Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Debadatta Jena

Romance Tragedy Thriller


4.1  

Debadatta Jena

Romance Tragedy Thriller


ବିତର୍କିତ ପାର୍ବଣ...

ବିତର୍କିତ ପାର୍ବଣ...

5 mins 411 5 mins 411

 -ପାରୋ...!


ଆଳତୀ ବେଳ ହେଲାଣି ପରା, ସମସ୍ତେ ପୂଜା ମଣ୍ଡପକୁ ଆସି ଗଲେଣି | ଟିକେ ଜଲଦି ବାହାରି ପଡ଼, ଆଉ କେତେ ବିଳମ୍ବ କରିବୁ ଯେ -ମାଆଙ୍କ ଡାକରାରେ ପାରୋ ମନର ଗଭୀର ଭାବାବେଗ ସବୁ ଭାଙ୍ଗି ରୁଜି ଖଣ୍ଡ ଖଣ୍ଡ ହୋଇ ଇତସ୍ତତଃ ବିଛାଡ଼ି ହୋଇ ପଡିଲା | ସେ କଣ କରିବ, କି ଉତ୍ତର ଦେବ ମନକୁ ବୁଝେଇ ପାରୁ ନଥାଏ | କେମିତି ଏଇ ଭଙ୍ଗା ମନ ନେଇ ସେ ମଂଡପକୁ ଯିବ, କଣ କହି ମାଆଙ୍କ ଆଗରେ ତାର ମନର ବେଦନା ବଖାଣିବ | କେଉଁ କାୟ ମନୋବାକ୍ୟରେ ହୃଦୟର ନିଭୃତ କୋଣରେ ଛପି ରହିଥବା ଅକୁହା ବେଦନାକୁ ସେ ପ୍ରଶମିତ କରିବ |ସେ କେଉଁ ପବିତ୍ର ମନ ନେଇ ତାର ମନର ନିଭୃତ କୋଣରେ ଥିବା ମାନସିକ ପୂରଣ ପାଇଁ ସେ ପ୍ରସ୍ତାବ ରଖିବ, ଜଗଜ୍ଜନନୀଙ୍କ ସମ୍ମୁଖରେ, ଖୋଜି ଚାଲିଛି ଅତି ସନ୍ତର୍ପଣରେ, ନୀରବ ନିରଳସ ଭାବନାରେ | ଅସୁମାରୀ ଭାବନାର ପାହାଡ଼ ଉପରେ ଠିଆ ହୋଇ ନିଜକୁ ନିଜେ ପ୍ରଶ୍ନ କରୁଛି ଗୋଟେ ସରଳ ନିଷ୍କପଟ ମନ ନେଇ, ସ୍ୱାଭିମାନୀର ଆତ୍ମାଟିଏ ହୋଇ | ନିଜେ ନିଜର ବିଚାରକ ସାଜି ନିଜ ହୃଦୟର ନ୍ୟାୟାଳୟ କାଠ ଗଡାରେ ଛିଡା ହୋଇ ନ୍ୟାୟର ରାସ୍ତା ଖୋଜୁଚି ତାର ନୟାଵନ୍ତ ଅନ୍ତରାତ୍ମାଠୁଁ | ସତରେ କଣ ତାର ପ୍ରିୟ ପୁରୁଷ,ମନର ମଣିଷ ଆଜି ଆସିବେ, ଏଇ ବିତର୍କିତ ମଧୁ ବସନ୍ତରେ, ତାଙ୍କ ବିଳପିତ ବିସ୍ମୃତ ବାସନ୍ତୀର ଆହ୍ୱାନରେ | ସେ କରିଥିବା ଅନୁରୋଧ ସେ ନିଶ୍ଚୟ ପୂରଣ କରିବେ, ଏଇ ପାର୍ବଣର ପ୍ରଲମ୍ବିତ ପ୍ରହରରେ..? 


