କ୍ରମଶଃ
କ୍ରମଶଃ
ଏହା ଏକ ଶବ୍ଦ!କିନ୍ତୁ ଏହାକୁ ଅନୁଶୀଳନ କଲେ ଏହା ଏକ ଜୀବନର ପର୍ଯ୍ୟାୟ କୁ ସୂଚିତ କରେ!ଯେମିତି ଖରା ପରେ ବର୍ଷା, ଶୀତ, ବସନ୍ତ ର ଆଗମନ ହୁଏ, ସେମିତି କ୍ରମଶଃ.. ର ସୃଷ୍ଟି!
ବାଲ୍ୟ ଅବସ୍ଥା ଅତିକ୍ରାନ୍ତ ହୋଇ ସାରିଥାଏ ତନ୍ନମୟ ର ଏବେ ଶୈଶବ ଅବସ୍ଥା ରେ ସେ!ଚଞ୍ଚଳ ସ୍ଵଭାଵ ର ପିଲାଟି!ନଈ ରେ ଗାଧୋଇବା, ପକ୍ଷୀ ଧରି ପଞ୍ଜୁରୀରେ ରଖିବା, ବଣ ମୂଳକରେ ଘୁରି ବୁଲିବା, ସାଙ୍ଗ ସାଥି ଙ୍କ ସହ ଖେଳି ସ୍କୁଲ ନ ଯିବା ତାର ଅଭ୍ୟାଷ ରେ ପରିଣତ ହୋଇ ଗଲାଣି!ଦୁଷ୍ଟାମୀ ର ଚରମ ସୀମାରେ ପାଠରେ ମନ ନାହିଁ!ଗୁରୁ ଗୁରୁଜନ ଙ୍କୁ ଭକ୍ତି ନାହିଁ, ବାପ ମା ଝଗଡା ହେବାର ମୂଳକରଣ ସେ! କିନ୍ତୁ ଜେଜେ ଜେଜେମାଙ୍କର ଖୁବ ଗେଲ୍ହା !ଖାଲି ସୁନ୍ଦର ଚେହେରା ତାର, ଗୁଣ ଗୁଡାକ ମହାକାଳ ଫଳ ପରି!ସମୟ ସାଥିରେ ପାଠ ପଢ଼ାରେ ମଧ୍ୟ ଖୁବ କମଜୋର ସେ!ଯତ୍ରକତ୍ର ଦଶମରେ ପାସ ହୋଇ କଲେଜ ରେ ନାମ ଲେଖା ହୋଇଗଲା!ଏବେ ତାର ଯୌବନ ଉପନୀତ!ତାର ଚପଳତା ର ଅନ୍ତ ନଥାଏ!ଝିଅ ମାନଙ୍କୁ ହଇରାଣ କରିବା, ଶ୍ରେଣୀ ଗୃହରେ ଉପସ୍ଥିତ ନ ରହିବା ତାର ଯେମିତି ଅଭ୍ୟାସ ରେ ପରିଣତ ହୋଇ ସାରିଥାଏ!ତାର ସେହି ମହାବିଦ୍ୟାଳୟ ରେ ସୋନାଲି ସହ ଦେଖା ହୁଏ!ସୋନାଲି ଖୁବ ମେଧାବୀ, ଏବଂ ଭଲ ପରିବାର ର ମଧ୍ୟ!ବାପା,ସୋନାଲିର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ!ଭାରି ଗେଲ୍ଲୀ ବାପାର ସେ!ଗୋଟେ ଝିଅ ହେତୁ ବାପା ଆଉ ମା ଦୁହିଁ ଙ୍କର ଗେଲ୍ଲୀ!ପ୍ରଥମ ନଜରରେ ସୋନାଲି ତନ୍ନମୟ କୁ ବହୁତ ଭଲ ଲାଗିଲା କିନ୍ତୁ ସୋନାଲି କୁ ତାର କିଛି ବି ଗୁଣ ପସନ୍ଦ ଆସୁ ନଥାଏ!ତନ୍ମୟ ର ରୂପ ମଧ୍ୟ ସୋନାଲି ଉପରେ ଯାଦୁ କରିପାରିନଥିଲା!ସୋନାଲି ବେଶି ସୁନ୍ଦର ନୁହେଁ କିନ୍ତୁ ସେ ବ୍ୟବହାର କୁଶଳୀ ଏବଂ ମେଧାବୀ ଛାତ୍ରୀ, ସବୁ ଶିକ୍ଷକ ତାକୁ ବହୁତ ସ୍ନେହ କରନ୍ତି!ତନ୍ମୟ ର ଗୋଟିଏ ଗୁଣ ଖୁବ ଭଲ ଥିଲା ସେ ବଡ ସାହାଯ୍ୟ କାରି!
