STORYMIRROR

suchismita Sahu

Tragedy

4  

suchismita Sahu

Tragedy

ଅଲୋଡ଼ା ମା

ଅଲୋଡ଼ା ମା

2 mins
432


କଥାରେ କୁହାଯାଏ ''ନଈ ଶୁଖିଗଲେ କି କରେ ନାଆ ନା କ୍ଷୀର ସୁଖି ଗଲେ କି କରେ ମା '' ଏ ପ୍ରମାଦ ଟି ସଭିଙ୍କ ପାଇଁ ପ୍ରଯୁଜ୍ୟ ତା ନୁହେଁ କିନ୍ତୁ ଆଜି କାଲି ସମାଜରେ ଘଟୁଥିବା ଘଟଣା ମାନଙ୍କର ପ୍ରତିଛବି ମାତ୍ର ଯେମିତି ପକ୍ଷୀ ମାନେ ସେ ଯାଏ ତାଙ୍କ ଛୁଆଙ୍କର ଲାଳନ ପାଳନ କରିଥାଏ ଯୋଉ ଯାଏ ସେମାନେ ଉଡିବା ଶିଖି ନଥାନ୍ତି ତା ପରେ ଛୁଆ ମାନେ ନିଜର ଦୁନିଆଁ ଗଢି ଥାଆନ୍ତି ନିଜ ପାଇଁ ସାଥି ନିଜେ ଖୋଜନ୍ତି ନିଜର ପରିବାର ଗଢି ଥାଆନ୍ତି ସେ ପରି ଏବେ ମାନବ ସମାଜରେ ମଧ୍ୟ ଘଟିବାକୁ ଲାଗିଛି ଅକ୍ଲାନ୍ତ ପରିଶ୍ରମ କରି ବାପା ମା ଛୁଆଙ୍କୁ ବଡ ତ କରି ଦେଉଛନ୍ତି କିନ୍ତୁ ପରିଣତ ବୟଶରେ ତାଙ୍କ ପାଖରେ ଠିଆ ହେବା ପାଇଁ କେହି ବି ନାହିଁ ଥୁଣ୍ଟା ବରଗଛ ପରି ଆକାଶକୁ ଚାହିଁ ପଡି ରହିବା କାହା ସାହାଯ୍ୟ କୁ ଅପେକ୍ଷା କରିବା ଯେମିତି ଗୋଟେ ପ୍ରଥା ହୋଇ ଗଲାଣି ।

ଜୀବନର ଅନୁଶୀଳନ କଲା ବେଳକୁ ଶୂନ୍ୟ ହସ୍ତ ସବୁ ମାୟା ଭବିଷ୍ୟତ ଗଢି ଥିବା ଲୋକ ଟି ଏବେ ନିଜ ଭବିଷ୍ୟତ ଚିନ୍ତାରେ

ସ୍ୱାମୀ ଙ୍କର ଦେହାନ୍ତ ପରେ ଚନ୍ଦ୍ରପ୍ରଭା ଖୁବ ଏକୁଟିଆ ହୋଇ ଯାଇଥାନ୍ତି କିନ୍ତୁ ବୁଡିଯାଉଥିବା ଲୋକ ଟିର ସାହାରା କେବଳ କୁଟା କ୍ଷୀୟଟିଏ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଦୁଇଜଣ ଵିଭାହିତା ଚନ୍ଦ୍ରପ୍ରଭା ପୂର୍ବରୁ ବହୁତ ସୁଖ ସ୍ୱଚ୍ଛନ୍ଦ ରେ ବଢ଼ି ଆସିଛନ୍ତି ବାପ ଘର ବି ଥିଲା ଵାଲା ଘର!ଶାଶୁ ଘର ମଧ୍ୟ ସମ୍ଭ୍ରାନ୍ତ ଶ୍ରେଣୀରେ ଗଣା ଅସୁବିଧା ଅଭାବ କଣ କେବେ ଜାଣିବାକୁ ପାଇନାହାନ୍ତି ପେନସନ ଉପଭୋକ୍ତା ମଧ୍ୟ ସେ କାରଣ ସ୍ୱାମୀ ଜଣେ ସରକାରୀ ଚାକିରିଆ ଥିଲେ ପୁଅ ଦୁଇଜଣ ଭଲ ଚାକିରୀ ମଧ୍ୟ କରନ୍ତି ପ୍ରଥମେ ପ୍ରଥମେ ତ ମା ଙ୍କ ପାଇଁ

