ବସନ୍ତ
ବସନ୍ତ
ବସନ୍ତ ଆଗମନରେ ଯେମିତି ତରୁ ଲତା ସବୁଜିମାରେ ଭରି ଜାଏ!ସୁନ୍ଦର ଫୁଲ ଫୁଟି ତା ମହକରେ ଚତୁଃଦିଗ ମହାକାଇ ଦିଏ ସେଇ ଭଳି ପୂର୍ଣ୍ଣିମା ଜୀବନରେ ନୂଆ ପୃଷ୍ଠା ଆରମ୍ଭ ହେବାକୁ ଯାଉଛି!ବସଷ୍ଟାଣ୍ଡ ରେ ଦୁହେଁ ଗୋଟିଏ ଜାଗାରୁ ଅପେକ୍ଷା କରନ୍ତି, ବସ ର ଆସିବା ବାଟକୁ!ବୋଧେ ପରସ୍ପର ର ରାସ୍ତା ଗୋଟେ କିନ୍ତୁ ଗନ୍ତବ୍ୟ ସ୍ଥଳ ଅଲଗା!ନୀତେଶ ଜଣେ ସରକାରୀ କର୍ମଚାରି ଏବଂ ପୁର୍ଣିମା ଜଣେ ରିସେପ୍ସନିଷ୍ଟ ଭାବରେ ଘରୋଇ ଡାକ୍ତର ଖାନରେ କାର୍ଯ୍ୟରତା!ପୁର୍ଣିମା ପୂର୍ବରୁ ବିବାହିତା କିନ୍ତୁ ଏ ଯାବତ ବିବାହର ଦୀର୍ଘ ଆଠ ବର୍ଷ ହେବା ସତ୍ୱେ ସେ ଜନନୀ ହେବାର ସୌଭାଗ୍ୟ ପାଇ ନଥିଲେ!ସବୁ ବେଳେ ଶାଶୁ, ସ୍ୱାମୀ ଙ୍କର ଥଟା ଏବଂ ପରିହାସ ତାଙ୍କୁ ଅସହ୍ୟ ବୋଧ ହେଉଥିଲା, ସେ କୁଆଡେ ବାଞ୍ଝ ତାଙ୍କର ପିଲା ଟେ ଜନ୍ମ ଦେବାର କ୍ଷମତା ନାହିଁ!ଦୁଃଖରେ ଏମିତି ଦିନ ସବୁ ବିତି ଜାଉଥାଏ!ନୀତେଶ ମଧ୍ୟ ଖୁବ ଅଭାଗା ଚାକରି ଖଣ୍ଡେ ସିନା ତାଙ୍କୁ ମିଳିଛି କିନ୍ତୁ ଝିଅ ଟିଏ ସେ ନିଜ ପାଇଁ ପସନ୍ଦ କରି ପାରି ନାହାନ୍ତି!ଘର ଲୋକ ବୁଝେଇ ବୁଝେଇ ଥକି ଗଲେଣି!ନୀତେଶ କିନ୍ତୁ ବୁଝନ୍ତି ଯଦି ତାଙ୍କ ମନ ପସନ୍ଦ ଝିଅ ନ ମିଳିବ ସେ ଆଉ ବାହା ହେବେନି!କାହିଁକି କେଜାଣି ସଂସାର ଜଂଜାଳ ପ୍ରତି ତାଙ୍କର ବୈମାତୃକ ଭାବ!ସେ କିନ୍ତୁ ଖୁବ ଯିଦିଆ ମନ ପସନ୍ଦ ଝିଅ ନ ମିଳିଲେ ସେ ବାହା ହେବେନି!ଘର ଲୋକ ମାନଙ୍କର ମଧ୍ୟ ଆଶା ପାଣି ଫୋଟକା ପରି ମିଳେଇ ଗଲାଣି!
