ଭଙ୍ଗା କଣ୍ଢେଇ
ଭଙ୍ଗା କଣ୍ଢେଇ
ବହୁତ ବ୍ୟସ୍ତ କର୍ମମୟ ଜୀବନ ଭିତରେ ଶରତକୁମାର ମିଶ୍ର ନିଜକୁ ହଜାଇ ଦେଇଥିଲେ. ବୟସର ଚାରି ଦଶକ ବିତି ଯାଇଥିଲେ ବି ଅତୀତକୁ ଫେରି ଯିବାକୁ କେବେ ମଉକା ମିଳୁ ନଥିଲା . ଏପଟେ ନିଜର ବୃତ୍ତି ଓ ସେପଟେ ପରିବାରର ଦାଇତ୍ୱ ଭିତରେ ନିଜ ପାଇଁ ଟିକେ ସମୟ କାଢ଼ିବାକୁ ସମୟ ବି ପାଉ ନଥିଲେ . ଶରତ ଆଜି ସହରର ଜଣେ ନାମୀ ଡାକ୍ତର ମାନଙ୍କ ଭିତରେ ଗଣା . ତାଙ୍କର ପତ୍ନୀ ପ୍ରମିଳା ବି ଜଣେ ଡାକ୍ତର .ସେମାଙ୍କର ସନ୍ତାନ କହିଲେ ପୁଅ ଅଶୋକ ଓ ଝିଅ ସୁନନ୍ଦା . ତାଙ୍କ ବାହାଘର ଆଜିକୁ ପନ୍ଦର ବର୍ଷ ହୋଇଗଲାଣି . ପୁଅ ଅଶୋକକୁ ଦଶ ବର୍ଷ ଓ ଝିଅ ସୁନନ୍ଦାକୁ ଛ ବର୍ଷ .ଉଭୟ ସ୍କୁଲ ଯାଉଛନ୍ତି ପଢିବାକୁ. ସେମାଙ୍କର ବେଶୀ ଯତ୍ନ ଶରତଙ୍କୁ ହିଁ ନେବାକୁ ହେଉଛି .କାରଣ ସୁନନ୍ଦା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ . ଶରତ ନିଜେ ନିଜ କ୍ଲିନିକକୁ ନେଇ ବ୍ୟସ୍ତ. ଶରତ ବେଶ ଜଣା ଶୁଣା ଜଣେ ନାମୀ ସ୍ନାୟୁ ବିଶେଷଜ୍ଞ. ପ୍ରମିଳା ଜଣେ ସାଧାରଣ ସର୍ଜନ .ଆଜି ହଠାତ ଝିଅ ସୁନନ୍ଦା ତା ଖେଳନା ଖେଳୁ ଖେଳୁ ଗୋଟିଏ କଣ୍ଢେଇ ଭାଙ୍ଗି ଗଲା .ତାକୁ ବୁଝାଇବାକୁ ଯାଇ ଶରତ ବାବୁଙ୍କର ମନ କିଛି ସମୟ ଅତୀତକୁ ଚାଲିଗଲା ....................
ତାଙ୍କର ମାନେ ପଡିଗଲା ଅତୀତର କଥା .ଆଜି କ୍ଲିନିକ ଯିବାକୁ ଟିକେ ଡେରିରେ ହେଲେ ବି ଚଳିବ. ଝିଅ ସୁନନ୍ଦାକୁ ବୁଝାଇ ଶାନ୍ତ କରିଦେବା ପରେ ସେ ନିଜେ ଉଠି ଚାଲିଗଲେ ଓ ନିଜେ ଗୋଟିଏ ପୁରୁଣା ବାକ୍ସକୁ ତାଙ୍କ ଖାତା ତଳୁ କାଢ଼ିଲେ , ଯେଉଁଥିରେ ତାଙ୍କର ପିଲାଦିନର ଅନେକ ଛୋଟ ଛୋଟ ଜିନ୍ସକୁ ସେ ସାଇତିରଖିଛନ୍ତି . ଖୋଜୁ ଖୋଜୁ ତାଙ୍କୁ ଭଙ୍ଗା କଣ୍ଢେଇ ଟି ମିଳିଲା .ତାକୁ ହାତରେ ଧରି ସୋଫା ଉପରେ ବସି ଭାବିବାକୁ ଲାଗିଲେ ......
