ବିଶ୍ବ କବିଙ୍କ ଅଧୁରା ପ୍ରେମ
ବିଶ୍ବ କବିଙ୍କ ଅଧୁରା ପ୍ରେମ

ସମସ୍ତେ ଆସି କବାଟ ବାଡେଇଲେ ଏତେ ସକାଳ ହେଲା କିନ୍ତୁ କାଦମ୍ବରୀ ଆଉ ଉଠୁ ନାହାନ୍ତି। ଶେଷରେ କବାଟ ଭଙ୍ଗା ହେଲା ଶେଯ ଉପରେ କାଦମ୍ବରୀ ମୁକୁଳା କେଶ ହାତରେ ଗୋଟେ ଔଷଧ ବୋତଲ ଦେଖି ସବୁ ବୁଝିହେଉଥିଲା।ଡାକ୍ତରଖାନା ନିଆ ହେଲାନି। ଠାକୁର ଘର କଥା ଲୋକେ ଜାଣିଲେ ପ୍ରଶ୍ନ କରିବେ କଣ ଉତ୍ତର ଦେବେ ମୁଣ୍ଡ ରହିବତ। ସ୍ଥିତି ଗମ୍ଭୀର ହେଲା ସାହେବ ଡାକ୍ତର ଡକା ହେଲା। ସାହେବ ଡାକ୍ତର ରହିପାରିବେନି ବୋଲି ରାତିରେ ଦୁଇଜଣ ଦେଶୀ ଡାକ୍ତର ଡକା ହେଲା ଦୁଇଦିନ ପରେ କାଦମ୍ବରୀଙ୍କ ମୃତ୍ୟୁ ଘଟିଲା।ମଶାଣି ନ ନେଇ ଜଳେଇଦିଆଗଲା ନନ୍ଦନକାନନରେ କାଳେ ବେଶୀ ଲୋକ ଜାଣିଯିବେ।ସବୁ ସମ୍ବାଦ ପତ୍ରକୁ ଟଙ୍କା ବଣ୍ଟା ହେଲା ସତ କୁ ଲୁଚେଇବା ପାଇଁ।ରବୀନ୍ଦ୍ରନାଥ କିନ୍ତୁ ଏ ମୃତ୍ୟୁକୁ ସ୍ବୀକାର କରିପାରିନାହାନ୍ତି। କାଦମ୍ବରୀ ଦେବୀଙ୍କ ଶୟନ କକ୍ଷ କୁ ଯାଇ ଦେଖିଲେ ଗୋଟେ ଚିଠି ଥୁଆ ହୋଇଛି ସେ ତ କାଦମ୍ବରୀଙ୍କ ସବୁ ଜାଗା ଜାଣନ୍ତି କୋଉଠି ସେ କଣ ରଖନ୍ତି।ଚିଠି ଖୋଲି ଦେଖିଲେ
"ପ୍ରାଣର ରବି
ମୁଁ ଯେବେ ଯତୀନ୍ଦ୍ରନାଥଙ୍କୁ (ରବୀନ୍ଦ୍ରନାଥ ଙ୍କ ବଡ଼ଭାଇ) ବିବାହ କରି ଆସିଲି।ଅନେକ ସପ୍ନ ନେଇ ଆସିଥିଲି।ହେଲେ ବିବାହର ମାନେ ଜାଣିନଥିଲି। ଦଶ ବର୍ଷ ଝିଅ ବାହାଘର ମାନେ କଣ ଜାଣିବ କୁହ। ଚାକରର ଝିଅ ବୋଲି ସମସ୍ତେ ହତାଦର କରୁଥିଲେ।ସେତେବେଳେ ତୁମେ ହିଁ ମୋତେ ସାହସ ଦେଇଛ।ମୋର ସାଙ୍ଗ ହେଇଛ।ଦୁଇ ଜଣକ ଭିତରେ ନିବିଡତା ବଢି ବାରୁ ତୁମକୁ ଲଣ୍ଡନ ପଠାଇ ଦିଆ ଗଲା ପଢ଼ିବା ପାଇଁ।ହେଲେ ସେତେବେଳକୁ ତ ଅଲଗା ଏକ ସମ୍ପର୍କ ସୃଷ୍ଟି ହୋଇ ସାରିଥିଲା ଆମ ଭିତରେ।