Debadatta Jena

Children Stories Fantasy Inspirational

4.0  

Debadatta Jena

Children Stories Fantasy Inspirational

ସାତ ପରୀ ଓ ମାରିଆ କଥା.. .

ସାତ ପରୀ ଓ ମାରିଆ କଥା.. .

6 mins
246


     କୌଣସି ଏକ ଗାଁରେ ଜଣେ ଗରିବ କୃଷକ ଓ ତାର ପାରିବାର ରହୁଥିଲେ | ତାଙ୍କର ଗୋଟିଏ ଝିଅ ଥିଲା, ତାର ନାଁ ମାରିଆ | ମାରିଆ ଛୋଟ ଥିବା ଅବସ୍ଥାରେ ତାର ମାଙ୍କ ମୃତ୍ୟୁ ହୋଇଗଲା | ଗରିବ କୃଷକ ଘର ଚଲେଇବା ପାଇଁ ସବୁଦିନ ମୁଲ ଲାଗିବାକୁ ଯିବାକୁ ପଡେ | ତେଣୁ ଛୋଟ ଝିଅର ଲାଳନ ପାଳନ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରେନା | ସାଇ ପଡିସା ଓ ନିଜର ପରିସ୍ଥିତିକୁ ଦେଖି ଅନ୍ୟନୋପାୟ ହୋଇ ସେ ଦ୍ଵିତୀୟ ବିବାହ କରିବାକୁ ବାଧ୍ୟ ହେଲେ | ଶେଷରେ କିଛି ଦିନ ଯେମିତି ହେଉ ସେ କୃଷକ ପରିବାର ଚାଲିଗଲେ | କିଛି ଦିନ ଉତ୍ତାରୁ କୃଷକଙ୍କ ଦ୍ଵିତୀୟ ପତ୍ନୀ ଗୋଟିଏ ସୁନ୍ଦର ସୁନା ନାକୀ କନ୍ୟା ସନ୍ତାନଟିଏ ଜନ୍ମ ଦେଲେ | ମାରିଆ କୁନି ପିଲାଟିକୁ ପାଇ ବହୁତ ଖୁସି ହୋଇ ଗଲା | ଦିନ ରାତି ତାର ସେବା ଯତ୍ନ କରିବାକୁ ଲାଗିଲା ଏବଂ ସେ କେମିତି ଶୀଘ୍ର ବଡ଼ ହୋଇଗଲେ ତା ସହିତ ଖେଳିବ ବୁଲିବ, ମଜା କରିବ ଓ ତା ସହିତ ମିଶି ଘର କାମରେ ସାହାଯ୍ୟ କରିବ, ସେଥିପାଇଁ ସେ ସବୁଦିନ ତାର ଉପଯୁକ୍ତ ସେବା ଯତ୍ନ କରୁଥିଲା | ସାବତ ମା ର ସନ୍ତାନ ହୋଇଥିଲେ ବି, ସେ ବା କାହିଁକି ତା ପ୍ରତି କିଛି ଅସୂୟା ଭାବ ମନରେ ଆଣିବ, ସେ ପ୍ରକାର ଚିନ୍ତାଧାରା ଠାରୁ ସେ ବହୁତ ଉର୍ଦ୍ଧରେ | ସେ ବି କାହିଁକି ସେ ବିଷୟରେ ଭାବିବ, ଯାହାର ମନ ଯେଡ଼େ, ତାର ପ୍ରଭୁ ତେଡ଼େ, କଥାରେ ଅଛି ପରା,ପିଲାମାନଙ୍କ ଦେହରେ ସ୍ୱୟଂ ଭଗବାନ ପରା ବାସ କରନ୍ତି, ସେମାନେ ପରା ଭଗବାନଙ୍କ ଅବତାର, ହିଂସା ଦ୍ୱେଷ, ଛନ୍ଦ କପଟ ଠାରୁ ସେମାନେ ବହୁତ ଉର୍ଦ୍ଧରେ | ତେଣୁ ମାରିଆ ଥିଲା ଠିକ ସେଇ ଈଶ୍ୱରୀୟ ଗୁଣର ଅଧିକାରିଣୀ ସରଳ ନିଷ୍କପଟ ହୃଦୟର ନିରିମାଖି କାଳିକାଟିଏ |


