Dr Rashmita Panigrahi

Tragedy

2  

Dr Rashmita Panigrahi

Tragedy

ମିଛ ଆଦର୍ଶ

ମିଛ ଆଦର୍ଶ

4 mins
131


ମିଛ ଆଦର୍ଶ               ସେଦିନ ମିସେସ ମିଶ୍ର ଖୁବ ଗମ୍ଭୀର ଜଣା ପଡ଼ୁଥିଲେ l ପ୍ରତି ଦୁଇ ମିନିଟରେ ଥରେ ଫୋନରେ ନିଜର କ୍ରୋଧକୁ ବ୍ୟକ୍ତ କରୁଥିଲେ l ଜଣା ପଡ଼ୁ ନଥିଲା କାହା କାହା ସହିତ ସେ କଥା ହେଉଥିଲେ l ମିସେସ ମିଶ୍ର ସବୁଦିନେ ଡ୍ରଇଂ ରୁମର ଫୁଲତୋଡ଼ାରେ ବଗିଚାର ସଦ୍ୟ ସୁବାସିତ ଫୁଲ ହିଁ ରଖୁଥିଲେ ହେଲେ, ସେଦିନ ଫୁଲ ଗୁଡିକ ପୂରା ଝାଉଁଳି ଯାଇ ଥିଲା l ଠାକୁର ଘରୁ ଧୂପର ବାସ୍ନା ବି ସବୁଦିନ ପରି ଆସୁ ନ ଥିଲା l ସେ ନିଜକୁ ସତେ ଅବା ନିୟନ୍ତ୍ରଣ କରି ପାରୁ ନଥିଲେ କଣ କରିବେ କଣ ନ କରିବେ ର ଦ୍ଵନ୍ଦରେ l                  ମିସେସ ମିଶ୍ର ଜଣେ କ୍ଲାସ ୱାନ ଅଫିସର ଭାବେ କାର୍ଯ୍ୟରତl l ଅନେକ ସଂଘର୍ଷ କରି ସେ ଆଜି ଏଇ ସୋପାନରେ ପହଂଚିଛନ୍ତି l ହେଲେ ଜୀବନରେ କେବେ ନୀତି ଓ ଆଦର୍ଶ ସହ ସାଲିସ କରିବା ଶିଖି ନାହାନ୍ତି l ଜଣେ ସଚ୍ଚା ଓ ଦକ୍ଷ ପ୍ରଶାସିକା ଭାବେ ସେ ଓଡିଶା ସାରା ବେଶ ପରିଚିତl l ମିସେସ ମିଶ୍ର ମେଧାବୀ ଛାତ୍ରୀଛାତ୍ରଙ୍କୁ ଯଥେଷ୍ଟ ଭଲ ପାଆନ୍ତି l ତାଙ୍କ ଅଂଚଳର ପ୍ରତିଟି ମେଧାବୀ ଛାତ୍ରୀ ଛାତ୍ର ତାଙ୍କ ପରାମର୍ଶ ଅନୁସାରେ ନିଜର କ୍ୟାରିୟର ଗଢିବାକୁ ପସନ୍ଦ କରନ୍ତି l ପରିଶ୍ରମ ଓ ପରିଶ୍ରମୀ ଏ ଦୁଇଟି ମିସେସ ମିଶ୍ରଙ୍କର ଭାରି ପ୍ରିୟ ଶବ୍ଦ l ବୋଧ ହୁଏ ଆଉ ଗୋଟିଏ ପ୍ରିୟ ଶବ୍ଦ ତାଙ୍କର, ସେଇଟା 'ବିବେକ 'l ବିବେକ ତାଙ୍କ ଭାଇଙ୍କ ପୁଅ l ସେ ଚାହାଁନ୍ତି ବିବେକ ତାଙ୍କ ଆଦର୍ଶରେ ବଡ ହେଉ l ବିବେକ ମଧ୍ୟ ମେଧାବୀ, ସୁଶୀଳଏବଂ ଆଂଜ୍ଞାବହ ପିଲାଟିଏ l     ହଠାତ ଫୋନ ରଖି ଦେଇ ତର ତର ହୋଇ ବାହାରି ଯାଆନ୍ତି ମିସେସ ମିଶ୍ର କଟକ ବଡ ମେଡିକାଲକୁ l ବିବେକ ସେଇଠି ଆଡ଼ମିଟ ହୋଇଛି l କଣ ହେଇଛି ସେ ପିଲାଟିର !କାହିଁକି ତା ଅବସ୍ଥା ଏତେ ଗୁରୁତର ହେଲା, ଏହାହିଁ ତାଙ୍କ କ୍ରୋଧର କାରଣ ଥିଲା l ହସ୍ପିଟାଲରେ ପହଁଚି ଆଇ ସି ୟୁ ବ୍ୟବସ୍ଥା କରି ମଧ୍ୟ ବିବେକର ଟ୍ରିଟମେଣ୍ଟ ତାଙ୍କୁ ଠିକ ଲାଗିଲାନି l ସଂଗେ ସଂଗେ ସେ ତାକୁ ଫ୍ଲାଇଟରେ ଇଣ୍ଡିଆ ବାହାରକୁ ନେଇଗଲେ ଟ୍ରିଟମେଣ୍ଟ ପାଇଁ l ଡାକ୍ତର କହିଲେ ଈଶ୍ୱର ଭରସା, ଜ୍ୱରର କାରଣ ଜଣା ପଡ଼ୁ ନାହିଁ l ଆଠ ଘଣ୍ଟା ଭିତରେ ଜ୍ୱର ନ କମିଲେ ଆମେ ଆଉ କିଛି କରିପାରିବୁନି l ସାରା ରାତି ମିସେସ ମିଶ୍ର     ବିବେକ ର ଦେହ ସାରା ଜଳ ପଟି ଦେଉ ଥାଆନ୍ତି, ବାରମ୍ବାର ଡିୟୁଟିରେ ଥିବା ଡାକ୍ତର ଙ୍କୁ ଫୋନ କରନ୍ତି ଏବଂ ପ୍ରତି ମିନିଟରେ ମେଡ଼ିସିନର ପ୍ରଭାବ ଚେକ କରୁ କରୁ ରାତି ପାହିଯାଉଥାଏ ତାଙ୍କର l ତା ଭିତରେ ହନୁମାନ ଚାଳିଶା ପାଠ l ଏମିତି ଦିନରାତି ଏକାକାର କରି ଦିଅନ୍ତି ମିସେସ ମିଶ୍ର ବିବେକ କୁ ଭଲ କରିବା ପାଇଁ l ମନରେ ଗୋଟିଏ ପ୍ରଶ୍ନ ବିବେକର ଏ ଅସୁସ୍ଥତା ପାଇଁ ସେ ଆଉ ଦାୟୀ ନୁହନ୍ତି ତ ! ବିବେକ ଜୀବନରେ କିଛି ନିଷ୍ପତ୍ତି ସେ ଭୁଲ ନେଇ ଗଲେ କି !

