Dr Rashmita Panigrahi

Tragedy

4.3  

Dr Rashmita Panigrahi

Tragedy

ସ୍ଵୀକୃତି

ସ୍ଵୀକୃତି

3 mins
24.2K


            ଷ୍ଟେସନର ଅନତି ଦୂରରେ ଅଧାଭଙ୍ଗା ବେଞ୍ଚ ଉପରେ ଶୋଇଛନ୍ତି ବ୍ୟକ୍ତିଜଣକ l ବୟସର ଆଧିକ୍ୟ ଚେହେରାରୁ ବେଶ ସୁସ୍ପଷ୍ଟ l ପେଟରେ ଭୋକର ଅସହ୍ୟ ଜ୍ୱାଳା l ଦୁଇ ଦିନରୁ ଅଧିକ ହେବ ପେଟକୁ ଦାନା ଗଣ୍ଡିଏ ଯାଇନାହିଁ l ସେଇ ପାଖ ଦେଇ ଯାଉ ଥିବା ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପାଟିରୁ ବାହାରି ଆସୁଥିଲା କିଛି ଖାଇବାକୁ ମିଳିବ? ହେଲେ ଆଭିଜାତ୍ୟର ତାଲା ମୁହଁଟାକୁ ବନ୍ଦ କରି ଦେଉଥିଲା l ଦୁଇଦିନ ହେବ ଏଇ ଷ୍ଟେସନରେ ପଡି ରହିଛନ୍ତି l ପୁଅ ତାଙ୍କର ଟିକେଟ କରିବାକୁ ଯାଇଛି ଯେ ଆଉ ଫେରି ନାହିଁ l ପୁଅର ଫେରିବା ବାଟକୁ ଚାହିଁ ବସି ବସି ଥକି ପଡିବାରୁ ଶୋଇଛନ୍ତି l ଏପଟେ ପେଟ ତ ବୁଝୁନି, ଏଇଟା ଘର ନୁହଁ ଯେ ଭୋକ ହେବା ମାତ୍ରେ ଖାଦ୍ୟ ମିଳିଯିବ l ନିଜ କାନ୍ଧବ୍ୟାଗରେ ଥିବା ପାଣି ବୋତଲ ବି କେତେବେଳୁ ଖାଲି ହେଇ ସାରିଲାଣି l ସରାଗରେ ନାତି ଟୋକା କାନ୍ଧ ବ୍ୟାଗରେ ତା ଟିଫିନ ବିସ୍କୁଟଟା ଚୁପ କିନା ପୁରେଇଥିଲା l ସେଇ ଗୋଟିକ ବି କେତେବେଳୁ ସାରିଲାଣି l      ଧୀରେ ଧୀରେ ଭୋକର ଜ୍ୱାଳାରେ ମୁଣ୍ଡ ବୁଲାଇବା ଆରମ୍ଭ କଲାଣି, ଆଖିରୁ ଜୁଳୁ ଜୁଳିଆ ପୋକ ବାହାରିଲାଣି l ଏତିକି ବେଳେ କାହାର ମଉସା ଡାକରେ ବ୍ୟକ୍ତିଜଣକ ଟିକେ ସଳଖି ଚାହିଁଲା ବେଳକୁ ଷ୍ଟେସନ ମାଷ୍ଟର ବାବୁ ପଚାରୁଛନ୍ତି ମଉସା କୁଆଡେ ଯିବେ ? ସାଙ୍ଗରେ ଆଉ କିଏ ଅଛନ୍ତି ! କାଲି ଠାରୁ ଦିନ ରାତି ଆପଣ ଏକୁଟିଆ ଏଇଠି ଶୋଇଥିବାର ଦେଖି ଭାବିଲି ଟିକିଏ ପଚାରି ବୁଝି ନିଏ l ବ୍ୟକ୍ତିଜଣକ କିଛି କହିବାକୁ ଚେଷ୍ଟା କରୁ ଥାନ୍ତି ହେଲେ ପାଟିରୁ ଭାଷା ବାହାରୁ ନ ଥାଏ l ଷ୍ଟେସନମାଷ୍ଟର ବାବୁଜଣଙ୍କୁ ଘଟଣା ଅନୁମାନ କରିବାକୁ ବେଶୀ ସମୟ ଲାଗିଲା ନାହିଁ l ସେ ସଂଗେ ସଂଗେ ବୃଦ୍ଧ ଜଣଙ୍କ ପାଇଁ କିଛି ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରି ତାଙ୍କୁ ଖୁଆଇ ପିଆଇ ସାଷ୍ଟାଙ୍ଗ କରିବା ପରେ ପଚାରିଲେ ମଉସା ଆପଣଙ୍କ ଘର ଠିକଣା କୁହନ୍ତୁ ମୁଁ ନେଇ ଛାଡି ଆସିବି l ବୃଦ୍ଧ ବ୍ୟକ୍ତିଜଣକ ଏଥର ଭୋ ଭୋ ହେଇ କାନ୍ଦି ଉଠିଲେ l       ବୟସର ଆଧିକ୍ୟ ହେତୁ ତାଙ୍କର ସ୍ମରଣ ଶକ୍ତି ହ୍ରାସ ପାଇସାରିଛି l କିଛି କଥା ଠିକ ଠିକ ମନେ ପକେଇ କହିବା ତାଙ୍କ ପକ୍ଷରେ ସମ୍ଭବ ହେଉନି l ଖାଲି ଏତିକି କଥା ବାରମ୍ବାର କହୁଥାନ୍ତି l ମୋ ପୁଅ ଆସିବ, ସେ ଟିକେଟ କରିବାକୁ ଯାଇଛି l ମୁଁ ମୋ ପୁଅ ବୋହୂଙ୍କ ପାଖରେ ସହରରେ ରୁହେ l ମୋତେ ଜ୍ୱର ହେଇଚି, ଆଉ ମୋ ନାତି ମୋ ସହ ସବୁବେଳେ ଖେଳେ l ତେଣୁ ବୋହୂମା କହିଲେ ମୋ ସହ ଖେଳିଲେ ନାତିଟାକୁ ବି ଜ୍ୱର ହେଇଯିବ l ତେଣୁ ପୁଅ ମୋତେ ଡାକ୍ତରଙ୍କ ପାଖକୁ ନେଇଯିବ l ମୁଁ ଭଲ ହେଇଗଲେ ମୋ ନାତି ସହ ପୁଣି ଖେଳିବି l ହେଲେ ସିଏ ଏ ଯାଏଁ ଆସୁନି 