ବାପା ଥିଲା ବେଳେ ସମସ୍ତେ ବ୍ୟାକୁଳ!ପରେ ପରେ କିନ୍ତୁ ବୋଝ ପରି ଲାଗିଲେଣି ସେ ମା କିଏ ପାଖରେ ରଖିବ ଟଣା ଓଟରା ଚାଲିଛି ପ୍ରଥମ ପୁଅ କୁହେ ତୁ ଛ ମାସ ରଖ ଆଉ ମୁଁ ଛ ମାସ ରଖିବି ସତେ ଯେମିତି ଜମି ବାଡ଼ି ଭାଗ ଚାଲିଛି!ମହିଳା ଜଣଙ୍କ ନାତି ନାତୁଣୀ ଙ୍କ ଖୁବ ପ୍ରିୟ ସମୟ ସବୁ ଠିକ କରି ଦିଏ ପୁଣି ସମୟ ସହ ସବୁ ଓଲଟ ପାଲଟ ମଧ୍ୟ ହୁଏ ବଡ ପୁଅ ପାଖରେ ସମସ୍ତ ପେନସନ ଟଙ୍କା ଦେଇ ମଧ୍ୟ ସେମାନେ ଅସନ୍ତୁଷ୍ଟ ଏବଂ ସାନ ପୁଅ ପାଖରେ ମଧ୍ୟ ସମାନ ପରିସ୍ଥିତି!କଥା କହିବା ତ ଦୂର ନିଜର ମତାମତ ଦେବାଟା ମଧ୍ୟ ଗ୍ରହଣୀୟ ନୁହେଁ । ମା ମନ କେବେ ଛୁଆଙ୍କୁ ଅସୁବିଧା ରେ ଦେଖିଲେ ପ୍ରାଣ ବିକଳ ହୋଇ ଉଠେ ପଦେ କହିଲେ ପିଲା ମାନେ କୁହନ୍ତି କିଛି ଜାଣିନ ତୁମେ ଚୁପ ରୁହ ଅଲୋଡ଼ା ଜୀବନଟା କେତେ ଅବା ସହି ହେବ ଏ ଜୀବନ ର ଜ୍ୱାଳା ଏ ଯନ୍ତ୍ରଣା ନା କହି ହେବ ନା ସହି ହେବ ଟଙ୍କା ଥାଇ ମଧ୍ୟ ଟଙ୍କା ତାଙ୍କର ନୁହେଁ ଘର ଜଗିକି ଶ୍ଵାନ ପରି କେତେ ଗୋଟେ ଜାଗାରେ ପଡି ରହିବାଟା କଷ୍ଟ ଛୋଟ ଛୋଟ ଆଶା ବ୍ୟକ୍ତ କେଲେ ଛୁଆଙ୍କୁ ବୋଝ ପରି ଲାଗୁଛି ତେଣୁ ଏତେ କଷ୍ଟ କାହିଁକି ପାଇବେ ଗାଳି ଅପମାନ କଳି ରୁ ନିବୃତ ରହିବାକୁ ନିଜ ଘରେ ରହି ଏକାନ୍ତକୁ ବାଚ୍ଛି ନେବା କୁ ସ୍ଥିର କଲେ ଚନ୍ଦ୍ରପ୍ରଭା ସ୍ୱାମୀ ଘର ରେ ଏକା ପଛେ ପ୍ରାଣ ଚାଲି ଯାଉ ଏହା ଭାବି ଆଗେଇ ଯାଆନ୍ତି ନିଜ ଘର ଅଭିମୁଖେ ମନେ ମନେ ଭାବୁଥାନ୍ତି ବୟସ ଟା ବାଧା ସାଜିଲାଣି ଗୋଡ ହାତ ବୋଲ ମାନୁନି ତଥାପି ସ୍ୱାଧୀନତା ଟା ଖୁବ ଜରୁରୀ କିଛିଦିନ ସ୍ୱାଧୀନତା ର ସ୍ୱାଦ ଚାଖି ସରିଲା ପରେ ହୃଦଘାତ ରେ ପ୍ରାଣ ବାୟୁ ଉଡ଼ିଯାଏ ତାଙ୍କର ଦୂରରେ ଥାଇ ଭାବୁଥାନ୍ତି ଅଲୋଡ଼ା ଅପେକ୍ଷା ଏକାନ୍ତ ଭଲ ।


Rate this content
Log in

Similar oriya story from Tragedy