   ପାରୋ.. | ଦେବ ଦାସ ଆସିଛି... | ଜଲଦି ଆସ.. |


- କେଉଁ ଏକ ଅଜଣା ସମ୍ମୋହନରେ,ପାରୋ ହୃଦୟର ଦଗ୍ଧୀଭୂତ ଅନ୍ତରାତ୍ମା ଯେମିତି ନିଥରରୁ ସ୍ରୋତସ୍ୱିନୀ ପାଲଟି ଯାଇଛି, ଏଇ ପଦିଏ ସୁଖ ଶ୍ରବଣରେ, ଆଉ ପ୍ରବାହିତ ହେବାକୁ ଲାଗିଛି, କଳ କଳ ନିନାଦିତ ହୋଇ ମଧୁ ମନ୍ଦ ଝରଣାଟିଏ ହୋଇ,ଅଫୁରନ୍ତ ଉନ୍ମାଦନାରେ | 


   ତା'ର ମନ ତଳେ କୁହୁଳୁ ଥିବା ନିଆଁ ସତେ ଯେମିତି ନିର୍ବାପିତ ହେଇ ଯାଇଛି ତା'ର ଗଭୀର ଆଲୋଡନରେ | ଆଉ ହୃଦୟରୁ ଆସ୍ତେ କରି ଓଲ୍ହେଇ ଆସେ ଦୀର୍ଘଶ୍ୱାସଟିଏ ଅବିଳମ୍ବେ |


   କେଉଁ ଏକ ନୂତନ ସ୍ଫୁର୍ତ୍ତିର ସ୍ପନ୍ଦିତ ଆନଂଦ ସତେ ଯେମିତି ଖେଳୁଛି, ଅନିର୍ବଚନୀୟ, ଆନନ୍ଦ ଉଲ୍ଲାସରେ | ଆଜି ଦେବୀଙ୍କ ଅଗମାନୀ ସମସ୍ତଙ୍କ ମନ ପ୍ରାଣରେ ଭରି ଦେଇଚି, ନୂତନ ଆବେଗ ଓ ଉଲ୍ଲାସର ଫଲ୍ଗୁ | ସଭିଙ୍କ ମୁହଁରେ ନୂଆ ଆନନ୍ଦ, ନୂଆ ଉଦ୍ଦୀପନା | ନୂଆ ମନ, ନୂଆ ପ୍ରାଣର ଅଫୁରନ୍ତ ଫୁଆରା ନେଇ ଆଜି ସମସ୍ତେ ଚଳ ଚଞ୍ଚଳ | ମହା ଆନନ୍ଦରେ ଏ ଉତ୍ସବ ହେବ ଶାରଦୀୟ, ଏଇ ପାର୍ବଣ ତିଥିରେ |


   କିଂତୁ କାହିଁକି..? ପାରୋ ମନର ସେ ନୂତନ ଆନନ୍ଦ, ନୂତନ ଉଦ୍ଦୀପନା ଉଦ୍ବେଳିତ କରି ପାରୁନି ତ ତା'ର ହଜି ଯାଇ ଥିବା ସେ କୁଣ୍ଠିତ ଅନ୍ତଃ ଆତ୍ମା ଚେତନାରେ | ତା ରୂପରେ, ତାର ଉତ୍ସହରେ ନାହିଁ ସେ ସରସତା, ଆବେଗତା,ମନରେ ନାହିଁ କିଛି ନୂତନତା, ହୃଦୟରେ ନାହିଁ ଗଭୀରତା ସେ ଆସ୍ତରଣ | କେଉଁ ଭଙ୍ଗା ମନ ଓ ହୃଦୟ ନେଇ ସେ ଆରାଧନା କରିବ, କାନି ପାତି ମାଗି ନେବ ତାର ଚିର ଇପ୍ସିତ ମନୋ ବାଞ୍ଛାକୁ ଅଯାଚିତ ମନ ନେଇ | ସେ ପରା ମହିୟସୀ, ମନ କଥା ଜାଣି ପାରୁଥିବା ମଙ୍ଗଳ କାରଣୀ, ସେ କଣ ଜାଣି ପାରିବେନି, ତାର ଏଇ ବିତର୍କିତ ମନ ଓ ଅନ୍ତରାତ୍ମାର ସୁକ୍ଷ୍ମ ନିର୍ଯାସକୁ | ଯେତେ ଚେଷ୍ଟା କଲେ ବି ସେ ବାରମ୍ବାର ବିଫଳ ହେଉଛି ଆଜି ତା ମନରେ ସାଇତା ସେ ଗଭୀର ଉଦ୍ବେଳନକୁ, ତାର ଅବୁଝା ମନର ଖିଆଲି ପଣକୁ |


