୁ ଦଶ ବର୍ଷ ତଳେ ସ୍ୱାମୀ ତାଙ୍କର ପର କରି ଚାଲିଗଲେ ତାଙ୍କୁ ଆରପାରିକୁ l ଏକ ମାତ୍ର ପୁଅ ସୌମ୍ୟ ପଢୁଥାଏ ରେଭେନସା କଲେଜରେ l ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷ l ଲକ୍ଷ ତା'ର ସାଇନଟିଷ୍ଟ ହେବ l ଅଣ୍ଟା କୁ ଭିଡ଼ିଛନ୍ତି କଲ୍ୟାଣୀ ଦେବୀ l ବାପା ଙ୍କ ବିୟୋଗର ଦୁଃଖ ତାକୁ ଜାଣିବାକୁ ଦେଇ ନାହାନ୍ତି l ପେନସନ, ଅନ୍ୟାନ୍ୟ ଜୀବନ ଵୀମା ଯାହା ବି ଥିଲା ସ୍ୱାମୀଙ୍କର ସବୁକୁ ଖର୍ଚ୍ଚ କରି ଦେଇଛନ୍ତି ସୌମ୍ୟ କୁ ତା'ର ଲକ୍ଷ ସ୍ଥଳରେ ପହଞ୍ଚାଇବା ପାଇଁ l 

            କାଲି ପରି ମନେ ହୁଏ, ସୌମ୍ୟ ତା'ର ରିସର୍ଚ ସାରି ଘରକୁ ଫେରିଛି ଆଉ ହସି ହସି ମା'କୁ କୁଣ୍ଢେଇ ପକେଇଛି, କାରଣ ତା'ର ସିଲେକସନ ହେଇଯାଇଛି ଜଣେ ଜୁନିଅର ସାଇନଟିଷ୍ଟ ଭାବେ l କଲ୍ୟାଣୀ ଦେବୀ କଣ ବୁଝନ୍ତି ସାଇନସ କଣ, ସାଇନଟିଷ୍ଟ କଣ ! ତଥାପି ପୁଅର ଖୁସି ଦେଖି ସେ ମନେ ମନେ ସ୍ୱାମୀଙ୍କୁ ଏତକ ପଚାରନ୍ତି "କହିଲ ଦେଖି, ମୁଁ ତୁମ କାମ ଠିକ ଭାବେ କରିବାର ଚେଷ୍ଟା କରୁଛି ତ !"

     ରିସର୍ଚ୍ଚ ପ୍ରୋଜେକ୍ଟ ରେ ସୌମ୍ୟଙ୍କୁ ଆମେରିକାରେ ଛଅ ମାସ ତାଲିମ ସହ କାମ କରିବାକୁ ହେବ l ଖୁବ ଶୀଘ୍ର ଭିସା, ପାସପୋର୍ଟ ମିଳିଯାଇଛି ଆଉ ସୌମ୍ୟ ବାହାରି ଯାଇଛନ୍ତି ତାଙ୍କ ଲକ୍ଷ ପଥରେ l କଲ୍ୟାଣୀ ଦେବୀ ଛାତିକୁ ପଥର କରି ହସ ହସ ମୁହଁରେ ବିଦା କରିଛନ୍ତି ପୁଅକୁ l 

     ବୟସ 65 ଅତିକ୍ରାନ୍ତ l ତା'ସାଙ୍ଗକୁ ସ୍ୱାମୀ ବିୟୋଗର ଦୁଃଖ l ସଂସାର କହିଲେ ପୁଅ ସୌମ୍ୟ ଆଉ ସେ l ପୁଅ କଟକରେ ରହୁଥିଲା ଯେ 15ଦିନରେ ଥରେ ଆସି ବୁଲି ଯାଉ ଥିଲା l ସେତିକିରେ ମନଟାକୁ ବୁଝାଇ ନେଉଥିଲେ l ଏବେ ପୁଅ ବିଦେଶକୁ ଗଲା l କେବେ ଫେରିବ ଆଖି ପାଉନି l 