     କଥାରେ ଅଛି, ତୁଳସୀ ଦୁଇ ପାତ୍ରରୁ ବାସେ, ସାବତ ମାର ଯେତେ ଅନ୍ୟାୟ, ଅତ୍ୟାଚାର ସତ୍ୱେ ବି ବିନା କୌଣସି ସଂକୋଚ ଓ ଅନୁଶୋଚନାରେ ସେ ସବୁ ସାହିଯାଏ ଏବଂ ଘରର ପ୍ରତିଟି କାର୍ଯ୍ୟ ଯେତେ ଦୁଃଖ ଯନ୍ତ୍ରଣା ହେଉଥିଲେ ବି ସେ ସହ୍ୟ କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଯାଏ | ସୁନାକୁ ଯେତେ ପୋଡିବ ସେ ସେତେ ଚମକି ଉଠିବା ନ୍ୟାୟରେ ଦୁଃଖ ଦୁର୍ଦଶାର କଷଟି ପଥରରେ ସେ ସେତେ ଦିନକୁ ଦିନ ସବୁ କାମ କାର୍ଯ୍ୟରେ ପାରଙ୍ଗମ ହୋଇ ଆଗକୁ ବଢ଼ି ଚାଲିଥିଲା |


     କିଂତୁ, ତାର ସାନ ଭଉଣୀ, ପରିଆ, ଯିଏ କି ସୁନାର ଚାମଚ ମୁହଁରେ ନେଇ ଜନ୍ମ ହୋଇଥିଲା, ଅତି ଅଲିଅଳ ଭାବରେ ବଢ଼ୁଥିଲା, ସେ ଦିନକୁ ଦିନ ଅଳସୁଆ ହୋଇ ଯାଉଥିଲା | କାରଣ ନିଜ ଗର୍ଭର ସନ୍ତାନ ହୋଇଥିବାରୁ, କୃଷକର ପତ୍ନୀ ତାକୁ ବହୁ ଆଦର ଯତ୍ନରେ ପାଳୁଥିଲେ, ଆଉ ସେତେ ସେତେ ମାରିଆ ପ୍ରତି ତାଙ୍କର ଅଯତ୍ନ ଓ ଅସହଯୋଗ ବଢ଼ି ଯାଉଥିଲା | ଏ ସବୁକୁ କୃଷକ ବାପୁଡ଼ା ଜାଣୁଥିଲେ ବି ସ୍ତ୍ରୀ ଙ୍କୁ ଏ କାର୍ଯ୍ୟରୁ ବାରଣ କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା, ନିଜ ପରିସ୍ଥିତି ଓ ଅସହାୟତା ନିକଟରେ | ଆଉ ଦିନକୁ ଦିନ ବଢ଼ି ଆସୁଥିବା ମାରିଆ ଜାଣି ପାରୁ ଥିଲେ ବି ବାପାଙ୍କର ଅସହାୟତା ଦେଖି ନିଜ ପ୍ରତି ହେଉଥିବା ଅନ୍ୟାୟକୁ ମଥାପାତି ସହ୍ୟ କରି ଯାଉଥିଲା | ସେ ପ୍ରତିବାଦ କରିବ କ'ଣ, ବରଂ ନିଜ ପିତାଙ୍କର ଏଇ ଅସହାୟ ପଣକୁ ହୃଦଙ୍ଗମ କରି ସବୁ କିଛିକୁ ସମାଧାନ କରିବାକୁ ତିଳେ ହେଲେ କାର୍ପଣ୍ୟ କରୁ ନ ଥିଲା | ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ | ବିଧିର ବିଧାନ କେ କରିବ ଆନ | ଆଗ ପଛ ବିଚାର ନ କରି ସେ ଯେଉଁ ଦ୍ଵିତୀୟ ବିବାହ କରି ଯେଉଁ ଭୂଲ ସେ କରିଛନ୍ତି, ସେଥିରୁ ମୁକୁଳିବା ତାଙ୍କ ପାଇଁ ଏବେ ସାତ ସପନ | ଅଜାଗା ଘା, ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ ; ଏହା ନିରାଟ ସତ୍ୟ, ତାହା ସେ ବେଶ ଜାଣି ପାରୁଥିଲେ ବି ସେ ନିଃସହାୟ |