ଶରତଙ୍କର ଜନ୍ମ କଟକ ସହରରେ ଏବୋ ତାଙ୍କ ପିତା ଜଣେ ଦକ୍ଷ ପ୍ରଶାସକ ଥିଲେ .ମା ଗୃହିଣୀ ଥିଲେ .ସେ ପିତା ମାତାଙ୍କର ଏକ ମାତ୍ର ସନ୍ତାନ . ତାଙ୍କ ଘର ପାଖରେ ଜଣେ ବ୍ୟବସାୟୀରହୁଥିଲେ ଏବଂ ତାଙ୍କର ବି ଏକମାତ୍ର ସନ୍ତାନ ଝିଅ ତନୁଜା. ତନୁଜା ଶରତଙ୍କ ଠାରୁ ଦୁଇ ବର୍ଷ ସାନ . ଉଭୟ ଶରତ ଓ ତନୁଜାର ମା ପଡୋଶୀ ହିସାବରେ ବହୁତ ଭଲ ବନ୍ଧୁ ଥିଲେ .ପିଲାଦିନୁ ଉଭୟ ଶରତ ଓ ତନୁଜା ଏଖାଟି ଖେଳୁଥିଲେ ଓ ବହୁତ ଭଲ ବନ୍ଧୁ ବି ହେଇ ଯାଇଥିଲେ. ଉଭୟ ଏକାଠି ସ୍କୁଲ ଯାଉଥିଲେ ଓ ପରସ୍ପରର ବହୁତ ଖିଆଲ ବିରଖୁଥିଲେ . ଉଭୟଙ୍କୁ ଏକାଠି ଖେଳିବାକୁ ,ଏକହାଥୀ ଖାଇବାକୁ ଖୁବ ଭଲ ଲାଗୁଥିଲା .ନିଜର କିଛି ନୂଆ ଜିନିଷ ଆସିଲେ ଉଭୟ ପରସ୍ପରକୁ ଦେଖାଉଥିଲେ. ଏମିତି ସେମାଙ୍କର ବନ୍ଧୁତ୍ୱ ଆହୁରି ନିବିଡ ହେବାକୁ ଲାଗିଲା .ଶରତ ଯେତେବେଳେ ଦଶମ ଶ୍ରେଣୀରେ ପଢୁଥିଲେ ପରୀକ୍ଷା ପାଇଁ ଦଶହରା ବୁଲିବାକୁ ଯାଇ ପାରି ନ ଥିଲେ . ତନୁଜା ତା ବାପା ମାଙ୍କ ସାଙ୍ଗରେ ବୁଲି ଯାଇଥିଲା ,କିନ୍ତୁ ଶରତ ବିନା ତାକୁ କିଛି ଭଲ ଲାଗୁ ନ ଥିଲା .ସେ ଗୋଟିଏ ସୁନ୍ଦର ରାଧା କୃଷ୍ଣଙ୍କର ମୂର୍ତି କିଣିଲା , ଭାବିଲା ଶରତକୁ ଦେବ. ଏବେ ସେ ପଢିବାରେ ବ୍ୟସ୍ତ , ବୁଲା ବୁଲି କରିବାକୁ ସମୟ ନାହିଁ . ତେଣୁ ଏ ମୂର୍ତିକୁ ଦେଖି ଭାବିବ ଆମେ ଦୁଇଜଣ ଏଖଟି ଅଛୁ . କାହିଁକି କେଜାଣି ତନୁଜା ମନରେ ଶରତ ପାଇଁ ଭଲ ପାଇବା ତା ଅଜାଣତରେ ବଢିବାକୁ ଲାଗି ଥିଲା . ଘରକୁ ଫେରିଲା ଓ ମୂର୍ତିକୁ ନେଇ ସେ ଶରତ ପାଖକୁ ଗଲା . ଶରତ ବି ତନୁଜାକୁ ଦେଖି ବହୁତ ଖୁସି ହୋଇଯାଇଥିଲା . ସତେ ଯେମିତି ମାନେ ମାନେ ତାକୁ ସେ ଖୋଜୁଥିଲା . ସେ ତନୁଜାକୁ ପଚାରିଲା ଏତେବେଳେ ଯାଏ କୋଉଠି ଥିଲୁ? ମୋ ବିନା ଏକା ଏକା ବୁଲିବାକୁ ତୋତେ କେମିତି ଭଲ ଲାଗିଲା ? ତନୁଜା ହାତରେ ମୂର୍ତି ଟିକୁ ଧରି ଶରତକୁ ବଢ଼ାଇ ଦେଉ ଦେଉ କହିଲା ,ତୁମ ପାଇଁ ଆଣିଛି . ଶରତ ମୂର୍ତ୍ତିଟିକୁ ତା ହାତରୁ ନେଉ ନେଉ କହିଲା ବହୁତ ବଢିଆ ହେଇଚି .