   ୟା ଭିତରେ ନାସା ରିସର୍ଚ୍ଚ ସେଣ୍ଟର ରେ ସୌମ୍ୟ ଜଏନ (join) କରି ଯାଇଛନ୍ତି l ଖୁସିରେ ତାଙ୍କର ପାଦ ଆଉ     ସ୍କେଲିଟନ               

   ୟା ଭିତରେ ନାସା ରିସର୍ଚ୍ଚ ସେଣ୍ଟର ରେ ସୌମ୍ୟ ଜଏନ (join) କରି ଯାଇଛନ୍ତି l ଖୁସିରେ ତାଙ୍କର ପାଦ ଆଉ ଭୂମିରେ ଲାଗୁ ନ ଥାଏ l ତାଙ୍କୁ ସେ ମାଟି, ପାଣି ପ୍ରଥମେ ପ୍ରଥମେ ହାଲକା ଅଡୁଆ ଲାଗିଲେ ବି ମାତ୍ର ଦିନ କେଇଟାରେ ସେ ଅଭ୍ୟସ୍ତ ହେଇ ଯାଇଛନ୍ତି l ତାଙ୍କର ସହଯୋଗୀ ରୂପେ ତାଙ୍କୁ ମିଳିଛନ୍ତି ଆଲକା ଚୈନି l ଖୁବ ଇଣ୍ଟେଲିଜେଣ୍ଟ l ତା'ଛଡା ତାଙ୍କ ବ୍ୟବହାରରେ ବି ଗୋଟାଏ ଅଜବ ଆକର୍ଷଣ ଅନୁଭବ କରନ୍ତି ସୌମ୍ୟ l ଖୁବ କମ ସମୟ ମଧ୍ୟରେ ସେମାନେ ପରସ୍ପର ର ଆଖିକୁ ପଢିବା ଆରମ୍ଭ କରନ୍ତି l ସେମ ପ୍ରୋଫେସନ, ସେମ ଏଜ, ଅନ୍ୟାନ୍ୟ କିଛି ସମାନତା ବି ସେମାନେ ଖୋଜି ପାଇଛନ୍ତି ଦୁହେଁ ଦୁହିଁଙ୍କ ଭିତରେ l ବାସ କାମ ବି ସାଥିରେ, ଜୀବନ ବି ସାଥିରେ କାଟିବାର ନିଷ୍ପତ୍ତି ନେଇ ଯାଆନ୍ତି ଦୁଇ ଜଣ l ୟା ଭିତରେ ସେମାନଙ୍କ ତାଲିମ ସରିଛି ଆଉ ନିଯୁକ୍ତି ନେବାର ସମୟ ଆସିଛି l ଉଭୟେ ସେଇ ଆମେରିକା କୁ ହିଁ ଫାଷ୍ଟ ଚୟେସ ଦେଇଛନ୍ତି l କ୍ରମେ ସେଇଠି ତାଙ୍କର ଘର ସଂସାର ର ପ୍ଲାନିଂ ମଧ୍ୟ କରିଛନ୍ତି l 

           ଏପଟେ କଲ୍ୟାଣୀ ଦେବୀ, ଚାତକ ପରି ଚାହିଁ ରହନ୍ତି କେବେ ରବିବାର ଆସିବ l ସନ୍ଧ୍ୟାରେ ପୁଅ ତାଙ୍କୁ ଫୋନ କରିବ l ସପ୍ତାହରେ ସେଇ ଗୋଟିଏ ସନ୍ଧ୍ୟା ସେ ବହୁ କଷ୍ଟରେ ପାଆନ୍ତି ତାଙ୍କ ସହ ଦୁଇ ଧାଡି କଥା ହେବା ଲାଗି l ଏମିତି ଏକ ମହାବାତ୍ୟା ଆସିଲା ଯେ ଗାଁ ପାଖ ର ସବୁ ଟେଲିଫୋନ ଖୁଣ୍ଟ, ଟାୱାର ଭାଙ୍ଗି ଦେଲା, ତାଙ୍କ ଫୋନ ଆଉ କାମ କରୁନି l ସେଦିନ ସନ୍ଧ୍ୟାରେ ତାଙ୍କୁ ଭୀଷଣ ଜ୍ୱର ଆସି ଯାଇଛି, ହାତ ଗୋଡ ଚାଲୁନି, ଦୁଇ/ତିନି ଟା କମ୍ବଳ ଘୋଡେଇ ହେବା ପରେ ବି ଶୀତ ଲାଗୁଛି l 

