Debadatta Jena

Action Classics Inspirational

4.0  

Debadatta Jena

Action Classics Inspirational

ନୀଳକଣ୍ଠ...

ନୀଳକଣ୍ଠ...

4 mins
273


   ଏବେ ବି ସେ ହଳାହଳ ବିଷର ପ୍ରଚଣ୍ତ ଜ୍ୱାଳାରେ ମ୍ରିୟମାଣ ତ୍ରୈଲୋକ୍ୟନାଥ ଦେବ ଦେବ ମହାଦେବ ସ୍ୱୟଂ ପଶୁପତି ନାଥ ମହାଦେବ ଶିବ | ସେ ଅନଳ ଜ୍ୱାଳାରେ ଭୀତତ୍ରସ୍ତ, ଅତିଶୟ ଆର୍ତ୍ତନାଦ ଯେ ତାଙ୍କ ଅଙ୍ଗ ସୌଷ୍ଠବ |ସେ ପ୍ରଚଣ୍ଡ ରୌଦ୍ରଦୀପ୍ତ ବିଷ ଜ୍ୱାଳାର କରାଳ କବଳରୁ ନିଜକୁ ନିସ୍ତାର ପାଇଁ ସେ ଆଜି ବି ତ୍ରସ୍ଥ | ସେ ସିନା ଏ ତ୍ରିଭୁବନକୁ ରକ୍ଷା ନିମିତ୍ତ ଏ ହଳାହଳ ବିଷକୁ ପାନ କଲେ, ହେଲେ ଏ ଗରଳ, ଏ ଗରଳର ତୀବ୍ର ଅନ୍ତଃ ଜ୍ବଳନରୁ ନାହିଁ ତ ନିସ୍ତାର, ସେ ଗରଳ ତାଙ୍କୁ ଦେଉଥିଲା ଅଜସ୍ର ଅଂତଃହୀନ ଯନ୍ତ୍ରଣାର ତୁମୁଳ ଆର୍ତ୍ତନାଦ | ସେ ସର୍ଵନାସୀ ଜ୍ୱାଳା କେତେ ଯେ ଦୁର୍ବିସହ, ତାହା କେବଳ ସ୍ୱୟଂ ନୀଳକଣ୍ଠ ହିଁ ଜାଣନ୍ତି | 


   ସେଥିରୁ ମୁକ୍ତି ପାଇଁ ସେଇ ମାତା ହିଁ ରଚିଥିଲେ ସୃଷ୍ଟି ସ୍ୱରୂପିଣୀ ବେଶ, ଧରିଥିଲେ ସ୍ୱୟଂ ମାୟାବିନୀ ମନ୍ତ୍ର ସ୍ତ୍ରୋତ୍ର | କରିଥିଲେ ସେ ଗରଳକୁ ନାଶ, ଵାମଙ୍ଗେ ରୋକିଥିଲେ ମନ୍ଥନରୁ ଦେବ ନାଥ ମହାଦେବଙ୍କୁ |


  ସ୍ୱୟଂ ଯୋଗମାୟା ହିଁ, ତାଙ୍କ ବାମ ହସ୍ତରେ ରୋକି ପାରିଥିଲେ ମହାଦେବଙ୍କ ସମଗ୍ର ଶରୀରକୁ ହଳାହଳ ବିଷ ଦାଉରୁ ରକ୍ଷା ; କେବଳ କଣ୍ଠ ହିଁ ହୋଇଥିଲା ନୀଳ ବର୍ଣ୍ଣ, ରକ୍ଷା ପାଇଥିଲା ଈଶ୍ୱରଙ୍କ ଅବଶିଷ୍ଟ ଶରୀର ଏ କମକଟୁ ନୀଳାଭ୍ର, ନୀଳ ଜହର କବଳରୁ ସ୍ଵଦେହ ତାଙ୍କର |


