Dr Rashmita Panigrahi

Romance

4.0  

Dr Rashmita Panigrahi

Romance

ମାସ୍କ ଡିଅର

ମାସ୍କ ଡିଅର

5 mins
12K


ମାସ୍କ ଡ଼ିଅର        

   ରିତେଶ ଆଉ ବିକି ଦୁହେଁ କ୍ଲୋଜ ଫ୍ରେଣ୍ଡ l ପ୍ରତିଦିନ ସନ୍ଧ୍ୟାରେ ଅତିକମ ରେ ଦୁଇ ଘଣ୍ଟା ଏକାଠି ଗୁଲିଖଟି ନ କଲେ ଏମାନଙ୍କୁ ରାତିରେ ନିଦ ହୁଏନି l ରିତେଶ ଟ୍ରେଡ ୟୁନିଅନ୍ ର ପ୍ରେସିଡେଣ୍ଟ ଆଉ ବିକି ମାର୍କେଟିଙ୍ଗ ମ୍ୟାନେଜର l ଦୁହେଁ ଟିନ ଏଜର ନୁହନ୍ତି ଯେ ଖାଲି ଆଜେ ବାଜେ କଥା ରେ ସମୟ ସାରିବେ l କିଛି ସାମ୍ପ୍ରତିକ ସ୍ଥିତି, ରାଜନୀତି, ପୁଣି କିଛି କରେଣ୍ଟ ଅlଫେୟାର କୁ ନେଇ ସେମାନଙ୍କର ଚର୍ଚ୍ଚା ହୁଏ l ସେଦିନ କିନ୍ତୁ ସେମାନଙ୍କ ଡ଼ିସକସନ ଟା ଟିକିଏ ଭିନ୍ନ ଥିଲା ପୁଣି କଲର ଫୁଲ ବି l 

     ବିକି କୁଆଡେ ଲଭ ମାଷ୍ଟର l ଆଜି କା ଡେଟରେ ତା'ର ଚାରି /ପାଞ୍ଚ ଟି ଗାର୍ଲ ଫ୍ରେଣ୍ଡ ଅଛନ୍ତି l ସେ ସମସ୍ତଙ୍କୁ ସେ ଭଲ ପାଏ l ସତେ ଯେମିତି ଝିଅଙ୍କ ମନସ୍ତତ୍ବ ରେ ତା'ର ପିଏଚଡ଼ି ଅଛି l କେଉଁ ସିଚୁଏସନ ରେ ସେମାନେ ରାଗନ୍ତି, କେତେବେଳେ କେମିତି ରିଆକ୍ଟ କରନ୍ତି ସେ ସବୁ ତାକୁ ଜଣା l ଏଇ ସେଦିନ, ସେ ତା'ର ଗୋଟିଏ ଗାର୍ଲ ଫ୍ରେଣ୍ଡ କୁ କାର ରେ ବସେଇକି ଯାଉଛି, ଏତିକି ବେଳେ ଆଉ ଗୋଟିଏ ଗାର୍ଲ ଫ୍ରେଣ୍ଡ ତା'ର ଭିଡ଼ିଓ କଲ କରିଛି, ସେ କେତେ ଚତୁରତାର ସହିତ କଥା ହେଇ ଗଲା ଦୁଇ ଜଣ ଯାକ କେହି ବି ଜାଣି ପାରିଲେନି l କହିଲା କଣ ନା ଭଉଣୀ କଲ କରିଛି l ରିତେଶ କଣ ଛାଡ଼ିବା ପିଲା, ପଚାରିଲା ତୁ ଏମିତି କାହିଁକି କହିଲୁ କିରେ, ସେ କଣ ତ ଭଉଣୀ ! ବିକି ସଙ୍ଗେ ସଙ୍ଗେ କହିଲା ତୁ ବୁଝି ପାରିବୁନି ହାଓ ଗାର୍ଲସ ଆର ଜେଲସ ଅଫ ଇଛ ଅଦର ! ଛାଡ ସେ କଥା l ଘରେ ସ୍ତ୍ରୀ ବି ଖୁସ ବାହାରେ ଏମାନେ ବି ବେଶ ଠିକ ଠାକ l 