ପୁର୍ଣିମା ଆଜିର ସ୍ମାର୍ଟ ଝିଅ ତା ସହ ସୁନ୍ଦରୀ ମଧ୍ୟ କିନ୍ତୁ କୋଉଠି ନ କୋଉଠି ସେ ଏ ସବୁ ଜଂଜାଳ ର କଷ୍ଟ ତା ଚେହେରା ରେ ସ୍ପଷ୍ଟ ରୂପେ ପରିଲକ୍ଷୀତ ହେଉଥାଏ!କଣ କରିବ ସେ ଝିଅ ପିଲା ପୁଣି ଏତେ ବର୍ଷ ର ବାହାଘର ଭାଙ୍ଗି ଦେଇ ନୀଡ, ସେ କେମିତି ଏକାକି ବଞ୍ଚିବ!ସାହାରା ତାର ନିହାତି ଦରକାର!ସେ ଭାବି ପାରୁନି ସେ କଣ କରିବ ସମାଜ ତାକୁ କଣ କହିବ!ବାପା ମା ଏବଂ ବନ୍ଧୁବାନ୍ଧବ କଣ ଭାବିବେ ଏମିତି କେତେ କଥା!ଏ ସବୁ ଭାବୁ ଭାବୁ କେତେବେଳେ ବସ ଅସି ପାଖରେ ପହଂଚି ଯାଇଛି ସେ ଜାଣିନି!ପାଖରେ ଠିଆ ହୋଇ ଥିବା ନୀତେଶ ର ଡାକ ତା କାନରେ ବାଜିଲା!ବସ ଆସିଲାନି ଯିବେନି କି, ସେ ଯାଏ ସେ ଭାବନା ରାଜ୍ୟରେ ଥିଲା, ନିଦ ଭାଂଗିଲା ପରେ ଯେମିତି ମଣିଷ କିଛିସମୟ ପରେ ପକୃତିସ୍ତ ହୋଇ ଉଠେ ସେ ପରି ପୁର୍ଣିମା ଉଠି ବସ ରେ ଚଢ଼ିଗଲା!ନୀତେଶ ମନେ ମନେ ଭାବୁଥିଲେ କଣ ଧନ୍ୟବାଦ ଟେ ବି ଦେଲେନି ଚାଲିଗଲେ!ପରଦିନ ପୁର୍ଣିମା ପୁଣି ଥରେ ଅନ୍ୟମାନସ୍କା ହୋଇ ବସ ଛାଡିବାକୁ ବସିଥିଲା ପଚାରିଲା ରିତେଶ" କଣ ହୋଇଛି "..ଆପଣଙ୍କର,କାରଣ କୋଉଠି ନା କୋଉଠି ପୁର୍ଣିମା ପାଇଁ ରିତେଶ ମନରେ ସ୍ନେହ ର ଶିଞ୍ଚନ ହେଉଥାଏ!ନୀତେଶ ଭାବୁଥାଏ ଏତେ ସୁନ୍ଦର ମୁଁହରେ ଦୁଃଖ ଶୋଭା ପାଉନି ସେ ଯେମିତି ହେଲେ ବି ପୁର୍ଣିମା ଠୁ ବୁଝିବ! ପୁର୍ଣିମା ଏବଂ ନୀତେଶ କେବେ କେବେ କଥା ହୁଅନ୍ତି ଏବଂ ପରସ୍ପର କୁ ଦେଖି ହସି ମଧ୍ୟ୍ୟ ଦିଅନ୍ତି!ଦୁହିଁଙ୍କ ମଧ
୍ୟରେ ବନ୍ଧୁତା ଆରମ୍ଭ ହୁଏ, ସୁଖ ଦୁଃଖ ସେମାନେ ବାଣ୍ଟି ନିଅନ୍ତି ଆଉ ପରସ୍ପର ର ସାହାରା ହୋଇ ଯାଆନ୍ତି!
ନୀତେଶ ଡାକ୍ତର ମାନଙ୍କର ନମ୍ବର ଆଣେ ଏବଂ ପୁର୍ଣିମା କୁ ଠିକଣା ଦିଏ ଏବଂ ପୁର୍ଣିମା ମଧ୍ୟ୍ୟ ମନେ ମନେ ନୀତେଶ ପାଇଁ କନିଆଁ ଖୋଜୁଥାଏ!ତା ଇଚ୍ଛା ନୀତେଶ ଭଲରେ ରହୁ!ଯେବେ ବାହାଘର କଥା କହେ ନୀତେଶ ସେଠୁ ବାହାନା କରି ପଳାଏ!ହଠାତ ଦିନେ ନୀତେଶ ଲକ୍ଷ୍ୟ କଲା ପୁର୍ଣିମା ଆସୁନି ବସ ରେ ଯିବା ପାଇଁ!କଣ..ଚାକିରୀ ଛାଡି ଦେଲେକି ଫୋନ ବି ଉଠାଉନି ସେ!କିଛି ଜାଣି ପାରୁନି ସେ ବଡ ବେସ୍ତ ଲାଗୁଛି ତାକୁ!ସବୁ ଦିନ ସେ ରାସ୍ତାରେ ଜଗି ବେସେ ନୀତେଶ ପୁଣି ମନ ଦୁଃଖରେ ଫେରେ!