ଭୁତ
ଭୁତ
ବାପା ମା ଛୁଆଙ୍କୁ ଗପ ମାଧ୍ୟମରେ ଶୁଣେଇ ଥାଆନ୍ତି ଆଇ ମା କାହାଣୀ । ଜେଜେ ମା ଜେଜେ ମଧ୍ୟ ଗପର ପେଡି ମେଲାଇ ବସି ଯାଆନ୍ତି ଛୁଆ ଙ୍କ ଆଗରେ ମହାଭାରତ, ରାମାୟଣ, ବିଭିନ୍ନ ଲୋକ କଥା, ଭୁତୁଣୀ, ପିଚାଶୁଣି କଥା ସବୁ!କୁନୁ ଖୁବ ଛୋଟ ହୋଇଥାଏ, ଅନ୍ଧାରକୁ ତାର ଭରି ଡର ।
ଅନ୍ଧାର ହେଲା ମାତ୍ରେ ମା କୁ କୁଣ୍ଢାଇ ପକାଏ, ଖଡ଼ ଖଡ଼ ହେଲେ ମଧ୍ୟ ପାଖରେ ଥିବା ଲୋକକୁ ଚାପି ଧରେ । ମା' ଡରି ଗଲେ କୁହନ୍ତି 'ବାବୁରେ ଜମା ଡ଼ରିବୁନି, ଭୁତ ବୋଲି ଏ ଦୁନିଆଁ ରେ କିଛି ବି ନାହିଁ ତୁ ଜମା ଡ଼ରିବୁନି, ଧୀରେ ଧୀରେ କୁନୁ ମଧ୍ୟ କୁହି ବୁଲେ, ଯଦି କେହି କୁନୁ କୁ ଡରାନ୍ତି । ସେ କୁହେ ମୁଁ ଡ଼ରିବିନି ମା କହିଛି ଭୁତ ବୋଲି କିଛି ନାହିଁ ।
କୁନୁ ର ମା ବୃତ୍ତି ରେ ଜଣେ ଶିକ୍ଷୟତ୍ରୀ । ଖୁବ ଉଚ୍ଚ ଶିକ୍ଷିତା, ଆଦର୍ଶବାଦୀ ମଧ୍ୟ । ତାଙ୍କର ବନ୍ଧୁ ଯେ କି ପାଖଘରେ ବାସ କରନ୍ତି ତାଙ୍କ ନା ମାଳତୀ । ଦୁହେଁ ଏକ ଜାଗାରେ ଶିକ୍ଷକତା କରନ୍ତି! ପାଖା ପାଖି ରହୁଥିବା ହେତୁ ଦୁହେଁ ଭଲ ବନ୍ଧୁ ମଧ୍ୟ । କିଛି ଦିନ ଗତେ ମାଳତୀ ଦେବି ରୋଗରେ ପଡି ଈହଧାମ ତ୍ୟାଗ କରନ୍ତି । ପଛେ ଛାଡି ଯାଆନ୍ତି ତାଙ୍କର କୁନି କୁନି ଛୁଆ ଆଉ ହତଭାଗା ସ୍ୱାମୀ ଙ୍କୁ!ବହୁତ ଘନିଷ୍ଠ ବନ୍ଧୁଙ୍କୁ ହରାଇ କୁନୁର ମା ମଧ୍ୟ ଭାଙ୍ଗି ପଡନ୍ତି ।
ତାଙ୍କୁ ସାଙ୍ଗର ଅନୁପସ୍ଥିତି ବ୍ୟସ୍ତ ବିବ୍ରତ କରି ପକାଉଥିଲା । କିଛି ଦିନ ଗତେ ତାଙ୍କ ପରିବାର ଲୋକଙ୍କୁ ଲାଗେ କୁନୁ ର ମା ଉପରେ ଭୁତ ସବାର ହୋଇଛି ସେ ପୁଣି
ମାଳତୀର ଭୁତ । କୁନୁ କୁ ମନା ମା ପାଖକୁ ଯିବାକୁ! ରଙ୍ଗ ଢଙ୍ଗ ବଦଳି ଯାଇଛି ତାଙ୍କର!ରଙ୍ଗ ଢଙ୍ଗ ଏବେ ପୁରା ମାଳତୀ ର ପରିଲକ୍ଷିତ ହେଉଛି କୁନୁ ମା ଙ୍କ ଦେହରେ!ତାଛଲ୍ୟ ବୋଳା ହସ, ସେଇ ଭଳି କଥା, ସମସ୍ତେ ଆଚର୍ଯାନ୍ୟୁତ, ବହୁତ ଲୋକ ଙ୍କ ଭିଡ ଲାଗିଛି ଭୁତ ଦେଖିବାକୁ । ମାଳତୀ ଦେବୀ କୁନୁ କୁ ପାଖକୁ ଡାକନ୍ତି ଆଉ କୁହନ୍ତି, ତୋ ମା ବା କହୁଥିଲା ଭୁତ ବୋଲି କିଛି ନାହିଁ ' ଆ ପାଖକୁ ଭୁତ ଦେଖିବୁ, କୁନୁ ଡରି ଯାଇ ସିଧା ବାପା ଙ୍କ କୋଳରେ ।
ବାପା ବୁଝେଇ ଦେଇ କୁହନ୍ତି ଡରନା କିଛି ହେବନି, ସମସ୍ତେ ଘର ଯାକ ଲାଗି ପଡନ୍ତି, ଭଲ କରିବାକୁ ଗୋଧୂଳିକୁ ।
ଗୁଣିଆ ଡକା ହୁଏ । ସେ ଅସି ଯାଏ ନିଜ ସାଜ ସଜା ଧରି
ଝଡା ଫୁଙ୍କା ମନ୍ତ୍ର ଉଚ୍ଚାରଣ, ଝୁଣା ମାଡ ଏବଂ ଝାଡୁ ପ୍ରହାର ମଧ୍ୟ, ଭୁତୁଣୀ କୁ ଶେଷ ଇଚ୍ଛା ପଚରା ହୁଏ କାହିଁକି ଆସିଛି ସେ ଗୋଧୂଳି ଦେହକୁ । ପିଲା ଛୁଆଙ୍କ ଲୋଭ ତାକୁ ବାନ୍ଧି ରଖିଛି ଗୋଧୂଳି ଦେହରେ । ଛୁଆଙ୍କୁ ଡାକି ଦିଅ ମୁଁ ଦେଖିକି ଚଳିଯିବି, ଆଉ ଟିକେ ରସଗୋଲା ଖାଇବି, ଯାହାକି ମାଳତୀ ଙ୍କୁ ଖୁବ ପସନ୍ଦ ଥିଲା ।
ଛୁଆ ମାନଙ୍କୁ ଡକା ଯାଏ । ମାଳତୀ ଆଖି ପୁରେଇ ଛୁଆ ମାନଙ୍କୁ ଦେଖନ୍ତି ଆଉ ଖୁବ କାନ୍ଦନ୍ତି । ଗୁଣିଆ ର ଧମକ ଆଉ ପୂଜା ପୁଜି ପରେ ମାଳତୀ ଦେବୀ ଙ୍କ ଭୁତ ଗୋଧୂଳି ଦେହରୁ ଚାଲି ଯାଆନ୍ତି । ଏବେ ଗୋଧୂଳି ପୂର୍ବଵତ ନିଜ କାମରେ ରତ ।
କୁନୁ କିନ୍ତୁ ଭୁଲିନି ଭୁତୁଣୀ ତାକୁ କଣ କହି ଥିଲେ...।