   ପାରୋ, ଆଜି ଯେମିତି ହେଲେ ଯିବ ତାର ଚିର ଅଭିଳଷିତ ପ୍ରିୟଙ୍କ ପାଖକୁ | ତା ମନ ପ୍ରାଣରେ କୁହୁଳୁ ଥିବା ନିର୍ଯାସକୁ ସେ ହିସାବ କରିବ ତାର ପ୍ରିୟର ସାନ୍ନିଧ୍ୟରେ | ମାଗି ନେବ ଯେତେ ସବୁ ଆନନ୍ଦ ନିରାନନ୍ଦ ସମ୍ମିଳିତ ହୃଦୟ କନ୍ଦରରେ ସବୁଦିନ ପାଇଁ ପୂଜା ପାଇ ଆସୁଥିବା ସେଇ ଇପ୍ସିତ ଈଶ୍ୱରଙ୍କୁ, ଅଯାଚିତ ଭାବରେ, ଅତି ନିଜର ପଣରେ | ତାର ହୃଦୟ ତଳେ ସାଇତି ରଖିଥିବା ଯେତେ, ଝଡ଼, ଯେତେ ଝଞ୍ଜା, ମନ ବସନ୍ତରେ ନିଭେଇ ଥିବା, କେତେ ଜହ୍ନ, କେତେ ରାତି, କେତେ ଶ୍ରାବଣ, ପୁଣି କେତେ ଶୀତ କେତେ ବର୍ଷା ଓ ଶରତ କାକରକୁ, ଅବିଳମ୍ବେ, ନିଜ ହୃଦୟ କନ୍ଦରରେ ସାଉଁଟି ନେବ ଗୋଟାପଣେ ସେ ପ୍ରିୟ ପୁରୁଷଙ୍କୁ ନିଜ ସଂଗୋପନରେ | ଆଉ ଅଜାଡି ଦେବ ତାର ମନ ତଳ ନିର୍ଯାସରେ ଅଂକିତ ଯେତେ ପ୍ରେମ, ଯେତେ ପ୍ରୀତି, ରାଗ ଅନୁରାଗର ମଧୁର ସମ୍ମୋହନକୁ ଚିର ଦିନ ପାଇଁ | ତାଙ୍କ ପାଦ ତଳେ ଅଜାଡି ଦେବ ଅନ୍ତରର ସବୁ ଲୋଭ ମୋହ ଓ ନିଜର ସମସ୍ତ ଅସ୍ତିତ୍ୱକୁ ନିର୍ବିକାର ଚିତ୍ତରେ | ବର୍ଷ ବର୍ଷର ପୁଞ୍ଜିଭୂତ ଆଶା ଅଭିପ୍ସାର ହକ ସେ ନିଶ୍ଚୟ ଆଦାୟ କରିବ ତାର ସେଇ ପ୍ରିୟତମଙ୍କ ପାଖରୁ, କିଛି ମୁହୂତ୍ତରେ | ସେଥିପାଇଁ ପାଇଁ ଏଇ ଦର୍ପିତ ସମାଜ ପ୍ରତି ତିଳେ ହେଲେ ଆଜି ଭୟ ନାହିଁ ତାର | ମନରେ ତାର ବିଦ୍ରୋହର ଶତ ହିଂସାର ବହ୍ନି | କାହିଁକି କରିବନି, ଯିଏ ଡରିଯାଏ, ସେ ମରିଯାଏ, ସେ ଯଦି ଏ ସମାଜ, ନୀତି ନିୟମ ଶୃଙ୍ଖଳାର ଅନ୍ଧଗଳି ଭିତରେ ବନ୍ଦୀ ହୋଇ ଯାଏ, ତେବେ ସେ ଅନ୍ଧାରି ମୁଲକ କେବେ ହେଲେ ତାକୁ କ୍ଷମା କରିବ ନାହିଁ | ସେ ଆଜି ଏକଜୁଟ କରିବ ସେ ହସତ ସାହସ ଓ ମାଗି ନେବ ତା ଅନ୍ତିମ ଆକାଂକ୍ଷାର ସମସ୍ତ ଅଧିକାର ସବୁଦିନ ପାଇଁ |