   ସମୟ କାହାକୁ ଅପେକ୍ଷା କରେ ନାହିଁ | ଦିନକୁ ଦିନ ମାରିଆ ପ୍ରତି ଅତ୍ୟାଚାର ବଢ଼ି ବଢ଼ି ଚାଲେ, ହେଲେ ସେ ସେଇ ଦୁଃଖ ଦୁର୍ଦଶାକୁ ବେଖାତିର କରି ସମୟ ସହିତ ତାଳ ଦେଇ ଚାଲେ | ଏ ସବୁ ଜାଣୁ ଥିଲେ ବି, ବିଚରା କୃଷକ ବାପୁଡ଼ା କେବଳ ଆହା ପଦ ଛଡା କିଂକର୍ତ୍ତବ୍ୟ ହୋଇ ଅନୁତପ୍ତ ନିଆଁରେ କୁହୁଳି କୁହୁଳି ଜୀଏ | କିଂତୁ ତା ମନରେ ଓ ଅନ୍ତରରେ ମାରିଆ ପ୍ରତି ଥିବା ସ୍ନେହ ମମତା ଓ ଆଶୀର୍ବାଦ କେବେ ବି ଉଣା କରେ ନାହିଁ | 


    ମାରିଆ ପ୍ରତି ଗଭୀର ଭଲ ପାଇବା ଦେଖି, ତାର ସ୍ତ୍ରୀ ଦେହରେ ଯାଏ ନାହିଁ, ବରଂ ସେ ଆହୁରି ରୁକ୍ଷ ଓ ପ୍ରତିହିଂସା ପରାୟଣ ହୋଇ ଉଠେ | ପ୍ରକାରାନ୍ତରେ, କୃଷକର ବୃଦ୍ଧାବସ୍ଥାକୁ ଲକ୍ଷ୍ୟ କରି ମାରିଆକୁ କିଛି କାମଧନ୍ଦା କରିବାକୁ ବାହାରକୁ ଯିବାକୁ ପ୍ରସ୍ତାବ ଦିଏ | ଏ କଥାରେ କୃଷକର ଅନ୍ତରାତ୍ମା ଭୀଷଣ ବିଦ୍ରୋହ କରି ଉଠେ | କିନ୍ତୁ ବାରଣ ସତ୍ୱେ ମଧ୍ୟ ମାରିଆ ପ୍ରତି ଅତିଶୟ ଯନ୍ତ୍ରଣାକୁ ଦେଖି ସେଇ ଅନ୍ୟାୟକୁ ସହ୍ୟ କରିଯାଏ | ଶେଷରେ ମାରିଆ କୌଣସି କାମ ଖୋଜିବାକୁ ବାହାରକୁ ଯିବା ପାଇଁ ସମ୍ମତି ପ୍ରକାଶ କରେ | ଆଉ ଝିଅ ପ୍ରତି ହେଉଥିବା ଏଇ ଅକଥନୀୟ ଅତ୍ୟାଚାରରେ ମ୍ରିୟମାଣ ହେଉ ଥିଲେ ବି ପରିସ୍ଥିତିର ଦାସ ଶେଷରେ ହାର ମାନି ଯିବାଟା ସାର ହୁଏ |


   ଆଜି ମାରିଆ ସହରକୁ ଯିବ ନିଜର କର୍ମ ସଂସ୍ଥାନ ଅନ୍ୱେଷଣରେ | ସେ ସେଥିପାଇଁ ଖୁବ ଆନନ୍ଦିତ, ତା ଘର, ତା ପାରିବାରର ମଙ୍ଗଳ ପାଇଁ ସେ ଯଦି କିଛି କରିପାରେ ସେଇଟା ହିଁ ହେବ ତା ଜୀବନର ପରମ ସାର୍ଥକତା | ସେଥିପାଇଁ ସେ ତା ମନ ହୃଦୟ ଆତ୍ମାକୁ ଟାଣ କରି ବାପାଙ୍କ ଠାରୁ ଅନୁମତି ଅପେକ୍ଷାରେ | 