     ଆଜି କିନ୍ତୁ ସୂର୍ଯ୍ୟ ପଶ୍ଚିମ ରେ ଉଦୟ ହେଇଛନ୍ତି କି କଣ ରିତେଶ କହୁଛି, "ୟାର କହିଲୁ ମୁଁ ଗୋଟିଏ ଝିଅ କୁ ଭଲ ପାଉଛି ମନେ ମନେ, କେମିତି ଆଇ ଲଭ ୟୁ କହିବି ? "

  ଧେତ l ତୋ ଦେଇ ଏସବୁ ହେବନି l ତୁ ଜମା ଏଥିରେ ପଶନା l ଯା, ଯା ପଳା କହି ହସି ହସି ବିକି ଉଠି ଚାଲି ଯାଇଛି l ବିଚରା ରିତେଶ l କ୍ଷଣିକ ପାଇଁ ଅସହାୟ ବୋଧ ଆସିଛି ମନ ରେ l ପୁଣି ସ୍ଥିର କରିଛି ମନ ର ଭାବନା ମୁଁ ନିଶ୍ଚୟ ପ୍ରକାଶ କରିବି l କହିବି ମାନେ କହିବି l ହେଲେ କେମିତି ? ଗୋଲାପ ଟେ ନେଇ ସିଧା ତା'ହାତରେ ଦେବି ଆଉ ଆଇ ଲଭ ୟୁ କହି ଦେବି l ହେଲେ, ଯଦି ସେ ଓଲଟା ବାଡେଇ ଦେଲା, ମୋ ଇଜ୍ଜତ ଟିକକ ପଳେଇବ ଲୋ l ନାଇ ରେ ବାବା ଥାଉ l    

 

    ତେବେ କଣ ନୀରବ ରହିବି l ନା ଦେଖେ ଅନ୍ ଲାଇନ ସେ କେଉଁଠି ଆଭେ ଲେବଲ , ଯେମିତି ହେଲେ କହିବି ତ ଆଉ l ହେଲେ ସେ ଯଦି ଗାଳି କରିବ, କିମ୍ବା ମୋତେ ବ୍ଲକ କରିଦେବ, ନା ଏଇଟା ବି ହେବନି l

    ଖୋଜେ ତା'ର କଣ ଦରକାର l ଟିକିଏ ତା'କାମରେ ସାହାଯ୍ୟ କରି ଦେବି, ତାପରେ ତା'ପ୍ରତି ଥିବା ମୋର ଭଲ ପାଇବା ଟା ପ୍ରକାଶ କରି ଦୁଇ ହାତ ଟେକି ଦେବି l ଗ୍ରହଣ କଲେ ବି ଭଲ, ବାଡେଇଲେ ବି ଭଲ l କିନ୍ତୁ କହିବି ନିଶ୍ଚୟ, ଡରିବିନି l

     ଦୀର୍ଘ ତିନି ମାସ ଜଗି ଜଗି, ଶୁଭ ସକାଳ ର ଶୁଭେଚ୍ଛା, କିଛି ବିଶେଷ ଦିନର ଅଭିନନ୍ଦନ ଦେଉ ଦେଉ ଭାଲେଣ୍ଟାଇନ ଡେ ର ଶୁଭେଚ୍ଛା ବି ଦେଇ ଦେଲା l ତା'ର ସୌଭାଗ୍ୟ ତ ଦେଖ ସେ ଝିଅ ରିପ୍ଲାଇ କଲା, ହ୍ୟାପି ଭାଲେଣ୍ଟାଇନ ଡେ ବୋଲି l ରିତେଶ ର ଖୁସି କହିଲେ ନ ସରେ l ମନ ଟା ତା'ର ନାଚି ଉଠିଲା l 