ସବୁ ଦିନ ବାପା କିଣିଥିବା ସ୍କୁଟି ରେ ସୋନାଲି ଆସେ ମହାବିଦ୍ୟାଳୟ କୁ! ଦ
ିନେ ତାର ସ୍କୁଟି ଖରାପ ହୋଇ ଗଲା ବାଟରେ!ସେ ସ୍କୁଟି କୁ ଠେଲି ଠେଲି ଆଣିବା ସମୟରେ ତନ୍ମୟ ସହ ଦେଖା ହୁଏ, ତନ୍ମୟ ତାକୁ ସାହାଯ୍ୟ କରିବାକୁ କୁହେ,କିନ୍ତୁ ସୋନାଲି ମନା କରେ ସାହାଯ୍ୟ ନେବାକୁ ବହୁତ ହଇରାଣ ହୋଇ ସାରିଥାଏ ସୋନାଲି ତେଣୁ ବଡ କଷ୍ଟରେ ବହୁତ ଅନୁରୋଧ ପରେ ତନ୍ମୟ କୁ ଗାଡି ଟି ଦେଇ ସେ ତନ୍ମୟ ର ସ୍କୁଟି ନେଇ କଲେଜ ରେ ପହଞ୍ଚେ!ତନ୍ମୟ ମଧ୍ୟ ସ୍କୁଟି ଟି ସଜାଡି ପଚ୍ଛେ ପଚ୍ଛେ ପହଞ୍ଚେ!ଏମିତି କେତେ ସମୟ ରେ ତନ୍ମୟ ସାହାଯ୍ୟ କରିଛି ସୋନାଲି କୁ!ସୋନାଲି ମଧ୍ୟ ଧୀରେ ଧୀରେ ପ୍ରେମରେ ପଡ଼ିଯାଏ!
ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରନ୍ତିନି!ତନ୍ମୟ ର ରଙ୍ଗ ଢଙ୍ଗରେ ପରିବର୍ତ୍ତନ ଘଟେ!ସେ ଦୁଷ୍ଟାମୀ ରୁ ନିବୃତ ହୁଏ!ତନ୍ମୟ, ସୋନାଲି ଠୁ ଗୋଟେ ବର୍ଷ ବଡ ସେ ଯୁକ୍ତ ୨ର ଦ୍ଵିତୀୟ ବର୍ଷ ଛାତ୍ର!ଆଗରୁ କିଛି ପରିଶ୍ରମ ନ କରି ଇ ଯାଏ ସେ ପହଂଚି ପାରିଛି, କିନ୍ତୁ ଏହି ବର୍ଷ ପରୀକ୍ଷା ରେ ସେ ଉତ୍ତୀର୍ଣ୍ଣ ହୋଇ ପାରେନି!ସୋନାଲି କୁ ଭବିଷ୍ୟତ ରେ ପାଇବାର ସୋପ୍ନ ତାର ଭାଙ୍ଗି ଯାଏ!କେବେ ବି ସୋନାଲି ତାର ହୋଇ ପାରିବନି, ସୋନାଲି ମଧ୍ୟ କହିଥାଏ ବାପା କେବେ ରାଜି ହେବେନି ଯଦି ତୁମେ ବଡ ଚାକିରୀ ନ ହୁଏ!ତନ୍ମୟ ଭାଙ୍ଗି ଗଲା ବେଳକୁ ସୋନାଲି ତାକୁ ଆଗକୁ ପରିଶ୍ରମ କରିବାକୁ ଉପଦେଶ ଦିଏ!ଆରମ୍ଭ ହୁଏ ତନ୍ମୟ ର ପ୍ରାୟଶ ଏବଂ ସଫଳତା ର ରାସ୍ତା!ଭଲ ନଂ ର ରେ ଉତ୍ତିନ୍ନ ହୁଏ ତନ୍ମୟ, ଗୋଟେ ପରେ ଗୋଟେ ପାହାଚ ଚଢୁଥାଏ ସେ, ପୁରା ବଦଳି ଗଲାଣି ଜାହା ମୁଁହରେ ଶୁଣିବ ଖାଲି ତାର ପ୍ରଶଂସା!
କ୍ରମଶଃ... ବହୁତ ବର୍ଷ ହୋଇ ଗଲାଣି ସୋନାଲି ର ପାଠ ସରି ଗଲାଣି!ତନ୍ମୟ ଗୋଟେ ବଡ କମ୍ପାନୀ ରେ ଉଚ୍ଚ ପଦସ୍ଥ ଅଧିକାରୀ!ଦୁଇ ପରିବାର ମିଶି ଏବେ ଦୁହିଁ ଙ୍କର ବାହାଘର ପାଇଁ ବ୍ୟବସ୍ତା କରି ସାରିଲେଣି, ବାହାଘର ସମାପ୍ତ ହୋଇଯାଏ ।କ୍ରମଶଃ ବାହାଘର ସହ ତାଙ୍କର ଆଗାମୀ ଜୀବନ କୁସୁମିତି ହୋଇ ସାରିଛି ।