   କିଏ କହେ, ମହାଦେବ ସଂହାରକର୍ତ୍ତା ବୋଲି, ବିନାଶର ଦେବତା ବୋଲି, ସଂହାର ପାଇଁ ସର୍ବଜନ ବଦିତ, ଆଦିନାଥ, ଯିଏ କେବଳ ସଂହାର କରନ୍ତି, ସୃଷ୍ଟି ନାଶ ପାଇଁ, ଏ ଧାରାରେ ନିନାଦିତ | ସମ୍ପୂର୍ଣ୍ଣ ଅମୂଳକ ଯଦି ବି ତାହା ହୁଏ, ତେବେ ଜାଣିବାକୁ ହେବ, ସଂହାର ମୂଳରେ କେବଳ ସୃଷ୍ଟି ହିଁ ନିହିତ, ଯଦି ସଂହାର ନାଇଁ, ତେବେ ସୃଷ୍ଟି ସମ୍ଭବ କିପରି ? ଯଦି କେହି ଏହା ସ୍ୱୀକାର କରେ, ସେ ହୁଏତ ପାଶାଣ୍ଡ ପଦବାଚ୍ୟ, ଏହା ଚିର ସ୍ଵୀକାର୍ଯ୍ୟ ନିଶ୍ଚୟ |


    ଦେବ, ଦାନଵ, ଗନ୍ଧର୍ବ, ନର, କିନ୍ନର, ସର୍ବେ ପାଇ ଥିଲା ପ୍ରାଣ, ଏଇ ଦେବ ଦାନଵ ଲଢେଇରେ | ହେଲେ ଏ କଣ..? 


ସମୁଦ୍ର ମନ୍ଥନର ଶ୍ରେୟ କଣ ସେ ମାନଙ୍କର ? ଯିଏ କେବଳ ଭୋଗ ସର୍ବସ୍ବ, ତ୍ୟାଗ ପାଇଁ ଯାହାଙ୍କ ଅବଦାନ ନଗଣ୍ୟ, ସେଇ ମାନେ ଉପଭୋଗ୍ୟ ଆଉ ଶ୍ରେୟର ଅଧିକାରୀ |ସୃଷ୍ଟି ପାଇଁ ଜୀବନକୁ ଜଳାଞ୍ଜଳି ଦେବାକୁ କୁଣ୍ଠିତ ନୁହଁନ୍ତି, ତାଙ୍କ ପାଇଁ କେବଳ କଣ ବୈରାଗ୍ୟ...? ଡମ୍ବରୁ, କମଣ୍ଡଳୁ, ନନ୍ଦୀ, ଭ୍ରୁଙ୍ଗି ଆଉ କର୍ପୁର ତିଳକ, ଜଟା ଜୁଟ ଧାରୀ ଯୋଗୀ ବେଶ ! କୈଳାସ ଗିରିର ଅତୃପ୍ତ, ଅଶୁଭ ଶ୍ମାଶନ.. !


   ବାଃ ଦେବ ଦାନଵ ବାଃ.. | ପରାଙ୍ଗ ପୁଷ୍ଟ ଗଣ, ସବାସ, ଏ ମର୍ତ୍ତ୍ୟ ଖାଲି ଏକା ନୁହେଁ, ଏ ସ୍ୱର୍ଗରେ ବି ଅଛି ପାତର ଅନ୍ତରର ଭେଦ ଭାବ ଦୃଶ୍ୟ | ଧନ୍ୟ ଦେବତା ଗଣ, ଧନ୍ୟ ତୁମ ନ୍ୟାୟ, ଯୁଗେ ଯୁଗେ ଏ ନ୍ୟାୟିକ ବେଭାର, ଏ ସମାଜ, ଏ ଦୁନିଆ, ସେଥିରୁ କେବେ ହେବ ମୁକ୍ତ, ସମ୍ଭୋଗ ସାମ୍ରାଜ୍ୟ ହେବ, ଆବଶ୍ୟ ଅବସାନ ..|


    


  ଯେଉଁଠି ମନ୍ଦର ହେଲେ ମେରୁ, ବାସୁକୀ ରଜ୍ଜୁ, ସେ ଭାରକୁ ସହ୍ୟ କଲେ ସ୍ୱୟଂ ନାରାୟଣ, ସେଥିପାଇଁ ସେ ହେଲେ ଭୋଗ୍ୟ | କଲେ ଅନନ୍ତ ଶୟନ, ମାତା ଲକ୍ଷ୍ମୀ ସଦା ଉପଲଭ୍ୟ | ହେଲେ ଜ୍ୟେଷ୍ଠ, ସେ ହେଲେ ଅଲକ୍ଷ୍ମୀ, ଚିର ଦିନ ପାଇଁ, ଅପୂର୍ବ ଏ ନ୍ୟାୟ, ବଳିଷ୍ଠ ଏ ଧର୍ମ ରକ୍ଷାର ପ୍ରମାଣ, କରି ଯେଝା ଭାଗ, ନିଜ ଉପଚାର |