ରାଧା ପୁରା ତୋ ପରି ଦେଖିବାକୁ .ତନୁଜା ହସି ହସି କହିଲା ,ଆଉ କୃଷ୍ଣ ପୁରା ତୁମ ପରି .ରାଧାର କଷ୍ଟ ବୁଝି ପାରନ୍ତି ନାହିଁ. ସେତେବେଳେ ଶରତକୁ ଲାଗିଲା ସତେ ଯେମିତି ସେ ତନୁଜାକୁ ଭଲ ପାଇଁ ବସିଛି .ତନୁଜାର ଉପସ୍ଥିତିରେ ସେ ବହୁତ ଖୁସି ହେଇ ଯାଉଛି .ସେ ତନୁଜାର ହାତକୁ ଧରି କହିଲା ମୁଁ କଣ ତତେ କେବେ ଭୁଲି ପାରିବି ! ସେତେବେଳେ ତନୁଜାର ଆଖିରୁ ଦୁଇ ଠୋପା ଲୁହ ବୋହିଗଲା . ସେ କହିଲା ,ତୁମେ ସତ କହୁଚ ! ସେଥିପାଇଁ ଏ ମୂର୍ତି ଆଣିଛି .ପରୀକ୍ଷା ପର୍ଯ୍ୟନ୍ତ ମନ ଦେଇ ପଢିବା ଓ ମନ ହେଲେ ଏ ମୂର୍ତି ଦେଖି ଭାବିବ ଆମେ ଦୁଇଜଣ ଏକାଠି ଅଛେ . ଏତିକି କହି ସେ ଯିବାକୁ ବାହାରିଲା ଓ କହିଲା ଏବେରାତି ହେଲାଣି ମୁଁ ଯାଉଛି , ମନ ଦେଇ ପାଠ ପଢ. ଏତିକି କହି ସେ ଚାଲିଗଲା . ସେ ମୂର୍ତିକୁ ଶରତ ବହୁତ ଯତ୍ନରେ ନିଜ କପଡା ଆଲମାରୀରେ ସାଇତିରଖି ଦେଲେ . ଦେଖୁ ଦେଖୁ ଦଶମ ପରୀକ୍ଷା ସରିଗଲା . ଶରତ ପ୍ରଥମ ଶ୍ରେଣୀରେ ଭଲ ନମ୍ବରରଖି ପାସ କଲେ. ତନୁଜା ଏବେ ନବମ ଶ୍ରେଣୀକୁ ବି ଉନ୍ନୀତ ହେଲା .ଶରତ କଲେଜରେ ବିଜ୍ଞାନରେ ନାମ ଲେଖାଇଲେ .ପାଠ ପଢା ଚାଲିଥାଏ . ସେ ତନୁଜାକୁ ଏବେ ଆଗ ଭଳି ଖୋଲା ଖୋଲି ମିଶି ପାରୁ ନ ଥିଲେ . ତଥାପି ସମୟ ଦେଖି ଉଭୟ ଏକାଠି ହୁଅନ୍ତି ,ଢେର କଥା ହୁଅନ୍ତି. ଯେତେବେଳେ ତନୁଜା ଦଶମ ଶ୍ରେଣୀକୁ ଗଲା ସେ ବର୍ଷ ଶରତ ବି ଦ୍ୱାଦଶ ପରୀକ୍ଷା ପାଇଁ ବ୍ୟସ୍ତ . ଦିନେ ଉଭୟ ମିଶି କଥା ହେଉ ହେଉ ଶରତ କହିଲେ ,ଦେଖ ତୁ ଦଶମରେ ଯେମିତି ଭଲ ନମ୍ବରରଖି ପାସ କରିବୁ. ପଢ଼ା ପଢି ମନ ଦେଇ କରୁଥା .