ପୁଣି ଥରେ ଏମିତି ବର୍ଷା ଭିଜା ସନ୍ଧ୍ୟା ରେ ନୀତେଶ ବାହାରି ଥାଏ ଜଣେ ସମ୍ପର୍କୀୟ ଙ୍କ ଘରକୁ, ହାଠାତ ଦେଖା ହୁଏ ତାର ପୁର୍ଣିମା ସହ!ନା ଥାଏ ପୁର୍ଣିମା ମଥାରେ ସିନ୍ଦୁର ନା ହାତରେ ଚୁଡ଼ି ନା ପାଦରେ ଝୁଣ୍ଟିଆ,ନୀତେଶ ହତାବକ ହୋଇ ଅନେଇଥାଏ ପୁର୍ଣିମା କୁ,କଣ ଭୂଲ କିଛି କରି ଦେଇଛି କି ସେ,ପୁର୍ଣିମା ରାଗିଛି କି ତା ଉପରେ ଏମିତି କେତେ କଣ ମନକୁ ଆନ୍ଦୋଳିତ କରୁଥାଏ!ଧୀରେ ଧୀରେ ଲୋକ ଖାଲି ହେଉଥାନ୍ତି ଆଖ ପାଖରୁ!ପଚାରିବାକୁ ତାର ଭାରି ଇଚ୍ଛା କଣ ଘଟିଛି ତା ସହ, ପାଖକୁ ଯାଇ ପଚାରେ ତୁମେ ଏଠି!ପୁର୍ଣିମା କହେ ମୋ ସାଙ୍ଗ ଘର ମତେ ବି ସେ ଡାକିଛି ଘରକୁ, ନୀତେଶ ପଚାରେ ତାକୁ ଆଉ ବସ ରେ ଯାଉନ କି, ପୁର୍ଣିମା ଆଖିରେ ଲୁହ ନୀତେଶ କହିବାକୁ ଲାଗିଲା ଆରେ କଣ ହେଇଛି ତ କୁହ!ପୁର୍ଣିମା କହିବାକୁ ଲାଗିଲା ସ୍ୱାମୀ ଆଉ ଶାଶୁ ଙ୍କର ତା ପ୍ରତି ବ୍ୟବହାର ବହୁତ ଖରାପ ହୋଇ ଯାଇଥିଲା, ସେ ଆଉ ଗାଳି ମାଡ ସହି ପାରିଲାନି ତେଣୁ ଘର ଛାଡି ସେ ଚାକିରୀ ଛାଡି ସେ ଏକୁଟିଆ ରହୁଛି!ନୀତେଶ ବୁଝେଇ ବାକୁ ଚେଷ୍ଟା କଲା କିନ୍ତୁ ବୁଝେଇ ପାରିଲାନି!ପୁର୍ଣିମା
କାନ୍ଦ ବନ୍ଦ ହେଉ ନଥିଲା!ସେ ନମ୍ବର ନାହିଁ କି ତୁମର ପଚାରିଲା ନୀତେଶ!ନା ନାହିଁ ପୁର୍ଣିମା ଟିକେ ପ୍ରକୃତିସ୍ଥ ହୋଇ କହିଲା!ନମ୍ବର ମଧ୍ୟ ଦେଲା!ନୀତେଶ ଘର କୁ ଫେରି ଆସିଲା ଏବଂ କିଛି ଦିନ ପରେ ପୁର୍ଣିମା କୁ ଫୋନ କଲା କହିଲା ବହୁଦିନରୁ ଭାବୁଥିଲି ଗୋଟେ କଥା କହିବି କହି ପାରୁନି, ମୁଁ ତୁମକୁ ବବୁତ ଭଲ ପାଏ ଏବଂ ବିବାହ କରିବାକୁ ଚାଁହୁଛି!ତା କଥା ଶୁଣି ପୁର୍ଣିମା ଚୁପ ହୋଇ ଗଲା କିନ୍ତୁ ନୀତେଶ ତାକୁ ଭାବିକି କହିବାକୁ ଲାଗିଲା, ପୁର୍ଣିମା ଫୋନ ରଖିବା ପରେ ଭାବିଲା ଏକାନ୍ତ ରେ ରହିବା ବଡ କଷ୍ଟ ଦାୟକ ଆଉ ସେ ନୀତେଶ କୁ ଭଲ ଭାବରେ ଜାଣେ! ତେଣୁ ସେ ମଧ୍ୟ୍ୟ ଏ ପ୍ରସ୍ତାବ ରେ ରାଜି ହୋଇ ଗଲା!ନୀତେଶ ର ପ୍ରସ୍ତାବ ରେ ସେ ରାଜି ବୋଲି କିଛି ଦିନନ୍ତେ ତାକୁ ଜଣାଇ ଦେଲା!ଏମିତି ବି ସେ ତା ସ୍ୱାମୀ କୁ ଛାଡ଼ପତ୍ର ଦେଇ ସାରିଥିଲା!ଦୁହେଁ ପରସ୍ପର କୁ ପାଇ ଜୀବନରେ ବସନ୍ତ ର ଆଗମନକୁ ଉପଭୋଗ କରୁଥିଲେ!କିଛି ବର୍ଷ ପରେ ପୁର୍ଣିମା କୋଳରେ ଛୁଆଟେ ମଧ୍ୟ୍ୟ ଖେଳୁଥିଲା!