   ହେଲେ ମହାଦେବ, ପାଇଲେ କଣ..? ପିନାକ, ବ୍ୟଘ୍ର ଚର୍ମ, ବିଭୁତି ବେଶ ଧାରଣ, ସଂସାର ତ୍ୟାଗୀର ଜ୍ୱଳନ୍ତ ନିଦର୍ଶନ | ସ୍ଵୟଂଭୂ ବିଭୁତିର ପ୍ରତୀକ, ଏ ସଂସାର ଯେ ଅଳିକ, କ୍ଷଣିକ ଚିରନ୍ତନ ସତ୍ୟ, ଶିବ ସୁନ୍ଦର | 


    ସମସ୍ତ ଧନ ରତ୍ନ ମଣି ମାଣିକ୍ୟ, ତ୍ରିରତ୍ନ, ଯେତେ ସବୁ ମୂଲ୍ୟବାନ, ଅଷ୍ଟ ପାଟ, ସମ୍ଭୋଗ ସାରାଂଶ ହୁଏ ଭୋଗ ସର୍ବସ୍ବ, 


ସେ ସବୁ ସେଇ ଭୋଗୀ ମାନଙ୍କ ଚର୍ବକ ଚର୍ବଣର ନିରନ୍ତର ପ୍ରାପ୍ୟ ହୁଏ ମୋହଯୁକ୍ତ ,ଏହା ନିଃସନ୍ଦେହ | ଏ ଯୋଗୀ ଶ୍ରେଷ୍ଠ ନିରଳସ ସାଧକଙ୍କ ପାଇଁ ଯେ ଏ ସବୁ ନିହାତି ମୂଲ୍ୟହୀନ, ଏହା ସ୍ୱତଃ ପ୍ରମାଣିତ |


    ତ୍ରି ଦେବୀ -ମାତା ଲକ୍ଷ୍ମୀ କେଶବଙ୍କୁ ପ୍ରାପ୍ତ, ଅପସରା ଗଣ - ଗନ୍ଧର୍ବ ମାନଙ୍କ ଭୋଗ୍ୟ, ଆଉ ବାରୁଣୀ -ବାରୁଣୀ ଯେ ଦାନଵଙ୍କ ଶୋଭା ମଣ୍ଡନର ଭୋଗ୍ୟ ବସ୍ତୁ, ତାହା ଏବେ ବି ପୌରାଣିକ ତଥ୍ୟ, ପ୍ରମାଣିତ, ନିର୍ଭରଯୋଗ୍ୟ ସତ୍ୟ |


  ସମୁଦ୍ର ମନ୍ଥନରୁ ପ୍ରାପ୍ତ, ଚତୁର୍ଦଶ ରତ୍ନ ମଧ୍ୟରୁ ତ୍ରି ରତ୍ନ -କୌସ୍ତୁଭଃ ସ୍ୱୟଂ ବିଷ୍ଣୁ, ସେ ପାରିଜାତ - ଇନ୍ଦ୍ର ସଭାର ପ୍ରିୟ ଶୋଭାରେ ଶୋଭିତ, ଆଉ ସାରଙ୍ଗ- ସ୍ୱୟଂ ନାରାୟଣଙ୍କର ଆୟୁଧ |


    ଆଉ ସମୁଦ୍ର ମନ୍ଥନରୁ ଜାତ କାମଧେନୁ (ସୁରଭି) - ବ୍ରହ୍ମ ଦେବଙ୍କୁ ହୁଏ ପ୍ରାପ୍ତ, ଐରାବତ ହସ୍ତୀ -ଇନ୍ଦ୍ରଙ୍କୁ ଓ ଉଚେଇସ୍ରବା ଅଶ୍ୱ -ଦାନବାଧିପତି ବାଳୀଙ୍କୁ ମିଳିଲା, ଉତ୍ଫୁଲ୍ଲିତ ଉଦଘୋଷିତ ସମ୍ଭ୍ରାନ୍ତ ଦୀପ୍ତ ପ୍ରବୋଧନରେ | ସେଇପରି ଶଙ୍ଖ, ଚକ୍ର, ଗଦା, ପଦ୍ମ ମଧ୍ୟ ନାରାୟଣଙ୍କ ଭିନ୍ନ ଭିନ୍ନ ଆୟୁଧ, ଅଳଙ୍କାର ହୋଇ ଅଙ୍ଗ ଶୋଭିତ, କ୍ଷୀର ସମୁଦ୍ର ବି ବୈକୁଣ୍ଠ ଧାମ | ଆଉ ଜ୍ୟେଷ୍ଠ, କଳ୍ପବୃକ୍ଷ ଅନ୍ୟ ବିଭୂ ବୈଦୁର୍ଯ୍ୟ ଯେଝା ଯେଝା ଭାଗରେ ଆସନ ଅଳଙ୍କୃତ ହେଲେ କାଳ କାଳକୁ | 


