ଭିକ୍ଷା
ଭିକ୍ଷା
ଗରିବ ହୋଇ ଜନ୍ମ ହେବା ମହାପାପ ନୁହେଁ! କିନ୍ତୁ ଚେଷ୍ଟା ନ କରି ସେହି ଅବସ୍ଥାରେ ସୁଧାର ନ ଆଣିବା ମନୁଷ୍ୟ ଜନ୍ମ ର ଲକ୍ଷ୍ୟ ବି ହୋଇ ନ ପାରେ! ମଣିଷ ସବୁ ପରିସ୍ଥିତି ରେ ନିଜକୁ ଖାପ ଖୁଆଇ ପାରେ । କଷ୍ଟ ସହିପାରେ! ଅନ୍ୟ ର ଦୁଃଖକୁ ବୁଝିପାରେ, ନିଜ ପରିସ୍ଥିତି ସହ ଲଢ଼ି ମଧ୍ୟ ପାରେ!କିଛି ଲୋକ ପରିସ୍ଥିତି ସହ ଲଢ଼ି ନପାରି ଜୀବନ ହାରି ମଧ୍ୟ ଦିଅନ୍ତି!କିଏ ପୁଣି ଭାଗ୍ୟ ସହ ଲଢ଼ି ନିଜକୁ ଲକ୍ଷ୍ୟ ସ୍ଥଳରେ ପହଂଚେଇ ପାରେ ।
ସେମିତି ଜଣେ ମଣିଷ ଜଗନ୍ନାଥ । ମା ବାପା ବଡ ସ୍ନେହରେ ଡାକୁଥିଲେ ଜାଗା । ବାସିଓଳିକି ଦାନା ନଥିଲା ଘରେ, ବାପା ମା ବି ଅନାହାରର ରୋଗରେ ପଡି ଆରପାରିକୁ ଚାଲି ଯାଇଥିଲେ । ପଛରେ ଛାଡି ଦେଇଥିଲେ ଛୋଟ ଛୋଟ ଭାଇ ଭଉଣୀ ମାନଙ୍କୁ, ସଂସାରର ଏତେ ବୋଝ ମୁଣ୍ଡେଇବ ବା କେମିତି କଣ କରିବ କାମ କଣ ତାକୁ କିଏ ଦେବ କି?, ପେଟ ର ଜ୍ୱାଳା କୁ କିଏ ବୁଝେଇ ପାରେ । ଜଗା ସ୍ଥିର କଲା ଯେ ସେ ପାଖ ମନ୍ଦିର ଦେଖି କରି,ଭିକ ମାଗିବ ଆଉ ସେ ଟଙ୍କାରେ ଭାଇ ଭଉଣୀ ଙ୍କୁ ଖାଦ୍ୟ ଯୋଗାଇବ!ସେହି ଦିନ ଯାଇ ଛିଣ୍ଡା ବ୍ୟାଗ ଧରି ବସି ପଡିଲା ମନ୍ଦିର ପାଖରେ!ତା ଦୟନୀୟ ରୂପ ଭେକ ଦେଖି ଲୋକ ମଧ୍ୟ ସହାୟତା କଲେ!କିଛି ଟଙ୍କା ପାଖରେ ହୋଇ ଗଲା!ସେ ତୁରନ୍ତ ଯାଇ ନିଜ ଭାଇ ଭଉଣୀଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା କରି ଦେଲା ନିଜେ କିଛି ଖାଇ ଶୋଇ ପଡିଲା ଧରଣୀ ମା ର କୋଳରେ । କିନ୍ତୁ ଭିକ୍ଷା ବୃତ୍ତି ତାକୁ କୋଉଠିନା କୋଉଠି ଅପମାନ ଜନକ ବୋଧ ହେଉଥାଏ! କିନ୍ତୁ ସମୟ ଏବଂ ସ୍ଥିତି ତାକୁ ବାଧ୍ୟ୍ୟ କରୁଥାଏ ଭିକ୍ଷା ମାଗିବାକୁ!ଜାହା ମାଗି ଆଣେ ଭାଇ ଭଉଣୀ ଆଉ ନିଜେ ଖାଇ ଅଳ୍ପ ମାତ୍ର ବଳି ପଡେ । ସ
