STORYMIRROR

suchismita Sahu

Drama

4  

suchismita Sahu

Drama

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

3 mins
25


ସମୀର ଏବଂ ପ୍ରିୟାର ବନ୍ଧନ ପ୍ରାୟ ଦଶ ବର୍ଷ ର!ସମୀର ବହୁତ ସରଳ ମଣିଷ କିନ୍ତୁ ଖୁବ ବଦରାଗୀ !ରାଗି କହିବାଟା କେତେ ଦୂର ଠିକ ଭୂଲ ଜାଣିବା ବି ମୁସ୍କିଲ ଛୁଆ ଙ୍କ ପରି ସ୍ଵଭାଵ କୋଉ କଥାରେ ରାଗିବେ ତାର ଠିକ ଠିକଣା ନ ଥାଏ!ପ୍ରିୟା ଖୁବ ଶାନ୍ତ ଶିଷ୍ଠ, ସାଧାରଣ ଘରଣୀ ଟିଏ!ଯେମିତି ସୁନ୍ଦର ସେମିତି ଗୁଣର!ଛୁଆ ଦୁଇଟି ତାଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ!ଶାଶୁ,ଶଶୁର, ଦିଅର, ଯା ଙ୍କୁ ନେଇ ସଂସାର ତାର!

କାମ କରିବା ଅନ୍ୟ ମାନଙ୍କର ଧ୍ୟାନ ରଖିବା ସ୍ୱାମୀର ସମସ୍ତ କଥା ମାନିବା ଯେମିତି ତାର ଅଭ୍ୟାସ ରେ ପରିଣତ ହୋଇ ଗଲାଣି!ନିଜ ପାଇଁ ସମୟ ତ ଛାଡ,ଖାଇବା ପାଇଁ ମଧ୍ୟ ସମୟ ଗଡି ଯାଏ କେତେବେଳେ ତାକୁ ଜଣା ପଡ଼େନି!

ତଥାପି ଗୋଟେ ସନ୍ତୁଷ୍ଟି ଥାଏ ମନରେ ନିଜକୁ ନ ହେଲେ ନାହିଁ,ସେ ପରିବାର କୁ ଖୁସିରେ ରଖି ପାରୁଛି!

କିନ୍ତୁ ବେଳେ ବେଳେ ଭାବେ କଣ ସତରେ ଏଥିରେ ତାର ଖୁସି ଅଚ୍ଛି!ଦିନେ ମାର୍କେଟ ଯାଇଥାଏ ସୁନିତା ସହ ତାର ଦେଖା ହେଲା! ସୁନିତା ପ୍ରିୟା,ର ପିଲାବେଳ ସାଙ୍ଗ ଏମିତି କେତେ ଦିନରେ ଥରେ ଦେଖା ସାକ୍ଷାତ ହୁଏ ସେମାନଙ୍କର!ପରସ୍ପର ର ଭଲ ମନ୍ଦ ଦୁଃଖ ସୁଖ ବଣ୍ଟନ୍ତି ଦୁହେଁ!ସାଙ୍ଗର ଜଣେ ଦିଅର ଅସି ସାଙ୍ଗ ପାଖରେ ରହୁଥାନ୍ତି!ତାଙ୍କ ନା ମନୋଜ!ମନୋଜ ଜଣେ ଉଚ୍ଚ ଶିକ୍ଷିତ ତା ସହ ଭଲ ହୃଦୟ ର ମଣିଷ!ବିଭାଘରେ ବୟସ ଉପନୀତ ହୋଇ ସାରିଥାଏ ତାଙ୍କର ପ୍ରାୟ ତିରିଶ ବର୍ଷ ହେବ! ସେ ସୁନିତା ସହ ମାର୍କେଟ ଆସିଥାନ୍ତି!ପ୍ରିୟା କୁ ଦେଖି ତାଙ୍କ ଆଖି ଲେଖିଯାଏ ଚାହିଁକି ବି ନଜର ହଟେଇ ପାରନ୍ତିନି!ପ୍ରିୟା ର ବୟସ ପ୍ରାୟ ସେତିକି ହେବ କାରଣ ବାପା ସେ ପଢ଼ୁଥିବା ସମୟରେ ତାକୁ ବାହା ଦେଇ ଦେଇଥିଲେ!ତା ପରେ ମଧ୍ୟ ପ୍ରିୟା ନିଜକୁ ଉଚ୍ଚ ଶିକ୍ଷିତା କରି ପାରିଛି ନିଜ ପରିଶ୍ରମ ବଳରେ!