      ଯେଉଁ ରିତେଶ କଲେଜ ଟାଇମ ରେ ଝିଅଙ୍କୁ ଦେଖିଲେ ପାଟି ଖନି ମାରିଯାଉଥିଲା, ଜଣେ ଝିଅକୁ ଭଲ ପାଇ ବି ମୁହଁ ରେ କହି ପାରିଲାନି ବୋଲି ସେ ଆଉ ଜଣକୁ ବାହା ହେଇଗଲା, ସେଇ ରିତେଶ ଆଜି ମନେ ମନେ ଖୁବ ଖୁସି ହେଲା l ଭାବିଲା ଲଭ ବି ତ ଲାଇଫ ର ଗୋଟିଏ ଅଂଶ ନା l ତା'ଛଡା ସେ ଝିଅ ତାକୁ ପସନ୍ଦ କାହିଁକି ! ଧିରେ ଧିରେ ତା'ସହ କଥା ହେଲା l ଏବେ ତ ଲାଗୁଛି ସେ ଝିଅର ପ୍ରତିଟି ବାକ୍ୟ ରିତେଶ ର ହାର୍ଟ କୁ ଟଚ କରି ଯାଉଛି, ସତେ ଅବା ମିରlକଲ l ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଉଛି ସେ ଝିଅ ବି ରିତେଶ କୁ ବୁଝି ପାରୁଛି l ଜାଣି ପାରୁଛି ତା'ର ସମସ୍ତ ଭାବନା, ସମ୍ଭାବନା, ତା' ଭିତରର ପ୍ରତିଟି ଅଡୁଆ ସ୍ଥିତିକୁ l 

    ଏବେ ଏବେ ରିତେଶ ର ଲାଇଫ ପୁଣି ବଦଳିବା ଆରମ୍ଭ କରିଛି l ତା'ମନ ରେ ଯଥେଷ୍ଟ ସାହସ ସଂଚାର ହେଇଛି l ଆଜି ଯାଏ ସେ ଯେଉଁ କାମ କରି ପାରିନି, ଏଥର ତାକୁ କରିବାର ପ୍ରୟାସ ଆରମ୍ଭ କରିଛି l ରିତେଶ ଏଇ କିଛି ଦିନ ହେବ ସେ ଝିଅ ସହ କଥା ବି ହେଉଛି l ହେଲେ, ବୁଝି ପାରୁନି କେଉଁଠୁ ଆସୁଛି ସେ ଝିଅ ପ୍ରତି ତା'ମନ ରେ ଏତେ ଆପଣl ର ଭାବ !

    ଦୀର୍ଘ ଦିନ ଧରି ନିଜ ବିଜିନେସ ରେ କିଛି ସମସ୍ୟା ଲାଗି ରହି ଥିଲା, ଯାହାକୁ ସମାଧାନ କରିବାର ଚେଷ୍ଟା ରିତେଶ ପୁଣି ସଫଳତା ର ସହ ଆରମ୍ଭ କରିଛି l ତା'ର ଦୈନନ୍ଦିନ ଜୀବନରେ ଏକ ଅଦ୍ଭୁତ ଖୁସି ସଂଚରି ଯାଇଛି l ଏଥର ରିତେଶ ବୁଝି ସାରିଛି ନା ସେ ଝିଅ ବି ତାକୁ ଭଲ ପାଉଛି l ତେବେ ଆଇ ଲଭ ୟୁ କହିବା ରେ ଆଉ କିଛି ଅସୁବିଧା ନାହିଁ l 

