suchismita Sahu

Inspirational

4  

suchismita Sahu

Inspirational

ମୁରବି

ମୁରବି

3 mins
315


ଇତି ନୂଆ ନୂଆ ବାହା ହୋଇ ଶାଶୁ ଘରେ ପାଦ ଦେଇଥାଏ!କେତେ ସ୍ୱପ୍ନ କେତେ ଆଶା ମନରେ ଉଙ୍କି ମରୁଥାଏ ତାର!ସ୍ୱାମୀ ପାଖରେ ରହିବ, କେତେ ବୁଲିବ, ବାହାରେ ଖାଇବ ଆଉ କେହି ନଥିବେ କେବଳ ସେ ଆଉ ତାର ଅତି ପ୍ରିୟ ମଣିଷ!ବିଶ୍ୱ କିନ୍ତୁ ପରିବାର ରେ ରହିବାକୁ ଭଲ ପାଏ!କିଏ ବା ନିଜ ପରିବାର ଠାରୁ ଦୂରରେ ରହିବାକୁ ଚାହିଁବ!ବାପା ମା ଙ୍କର ଗୋଟିଏ ମାତ୍ର ସମ୍ପତ୍ତି ସେ!ବାହାରେ ଚାକିରୀ କରିବା ସତ୍ୱେ ଯେବେ ବି ତାକୁ ଛୁଟି ମିଳେ ଦିନ ଟେ ପାଇଁ ସେ ଘରକୁ ଚାଲି ଆସେ!ମା ମଧ୍ୟ ବଡ ସରାଗରେ ନାନା ରକମର ଖାଦ୍ୟ ପ୍ରସ୍ତୁତ କରି ପରଷି ଦିଅନ୍ତି!ପେଟ ଭରି ଖାଇନିଏ ବିଶ୍ୱ ତାକୁ ଲାଗେ ମା ହାତରୁ ସତେ ଯେମିତି ଅମୃତ ଝରୁଛି ସେଥିପାଇଁ ସେ ଖାଦ୍ୟ ସବୁ ଏତେ ସ୍ୱାଦ ଲାଗୁଛି!

ବିଶ୍ୱର ବାପା ଚୁପ ଚାପ ଲୋକ ବେଶି କଥା ବାର୍ତ୍ତା କରନ୍ତିନି କିନ୍ତୁ ପୁଅ ର ଭଲ ମନ୍ଦ ଖବର ଦୂରରେ ଥିଲେ ଦୂରଭାଷ ଯୋଗେ ବୁଝି ନିଅନ୍ତି!ପାଖକୁ ଆସିଲେ ପୁଅ କୁ ଦେଖି ଆତ୍ମସନ୍ତୋଷ ଲାଭ କରନ୍ତି!ଭଉଣୀ ଗୋଟିଏ ଯିଏ କି ଦୁଇ ବର୍ଷ ହେବ କଲିକତା ରେ ବାହା ହୋଇ ସାରିଛି! ବିଶ୍ୱ ବାହାଘର ପରେ ଇତି କୁ କିଛି ଦିନ ବାପା ମା ଙ୍କ ପାଖେ ଛାଡି ସହର କାମ କୁ ଫେରି ଯାଏ ! ଇତି କୁ ଲାଗେ ସବୁ ସ୍ୱପ୍ନ ମାଟିରେ ମିଶିଗଲା ଖୁବ କାନ୍ଦେ ଏକାନ୍ତରେ, ଯେହେତୁ ନୂଆ ନୂଆ ବୋହୂ ହୋଇଥାଏ ସ୍ୱାମୀ କୁ କିଛି କହିପାରେ ନାହିଁ କି ଶାଶୁ ଶଶୁରଙ୍କୁ ମଧ୍ୟ କିଛି କହେ ନାହିଁ ।

