ଲକ୍ଷ୍ମୀ
ଲକ୍ଷ୍ମୀ
ଲକ୍ଷ୍ମୀ କହିଲେ ଆମେ ସମସ୍ତେ ତାଙ୍କୁ ବୁଝୁ ଯେ କି ଧନ ର ଅଧିଷ୍ଠାତ୍ରୀ ଦେବୀ!ଯିଏ ଦୟାକଲେ ରଙ୍କ ଧନୀ ହୁଏ ଏବଂ କୋପ କଲେ ଧନୀ ରଙ୍କ ହୋଇ ଯାଏ !
ଏଠି ସେ ଲକ୍ଷ୍ମୀ ଙ୍କ କଥା କୁହା ଯାଉନାହିଁ ଜଣେ ସାଧାରଣ ନାରୀ ର ଜୀବନ ଉପରେ ଗପଟି ପର୍ଯ୍ୟବେଷ୍ଠିତ!ଏମିତି ବି ସବୁ ନାରୀ ଙ୍କୁ ଘର ର ଲକ୍ଷ୍ମୀ କୁହା ଯାଏ !
ସବିତା ନିଜ ଘର ର ସର୍ବେ ସର୍ବା!ଭଲ ବ୍ୟକ୍ତିତ୍ୱ ର ଅଧି କାରିଣୀ ସେ! ପରିବାର କୁ କେମିତି ସୁରୁଖୁରୁ ରେ ଚଲାଇ ବାକୁ ହୁଏ ତାଙ୍କୁ ଭଲ ଭାବରେ ଜଣା!ଏମିତିକି ତାଙ୍କ ସ୍ୱାମୀ ମଧ୍ୟ ପୁରା ନିର୍ଭର କରନ୍ତି ତାଙ୍କ ଉପରେ!ଦୁଇଟି ଛୁଆ ତାଙ୍କର ନିଜ ସାମର୍ଥ୍ୟ ଅନୁସାରେ ଛୁଆଙ୍କୁ ଭଲ ସ୍କୁଲ ଦେଇଛନ୍ତି!ତାଙ୍କ ବାବୁ ଦରମା ତକ ଆଣି ତାଙ୍କ ହାତରେ ଧରାଇ ଦିଅନ୍ତି ନିଜ ଖର୍ଚ୍ଚ ପାଇଁ କିଛି ରଖି!ଛୁଆ ମାନଙ୍କ ଆବଶ୍ୟକତା କୁ ଆଖିରେ ରଖି ଘର ଖର୍ଚ୍ଚ ତୁଲାନ୍ତି ସବିତା!
କଷ୍ଟ ରେ ରୁହନ୍ତୁ ପଛେ ବାକି ବକର କେବେ କରନ୍ତି ନାହିଁ!ବଳକା ଟଙ୍କା ଜାହା ଘର ଖର୍ଚ୍ଚ ପରେ ବଳେ ସାଇତିକି ରଖି ଦିଅନ୍ତି!ସ୍ୱାମୀ ଙ୍କର ଶୋଳ୍ପ ଦରମା ଘର ଚଲେଇବା କାଠି କର ପାଠ କିନ୍ତୁ ସଂସାର ର ବୋଝ କୁ ବା କାହା ମୁଣ୍ଡରେ ନଦିବେ
!ସବିତାଙ୍କୁ ସିଲେଇ ପତ୍ର ମଧ୍ୟ କିଛି ମାତ୍ରା ରେ ଆସେ!ସ୍ୱାମୀ କାମକୁ ଗଲା ପରେ ଘର କାମ ସାରି ଲାଗିପଡ଼ନ୍ତି ସିଲେଇ କାମରେ!କିଛି ଟଙ୍କା ମଧ୍ୟ ରୋଜଗାର ହେଇ ଯାଏ!ସବିତା ଭଲ ଭାବରେ ଜାଣନ୍ତି ଛୁଆଙ୍କ ପାଠ ବାହାଘର କେତେ ଅର୍ଥଶ୍ରଦ୍ଧ କରିବାକୁ ହେବ!ତା ସହ ମଣିଷ ର କି ଅବା ଭରଷା ଆଜି ଅଚ୍ଛି କାଲି କୁ ନାହିଁ!
ଟଙ୍କା ରଖି କି ସବିତା ଘର ପାଇଁ ଅନେକ ଆସବାବ ପତ୍ରମଧ୍ୟ କିଣି ଦେଇଛନ୍ତି!ପୁଅ ଏବେ ବଡ ହୋଇ ଆସୁଛି, ପୁଅ ର ଦରକାର ଗୋଟେ ସାଇକେଲ, ବହୁତ କଷ୍ଟରେ ସବିତା ରାଜି ହୋଇଛନ୍ତି!ବାପା ଚିନ୍ତିତ ପୁଅ ର ଫର୍ମଇସ ପାଇଁ, ସାବିତା କିନ୍ତୁ ପ୍ରସ୍ତୁତ! ଛୋଟ ଛୋଟ ଦୁର୍ଘଟଣା ହେଲେ କି ଘର ର କିଛି ଅଭାବ ହେଲେ ସବିତା ନିଜେ ସବୁ ତୁଲାନ୍ତି! ଶଶୁର ଦିନେ ହସ୍ପିଟାଲ ରେ ପଡ଼ିଥାନ୍ତି ଆଉ ହସ୍ପିଟାଲ ର ଖର୍ଚ୍ଚ ଏତେ ଅଧିକ ଯେ ସ୍ୱାମୀ ମୁଣ୍ଡ ରେ ହାତ ଦେଇ ବସନ୍ତି!ଭାବୁଥାନ୍ତି କାହାକୁ ମାଗିବେ ଦରମା ର ସଂଚୟ ଟଙ୍କାରୁ ଯଦି ଆଣିବେ ଭବିଷ୍ୟତ କଣ ହେବ, ସେଇ ସମୟରେ ସ୍ତ୍ରୀ ଇଲାଜ ପାଇଁ ଟଙ୍କା ଆଣିକି ସ୍ୱାମୀକୁ ଦିଅନ୍ତି, ସ୍ୱାମୀ ଙ୍କ ପାଟିରୁ ବାହାରି ଆସେ ପଦେ,ତୁମେ ସତରେ ମୋ ପାଇଁ ଲକ୍ଷ୍ମୀ ।