ମୋର ବି ଦ୍ୱାଦଶ ପରୀକ୍ଷା . ଭଲ କରି ପଢିଲେ ମୁଁ ଡାକ୍ତରୀ ପଢି ପାରିବି. ଏତିକି ଶୁଣି ତନୁଜା କହିଥିଲା , ମୋର ତ ମନ ତୁମ ପାଖରେ ,ତାକୁ କେମିତି ଲଗାଇବି ? ସେତେବେଳେ ଶରତ ତାକୁ ନିଜ ଆଡକୁ ଟାଣି ଆଣି ଗୋଟିଏ ଛୋଟ ଚୁମ୍ବନ ଦେଇ କହିଥିଲେ ,ଏଇଟା ତୋ ପାଖରେରହିଲା .ମନ ହେଲେ ଭାବିନେବୁ. ତନୁଜା ଟିକେ ଲାଜେଇ ଯାଇଥିଲା କିନ୍ତୁ ବହୁତ ଖୁସି ହେଇଥିଲା . ଉଭୟ ନିଜ ନିଜର ପଢିବାରେ ବ୍ୟସ୍ତରହିଲେ . ମଝିରେ ମଝିରେ ଦୂରରୁ ଦେଖି ଟିକେ ମନକୁ ବୁଝାଇ ଦେଉଥିଲେ .ଉଭୟଙ୍କ ପରୀକ୍ଷା ସରିଲା . ଶରତ ଡାକ୍ତରୀ ପଢିବାକୁ ନାଁ ଲେଖାଇଲେ ଓ ତନୁଜା କଲେଜରେ ନାଁ ଲେଖାଇଲା .ଏବେ ଦୁଇଜଣ ଉଭୟଙ୍କୁ ଦେଖିବାକୁ ବା ମିଶିବାକୁ କଲେଜ ସମୟରେ ସୁବିଧା ପାଇଗଲେ. ସେମାଙ୍କର ଭଲ ପାଇବା ଆହୁରି ନିବିଡ ହେବାକୁ ଲାଗିଲା .ଶରତ ବହୁତ ସମୟରେ ତନୁଜା ଦେଇଥିବା ମୂର୍ତିକୁ ଦେଖି ତା କଥା ଭାବନ୍ତି ଓ ସୋଇ ପଡନ୍ତି.ଶରତ ଯେତେବେଳେ ଏମ ବି ବି ଏସ ପାସ କଲେ ,ସେଦିନ ତାଙ୍କ ପରିବାର ଓ ତନୁଜାର ପରିବାର ବହୁତ ଖୁସି ଥିଲେ .ତନୁଜା ବହୁତ ଖୁସି ଥିଲା ଯେ ତା ଶରତ ଆଜି ଡାକ୍ତର ହେଇଗଲେ .ସେଦିନ ଖୁସିରେ ଶରତ ତନୁଜାକୁ ଜାବୁଡି ଧରିଥିଲେ ଓ ତା ହାତରେ ଗୋଟିଏ ମୁଦି ପିନ୍ଧାଇ ଦେଇଥିଲେ .ତନୁଜା ବି ବହୁତ ଖୁସିରେ ଗୋଟିଏ ଛୋଟ ଚୁମ୍ବନ ଶରତକୁ ଦେଇଥିଲା .ସେତେବେଳେ ତନୁଜା କଲେଜରେ ସ୍ନାତକ ପଢୁଥିଲା . ଶରତକୁ ପି ଜି କରିବାକୁ ଦିଲ୍ଲୀ ଯିବାକୁ ହେବ .ସେ ଯେତେବେଳେ ତନୁଜାକୁ ଏ କଥା କହିଲା ,ତନୁଜା ବହୁତ କାନ୍ଦିଥିଲା . ସେତେବେଳେ ଶରତର ବାପାଙ୍କ ବଦଳି ବି ଦିଲ୍ଲୀ ହେଇଥିଲା .