    ବୈଦ୍ୟ ଶ୍ରେଷ୍ଠ ଧନ୍ଵନ୍ତରୀ ସ୍ୱର୍ଗ ରାଜ୍ୟରେ ବୈଦ୍ୟରାଜ ଆସନ ଅଳଙ୍କୃତ କରି ପାରିଲେ, ସେ ଅଳକାପୁରର ଅନିନ୍ଦ୍ୟ ସୁନ୍ଦର ବିମୋହିତ ବିଭୋର ଵିଭୂଷଣରେ | 


   ବାକି ରହିଲା ଅମୃତ, -ସେ ମଧ୍ୟ ଗରୁଡ଼ଙ୍କ ଦ୍ୱାରା ସୁରକ୍ଷିତ ହୋଇ ଶେଷରେ ପରିବେଷିତ ହୋଇ ଥିଲା ସୁଧୀ ସୁରଗଣଙ୍କ ସାନ୍ନିଧ୍ୟରେ |ବରୁଣ ଦେବଙ୍କ ଭାଗରେ ଦିବ୍ୟ ଛତା ପ୍ରାପ୍ତି ହେଲା | ଆଉ ସେ କୁଣ୍ଡଳ, ତାହା ମିଳିଲା ଅଦିତିଙ୍କୁ, ଯାହା ଦେବରାଜ ଇନ୍ଦ୍ରଦେବଙ୍କ ଅପାର କରୁଣା ଲବ୍ଧରୁ |ଶେଷରେ ସେହି ମୋହିନୀ ବେଶ ଧାରୀ ମାୟାରୁ ଅମୃତ ପରିତୋଷିତ ହେଇଥିଲା ଅତି, କଳା କୌଶଳରେ | 


   ପ୍ରବଳ ପ୍ରତାପୀ ଦୈତ୍ୟଗଣ ସେଥିରୁ କାଣିଚାଏ ମଧ୍ୟ୍ୟ ପାଇ ପାରିଲେ ନାହିଁ ସେ ଚକ୍ରୀଙ୍କ ନିଖୁଣ ଚକ୍ର ଚାଳନାରେ |


    କେହି ଜାଣୁ ନ ଜାଣୁ, ଦୈତ୍ୟ ଶ୍ରେଷ୍ଠ ସ୍ୱରଭାନୁ ଭେଦ କରି ପାରିଥିଲେ ବିଷ୍ଣୁଙ୍କର ଅବତରି ରୂପର ମାୟା ଜାଲ | ସେ ସ୍ୱୟଂ ଧାରଣ କରିଥିଲେ ଦେବତାଙ୍କ ବେଶ ଓ ପାନ କରିଥିଲେ ଦୁର୍ମୁଲ୍ୟ ପିୟୁଷର କିଂଚିତ କିୟଦ ଅବଶେଷ | କିଂତୁ ସୂର୍ଯ୍ୟ ଦେବ ଓ ଚନ୍ଦ୍ର ଦେବଙ୍କ ପାଇଁ ସ୍ୱୟଂ ନାରାୟଣ ଏହା ଜାଣି କରିଥିଲେ ସେ ଦୁଷ୍ଟଙ୍କୁ ହତ | ହୋଇ ଥିଲେ ନାଶ ସୁଦର୍ଶନ କ୍ରୁଶ ବିଦ୍ଧ, ମୁଣ୍ଡ ଗଣ୍ଡି ହେଲା ଦୁଇ ଖଣ୍ଡ | ଅମରତ୍ୱ ପାଇଁ ଅମର ସିନା ମୁଣ୍ଡ, ଆଉ ଗଣ୍ଡି କେତୁ ରୂପେ ଅଦ୍ୟାପି ବିରାଜିତ, ହୋଇ ଭୀତତ୍ରସ୍ତ |


   ଏ ଦେବ ଦାନଵଙ୍କ ଏ ଲଢେଇରେ, କିଏ ମୁଖ୍ୟ, କିଏ ଶ୍ରେଷ୍ଠ..? 