ମନର କଥା ମନରେ ମାରି ବହୂ ର କର୍ତ୍ତବ୍ୟ କରି ଚାଲେ ସମସ୍ତେ ଭାବନ୍ତି ବହୁତ ଭଲ ବୋହୂ ପାଇଛନ୍ତି!କିଛି ଦିନ ଅନ୍ତେ ବାପା ମା ପୁଅ ର ଖାଇବ ପିଇବା ରେ ଅସୁବିଧା କଥା ଭାବି ଇତି କୁ ନେଇ ପୁଅ ପାଖରେ ଛାଡି ଆସନ୍ତି!ଆଉ ଦୁହେଁ କିଛି ଦିନ ରହି ଗାଁ କୁ ଫେରି ଆସନ୍ତି ! ସତେ ଯେମିତି ପୁଣି ସ୍ବପ୍ନ ସବୁରେ ଡେଣା ଲାଗିଯାଏ ଆଉ ଇତି ଉଡିବାକୁ ଲାଗେ!ସ୍ୱାମୀ ମଧ୍ୟ ସବୁ ସୋପ୍ନ ପୁରା କରିବାକୁ ଲାଗି ପଡନ୍ତି!ଖୁସିରେ ଦିନ ଗୁଡାକ ବିତୁ ଥାଏ ଇତିର ! ବର୍ଷେ ପରେ ହଠାତଃ ହୃଦଘାତ ହୁଏ ଶଶୁରଙ୍କର ବିଶ୍ୱ ଯାଇ ପହଞ୍ଚନ୍ତି ଘରେ ଆଉ ବାପା ମା ବାର୍ଦ୍ଧକ୍ୟ ଆଉ ଦେହ ଖରାପ ରେ ଏକା କାଇଁ ରହିବେ ଭାବି ସହର କୁ ନେଇ ଆସନ୍ତି ସେମାନଙ୍କୁ ।

ଇତି ସେବା କରେ କିନ୍ତୁ ମନେ ମନେ ଦୁଃଖି ହେଉଥାଏ !ପୁଣି ସୋପ୍ନ ସବୁ ଭାଙ୍ଗି ଗଲା ଭାବି!ଶାଶୁ ଶଶୁର ଛୋଟ ମୋଟ

କାମରେ ସାହାଯ୍ୟ କରି ଦିଅନ୍ତି କିନ୍ତୁ ମନ ମଧ୍ୟର ଦୁଃଖ  ରାଗରେ ପରିବର୍ତନ ହୁଏ ! ଖାଲି ମନେ ମନେ ଭାବୁଥାଏ କେବେ ଯିବେ ଏମାନେ ! ଇତି ଅବସରରେ ଇତି ର ପିଲା ଟିଏ ମଧ୍ୟ ହୁଏ ! ଶାଶୁ ପୁରା ଯତ୍ନ ନିଅନ୍ତି ଇତି ର ଏବଂ ଛୁଆ ର ମଧ୍ୟ ଶାଶୁ ବୁଢ଼ୀମଣିଷ ଶଶୁର ମଧ୍ୟ ବାର୍ଦ୍ଧକ୍ୟ ର ମଧ୍ୟ ପାହାଚରେ ଥାଆନ୍ତି , ଇତି ଟିକେ ପୁରୁଣା ହୋଇ ଯାଇଥାଏ ପାଟି ମଧ୍ୟ ଧୀରେ ଧୀରେ ଖୋଲିଲାଣି ତାର!ହଠାତ ପ୍ରତିଉତ୍ତର ଦେବା,ବେଶି କାମ ପଡିଲେ ଚିଡ଼ିବା, ଫୋଫା କରି କହିବା ଇତ୍ୟାଦି ! ପୁଅ ସବୁ ଶୁଣି କି ଚୁପ ରୁହେ କାହାର ହେବ ସେ ସ୍ତ୍ରୀର ନା ବାପା ମା ଙ୍କର ! ବେଶି ଦୁଲୁଭୁସୁ ହେଲେ ଶାଶୁ କେବେ କେବେ କହି ମଧ୍ୟ ଦିଅନ୍ତି ଯେ କାଇଁ ଏମିତି ହେଉଛୁ!