ମଝିରେ ମଝିରେ ହସ୍ପିଟାଲ ବେଡ଼ରେ ଶୋଇଥିବା ବିବେକର ମୁହଁକୁ ଦେଖୁଥାଆନ୍ତି l                  ମନେ ପଡେ ତାଙ୍କର ଦଶବର୍ଷ ତଳର ଘଟଣା l ବିବେକ ତା'ର ପାଠପଢl ସାରି competetive exam. ଦେଉଥାଏ, ହଠାତ ଖୁସି ନାମକ ଝିଅଟିଏ ତା ଜୀବନରେ ପଶିଆସିଲା l ଯେହେତୁ ପିଲାଦିନୁ ବିବେକର କେହି ଭାଇ ଭଉଣୀ ନ ଥିଲେ ସେ ଖୁବ ଏକୋଟିଆ ଅନୁଭବ କରୁଥାଏ l ଖୁସିର ବନ୍ଧୁତ୍ବର ହାତକୁ ସେ ଧରିନେଲା l ସମୟ କ୍ରମେ ସେହି ବନ୍ଧୁତ୍ବକୁ ଖୁସି ସମ୍ପର୍କର ରୂପ ଦେବାକୁ ବାଧ୍ୟ କଲା l ଯେହେତୁ ବିବେକ ଜାଣିଥିଲା ଯଦି ସେ ଖୁସିର କଥାରେ ରାଜି ନ ହୁଏ, ଖୁସି ତା'ର ଜୀବନକୁ ଦୁ-ର୍ବିସହ କରି ଦେବ l ତା'ର ପରିବାରକୁ କଳଙ୍କିତ କରିଦେବ l ସେହି ଭୟରେ ବିବେକ ତା କଥାରେ ସମ୍ମତି ଦେବା ଉଚିତ ମନେ କଲା l ବିବେକ ଟା ଭାରି ଭୟlଳୁ ସ୍ଵଭାଵର ଥିଲା l ଯାହା ଖୁସି ପାଇଁ ପ୍ଲସ ପୟେଣ୍ଟ ହେଇଗଲା l ବିବେକ ଜାଣିଥିଲା ଖୁସି ବିଷୟରେ ସେ ପରିବାରର କାହାଠାରୁ କିଛି ସମର୍ଥନ ପାଇବ ନାହିଁ ବରଂ ଓଲଟା ଫଳ ମିଳିବ l     ପରିବାର ର ବିନା ଅନୁମତି ରେ ସେମାନେ ପରସ୍ପରକୁ ଆପଣlର କରିବାର ନିଷ୍ପତ୍ତି ନେଇଗଲେ l ବିବେକ ଟିକିଏ ଛିଙ୍କି ଦେଲେ ମିସେସ ମିଶ୍ର ଙ୍କ ପାଖରେ ଖବର ଥାଏ, ଏ ତ ପୁଣି ଏତେ ବଡ ଘଟଣା l କଥାଟାକୁ ମିସେସ ମିଶ୍ର ଆଦୌ ସହଜରେ ଗ୍ରହଣ କରିପାରିଲେନି l ଖୁସି ଏ ଗାର୍ଲ ଫ୍ରମ ଏ ଲୟର କାଷ୍ଟ !ତା'ର ସାହସ ହେଲା କେମିତି ! ପାଠ ପଢିକି ବି ଏ ପିଲାଟାର ଆମର ବୁଦ୍ଧି ଶୁଦ୍ଧି କିଛି ହେଲାନି l ଏମିତି କେତେ କଣ ଗର୍ଜନ କରି କରି ମିସେସ ମିଶ୍ର ବିବେକକୁ ପନିସ(punish) କରିବାଟା ଉଚିତ ମନେ କଲେ l ତଦନୁସାରେ ସେ ବିବେକ କୁ ଖୁସି ଠାରୁ ଛଡlଇ ଆଣିଲେ l ବିବେକ ସାନ ପିଲାଟି