ଯେବେ ଯେବେ ସୁନିତା ପ୍ରିୟା ପାଖକୁ ଆସନ୍ତି ସେବେ ସେବେ ମନୋଜ ମଧ୍ୟ କିଛିନା କିଛି ବାହାନାରେ ଅସି ଯାଆନ୍ତି!ଏମିତି ପ୍ରଶଂସା କରନ୍ତି ଯେ ପ୍ରିୟା ଲାଜେଇ ଯାଏ!ଧୀରେ ଧୀରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇ ପଡନ୍ତି!ତା ପରେ ଆରମ୍ଭ ହୁଏ ଘଣ୍ଟା ଘଣ୍ଟା କଥା!କାମରୁ ଫୁରସତ ମିଳୁନଥିବା ପ୍ରିୟା ସମୟ ବାହାର କରେ କଥା ହେବାକୁ!ସତେ ଯେମିତି କୌଣସି ମିଠାର ଭଣ୍ଡାର ମିଳି ଯାଇଛି ତାକୁ!ବଂଚିବାର ରାହା ମିଳି ଯାଇଛି ତାକୁ!ସୋପ୍ନ ପୁଣି ଥରେ ଦେଖିବା ଆରମ୍ଭ କରିଛି!କିନ୍ତୁ ଯେବେ ସ୍ୱାମୀ ଙ୍କର କି ଛୁଆ ଙ୍କର ମିଠା କଥା ପଦେ ଶୁଣୁ

ଛି ତାକୁ ଲାଗୁଛି ସେ ଭୂଲ କରି ଦେଇଛି ବୋଧେ!ଦୁଇ ନାରେ ଗୋଡ ଦେବା ସହଜ ନୁହେଁ!ପୁଣି ଯୌଥ ପରିବାର ରେ ଯୋଉଠି ସମସ୍ତେ ଥିବେ ପାଖରେ!କିନ୍ତୁ କାହାକୁ ବା ଭଲ ଲାଗେନି ସୁନେଲି ସୋପ୍ନ ଦେଖିବାକୁ!ଯେବେ ଯେବେ ମନୋଜ ଅନ୍ତରଙ୍ଗ ମୁହୂର୍ତ କଥା କୁହେ ସେ କାମ ଅଚ୍ଛି ବୋଲି କହି ଫୋନ ରଖି ଦିଏ!ମନୋଜ କିନ୍ତୁ ସ୍ଥିର କରନ୍ତି ଜାହା ପଛେ ହେଉ ସେ ପ୍ରିୟା କୁ ସାଥି କରିବେ!ପ୍ରିୟା କେବେ ମନୋଜ କୁ ଠକିବାକୁ ଚାହେଁନି କାରଣ ପ୍ରେମ ଅଚାନକ ହୋଇ ଯାଏ! ସେପଟେ ସେ ହୃଦୟ ପାଖରେ ହରୁଛି ଅନ୍ୟ ପଟେ ତାର ସଂସାର ଆଉ ତା ଛୁଆ!