ଆଉ ବାପା, ଜୀଏ ଜୀବନ ଯାକ ଦୁଃଖ କଷ୍ଟ କରି ତା ସନ୍ତାନ ପାଇଁ ସୁଖର ସ୍ବପ୍ନ ଦେଖେ, ଯିଏ ତାର ମା ଛେଉଣ୍ଡ ପିଲାଟି ପାଇଁ କିଛି ବି କରିପାରିନି, ନିଜକୁ ଶତ ଧିକ୍କାର କରେ |ତା ଅନ୍ତରାତ୍ମା ନିଜକୁ ତୁଚ୍ଛ ବୋଲି ହେୟ ମନେ କରେ | ଶେଷରେ ନିଜର ଅନ୍ତରକୁ ଦୁଇଭାଗ କରି ଝିଅକୁ ବାହାରକୁ ଯିବାକୁ ଆଶୀର୍ବାଦ କରେ | ଉପଦେଶ ସ୍ୱରୂପ କହେ -


   ତୁ ଯା, ଝିଅ, ତୋର କଲ୍ୟାଣ ହେଉ, ଆଉ ଏତିକି ମନେ ରଖିବୁ ଯିଏ ବି ତୋତେ ସାହାଯ୍ୟ ମାଗିବ ତୁ ତାକୁ କେବେବି ବି ନିରାଶ କରିବୁନି | ଆଉ ଯେକୌଣସି କାମ ହେଉ, ସେ କାମକୁ ତୁ ତୋ ମନ ଓ ହୃଦୟର ସହିତ ଶ୍ରଦ୍ଧାର ସହିତ କାର୍ଯ୍ୟ କଲେ ତୁ ନିଶ୍ଚୟ ସେ କାର୍ଯ୍ୟାରେ ସଫଳତା ଅର୍ଜନ କରିବୁ |


   ପିତାଙ୍କର ଏଇ ଅମୁଲ୍ୟ ଆଶୀର୍ବଦ୍ୱାତ୍ମକ କଥାକୁ ଅନ୍ତରରେ ସାଇତି ରଖି ମାରିଆ ନିଜ କର୍ମ ପଥରେ ବାହାରି ଯାଇଛନ୍ତି, କେଉଁ ଏକ ଅନାଗତ ଭବିଷ୍ୟତରେ ସନ୍ଧାନରେ |


   ମାରିଆ ଚାଲିଛନ୍ତି ଆଗକୁ ଆଗକୁ, କିଛି ବାଟ ଗଲାପରେ ହାଲିଆ ହୋଇ ସେ ଏକ ଗଛ ମୂଳରେ ଆଶ୍ରୟ ନିଅନ୍ତେ, ସେ ଗଛ ତାଙ୍କୁ କହୁଛି, ଝିଅ ତୁମେ ମୋ ଡାଳରେ ଥିବା ଶୁଖିଲା ଡାଳ ଗୁଡିକ ଭାଙ୍ଗି ଦେଇ ପାରିବ କି ? ସେ ଡାଳ ଗୁଡିକ ଭାଙ୍ଗିଦେଲେ ମତେ ଟିକେ ହାଲକା ଲାଗିବ ଆଉ ସେଥିରେ ନୂଆ ପତ୍ର କଅଁଳିବ | ପିତାଙ୍କ କଥା ମୁତାବକ ଯିଏ ତାଙ୍କୁ ସାହାଯ୍ୟ ମାଗିବ ସେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ | ସେ କଥାକୁ ରକ୍ଷା କରିବାକୁ ଯାଇ ସେ ଅନାୟାସରେ ଗଛରେ ଥିବା ସମସ୍ତ ଶୁଖିଲା ଡାଳ ଗୁଡିକ ଅତି ଯତ୍ନ ସହକାରେ ଭାଙ୍ଗି ଦେଇଛି | ଏହା ଦେଖି ବୃକ୍ଷ ଦେବତା ତାଙ୍କୁ ଆଶୀର୍ବାଦ କରିଛନ୍ତି ଓ ତୁମ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ତାଙ୍କ ଶୁଭ ମାନସୀଛନ୍ତି |