ସମସ୍ତେ ସବୁ ଜିନିଷ ବନ୍ଧା ବାନ୍ଧି କରି ବାହାରିଲା ବେଳକୁ ଶରତ ତନୁଜା ଦେଇଥିବା ମୂର୍ତି ଟିକୁ ବଡ ଯତ୍ନରେ . ହଠାତ ତା ବାପାଙ୍କ ନଜର ତା ଉପରେ ପଡିଗଲା . ସେ ଖୋଲି ଦେଖିଲେ ଓ କହିଲେ ,ଏଡେବଡ ପିଲା ହେଲାଣି ପିଲାଦିନ କଣ୍ଢେଇ ନେଇ ଖେଳୁଛି . ଏତକ କହି ମୂର୍ତ୍ତିଟିକୁ ପାଖ କାନ୍ଥରେ ରଖୁରଖୁ ସେ ତଳେ ପଡିଗଲା ଓ ଦୁଇଭାଗ ହେଇଗଲା .ଦୂରରେ ଠିଆ ହୋଇ ତନୁଜା ଦେଖୁଥିଲା .....ଶରତ ଦୌଡ଼ି ଆସି ଦେଖିଲେ ଯେ କୃଷ୍ଣ ଓରାଧା ଅଲଗା ହେଇ ଯାଇଛନ୍ତି. ତାଙ୍କ ଆଖିରୁ ଲୁହ ବୋହିଗଲା . ଯୋଡିବାକୁ ଚେଷ୍ଟା କଲେ ,କିନ୍ତୁ ଯୋଡି ହେଲା ନାହିଁ. ସେତିକିବେଳେ ତନୁଜା ପାଖକୁ ଆସି ତାଙ୍କ ହାତରୁ କୃଷ୍ଣଙ୍କର ମୂର୍ତି ନେଇଗଲା ଓ କାନ୍ଦି କାନ୍ଦି କହିଲା ମୋ କୃଷ୍ଣଙ୍କୁ ମୁ ରଖୁଛି ,ତୁମେ ତୁମ ରାଧାକୁ ନେଇଯା. ଏତିକି କହି ସେ ଚାଲିଗଲା .ଶରତ ରାଧାର ସେ ଭଙ୍ଗା ମୂର୍ତିକୁ ନେଇ ବାପାଙ୍କ ସହିତ ଦିଲ୍ଲୀ ଚାଲିଗଲେ . ସେଠାରେ ପି ଜି ସାରିବା ପରେ ବାପା ତାଙ୍କର ପିଲାଦିନର ବନ୍ଧୁଙ୍କର ଝିଅ ସାଙ୍ଗରେ ତାଙ୍କ ବାହାଘର ଠିକ କରିଦେଲେ . ଶରତ କଟକ ଆସି ତନୁଜାକୁ ଖୋଜିଲା ଓ ଜାଣିଲା ଯେ ତାର ବାହାଘର ହେଇ ଯାଇଛି . ସେ ଫେରିଗଲା ଦିଲ୍ଲୀକୁ ଓ ଚୁପ ଚାପ ବାପା ଠିକ କରିଥିବା ପ୍ରମିଳା ସହିତ ତାଙ୍କର ବାହାଘର ହେଇଗଲା .ସେ କାହାକୁ କିଛି କହି ପାରିଲା ନାହିଁ .କଣ୍ଢେଇ ଟି ଭାଙ୍ଗି ଗଲା ପରି ତାଙ୍କର ବି ଭଲ ପାଇବାର ସ୍ବପ୍ନ ଯେମିତି ଭାଙ୍ଗି ଯାଇଥିଲା .କିନ୍ତୁ ସେ ଭଙ୍ଗା କଣ୍ଢେଇକୁ ସେ ସାଇତି ରଖିଛନ୍ତି .କେଜାଣି ତନୁଜା ବାକି ଭଙ୍ଗା ଟିକୁ ରଖିଛି କି ନାହିଁ .......ଆଜି ତାଙ୍କ ଝିଅର ପାଇଁ ସେ ଅତୀତର କିଛି କାହାଣୀକୁ ମାନେ ପକାଇଲେ . ସେ କାନ୍ଧେଇକୁ ବାକ୍ସରେ ରଖିଦେଲେ .ସେଠାରୁ ଉଠି କ୍ଲିନିକକୁ ବାହାରିଲେ ..ମନେ ମନେ ଭାବିଲେ ସତରେ ମଣିଷ ଜୀବନ ଟା କଣ ଭଙ୍ଗା କଣ୍ଢେଇ ???