ହେଲେ ବି ତମକୁ ଭୁଲି ତୁମ ଭାଇଙ୍କୁ ଆପଣେଇବାକୁ ଚେଷ୍ଟା କଲି ତାଙ୍କ ପାଇଁ ପାଠ ପଢ଼ି ଶିଖିଲି ଘୋଡ଼ା ଚଢ଼ି ଶିଖିଲି ହେଲେ ତାଙ୍କୁ ନାଟକରୁ ଫୁରସତ କେବେ ମିଳୁଛି ମୋର ଏ ଅଦମ୍ୟ ପ୍ରୟାସ ଦେଖିବାକୁ।ନାଟକ ତ ତାଙ୍କ ପ୍ରେମିକା ସାଜି ଯାଇଛି।ମୁଁ ଶତ ଚେଷ୍ଟା ପରେ ବି ତାଙ୍କର ହୋଇପାରିଲିନି କାରଣ କାଦମ୍ବରୀ ସବୁବେଳେ ରବିର।ସମାଜ ହୁଏତ ଆମ ସମ୍ପର୍କକୁ ଅବୈଧ କହିପାରେ ହେଲେ ଆମ ସଂପର୍କ ଯେ ପବିତ୍ର ।ତୁମେ ପାଠ ପଢ଼ି ଆସିଲା ପରେ ଆମେ ନନ୍ଦନକାନନ ତିଆରି କଲେ (ଏକ ବଗିଚା)। ସେଠି ତୁମେ ମୋତେ ଥରେ କହିଥିଲ ଆମ ସମ୍ପର୍କ ଯେ ଶାଶ୍ଵତ।ତୁମର କବିତାର ପ୍ରଥମ ଶ୍ରତା ଯେ ମୁଁ। ଏଇ ଚାରି ମାସ ହେଲା ବାହାଘର ହେଇଛି ତୁମର ଆଉ ତୁମେ ମୋ ସହ ମିଶୁନ ଦୂରରୁ ଦେଖିବାକୁ ପଡୁଛି ତୁମକୁ।ରବିର ବିହୁନେ ଜୀବନ ଯେ ଅନ୍ଧକାର।ତେଣୁ ଏ ଚରମ ପନ୍ଥି ଆପଣେଇ ବାକୁ ପଡ଼ିଲା।"
କାଦମ୍ବରୀ ରବୀନ୍ଦ୍ରନାଥ ଙ୍କ ବଡ଼ ଭାଇଙ୍କ ସ୍ତ୍ରୀ ବଡ଼ ଭାଇ ସବୁବେଳେ ନାଟକ ରେ ବ୍ୟସ୍ତ ଥିବାରୁ ରବୀନ୍ଦ୍ର ଆଉ କାଦମ୍ବରୀ ଙ୍କ ବୟସ ପାଖାପାଖି ସମାନ ଥିଲା ତେଣୁ ଗଢି ଉଠିଥିଲା ବନ୍ଧୁତା ତା ପରେ ପ୍ରେମର ରୂପ ନେଇଥିଲା। କୁହାଯାଏ ରବୀନ୍ଦ୍ର ନାଥଙ୍କ ପ୍ରେମ କବିତାର ମୁଖ୍ୟ ଉତ୍ସ କାଦମ୍ବରୀ।ତାଙ୍କ ପାଇଁ ସେ ଅନେକ କବିତା ଲେଖିଥିଲେ ତା ମଧ୍ୟରୁ "ଆଜ ଖେଲା ଭାଙ୍ଗାର୍ ଖେଲା ଖେଲବ ଆଏ"(ଆଜି ଖେଳ ଭାଙ୍ଗିବାର ଖେଳ ଖେଳିବା ଆସ),ତବୁ ମନେ ରେଖ (ତେବେ ବି ମନେ ରଖିବ),ଆମାର ପ୍ରାନେର ପରେ ଚଲେ ଗେଲ କେ (ମୋ ପ୍ରାଣ ପରେ ଚାଲି ଗଲେ କିଏ)ଆଦି ଭାରି ପରିଚିତ।