   କିଛି ବାଟ ଗଲାପରେ ଗୋଟିଏ କୂଅକୁ ଦେଖିଛନ୍ତି ଓ ସେ କୂଅ ମଧ୍ୟ ମାରିଆକୁ କିଛି ସାହାଯ୍ୟ ମାଗିଛନ୍ତି ଯେ ଅନେକ ଦିନ ହେବ ସେ କୂଅ ଅବ୍ୟବହୃତ ହୋଇ ରହି ଥିବାରୁ ତାର ସବୁ ପାଣି ଅପରିଷ୍କାର ହୋଇ ଯାଇଛି | ଆଉ ସେ ପାଣି ବାହାର କରି ସଫା କରିବାକୁ ସେ କୂଅ ମାରିଆଙ୍କୁ ଅନୁରୋଧ କରିଛି | ମାରିଆ ଯେତେ କଷ୍ଟ ହେଉ ପଛେ ସେ କୂଅର କଥା ରଖି ଆନନ୍ଦରେ ସେ କାର୍ଯ୍ୟ ସମ୍ପାଦନ କରିଛନ୍ତି ଆଉ ଆଗକୁ ଚାଲିଛନ୍ତି ନିଜ କର୍ମ ସନ୍ଧାନରେ |


    ଅନେକ ଦିନ ପାରେ ଶେଷରେ ସେ ଏକ ଅଟ୍ଟାଳିକା ନିକଟରେ ପହଂଚିଛନ୍ତି, ଯେଉଁଠି ସାତଟି ପ୍ରସାଦ ରହିଛି ଏବଂ ସାତ ଜଣ ପରୀ ସେ ପ୍ରସାଦ ଭିତରେ ରୁହନ୍ତି | ମାରିଆ ସେମାନଙ୍କୁ ଦେଖି ସେ ପରୀ ମାନଙ୍କୁ କିଛି କାମ ଦେବାର ଅନୁରୋଧ କରିଛନ୍ତି | ପରୀ ମାନେ ଏକ ସର୍ତ୍ତରେ ମାରିଆଙ୍କୁ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି | ମାରିଆ ସେ ସର୍ତ୍ତରେ ରାଜି ହୋଇ ଯାଇଛନ୍ତି, ଏବଂ କାମ କ'ଣ କରିବାକୁ ହେବ ସେ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି |


- ତୁମକୁ ଏଇ କାମ କରିବାକୁ ଦିଆଯିବ ଯେ ତୁମେ ଏହି ଛଅଟି ପ୍ରାସାଦର ଯତ୍ନ ନେବ, କିଂତୁ ସପ୍ତମ ପ୍ରସାଦକୁ କେବେବି ପ୍ରବେଶ କରିବ ନାହିଁ | ମାରିଆ ଆଜ୍ଞାଧୀନ ହୋଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଛନ୍ତି ନିର୍ଭୁଲ ଭାବରେ, ବିନା କୌଣସି ବ୍ୟତିକ୍ରମରେ | ତାଙ୍କର କାର୍ଯ୍ୟ ଠିକ ଯେମିତି ପ୍ରକୃତ ମେହନତ ଓ ଲଗନ ସହକାରେ, ନିର୍ବିକାର ଚିତ୍ତରେ |


  ଶେଷରେ ପରୀ ମାନେ, ମାରିଆଙ୍କ ଏକନିଷ୍ଟ ସାଧନା ଓ କର୍ତ୍ତବ୍ୟ ନିଷ୍ଠାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଉପଯୁକ୍ତ ପୁରସ୍କାର ଦେବାକୁ ସ୍ଥିର କରିଛନ୍ତି | 


- ମାରିଆ, ତୁମ ସେବା ଓ କାମ କରିବାର ଆନ୍ତରିକତା ଦେଖି ଆମେ ସମସ୍ତେ ତୁମ ଉପରେ ସନ୍ତୁଷ୍ଟ, ତୁମକୁ ଆମେ ତୁମର ଉପଯୁକ୍ତ ପାରିଶ୍ରମିକ ବାବଦରେ ପୁରସ୍କୃତ କରିବାକୁ ଯାଇ ତୁମକୁ ଅନୁମତି ଦେଉଛୁ କି ତୁମେ ସେ ସପ୍ତମ ପ୍ରାସାଦକୁ ପ୍ରବେଶ କର ଏବଂ ସେ ଘରେ ତୁମେ ଗଡି ଯାଅ, ଏହା ହିଁ ତୁମର ପ୍ରକୃତ ପୁରସ୍କାର | ଶେଷରେ ମାରିଆ ସେ ପ୍ରସାଦ ଭିତରେ ପ୍ରବେଶ କରିଛନ୍ତି ଓ ସେଠାରେ ଥିବା ସୁନା ରୁପା ମଣି ମାଣିକ୍ୟ ଉପରେ ଗଡିଯିବାରୁ ତାଙ୍କ ଦେହ ସୁନା ଓ ରୂପାରେ ଚମକ ଓ ଦେହ ମଣି ମାଣିକ୍ୟ ଗହନା ରେ ପରିପୂର୍ଣ୍ଣ ହୋଇ ଯାଇଛନ୍ତି | ପରୀ ମାନେ ମାରିଆକୁ ନିଜ ଘରକୁ ଯିବାପାଇଁ ଅନୁମତି ଦେଇଛନ୍ତି |


