suchismita Sahu

Drama Tragedy

4  

suchismita Sahu

Drama Tragedy

ଝରିଆ ବୋଉ

ଝରିଆ ବୋଉ

4 mins
320




ନା ଟା ଅତି ବେଢାଙ୍ଗା ହୋଇ ଥିଲେ ବି ଗାଁ ଗହଳିରେ ବହୁଳ ପ୍ରଚଳିତ! ଛୁଆଙ୍କ ନାଁ ଅନୁଶାରେ ମା ର ନାମ ଧରି ଡକାଯାଏ!ବହୁଳ ଉଦାହରଣ ଗାଁ କୁ ଗଲେ ଦେଖିବାକୁ ମିଳେ,ଯେମିତି ପ୍ରଦୀପ୍ତର ମା ପଦିଆମା ଚାରୁ ର ମା ଚରୁମା, କାଳିଆମା ଦାସିଆମା ଏଭଳି କେତେ ନା ଗାଁ ମୁଣ୍ଡରେ ଅବସ୍ଥିତ ନଦୀକୁଳିଆ ଘର ଟେ ନଦୀରେ ଟିକେ ପାଣି ଆସିଲେ ପ୍ରଥମେ ତାଙ୍କ ଘରେ ପାଣି ପସେ!ପ୍ରାୟ ସାପ ବେଙ୍ଗଙ୍କ ଆଡାସ୍ଥଳି କୁହା ଗଲେ ଅତୁକ୍ତି ହେବନାହିଁ! କିନ୍ତୁ ଜାଗା ଆଉ କୋଉଠୁ ବା ଆସିବ!ସ୍ୱାମୀ ମୂଲ ଲାଗି ଜାହା ଆଣନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ ଙ୍କୁ ନଅଣ୍ଟ!ତା ସହ ବୁଢ଼ୀ ମା ଟିଏ ଘର କଣରେ ବସିଛି!ନା ବଳ ହାତ ପାଦ ରେ ଅଚ୍ଛି ନା ମନରେ!ଖାଲି ପାଟିଟା ଅନବରତ ଚାଲିଛି ଜାହା ସେଥିପାଇଁ ଝରିଆ ବୋଉ ବାରଦୁଆରୀ ବାସନ ମାଜି ଛୁଆଙ୍କ ପାଟିକୁ ଦାନା ଯୋଗାଉଥାଏ ସ୍ୱାମୀ ଯେବେ କାମକୁ ନ ଯାଆନ୍ତି ସେଦିନ ଟଙ୍କା ଆସିବା ବନ୍ଦ! ପିଲା ମାନଙ୍କର ନା ଅଙ୍ଗନ ବାଡ଼ି ଦିଦି ଆସିକି ଲେଖି ଦେଇ ଯାଇଛନ୍ତି ବତେଇ ଦେଇ ଯାଇଛନ୍ତି ଯଦି ଭଲ ପଢିଲେ ଆଜି କାଲି ସରକାରୀ ସ୍କୁଲ ରେ ସବୁ ମିଳୁଛି! ଖାଇବା,ବହି, ପ୍ୟାଣ୍ଟ ଶାର୍ଟ ବହି ବସ୍ତାନି ଆଉ ଲାପଟପ ମଧ୍ୟ!ଝରିଆ ବୋଉ ମନକୁ ଆସେ ଯଦି ଗୋଟେ ପିଲା ଝିଅ ପୁଅ ଭିତରୁ ବାହାରି ଯାଏ ତାହାଲେ ତା ଭାଗ୍ୟ ପରିବର୍ତନ ହେଇ ଯିବ ନିଜକୁ ଯେତେ କଷ୍ଟ ହଉ ଛୁଆଙ୍କ ଭବିଷ୍ୟତ ସେ ଗଢିବ ହରିଆ, ଝରିଆ, ଚମ୍ପି ତିନୋଟି ଛୁଆ!ହରିଆ ପାଠ ଭଲ ପଢିବା ଆରମ୍ଭ କରୁଥାଏ!ଦିନେ ଗୁରୁଜୀ ଡାକିକି କହିଲେ ଝରିଆ ବୋଉ ତୁମ ପୁଅ ବହୁତ ଉପରକୁ ଯିବ, ଭାରି ମେଧାବୀ ଏବଂ ସିଆଣିଆ ପିଲା ଟି! ମନେ ମନେ ଜାଗାକୁ ଧନ୍ୟବାଦ ଦିଏ ତା ଆଶା ନିଚୟ ପୂରଣ ହେବ ବୋଲି ହରିଆ ମଧ୍ୟ ଚଳନୀୟ, ଚମ୍ପି ବହୁତ ଛୋଟ ମା କୋଳ ଛାଡି ନଥାଏ ।