        X         X      X       X


  - ଏତେ ରାତିରେ ତୁମେ କେମିତି ଆସିଲ ପାରୋ..? 


ମୋ ପାଖକୁ ଏମିତି, ଏତେ ରାତିରେ ଆସି ପାରିଲ...? 


- ଅସ୍ତ ବ୍ୟସ୍ତ ହୋଇ ପଡିଲେ ଦେବଦାସ |


-ମୋର କୌଣସି ଭୂତ ପ୍ରେତକୁ ଭୟ ନାହିଁ ଦେବ ବାବୁ -ଡରିବି କାହିଁକି..? ତୁମେ ତ ଅଛ ମୋ ପାଖରେ..!


- ପାରୋଙ୍କ ଏ ଉତ୍ତରରେ ଟିକେ ଭୀତତ୍ରସ୍ତ ହୋଇ ଦୀର୍ଘଶ୍ୱାସ ଟିଏ ନେଲେ ଦେବଦାସ |


-ଭୁତକୁ ନୁହେଁ, ମଣିଷକୁ ତ ଭୟ ଅଛି ପାରୋ.. ! ତୁମେ ଆସିଛ ଜାଣି ଏ ସମାଜ ତୁମକୁ କଳଙ୍କିତ ବୋଲି ଆଖ୍ୟା ଦେବ | ତାକୁ ସହ୍ୟ କରି ପାରିବ ତ..? 


   ତୁମ ପାଇଁ ସେ କଳଙ୍କକୁ ମୁଁ ହସି ହସି ଗ୍ରହଣ କରି ନେବି ପ୍ରିୟତମ..!ସେ ମୋ ପାଇଁ କଳଙ୍କ ନୁହେଁ ଦେବ ବାବୁ, ସେ ମୋ ପାଇଁ ମଥାର ସିନ୍ଦୂର..? ତୁମେ ଚାହିଁଲେ ସେ କଳଙ୍କର ଦାଗକୁ ସିନ୍ଦୁର ବିନ୍ଦୁ ରୂପେ ପିନ୍ଧେଇ ଦେଇ ପାର |


- ପାରୋ.. !


 ସେ ସିନ୍ଦୁରର ମହତ୍ୱ ତୁମେ କଣ ବୁଝିବ ଦେବ ବାବୁ.. | 


ତୁମର ମନେ ଅଛି, ସେଇ ଦିନ କଥା..? ତୁମ ଲୁଚିବା କଥା କହି ଥିଲି ବୋଲି ତୁମେ ମୋ ମଥାରେ ଯୋର କରି ଆଙ୍କି ଦେଇ ଥବା ସେ କ୍ଷତ...| ସେ ଏବେ ବି ସେମିତି ମୋ ଲଲାଟ ପଟଳେ ଚିର ସ୍ମୃତି ହୋଇ ରହିଛି | ସେ ଦାଗକୁ କଣ ତୁମେ ଲିଭେଇ ଦେଇ ପାରିବ..? ତୁମେ କଣ ମୋର ସେ ଅଭୂଲା ଅତୀତକୁ ମୋ ପାଖରୁ କେବେ ଛଡେଇ ନେଇ ପାରିବ..? ହୁଏତ ତୁମେ, ତୁମ ପରିସ୍ଥିତି, ତୁମର ଅସହାୟ ପଣରେ ତୁମେ ଆଜି ସେ ସ୍ମୃତିକୁ ଚାପି ଦେଇ ପାର ; ହେଲେ ସେ ସ୍ମୃତି, ସେ ସନ୍ତକ ଏବେ ବି ମୋ ଛାତି ତଳେ ସେମିତି ଅଲିଭା ହୋଇ ରହିଛି, ସବୁ ଦିନ ପାଇଁ | କିଂତୁ ତୁମେ କ'ଣ ମୋ ଭଲ ପାଇବାକୁ କେବେ ଅସ୍ବୀକାର କରି ପାରିବ..? 


