suchismita Sahu

Inspirational

3  

suchismita Sahu

Inspirational

ପରିଚୟ

ପରିଚୟ

3 mins
7



ଗୋଟେ ଝିଅ କେତେ ଗୁଡ଼ିଏ ପରିଚୟ ନେଇ ବଞ୍ଚେ! ଛୋଟ ବେଳେ ବାପଙ୍କ ପରିଚୟ, ବଡ ହେଲେ ସ୍ୱାମୀର ପରିଚୟ ଏବଂ ଜୀବନର ଶେଷ ପର୍ଯ୍ୟାୟରେ ନିଜ ଛୁଆଙ୍କ ପରିଚୟ ନେଇ ବଞ୍ଚେ!ଅନନ୍ୟା ଗୋଟେ ଖୁବ ଶାନ୍ତଶିଷ୍ଟ ଝିଅ ଟିଏ!ଅନିଦ୍ୟ ସୁନ୍ଦରୀ ନ ହେଲେ ବି ଦେଖିବାକୁ ଠିକ ଠାକ!ବାପଙ୍କର ଭାରି ଗେଲ୍ଲୀ!ପାଠ ପଢ଼ାରେ ସେମିତି ବି ଖୁବ ଭଲ ନ ହେଲେ ବି ମାଧ୍ୟମ ଧରଣର!ବାପା ଶ୍ରଦ୍ଧାରେ ଗେଲ୍ଲୀ ବୋଲି ଡାକନ୍ତି!ବାପା ଦୂର ବିଦେଶରେ ରୁହନ୍ତି, ମଝିରେ ମଝିରେ ବୁଲି ଆସନ୍ତି ଘରକୁ!ଅନନ୍ୟା ଧୀରେ ଧୀରେ ବଡ ହେବାକୁ ଲାଗିଲା!ମା ଗୃହିଣୀ ତେଣୁ ତାକୁ ସବୁ ବେଳେ କୁହନ୍ତି ଯେ ଝିଅର ବଡ ସାଥି ପାଠ!ନିଜ ଗୋଡ ରେ ଠିଆ ହେଲେ ସଂମାନ ମିଳେ ନହଲେ ନାରୀର କିଛି ପରିଚୟ ନଥାଏ!

 ଏ ସବୁ ପଶେନି ତାର ସେ ମୁଣ୍ଡରେ, କିଛି କରିବାର ଆଶା କେବେ ତା ମନରେ ଆସିନି!ତାକୁ 

ସୁ ଗୃହିଣୀ ହେବାଟା ସବୁଠାରୁ ଠିକ ଆଉ ସହଜ ବାଟ ଲାଗେ!ତଥାପି ସେ ସ୍ନାତକତ୍ତର ପରୀକ୍ଷାରେ ଉତ୍ତିନ୍ନ ହୋଇ ସାରି ଥାଏ!ଧୀରେ ଧୀରେ ପ୍ରସ୍ତାବ ଆସୁଥାଏ ତା ଉଦେଶ୍ୟରେ! ବାପା ଆସିଥାନ୍ତି ବହୁତ ଦିନ ପରେ, ମା କାନରେ ପ୍ରସ୍ତାବ କଥା ପକାଇ ଦିଅନ୍ତି ଏବଂ କୁହନ୍ତି ଝିଅକୁ କୋଡିଏ ପୁରିଲାଣି ଏବେ ବାହାଘର କଥା ଟିକେ ଭାବିବା ପାଇଁ!ବାପା ମଧ୍ୟ ହଁ ଭରନ୍ତି!ଏବେ ସୋପ୍ନ ରାଜ୍ୟ ରେ ଅନନ୍ୟା, ରାଜ କୁମାର ଆସିବ ତାର ସବୁ ଆଶା ଆକାଂକ୍ଷାକୁ ପୁରା କରିବ! ଭଲ ପ୍ରସ୍ତାବ ଭିତରୁ ବାପା ସରକାରୀ ଚାକିରିଆ ଦେଖି ବାହା କରି ଦିଅନ୍ତି!କିଛି ମାସ ତ ସୁଖରେ ବିତେ ଅନନ୍ୟାର, ଭଲ ବୋହୂ ଓ ସ୍ତ୍ରୀ ହେବାର ସମସ୍ତେ କର୍ତ୍ତବ୍ୟ ସୂଚାରୁ ରୂପେ ସେ ସମ୍ପାଦନା କରୁଥାଏ!ଯେତେ ପୁରୁଣା ହେଲା ପରିବାର ପାଇଁ ଏତେ ସବୁ କରିକି ମଧ୍ୟ ସେ ଯେମିତି ଜାଣି କି ସବୁ ଭୂଲ କରୁଛି!ସେ କିଛି ଜାଣିନି, ନା ତାର ଦୁନିଆ ବିଷୟରେ ଜ୍ଞାନ ଅଚ୍ଛି ନା ସଂସାର ବିଷୟରେ ହଠାତଃ ସେ ନିଜ ପାଖରେ ଏହାର..