ଜାହା ଘରେ ସବୁ କାମକରେ (ଝରିଆ ମା )ସେମାନେ ବଳକା ଖାଦ୍ୟ ପୋଷକ ଦିଅନ୍ତି ପିନ୍ଧିବାକୁ ସ୍କୁଲ ରେ ମଧ୍ୟ ମଧ୍ୟାହ୍ନ ଭୋଜନ, ଅଣ୍ଡା ମିଳୁଥାଏ ପିଲାଙ୍କୁ ସ୍କୁଲ ମାଷ୍ଟ୍ରେ ଦରମା ମଧ୍ୟ ଛାଡ଼ କରି ଦେଇଥାନ୍ତି ଦୟାକରି ଦୁଇ ଭାଇଙ୍କର ଧୀରେ ଧୀରେ ତିନି ଭାଇ ଭଉଣୀ ବଡ ହେବାକୁ ଲାଗନ୍ତି ଝରିଆ କୁ ବୃତ୍ତି ମଧ୍ୟ ମିଳୁଥାଏ ହେଡମାଷ୍ଟର ଆଜ୍ଞା ବଡ ଦୟାଳୁ ପିଲା ମାନଙ୍କୁ ପାଠ ପଢା ପାଇଁ ଓ ପୁରୁଣା ବହିରେ ସାହାଯ୍ୟ କରି ଦିଅନ୍ତି ଝରିଆ ମାଟ୍ରିକ ପରୀକ୍ଷା ରେ ବହୁତ ଭଲ ଅଙ୍କ ଆଣି ପ୍ରଥମ ସ୍ଥାନ ହାସଲ କରେ ମା, ବାପା ବହୁତ ଖୁସି ହୁଅନ୍ତି ସ୍କୁଲ କଥା ସିନା ସରି ଯାଏ ଦୁଃଖେ ସୁଖେ କିନ୍ତୁ ସେ ମହାବିଦ୍ୟାଳୟ ରେ ପାଠ କେମିତି ପଢିବ ବହୁତ ଅର୍ଥ ର ଆବଶ୍ୟକତା ପଡିବ ପଢିବା ପାଇଁ!ଝରିଆ କୁ ବୁଦ୍ଧି ଟେ ଜୁଟେ ମନେ ମନେ ସ୍ଥିର କରେ ସେ ପିଲାଙ୍କୁ ପଢାଇବ ଜାହା ଦ୍ୱାରା ତା ଜ୍ଞାନ ବି ବଢିବ ଏବଂ କିଛି ଉପାର୍ଯୟ ମଧ୍ୟ ସେ କରି ପାରିବ ମା ବାପା ଦିନ ରାତି ଅବିଶ୍ରାମ ଭାବେ କାମ କରୁଥାନ୍ତି ଝରିଆ ର ଇଚ୍ଛା ଥାଏ ସେ କଲେକ୍ଟର ହେବ!ତା ତା ଇଚ୍ଛା ଶକ୍ତି ଆଗରେ ତା ଗରିବି କେବେ ପାଠରେ ବାଧକ ସାଜିବ ନାହିଁ ଦିନ ରେ ପିଲାଙ୍କୁ ଟୁଇଁସନ କରେ ଏବଂ ରାତିରେ ଅକ୍ଲାନ୍ତ ପରିଶ୍ରମ କରେ