ପରି ମିସେସ ମିଶ୍ରଙ୍କର ପ୍ରତିଟି କଥାକୁ ମାନୁ ଥିଲା l ପୂରାପୂରି ଆଜ୍ଞାବହ l ସେଦିନ ତାଙ୍କ ଛଳନାପୂର୍ଣ୍ଣ କଥାକୁ ସତ ମଣି ବିବେକ ଖୁସିକୁ ଏକୁଟିଆ ଛାଡି ମିସେସ ମିଶ୍ରଙ୍କ ସହ ଚାଲି ଆସିଲା l ସେଇଟା ଥିଲା ଏ ଜୀବନରେ ଖୁସି ସହ ତା'ର ଶେଷ ସାକ୍ଷlତ, ଏ କଥା ବୁଝିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା, ଖୁସିକୁ ତା ପରିବାର ଲୋକ ଅନ୍ୟତ୍ର ବିବାହ କରାଇ ଦେଇ ଥିଲେ l                 ବୋଧ ହୁଏ ସେହି ଘଟଣା ପରଠାରୁ ବିବେକ ନିସ୍ତେଜ ହୋଇଯାଇଛି l ପରିବାର, ପାଖ ପଡୋଶୀ ସମସ୍ତଙ୍କ ଟାହି ଟାପରl କୁ ସହ୍ୟ କରିଛି ନୀରବ ରେ l କମ୍ପିଟେଟିଭ ପରୀକ୍ଷା ର ନାଁ ବି ଭୁଲି ଯାଇଛି ବିବେକ l ବନ୍ଧୁ ବାନ୍ଧବ ସମସ୍ତେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି l ଖୁସି ଯାଇନି ଯେ ତା'ଜୀବନ ର ଖୁସି ତା'ଠୁ ଛଡାଇ ନିଆ ଯାଇଛି l ପ୍ରତି ରାତ୍ରି ତା ପାଇଁ କାଳରାତ୍ରି ହୋଇଯାଇଛି ଆଉ ପ୍ରତିଦିନ କେବଳ ମୃତ୍ୟୁ ଆଡକୁ ଚଢ଼ୁଥିବା ଗୋଟିଏ ଗୋଟିଏ ପାହାଚ l                ହଠାତ ଡ୍ୟୁଟି ରେ ଥିବା ଡାକ୍ତରଙ୍କ ପାଦ ଶବ୍ଦରେ ମିସେସ ମିଶ୍ର ପ୍ରକୃତିସ୍ଥ ହୋଇଗଲେ l ଶରୀରର ତାପମାତ୍ରା ନିୟନ୍ତ୍ରଣlଧିନ l (The temperture is under control ) ତେବେ କହି ହେଉ ନାହିଁ l ଯଦି ଜ୍ୱର ନ ଫେରେ ତେବେ ସମ୍ଭାବନା ଅଛି ଭଲ ହେବାର l ଆଖିରୁ ଦୁଇ ଧାର ଲୁହ ଅଜାଣତରେ ବୋହି ଯାଉଥିଲା ମିସେସ ମିଶ୍ର ଙ୍କର l ଗଢିବା ନାଁ ରେ ଅନେକ କିଛି ଭାଙ୍ଗି ଯାଇଛି l ଆଦର୍ଶ ନାଁ ରେ ସତେ ଯେମିତି ନିରୀହ ଜୀବନ ଗୁଡିକ ବଳି ପଡିଯାଇଛି ତାଙ୍କ ଅଜାଣତରେ l


Rate this content
Log in

Similar oriya story from Tragedy