େ ସେହି ଟଙ୍କା କୁ ସଂଚୟ କରିବାକୁ ଲାଗିଲା । ଲୋକ କେତେ କଥା କହୁଥାନ୍ତି ଏତେ ବଡ ଭେଣ୍ଡା ଟୋକା ଟେ ହାତ ଗୋଡ ତ ଭଲ ଅଚ୍ଛି କାହିଁକି ମାଗୁଛ କାମ କର । ମନର କଷ୍ଟ ବା ସେ କାହାକୁ କହିବ!ଇତି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି ଭାଇ ଭଉଣୀମାନେ ମଧ୍ୟ ଟିକେ ବଡ ହୋଇ ଗଲେଣି!ଭିକ୍ଷା ବୃତ୍ତି ରେ ପେଟ ଅଧା ପୋଷା ନା ଏଥିରେ ସମ୍ମାନ ଅଛି ନା ପୁରା ପେଟପୁରୁଛି । ଦିନେ ଘଡି ଭାଙ୍ଗି ଦେଖେତ ପ୍ରାୟ ପାଞ୍ଚ ହାଜର ଟଙ୍କା ହେଲାଣି ମନେ ମନେ ଚିନ୍ତା କରୁଛି ଏତିକି ରେ ଭିକ ନ ମାଗି କଣ କରି ହେବ! ସବୁ ଦିନ ମନ୍ଦିର ରେ ଦେଖେ ପୂଜା ପାର୍ବଣ ରେ ବହୁତ ଭିଡ ଜମେ ଲୋକ ମନ ଇଚ୍ଛା ଦାମକଲେ ବି ଜିନିଷ କିଣି ନିୟନ୍ତି!ଏହା ଚିନ୍ତା କରି ସେ ନଡ଼ିଆ, କଦଳୀ, ଧୂପ, ଦୀପ ଧୂପ ଧରି ମନ୍ଦିର ପ୍ରାଙ୍ଗଣରେ ବସି ବିକି ବାକୁ ଲାଗିଲା ସେଦିନ ଶିବ ରାତ୍ରୀ ଥାଏ!କିଛି କମ ଟଙ୍କା ସେ ଅନ୍ୟ ଙ୍କ ତୁଳନାରେ ମଧ୍ୟ ନେଉଥାଏ!ଦେଖୁ ଦେଖୁ ତାର ସମସ୍ତ ଜିନିଷ ବିକ୍ରି ହୋଇ ଗଲା! ଦୁଇ ତିନି ହାଜର ଟଙ୍କା ତାକୁ ଅଧିକ ମିଳିଲା!ପୂର୍ବରୁ ସଂଚିତ ଧନ ସେ ଭାଇ ଭଉଣୀ ଙ୍କୁ ସରକାରୀ ସ୍କୁଲ ରେ ଭର୍ତ୍ତି କଲା ଏବଂ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିଲା! ସବୁ ଦିନ ଯାଇ ଶିବ ମନ୍ଦିରରେ ଭିକ୍ଷା ବୃତ୍ତି ଅପେକ୍ଷା ତା ପରିଶ୍ରମ ବଳରେ ତାର ଉର୍ନ୍ନତି ଏବଂ ଅପମାନ ଜୀବନ ରୁ...ମୁକ୍ତି ତାକୁ ମିଳି ପାରିଲା ଏବେ ଆଉ ସେ ଭିକ ମାଗୁନି, କାହା ସମୁଖରେ ତାକୁ ହାତ ପତେଇବାକୁ ପଡୁନି!ପଛକଥା ଆଉ ନ ମନେ ପକାଇ ସେ ତାର କର୍ମ କରି ଚାଲିଛି । ତା କର୍ମ ତାକୁ ଭଲ ଜାଗାରେ ମଧ୍ୟ ପହଞ୍ଚାଇ ପାରିଛି!ପଚାରିଲେ କେବେ ସେ କୁହେ ପରିଶ୍ରମ କଲେ ଆଉ ଦୃଢ ମନ ବଳ ଦ୍ଵାରା ସବୁ ସମ୍ଭବ ।