ବେଳେ ବେଳେ ଭଗବାନ ବି ହାର ମାନନ୍ତି ମଣିଷ ର ପରିଶ୍ରମ ଆଗରେ! ଡ଼ିଗ୍ରୀ ରେ ଭଲ ଭାବରେ ଉତୀର୍ଣ୍ଣ ହୁଏ ଝରିଆ!ଏବେ ପରିବାର ଆଖିରେ ଖାଲି ସୁନେଲି ସପନ!ପୁଅ କଲେକ୍ଟର ହେବ! ଯୋଉଠୁ ବହି ପାଏ ପଢୁଥାଏ ସାଙ୍ଗସାଥି ମଧ୍ୟ ସାହାଯ୍ୟ କରନ୍ତି ।

ଅଧା ଦାମରେ ପୁରୁଣା ବହି ମିଳିଲେ ତାକୁ ମଧ୍ୟ ପଢେ

ସହର କୁ ଚାଲି ଆସେ କଲେକ୍ଟର ର ପାଠ ପଢିବା ପାଇଁ!ଧନୀ ବ୍ୟକ୍ତି ଙ୍କର ଘର ଭଡାରେ ନେଇ ପାଠ ପଢା ପଢି କରୁଥାଏ!ସେ ମଧ୍ୟ ପିଲାଟିର ଇଚ୍ଛା ଶକ୍ତି କୁ ଦେଖି ବହି ପତ୍ର ରେ ସାହାଯ୍ୟ କରନ୍ତି କିଛି ଦିନ ଗତେ ଧନଲୋକଙ୍କର ଝିଅ ଟିଏ ମଧ୍ୟ ଝରିଆ ଆଡକୁ ତା ଭଲ ଗୁଣ ଦେଖି ଆକର୍ଷିତ ହୁଏ ଝରିଆ ର ଗୋଟିଏ ଲକ୍ଷ୍ୟ ବାପା ମା ଙ୍କୁ ଖୁସିରେ ରଖିବା ଏବଂ ଉଚ୍ଚ ପଦାଧିକାରୀ ହେବା!ପ୍ରେମ ସହିତ ଲାଗି ପଡିଥାଏ ତା ଲକ୍ଷ୍ୟ ପଛରେ । ସମୟ ର କଣ୍ଟା ଅବିରତ ଘୁରୁ ଥାଏ ।ଶେଷରେ ଉପନୀତ ହୁଏ ଫଳାଫଳ ର ସେହି ଦିନ ଯାହାକୁ ସମସ୍ତେ ଅପେକ୍ଷା କରିଥିଲେ!ଝରିଆ ଖୁସି ଖବର ନେଇ ମା ପାଖକୁ ଯାଏ ଲୁହ ଭିଜା ଆଖିରେ କୁହେ ଆଉ ତତେ କାହା ଅଇଁଠା ବାସନ ମାଜିବାକୁ ହେବନି କି ବାପା ଙ୍କୁ ବାରଦୁଆରେ ଖଟିବାକୁ ହେବନି ଭାଇ ଭଉଣୀ ଙ୍କୁ ମୁଁ ପଢ଼େଇବି ମୁଁ ଭଉଣୀ ର ବାହାଘର ପାଠ ପଢ଼ାର ଦାଇତ୍ୱ ନେବି ସମସ୍ତେ କାନ୍ଦି ଉଠନ୍ତି!ଝରିଆ ଏବେ ହାକିମ!ବଡ଼ଲୋକ ର ଜୋଇଁ ସମୟ ନାହିଁ ଆଉ ଘର କଥା ବୁଝିବାକୁ! କିଛି ମାସ ଟଙ୍କା ଆସୁଥିଲା ଧୀରେ ଧୀରେ ନିଜର ସଂସାର ଦେଖି ଆଉ ଟଙ୍କା ଆସିବା ବନ୍ଦ ହୋଇ ଗଲେଣି ମା ଖୁସି ରେ ଯେମିତି କିଏ ନିଆଁ ଲଗେଇ ଦେଲା ଏତେ କଷ୍ଟ କରିଛି ସେ ଏମିତି ତା ଆଶା ଭାଙ୍ଗିବାକୁ ଦେବନି ସବୁ ପୁଅ ଆଗରେ ଗୁହାରି କରିବ ହାକିମ ହେଲେ କଣ ହେଲା ପୁଅ ଟା ତ ତାର ବାପା ମା ଚୁଡା ଚାଉଳ ଧରି ବାହାରି ପଡିଲେ ହକିମଙ୍କ ଘରକୁ ବାହାରୁ, ସାଙ୍ଗ ମାନେ ଆସିଥାନ୍ତି,ଜନ୍ମ ଦିନ ଥାଏ ହାକିମ ଙ୍କ ଗେଲ୍ହା ପୁଅର!ବଡ ଭୋଜି ର ଆୟୋଜନ ହୋଇ ଥାଏ ।