ଏମିତି ଏମିତି ଏକ ବର୍ଷ କଟି ଯାଏ କିନ୍ତୁ ଦୁହେଁ କିଛି ଭାବି ପାରନ୍ତିନି!ମନୋଜ କାନ୍ଦେ ମନ ଦୁଃଖ କରେ ଆସିବା ପାଇଁ ପ୍ରାର୍ଥନା ମଧ୍ୟ କରେ କିନ୍ତୁ ପ୍ରିୟା ଏଡେଇ ଯାଏ ତାକୁ!ଦିନେ କିନ୍ତୁ ଖୁବ ଜିଦ୍ଦି କରେ ମନୋଜ ଆଜି ଯେମିତି ହେଲେ ସେ ପ୍ରିୟା କୁ ନିଜର କରିବ କିନ୍ତୁ ପ୍ରିୟା ବହୁତ ବୁଝାଏ ମନୋଜ କୁ ଛୁଆଙ୍କ କଥା କହି ତାର ମନେ ପଡେ ସ୍ୱାମୀ ରାଗି ହୋଇ ପାରନ୍ତି କିନ୍ତୁ ସେ ଜଣେ ଯତ୍ନବାନ ମଣିଷ!ଯେବେ ଯେବେ ପ୍ରିୟା ର ଦେହ କିଛି ହୁଏ ସେ ବହୁତ ସେବା କରନ୍ତି ପ୍ରିୟା ର !ତାର ଛୋଟ ଛୋଟ କଥାର ଧ୍ୟାନ ଦିଅନ୍ତି ତେଣୁ କୋଉଠି ନା କୋଉଠି ତାଙ୍କ ପ୍ରତି ପ୍ରିୟା ର ସ୍ନେହ ଏବଂ ସଂମାନ ଥାଏ!ସେ ହାତ ଯୋଡି ମନା କରେ କିନ୍ତୁ ମନୋଜର ଏକା ଜିଦ୍ଦି ଯେ ଆଜି ସେ ହଁ କହିବ ନହଲେ ସବୁ ଦିନ ପାଇଁ ତାର ଏବଂ ମନୋଜ ର ସମ୍ପର୍କ ଆଉ ରହିବ ନାହିଁ!ବହୁତ ଝଗଡା ପରେ ମନୋଜ କୋଉଠି ନା କୋଉଠି ବୁଝି ପାରେ ପ୍ରିୟା ତା ପରିବାର କୁ ଛାଡି ପାରିବ ନାହିଁ ତେଣୁ ମନୋଜ ଦୁରେଇ ଯାଏ ପ୍ରିୟା ଠୁ!ପ୍ରିୟା ର ହାବ ଭାବ କିଛି ଦିନ ହେବ ସ୍ୱାମୀ ଲକ୍ଷ୍ୟ କରୁଥିଲେ, ସେ ଦୁଃଖୀ ଦେଖା ଯାଉଥିଲା କିଛି ଦିନ ହେବ!ତାକୁ ଲାଗୁଥିଲା ସେ ଯେମିତି ତା ପରିବାର କୁ ହରାଇ ବସିବ ସେ ଡର ତାକୁ ଭିତରେ ଖାଇ ଯାଉଥିଲା ପ୍ରିୟା କୁ!

ପଚାରିବାରୁ ସ୍ନେହରେ ସ୍ୱାମୀ ଆଗରେ ସବୁ କହିଗଲା ପ୍ରିୟା!ସ୍ୱାମୀ ନ ରାଗି ବୁଝାଇଲେ ଭୂଲ ମଣିଷ ମାତ୍ରେ ହୁଏ କିନ୍ତୁ ମୁଁ ତୁମକୁ ପୁଣି ଫେରି ପାଇଲି ସେଇଟା ମୋର ସୌଭାଗ୍ୟ ମୁଁ ତୁମ ଉପରେ ସିନା ରାଗେ ତୁମକୁ ଖୁବ ଭଲ ପାଏ!

ପ୍ରିୟା ମଧ୍ୟ ତାର ଭୂଲ ବୁଝି ସାରିଥିଲା ଧୀରେ ସ୍ନେହରେ ଆଉଜି ପଡିଲା ସ୍ୱାମୀ ଙ୍କ ଛାତିରେ!ଦୁଇଜଣ ଙ୍କ ମନରୁ କୋହ ଭରା ଅଶ୍ରୁ ଅସି ଭିଜେଇ ଦେଉଥିଲା ଦୁହିଁଙ୍କ ଗଣ୍ଡଦେଶ ।



Rate this content
Log in

Similar oriya story from Drama