ବାପା ମା ସ୍ଥିର କରନ୍ତି ବୋହୂ ଅଶାନ୍ତି ହେଉଛି ତ ଗାଁ କୁ ଫେରି ଯିବାକୁ  ଇତି ସେବା କରେ କିନ୍ତୁ ମନେ ମନେ ଦୁଃଖି ହେଉଥାଏ!ପୁଣି ସ୍ୱପ୍ନ ସବୁ ଭାଙ୍ଗି ଗଲା ଭାବି!ଶାଶୁ ଶଶୁର ଛୋଟ ମୋଟ କାମରେ ସାହାଯ୍ୟ କରି ଦିଅନ୍ତି କିନ୍ତୁ ମାନ ମଧ୍ୟର ଦୁଃଖ ଇତିର ରାଗରେ ପରିବର୍ତନ ହୁଏ! ଖାଲି ମନେ ମନେ ଭାବୁଥାଏ କେବେ ଯିବେ ଏମାନେ ।

ବେଳେ ବେଳେ ଚିନ୍ତା କରନ୍ତି ଗାଁ କୁ ଫେରି ଯିବାକୁ!ସାହସ ସଂଚୟ ହୁଏନି! ବହୁତ ଅଶାନ୍ତି ପରେ ଦିନେ ଗାଁ କୁ ବୁଲି ଯାଉଛୁ କହି ଦୁହେଁ ଚାଲି ଯାଆନ୍ତି! ଇତି ଏବେ ଏକୁଟିଆ ଘର ର ସମସ୍ତ କାମ ସହ ଛୁଆର କାମ, କାମ ସରୁନି ସେ ଜାଣି ପାରୁ ନଥିଲା ଯେ ଶାଶୁ ଶଶୁର ଥିଲେ ସେ ଶାନ୍ତିରେ ଶୋଇ ଯାଉଥିଲା! ଡର ଭୟ ନଥିଲା, କୁଆଡେ ଗଲେ ଚାବି ପକେଇ ବାକୁ ହେଉ ନଥିଲା, ଦେହ ଖରାପ ହେଲେ ଆରାମ କରିବାକୁ ମିଳୁଥିଲା, ସବୁ ଭାର ବହନ କଲା ପରେ ଇତି ବୁଝି ସାରିଥିଲା ମୁରବି କେତେ ଜରୁରୀ, ଛୁଆ ର ଯତ୍ନ ପାଇଁ ହେଉ ଘର ପାଇଁ ହେଉ କି ନିଜ ଭୂଲ ଭଟକା ସଜାଡ଼ିବା ପାଇଁ ହେଉ!

ଫୋନ କରି ଭୂଲ ମାଗି ନେବା ଉଚ୍ଚିତ ମନେ କଲା ଇତି

ଏବଂ ଫେରି ଆସିବା ପାଇଁ ଗୁହାରି ମଧ୍ୟ କଲା!ବଡ ମାନ ଙ୍କର ହୃଦୟ ବହୁତ ବଡ ହୋଇ ଥାଏ ସେମାନେ ପିଲା ମାନଙ୍କ କଷ୍ଟ ଦେଖି ପାରନ୍ତିନି ସେମାନେ ପୁଣି ଫେରି ଆସିଲେ ଗାଁ ରୁ!ଇତି ମଧ୍ୟ ରେ ଇତି ର ସ୍ଵଭାବରେ ପରିବର୍ତନ ହୋଇ ସାରି ଥିଲା ଏବେ ଇତି ଖୁସିରେ ଥିଲା ଏବଂ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲା! କାହିଁକି ନା କୋଉଠି ନା କୋଉଠି ଇତି ଜାଣି ସାରିଥିଲା ମୁରବି ନଥିଲେ ଘର ଘର ପରି ଲାଗେନା ସେମାନେ ଆମର ସାହାରା ଆଉ ମାନେ ତାଙ୍କର ସାହାରା ମଧ୍ୟ ।


Rate this content
Log in

Similar oriya story from Inspirational