କରିଥିଲେ ଅକ୍ଷତ ଧରଣୀକୁ ନାଶରୁ ସୁରକ୍ଷା, ତାହା ଏବେ ବି ଅନାଲୋଚିତ, କାରଣ ଏ ସମାଜ ଭୋଗ ସର୍ବସ୍ବ, ଯିଏ ଯୋଗରେ ତଲ୍ଲୀନ, ସେ ଚିର ଅବହେଳିତ, ଯିଏ ସଂସ୍କାର ପାଇଁ ସମର୍ଥିତ, ଏ ଦେଶ ଦିଶା, ତାଙ୍କୁ କରେ ଭୁଲୁଣ୍ଠିତ, ଅପାଙ୍କ୍ତେୟ...| 


  ଏହାହିଁ ତ ଅନାଦି କାଳର ଗୁଢ ତତ୍ତ୍ୱ, ମୂଳ ମନ୍ତ୍ର..|


  କିଂତୁ ମହାଦେବ ସେ ତ ଯୋଗୀ ଶ୍ରେଷ୍ଠ, ଯୋଡିବା ଯାହାଙ୍କ ମୂଳ ଆଧାର, ସୃଷ୍ଟିର ଆଦିମ ଓଁକାର ସତ୍ୱ ରଜ ତମ ତ୍ରିଗୁଣ ରୂପରେ ସାକାର ସେଇ ପରଂବ୍ରହ୍ମ, ସେ କି ଏଇ ଅଳିକ ଭୋଗ୍ୟ ବସ୍ତୁରେ କେବେ ହୋଇଥାନ୍ତେ ବଶ, କରିଥାନ୍ତେ ଉପଭୋଗ ଏଇ ଅଳିକ କାମନା ବାସନାର ଉପବୀତ, ଉପଭୋଗ୍ୟ ବସ୍ତୁ | ସେ ପରମ କାରୁଣିକ ଯୁଗ ସ୍ରଷ୍ଟା ରହି ଥିଲେ କ୍ଷାନ୍ତ | ତ୍ରିକାଳ ଦର୍ଶୀ ସ୍ୱୟଂ ମହାଦେବ ପିଇ ଥିଲେ ବିଷ, ଏ ସୃଷ୍ଟି ସଂହାର ପାଇଁ ନୁହେଁ, ସେ ଏ ମାୟା ସଂସାରକୁ ନାଶରୁ ରକ୍ଷା ପାଇଁ ରଚିଥିଲେ ଏ ସୃଜନୀ ସୃଷ୍ଟ ସାରାଂଶ | ଆଉ ସେ ଗରଳ ପାନ କରି ହୋଇ ଥିଲେ ନୀଳକଣ୍ଠ |


ସେଇଥି ପାଇଁ ସେ ସାଜିଲେ ଚନ୍ଦ୍ରାର୍ଚ୍ଚିତ, ମଥାରେ ଯାହାର ଶୋଭିତ ଚନ୍ଦ୍ର ବିରାଜିତ ଚିର ଦିନ ପାଇଁ, ସାଜିଥିଲେ ଚନ୍ଦ୍ରଶେଖର ରୂପ..|


ସେ ଆମ ସମସ୍ତଙ୍କର ମଙ୍ଗଳ କାରି ସ୍ୱୟଂ କର୍ପୁର ଗୌର ଭଗବାନ ଶିବ ଶିବ ମହାଦେବ | ହାର ହର ହର ମହାଦେବ | ଯିଏ ହରି ଥିଲେ ବିଷ, ସେ ମଙ୍ଗଳ କାରି ସ୍ୱୟଂ ତିନି ଲୋକର ସ୍ୱର, ସାକ୍ଷାତ ଈଶ୍ୱର, ମହେଶ୍ୱର.. |


 କର୍ପୁର ଗୌରଂ କରୁଣବତାରଂ, ସଂସାର ସାରଂ, ଭୁଜାଙ୍ଗନ୍ଦ୍ର ହାରଂ ସଦା ବସଂତମ ହୃଦୟାରଂ ବିନ୍ଦେ, ଭଵଂ ଭବାନୀ ସହିତଂ ନମାମି |


   *************xxx***********


Rate this content
Log in

Similar oriya story from Action