   ପ୍ରତିଦିନ ପରି ସେଦିନ ବି ଦିନ ପାଞ୍ଚ ଟା ବେଳକୁ ରିତେଶ ଫୋନ ପାଖରେ ହାଜର l କାରଣ ଏଇଟା ତା'ପାଇଁ ପ୍ରାଇମ ଟାଇମ l ଅନନ୍ୟା, ସେଇ ଝିଅ, ଯାହାର କଲ ଠିକ ପାଞ୍ଚ ଟା ରେ ହିଁ ଆସେ l ରିତେଶ କହିଛି ସେ ନିଜେ କେବେ ବି ନିଜ ଆଡୁ କଲ କରି ଡିଷ୍ଟର୍ବ କରିବନି l କଲ ଆସିଛି l ରିତେଶ ର ହୃଦୟ ଟା ଖୁସି ରେ ନାଚି ଉଠିଛି l ମନେ ହେଉଛି ଯୁଗ ଯୁଗ ର ପ୍ରତୀକ୍ଷା ର ଅନ୍ତ ଘଟିଛି l ତା' ଭିତରେ ଥିବା ଶୁନ୍ୟ ସ୍ଥାନଟି ଏବେ ଭର୍ତ୍ତି ଭର୍ତ୍ତି ଲାଗୁଛି l ଅନନ୍ୟା ର ଶବ୍ଦ ର ଯାଦୁରେ ରିତେଶ ହୃଦୟରେ ବର୍ଷ ବର୍ଷରୁ ଥିବା ଘା'ଗୁଡିକ ଶୁଖିବାରେ ଲାଗି ଛନ୍ତି l ଯେତେ କଥା ହେଲେ ବି ମନ ବୁଝୁ ନାହଁ l ରିତେଶ ର ଇଚ୍ଛା ଏ କଥା କେବେ ସାରନ୍ତାନି କି !

ଘଣ୍ଟାଏ ହେଇଗଲାଣି ବୋଲି ମୋବାଇଲ ଯେବେ ସୂଚନା ଦିଏ, ବିଚରା ରିତେଶ ର ମନ ଟା କାନ୍ଦି ଉଠେ, ଆଉ କେତେ କ୍ଷଣ ସେ ଅନନ୍ୟା କୁ ପାଖରେ ପାଇ ପାରିବ ? ହେଲେ ଦୁଃଖ ତ ଏତିକି ପାଞ୍ଚ ଟା ରୁ ଛଅଟା ଗପିବା ସାରିଲାଣି କିନ୍ତୁ, ତା'ପାଟି ରୁ ଆଇ ଲଭ ୟୁ ବାହାରି ପାରିଲାନି ! ସେ ଅନନ୍ୟା କୁ ଶୋଇବା ପୂର୍ବରୁ ଟିକିଏ ଏସଏମ ଏସ କରିବାର ଆଗୁଆ ଅନୁମତି ନେଇ ଗଲା l 

    ଆଜି ଯେମିତି ହେଉ ସେ ତା'ମନ ର ଭାବ ନିଶ୍ଚୟ ପ୍ରକାଶ କରିବ l ତା'ର ଫାଷ୍ଟ ଲଭ ଯେଉଁ କାରଣ ରୁ ଅନ୍ୟର ହେଇ ଗଲା, ସେ ଭୁଲ ଆଜି ଆଉ ନୁହେଁ l ଅନନ୍ୟା କୁ ଛାଡି ଦେଲେ ରିତେଶ ର ଶ୍ୱାସକ୍ରିୟା ଅଟକି ଯିବ, ଏମିତି ମନେ ହେଉଛି ତାକୁ l