          ସେଥିରେ ପୁଣି ମୋବାଇଲ ବି ଅଚଳ l କଣ କରିବେ କଣ ନାଇ, ଭାବୁ ଭାବୁ ଆଖି ଲାଗି ଯାଇଛି l ସତେ ଯେମିତି ଜ୍ୱରର ତାପରେ ସେ ଅଚେତ ହେଇ ଯାଇଛନ୍ତି l ରାତି ପାହିଚି, ଦେଖୁଛନ୍ତି ସୂର୍ଯ୍ୟlଲୋକ ଝରକା ଫାଙ୍କ ଦେଇ ତାଙ୍କ କୋଠରୀକୁ ପଶି ଆସିଛି l ହେଲେ ୟେ କଣ ! ସେ ଯେ ବିଛଣାରୁ ଉଠି ପାରୁନାହାନ୍ତି l ଲାଗୁଛି ଗୋଡ ହାତରେ ଟିକିଏ ବି ବଳ ନାହିଁ l ଭଲ ଲାଗିଲେ ଉଠିବି ଭାବୁ ଭାବୁ ପୁଣି ଅଚେତ ହେଇ ଯାଇଛନ୍ତି l କିଛି ଘଣ୍ଟା ପରେ ଚେତା ଫେରିଛି, ହେଲେ ସୂର୍ଯ୍ୟ କିରଣ ଆଉ ନାହିଁ l ଘର ଟା ପୁଣି ଅନ୍ଧାର ହେଇଯାଇଛି l ୟା ଭିତରେ ଦିନଟା ଅତିକ୍ରlନ୍ତ ବୁଝି ପାରିଛନ୍ତି l ଯେମିତି ହେଲେ ବି ରୁମର ଲାଇଟ ଟା ତ ଜାଳିବାକୁ ହେବ l ବହୁ କଷ୍ଟ ରେ ଉଠିବାର ପ୍ରୟାସ, ନା ହାତ ଚଳୁଛି, ନା ଗୋଡ, ପାଟି କରି ଡାକିଲେ ଘର ପାଖ ଦେଇ ଯାଉଥିବା କେହି ହୁଏତ ଆସିବେ ଭାବି ଡାକିବାକୁ ଚେଷ୍ଟା କରନ୍ତେ, ୟେ କଣ ! କିଛି ଶବ୍ଦ ଶୁଭୁନି, ଅର୍ଥାତ ପାଟିରୁ କିଛି ବି ଶବ୍ଦ ଆସୁନି କେବଳ ପାଟି ହଲୁଛି, ଅତି କଷ୍ଟରେ ଟିକିଏ ଅ ଅ ଶୁଭୁଛି l ମୁଣ୍ଡ ଆଉ କାମ କଲାନି ତାଙ୍କର l ହାତ, ପାଦ, ପାଟି ସବୁ ଅଚଳ l ମନେ ପଡିଗଲା ତାଙ୍କ ମା'ଙ୍କ କଥା l ମା' ବି ତାଙ୍କର ମୃତ୍ୟୁ ପୂର୍ବରୁ ପାରାଲାଇଜଡ଼ ହେଇ ବହୁ କଷ୍ଟ ପାଇଥିଲେ, ତଥାପି ଭାଇ ତାଙ୍କୁ ଦିନରାତି ଯତ୍ନନେବାର ଚେଷ୍ଟା କରି ଥିଲେ l 