ବାପା ମା ଗେଟ ପାଖରେ ଠିଆ ହୋଇ ସୂଚନା ଦେଲେ ଦରୱାନ କୁ,କୁହ ହାକିମକୁ ତୁମର ଯେ 'ତା ମା ବାପା ଆସିଛନ୍ତି' । ଦରୱାନର ବି ବିଶ୍ୱାସ ହେଉନି ଏ ମଇଳା ପିନ୍ଧିଥିବା ଲୋକ ଦୁଇଟି ସତରେ ହାକିମଙ୍କର ମା ବାପା ବୋଲି ବହୁତ କହିଲା ପରେ ଦରୱାନ ଯାଇ ମାଡାମ ଙ୍କୁ କୁହେ କିଏ ମା ବାପା ଦୁଇଜଣ ଗେଟ ପାଖରେ ଠିଆ ହୋଇ କହୁଛନ୍ତି ମାଡାମ କବାଟ କଣରେ ଠିଆ ହୋଇ ଆଦେଶ ଦିଅନ୍ତି ସେମାନେ କେହି ନୁହେଁ । ତାଙ୍କୁ ବିଦା କର!ସାହେବ ଆସିଲେ ବିରକ୍ତ ହେବେ!ଦରୁୱାନ ଅସି ତଡି ଦିଏ ଦୁହିଁଙ୍କୁ ସ୍ୱପ୍ନ ସବୁ ପାଣି ଫୋଟକା ପରି ମିଳେଇ ଯାଏ କଣ ଯାଇ କହିବ ଗାଁ ରେ ପିଲା ମାନଙ୍କୁ କଣ ଉତ୍ତର ଦେବ ପଣତରେ ଲୁହ ପୋଚ୍ଛି ଗାଁ ଅଭିମୁଖେ ଆଗନ୍ତି ଦୁହେଁ ମନରେ ଗୋଟେ କଥା ଭୋକ ଶୋଷ ରେ ରହି ଏତେ ପରିଶ୍ରମ କରି କଣ ମିଳିଲା ତାଙ୍କୁ ତଥାପି ଛୁଆର ଭଲ ମନାଶୁ ଥାଆନ୍ତି ଘରକୁ ଅସି କୁହନ୍ତି ଯେ ଭାଇ ବାହାରକୁ ଯାଇଛି ପରେ ଆସିବ ପୁଣି ଦୁହେଁ ଲାଗିପଡ଼ନ୍ତି ତାଙ୍କ ଚିରାଚରିତ କାମରେ ନିଜ ମନକୁ ବୁଝାଇ ଦେଇଛନ୍ତି ଯେ କର୍ତ୍ତବ୍ୟ କରିବା କିନ୍ତୁ ଫଳର ଆଶା କେବେ ନ ରଖିବା କାହାଠାରୁ ।


Rate this content
Log in

Similar oriya story from Drama