   ଡିନର ଟା ଆଗୁଆ ସାରି ଦେଇ ନଅଟା ପାଖରୁ ଅନ୍ ଲାଇନ ରେ ୱେଟ କରିଛି ରିତେଶ ଅନନ୍ୟା କୁ l ପାଖା ପାଖି ନଅଟା ତିରିଶ ବେଳକୁ ମେସେଞ୍ଜର ରେ ଅନନ୍ୟା ର ଗ୍ରୀନ ଲାଇଟ ଆସିଗଲା l ରିତେଶ ର ଖୁସି ନ କହିବା ଭଲ l ସଙ୍ଗେ ସଙ୍ଗେ ଜଣାଇ ଦେଲା ମୁଁ ଅପେକ୍ଷା ରେ ଅଛି l ଆମେ କଥା ହେଇ ପାରିବା କି ? ଅନନ୍ୟା କୁ ବି ଭଲ ଲାଗେ ରିତେଶ ର ଭଦ୍ର ଆଉ ମାର୍ଜିତ କଥାବାର୍ତ୍ତା l ସେ କିଛି ଅସୁବିଧା ମନେ କରିନି ସେଇ ମୁହୂର୍ତ୍ତ ରେ ରିତେଶ ସହ କିଛି ସମୟ କଥା ହେବା ଲାଗି l 

  ବେଶ କିଛି ସମୟ ସାୟଙ୍ଗ କାଳୀନ କଥା ର ଚର୍ଚ୍ଚା, ସାମ୍ପ୍ରତିକ ସ୍ଥିତି ରେ ଭଲ ମନ୍ଦ, ଆଉ ତା 'ପରେ ପରସ୍ପର କୁ ଶୁଭ ରାତ୍ରୀ କହି ବିଦାୟ ନେଇଗଲେ ଦୁଇ ଜଣ l ଅନନ୍ୟା ର ଗ୍ରୀନ ଲାଇଟ ଅଫ ଆଉ ରିତେଶ ଦିମାଗ ର ଲାଇଟ ଅନ୍ l ଧେତ ତେରି l ଆଜି ବି କହି ପାରିଲିନି ଆଇ ଲଭ ୟୁ l

   ତହିଁ ପର ଦିନ ସକାଳ ହେଲା l ନିଜର ନିତ୍ୟ କର୍ମ ସାରି, ଯୋଗ, ପ୍ରାଣାୟାମ କରି, ନିତ୍ୟ ଜପ ସମାପନ କରି ନିଜର କୁନି ଝିଅ ସହ ଟିକିଏ ଖେଳିଲା ରିତେଶ l ମା'ବାପା, ସ୍ତ୍ରୀ ସମସ୍ତ ଙ୍କ ସହ ଭଲ ରେ ହସି ହସି କିଛି ସମୟ ବି ଅତିବାହିତ କଲା l ଅନନ୍ୟା ଦେଇ ଥିବା ଟିପ୍ସ କୁ ଅକ୍ଷରେ ଅକ୍ଷରେ ପାଳନ କରି ଏକ ଅଦ୍ଭୁତ ଆନନ୍ଦ ରେ ହଜିଗଲା l ନିଜ ଭିତରେ ଦୃଢ ଆତ୍ମ ବିଶ୍ୱାସ ର ସନ୍ଧାନ ପାଇଲା l ଆଜି ଯାଏଁ ସତେ ଅବା ସେ ଜଣେ ମାସ୍କଡ଼ିଅର ହିଁ ଥିଲା l ନିଜ ଭିତରର ଦକ୍ଷତା କୁ ଦେଖି ପାରି ନ ଥିଲା, ଖୁସି କୁ ବାହାରେ ଖୋଜି ଚାଲି ଥିଲା l ଖାଲି ସେତିକି ନୁହଁ, ସେ, ଏ କଥା ବି ବୁଝି ଯାଇ ଥିଲା ବିକି ଠିକ କହୁ ଥିଲା, "ଆଇ ଲଭ ୟୁ "କହିବା ତା'ର ବସ କି ବାତ ନ ଥିଲା l ଅନନ୍ୟା ତାକୁ ଭଲ ଲାଗନ୍ତି l ସେ ତାଙ୍କୁ ସମ୍ମାନ ଦିଏ, ଦେଉ ଥିବ ଯୁଗେ ଯୁଗେ l 



Rate this content
Log in

Similar oriya story from Romance