କାହିଁକି !          

 ବୃଦ୍ଧଙ୍କର ସ୍ମରଣ ଶକ୍ତିକୁ ଆଉ ଟିକିଏ ସକ୍ରିୟ କରିବା ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ବାବୁ ପୁଣି ପଚାରିଲେ, ମଉସା, ମାଉସୀ ସାଥିରେ ଆସିନାହାନ୍ତି ! ବୁଢାର ପାକୁଆ ପାଟିରେ ଚେନାଏ ହସ ଝଲସି ଉଠିଲା, ପୁଣି ପର ମୁହୂର୍ତ୍ତରେ ବିଷlଦର ଛାୟା l ବୋଧ ହୁଏ ସେ କିଛି ମନେ ପକେଇ ପାରୁଛନ୍ତି l କହିଲେ ଆଜକୁ 22ବର୍ଷ ତଳୁ ବୁଢ଼ୀ ମୋତେ ଛାଡି ଆର ପାରିକୁ ଚାଲି ଯାଇଛି l ଏ ପୁଅର ମା 'ବି ମୁଁ, ବାପା ବି ମୁଁ l ଏ ଯାଏଁ କୁଆଡେ ଗଲା ? ନିଆଁ ଲଗା ବାର୍ଦ୍ଧକ୍ୟ ଆସି ମୋତେ ଏତେ ଦୁର୍ବଳ କରି ଦେଉଛି ଯେ, ମୋ ପୁଅକୁ ମୁଁ ଏକୁଟିଆ ଟିକେଟ କରିବାକୁ ପଠେଇ ଦେଲି l ସେ ଏଯାଏଁ ଟିକେଟ କରିପାରୁନି l ଜାଣେନି କେତେ ସମୟ ଏଇଠି ମୋତେ ଅପେକ୍ଷା କରିବାକୁ ପଡିବ ! ମଉସା, ତୁମ ପୁଅର ନାଁ ଓ ଫୋନ ନମ୍ବର କିଛି ମନେ ଅଛି? ଅତି କଷ୍ଟରେ ବୁଢା ନିଜ ବ୍ୟାଗରୁ ପୁଅର ଫୋନ ନମ୍ବର ଖୋଜି ଲେଖି ନେବାକୁ କହିଲେ, ଯେଉଁଟା ନାତି ଟୋକାଟା ଖଣ୍ଡେ କାଗଜରେ ଲେଖି ତାଙ୍କୁ ଦେଇଥିଲା l ନମ୍ବର ଡାଏଲ କରିବାରୁ "ଆପ ଜିସ ନମ୍ବରକୁ କଲ କର ରହେ ହେଁ ୱ ନମ୍ବର ମହଜୁଦ ନେହିଁ ହେ l" ବାରମ୍ବାର 

ଶୁଭିଲା l         

ଆଉ ସମୟ ନଷ୍ଟ ନ କରି ଷ୍ଟେସନ ମାଷ୍ଟର ବାବୁ ବୃଦ୍ଧ ବ୍ୟକ୍ତିଙ୍କୁ ସେଲ୍ଟର ହୋମକୁ ନେଇ ଆସି ସେଠାରେ ତାଙ୍କର ରହିବାର ସମସ୍ତ ବ୍ୟବସ୍ଥା କରିଦେଲେ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ କହିଲେ, ମଉସା ଆପଣ ଅସୁସ୍ଥ ଅଛନ୍ତି, ସେଇ ଭଙ୍ଗା ବେଞ୍ଚରେ ଖୋଲା ପବନରେ ଶୋଇଲେ ଆପଣ ଆହୁରି ଅସୁସ୍ଥ ହେଇଯିବେ l ବରଂ ଏହି ଘରେ ରହି ଆପଣ ସୁସ୍ଥ ହେଇ ଯାଆନ୍ତୁ, ତା'ପରେ ଆପଣଙ୍କ ପୁଅ ଟିକେଟ କରି ଫେରି ଆସିଲେ ତାଙ୍କ ସହ ଆପଣ ଘରକୁ ଯାଇ ନାତି ସହ ଖେଳିବେ l ନାତି ସହ ଖେଳିବାର ଲାଳସାରେ ବୃଦ୍ଧଜଣକ ସେଇ ଆଶ୍ରୟ ଗୃହରେ ରହିବାର ସ୍ୱୀକୃତି ଦେଇଦେଲେ l 



Rate this content
Log in

Similar oriya story from Tragedy