     ଏବେ ସେ କଣ କରିବେ ! ଏପଟେ ଜ୍ୱରର ମାତ୍ରା ବଢ଼ି ବଢ଼ି ଚାଲିଛି, ସେପଟେ ଗଳା ଶୁଖି ଗଲାଣି ପାଣି ଟୋପାଏ ନ ପାଇ l ଯଦି ଓ ପାଖ ଟେବୁଲ ରେ ପାଣି ବୋତଲ ବସିଛି, ସେ ପିଇବେ କେମିତି ! ଶୋଷ ର ଯନ୍ତ୍ରଣା ବି କିଛି କମ ନୁହେଁ, ଗଡି ଗଡି ବିଛଣାରୁ ତଳକୁ ଖସି ପଡିଛନ୍ତି କଲ୍ୟାଣୀ ଦେବୀ, ମୁଣ୍ଡ ଟା ବାଡେଇ ଯାଇଛି ଟେବୁଲ ଦେହରେ l ବାସ ସବୁ ଶେଷ l ଶୋଷ ବି ଶେଷ, ହାତ ଗୋଡ ନ ଚଳିବl ର ଚିନ୍ତା ବି ଶେଷ, ସବୁ ଦିନ ଲାଗି ପ୍ରାଣ ତାଙ୍କର ଛାଡି ଚାଲି ଯାଇଛି ଏଇ ଅବସ ଶରୀର ଟାକୁ l 

     ସୌମ୍ୟ ରବି ବାର ସନ୍ଧ୍ୟାରେ ଫୋନ କରନ୍ତି, ନ ଲାଗିବାରୁ ଭାବିଲେ ଆର ଥରକୁ କଥା ହେବି l ଏମିତି ଏମିତି ରେ ତିନି ମାସ ବିତି ଯାଇଛି, ଶେଷରେ ସୌମ୍ୟ ବାଧ୍ୟ ହେଇ ଇଣ୍ଡିଆ ଟିକେଟ କରି ସଙ୍ଗେ ସଙ୍ଗେ ଫ୍ଲାଇଟ ଧରିଛନ୍ତି l ଆସି ଦେଖନ୍ତି ତ ଗେଟ ମେଲା ପଡିଛି l ଘର ଆଗରେ ଥିବା ସୁନ୍ଦର ଫୁଲ ବଗିଚା ଟା ଆଉ ନାହିଁ l ଗୋଟେ /ଦୁଇଟା ବୁଲା କୁକୁର ସେଇଠି ଆସ୍ଥାନ ଜମେଇ ଛନ୍ତି l କବାଟ ଭିତର ପଟୁ ବନ୍ଦ ଅଛି l ମା' ମା ' ଡାକିଛନ୍ତି l ପାଖ ଆଖ ରେ ତାଙ୍କର ପଡିଶା ଘର ବି ନାହଁ l କାହାକୁ ପଚାରିବେ, ଶେଷରେ ଧକ୍କା ଦେଇ ଭାଙ୍ଗି ଛନ୍ତି l ଭିତରେ ବି ଶୁନ୍ ଶାନ୍ l ଘର ସାରା ବୁଢିଆଣି ଜାଲ ଦେଇଛି l ପୂରା ଘର ଟା ବୁଲି ଆସିଛନ୍ତି କ୍ଷଣିକ ରେ l ମା'ର ଶୋଇବା ଘର ଖଟ ବି ଖାଲି ପଡିଛି l ଆଉ ଟିକିଏ ପାଖକୁ ଯାଇ ଦେଖନ୍ତି ତ ୟେ କଣ ! ଚଟାଣ ରେ ପଡି ରହିଛି ଗୋଟାଏ ସ୍କେଲିଟନ !!!

Rate this content
Log in

Similar oriya story from Tragedy