    ରାସ୍ତାରେ ଫେରିଲା ବେଳେ ସେ ପ୍ରଥମେ ସେ କୂଅକୁ ଭେଟିଛନ୍ତି ଓ ସେ କୂଅ ତାଙ୍କର ଉପକାର କରିଥିବା ମାରିଆ ପ୍ରତି ଅତ୍ୟନ୍ତ ଖୁସି ହୋଇ ମଧୁର ଜଳ ପିଇବା ପାଇଁ ଅର୍ପଣ କରିଛନ୍ତି | କୂଅ ଠାରୁ ବିଦାୟ ନେଇ ସେ ରାସ୍ତାରେ ଥିବା ବୃକ୍ଷ ଦେବ ପାଖରେ ପହଂଚିଛନ୍ତି, ଏବଂ ବୃକ୍ଷ ଦେବତା ତାଙ୍କ ପ୍ରତି ପ୍ରୀତ ହୋଇ ବହୁତ ଅମୃତ ଫଳ ଖାଈବାଜୁ ଦେଇଛନ୍ତି | ଶେଷରେ ମାରିଆ ଆସି ନିଜ ଘରେ ପହଂଚିଛନ୍ତି, ନିଜ ପିତାଙ୍କୁ ଦେଖି ସେ ଖୁସିରେ ଅଧୀର ହୋଇ ଉଠିଛନ୍ତି | ବୃଦ୍ଧ କୃଷକ ବାପୁଡ଼ା, ନିଜ ହୃଦୟ ମାଳିକୁ ଦେଖି ଖୁସିରେ ଛାତି କୁଣ୍ଢେ ମୋଟ ହୋଇ ଯାଇଛନ୍ତି ଏବଂ ଗର୍ବରେ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି |


   କର୍ମ ହିଁ ଭଗବାନ | କର୍ମ କରିଣ ଫଳ ପାଇ, ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ - ଶ୍ରୀମଦ ଭାଗବତ ଗୀତାର ଏ ସାରମର୍ମ ଯୁଗେ ଯୁଗେ ଅସ୍ୟମ୍ଭବୀ |ଯେ କୌଣସି କାର୍ଯ୍ୟକର, ଉଚିତ ମେହନତ, ଉଚିତ ଲଗନ, ମନ ଧ୍ୟାନ ଦେଇ, ହୃଦୟ ସହକାରେ ସେ କାର୍ଯ୍ୟ କଲେ, ଫଳ ସୁନିଶ୍ଚିତ, ଏହା ନିରାଟ ସତ୍ୟ | କୌଣସି କାର୍ଯ୍ୟ ଛୋଟ, କିମ୍ବା ବଡ଼ ହେଉ, ତାକୁ ଉପଯୁକ୍ତ ଶ୍ରଦ୍ଧା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣାତାର ସହିତ ସମ୍ପାଦନ କରିପାରିଲେ, ସେ ନିଶ୍ଚିତ ଫଳ ପ୍ରାପ୍ତି ହେବ, ଏହା ନିଃସନ୍ଦେହ | 


  -"କର୍ମଣ୍ୟବାଧିକାରସ୍ୟ ମାଂ ଫଳେସୁ କଦାଚନ, ଅହଂ ତ୍ବମଂପାପଭ୍ୟୁ ମୋକ୍ଷେୟେସ୍ୱାମ ମାଂ ସୁଚ|"


      ******************


          


    


     


Rate this content
Log in