ସେ ପ୍ରଶ୍ନର ବାଣରେ ଦେବ ଦାସ ଆଜି ମ୍ରିୟମାଣ | ପାରୋଙ୍କର ଏ ଦୁର୍ବାର ଶବ୍ଦ ଭେଦି ବାଣର ପ୍ରଚଣ୍ଡ ଆଘାତରେ ସେ ଆଜି ଶରବିଦ୍ଧ ଆହତ ସୈନିକ ପରି ନିରବ ନିସ୍ତବ୍ଦ |


   ତୁମେ ବୁଝି ପାରିବନି ପାରୋ.., ମୋ ଅସହାୟତା, ମୋ ଦୁଃଖର ଅସୁମାରୀ ଯନ୍ତ୍ରଣାକୁ.. | ଆଉ କିଛି କହିବା ଆଗରୁ ପାରୋ ତାଙ୍କ ମୁହଁରେ ଆସ୍ତେ କରି ଆଙ୍ଗୁଳି ଦେଇ ଯୋର କରି ଜାବୋଡି ଧରିଲେ କେଉଁ ଏକ ନିର୍ବିସହ ଆଲିଙ୍ଗନରେ..|


- ଜାଣିଛି ବୋଲି ତ ମୁଁ ସାହସ କରି ଆସିଛି ଦେବ ବାବୁ | ତୁମେ କୁହ, ତୁମେ ସେତେକ କଣ ଦେଇ ପାରିବନି ପ୍ରିୟତମ..? ତୁମେ କଣ ତୁମର ତଥାକଥିତ, ସମାଜ ସଂସ୍କାରର ସେଇ ଶଗଡ଼ ଗୁଳାରୁ ବାହାରି ଆସି ତୁମ ପାଦ ତଳେ ମତେ ଟିକେ ଆଶ୍ରା ଦେଇ ପାରିବନି..? 


- ଠିକ ଅଛି.. | ଆସ ପାରୋ.., ମୋ ସାଙ୍ଗରେ ଆସ..| ନୀରବ ସମ୍ମତି ସୂଚକ ଦେବଦାସ ନିଜ ଦେହର ସମସ୍ତ ଶକ୍ତିକୁ ଏକଜୁଟ କରି ମଧୁର ଆଶ୍ୱାସନାଟିଏ ଦେଇ ପାରୋକୁ ପାଖକୁ ଟାଣିନେଲେ | ଏ ସବୁର ପ୍ରଶ୍ନ ଓ ଉତ୍ତରରେ ସେ ସମୟରେ ନୀରବ ଆସ୍ତରଣ ଟିଏ ଖେଳିଗଲା କିଛି କ୍ଷଣ ପାଇଁ |


  ବାହାରେ ଦେବୀ ଦୁର୍ଗାଙ୍କର ଅଷ୍ଟମୀ ପୂଜାର ମହକିତ ଉତ୍ସାହରେ ପ୍ରକମ୍ପିତ ହେଉଛି, ଚାରିଆଡେ କେବଳ ପାର୍ବଣର ମହକ ବିଛେଇ ହୋଇ ପଡୁଛି ଏ ଶରଦ ଉତ୍ସବରେ... |



Rate this content
Log in

More oriya story from Debadatta Jena

Similar oriya story from Romance