ସମାଧାନ ଖୋଜି ପାଉନି! ମା ପାଖରେ ଯେତେ କହୁଛି ମାର ସେହି ଗୋଟିଏ କଥା''ତୁ ତ ପଡ଼ିଲୁ ନାହିଁ "ଏବେ ମୁଁ କଣ କରିବି!ଦୁଃଖ ସୁଖ ଜାହା ଭାଗ୍ୟ ରେ ଅଚ୍ଛି ସହିଯା ସବୁ ଠିକ ହୋଇଯିବ!କିନ୍ତୁ ସେ ଅଣନିଶ୍ୱାସୀ ହୋଇ ପଡ଼ିଲାଣି,ଏ ସବୁ ଗୋଲଖ ଧନ୍ଦା ଭିତରେ!ତା ସହ ସ୍ୱାମୀଙ୍କର କଡା କଥା ଯଦି ନିଜ ପାଇଁ କିଛି ଅର୍ଥ ଖର୍ଚ୍ଚ କରିବା ପରେ "କମେଇ ଥିଲେ ଜାଣିଥାନ୍ତ ସିନା "!ସତେ ଯେମିତି ଏତିକି କଥା ତା ବକ୍ଷ ଚିରି ପକାଏ!ସତରେ କଣ ତାର ଅସ୍ତିତ୍ବ କିଛି ନାହିଁ!ପରିଚୟ ବିହୀନ ସେ ଟଙ୍କା କଣ କାହାକୁ ପରିଚୟ ଦେଇ ପରେ!ନିଜ ପାଇଁ କେବେ ବଞ୍ଚିନି ତ ସେ ଦଶବର୍ଷ ସେ ଦେଇଛି ପରିବାରକୁ, ଛୁଆଙ୍କୁ ପାଠ ପଢେଇବା ଠାରୁ ଘର ସଫା,ରୋଷେଇ କରିବା, ସମସ୍ତଙ୍କ ହୁକୁମ ମାନିବା କୋଉଥିରେ ତ କାହାକୁ ଉଣା କରିନି କେବେ କିନ୍ତୁ ପାଇଛି କଣ? କେତେ କଥା ମନକୁ ଆତ୍ମାକୁ କ୍ଷତ ବିକ୍ଷତ କରି ଦେଉଛି!କଣ କରିବ ସେ ପରିଚୟ ଖୋଜିବ ନିଜର ନା ନିଜକୁ ଭୁଲି ହଜିଯିବ ତା ସଂସାର ଭିତରେ.....

ଯୋଉଠି ତାର କୋୖଣସି ମୂଲ୍ୟ ନାହିଁ!ସେ କଣ ବିନା ଦରମାରେ କାର୍ଯ୍ୟ କରୁଥିବା ଗୋଟେ ଭୁର୍ତ୍ତ ମାତ୍ର! ନା ସେ କାହାର କଟୁ କଥା କାହିଁକି ଶୁଣିବ ସେ ପରିଶ୍ରମ କରିବ! ନିଜକୁ ସମୟ ଦେବ ତା ସହ ନିଜର କର୍ତ୍ତବ୍ୟ ମଧ୍ୟ କରିବ!ତାକୁ କାହା ଆଗରେ ହାତ ପତେଇବାକୁ ହେବନି ନିଜର ସଂମାନ ନିଜେ ଫେରି ପାଇବ ! ସୋପ୍ନ ଦେଖିବନି ଖାଲି ସୋପ୍ନ ସତ କରିକି ଦେଖେଇବ!ଏତିକି ସବୁ ଭାବି ସ୍ଥିର କଲା କିଛି ଗୋଟେ କରିବ ସେ!ମନେ ପଡିଲା ଛୁଆ ଦିନ ବନ୍ଧୁ ସମୀର କଥା!ଫୋନ ଲଗେଇଲା ଆଉ ସବୁ କଥା କହିଲା ସମୀର ମଧ୍ୟ ତାକୁ ଉପଦେଶ ଦେଲା ଯେ ତୁ କମ୍ପୁଟର ଶିଖ ମୁଁ ତୋ ପାଇଁ କୋଉଠି ଚାକିରୀ ବୁଝି ଦେବି!ସ୍ୱାମୀଙ୍କୁ ସୁଯୋଗ ଉଣ୍ଡି ମନ କଥା କହିଲା ଦିନେ ଯେ ସେ ପଢିବାକୁ ଚାଁହୁଛି!ସ୍ୱାମୀ ବିରକ୍ତ ହେଲେ ବି ଅନୁମତି ଦେଲେ ପଢିବା ପାଇଁ ଘର ଲୋକଙ୍କୁ ମଧ୍ୟ ରାଜି କରି ପାରିଲା ବହୁତ କଷ୍ଟରେ ତା ପରେ କିଛି ମାସ ଟ୍ରେନିଂ ପରେ ସମୀର ତାକୁ ଗୋଟେ ରିସେପସନିଷ୍ଟ ଚାକିରୀ ଅଚ୍ଛି ବୋଲି କହିଲା!

ଅନନ୍ୟା ପୁଣି ସର୍ବ ଅନୁମତି କ୍ରମେ ଚାକିରୀରେ ଯୋଗ ଦେଲା!ଆଜି ସେ ରୋଜଗାରକ୍ଷମ!ସେ ତାର ନିଜର ପରିଚୟ ନିଜେ ଖୋଜି ପାଇଛି ଆଉ କେହି ତାକୁ କମାଉ ଥିଲେ ଜାଣିଥାନ୍ତୁ କହୁ ନାହାନ୍ତି ସେ ଏବେ ସୁନା ବୋହୂ.... ।


Rate this content
Log in

Similar oriya story from Inspirational