Rashmi Ranjan Nayak

Tragedy Romance

5.0  

Rashmi Ranjan Nayak

Tragedy Romance

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

3 mins
510


ପ୍ରେମକୁ ପବିତ୍ର, ସତ୍ୟ ଓ ବିଶ୍ୱାସ ର ଭିନ୍ନ ଏକ ରୂପ ବୋଲି ଯୁଗ ଯୁଗ ଧରି ମାନ୍ୟତା ପ୍ରଦାନ କରାଯାଇଛି । ପ୍ରେମ ବିନା ଏ ସଂସାରରଅଚଳ ପ୍ରାୟ । ପ୍ରେମ ବିନା ବଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ ।

(ବର୍ତ୍ତମାନ ଆସନ୍ତୁ ଜୀବନର ପ୍ରଥମ ଭାଗକୁ ବୁଲିଯିବା) ଦିନେ ମୁଁ ମଧ୍ୟ ପ୍ରେମକୁ ନେଇ ଠିକ ଏହିପରି ଭାବୁଥିଲି, ତା'ର ସେ ରଙ୍ଗରେ ଦିନେ ମୁଁ ସମ୍ପୂର୍ଣ୍ଣ ଭିଜି ଯାଇଥିଲି, ମୁଁ ବି ଦିନେ ଅତି ଆନଂଦରେ ପ୍ରେମକୁ ଗ୍ରହଣ କରିଥିଲି । ବିଶ୍ୱାସ ଓ ଅବିଶ୍ୱାସର ପାର୍ଥକ୍ୟ ନ ବୁଝି ମୁଁ ବି ଦିନେ ସେ ଦୁନିଆରେ ପାଦ ଦେଇଥିଲି ।

(ଟିକେ ସେ ପୁରୁଣା ଦିନକୁ ଆସନ୍ତୁ ଯିବା ) କଲେଜ ଯିବା ସମୟର କଥା ଯୁକ୍ତ ତିନି ଦ୍ୱିତୀୟ ବର୍ଷର କଥା ଏ ସମୟକୁ ଭୁଲିବା ମୋ ପାଇଁ ଅସମ୍ଭବ । ଠିକ ଏହି ସମୟ ଯେମିତି ଆଣିଥାଏ ଏକ ସୁନାମିକୁ । ଲୋକନିନ୍ଦା ଓ ହାରିବା ମୋତେ କଷ୍ଟ ଦେଇଚାଲିଥାଏ । ପ୍ରତିଟି ମୁହୂର୍ତ୍ତରେ ମୁଁ ଜୀବନକୁ ନିନ୍ଦୁ ଥାଏ, କେତେବେଳେ କଷ୍ଟ ସହି ପାରେନା ତେଣୁ କବାଟ ବନ୍ଦ କରି ମଧ୍ୟ କାନ୍ଦେ ,ବେଳେବେଳେ ରାସ୍ତା ମଧ୍ୟ ଲୁହ ର ଧାର ଆପେ ଆପେ ବହି ଯାଉଥାଏ ।

ଆଜିବି ମନେପଡେ ସେ ଶନିବାର ରଥଯାତ୍ରା ପୂର୍ବ ଦିନର କଥା । ଜଣେ କିଏ ଆସେ ଜୀବନରେ । ପ୍ରଥମ ଦିନକେବଳ ସେ ଗୋଲାପୀ ରଙ୍ଗର ଡ୍ରେସକୁ ସେ ଅଳତା ଲଗା ପାଦ ଦୁଇଟି ଦେଖିଥାଏ । ଖୁବ କମ ସମୟ ରେ ତାକୁ ମନର କଥା କହିଦିଏ ଏବଂ ଅପେକ୍ଷା ଥାଏ ଶନିବାରକୁ କାରଣ ସେ କିଛି ନ କହି ଚାଲି ଯାଏ । ପୁଣି ମନରେ ଭୟ ଓ ପୁରୁଣା କଷ୍ଟର ଭୟ ମୁଁ ସମ୍ପୂର୍ଣ୍ଣ ବିଚଳିତ ହୋଇ ଉଠେ । ତଥାପି କଷ୍ଟରେ ସହିଯାଏ । ରଥଯାତ୍ରାର ସେ ଦିନ ଆସେ ଆଉ ଜାଣିନଥାଏ ତାର ଉତ୍ତର । ହଠାତ ଆସି ସେ କହେ (ମନେ ଅଛି ଏବେ ମଧ୍ୟ) ଆଉ ମୁଁ ଏକ ସମୟ ପାଇଁ ନିସ୍ତେଜ ହୋଇ ଯାଏ । ଅବିଶ୍ୱାସ ଲାଗେ କିନ୍ତୁ ପରେ ବିଶ୍ୱାସ କରେ । ମନେ ମନେ ବହୁତ ଖୁସି ହୋଇଉଠେ କାରଣ କିଏ ତ ଆସିଲା ଏ ଭଙ୍ଗା ହୃଦୟକୁ ଯୋଡିବାକୁ ।

ଦେଖୁ ଦେଖୁ ଦୁଇ ବର୍ଷ ବିତିଯାଏ ଓ ଶେଷ ଦିନ (ଯେଉଁ ଦିନ ମୁଁ ବାହାରକୁ ଯିବାର ଥାଏ ଓ କଲେଜ ସରିବା ବେଳ) ତାକୁ ଦେଖିବା ପାଇଁ ଯାଏ । ପହଞ୍ଚି ବା ପରେ ବିଦାୟର ସମୟ ଆଉ ତାର ଲୁହ ମୁଁ ସହି ପାରେ ନାହିଁ ତେଣୁ କିଛି କହି ମୁଁ ଫେରିଆସେ । ଅନେକ କଥା ଅନେକ ସ୍ମୃତି କେମିତି ସେ ଦିନ ବିତିଗଲା ଜଣା ପଡିଲା ନାହିଁ ।

ସେ ପ୍ରେମ ବିଶ୍ୱାସ ଓ ପବିତ୍ରତାରେ ଗଢି ଉଠିଥିଲା ଆଉ କୁଆଡେ ଗଲା ଯେ ମୁଁ ଏବେବି ଖୋଜୁଛି ତାକୁ ।

ଠିକ ଏହା ପରେ ଦୁହେଁ ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଗଲୁ, ଅଚିହ୍ନା ପାଲଟି ଗଲୁ କାହିଁକି ଜାଣନ୍ତି କେବଳ ଏ ସମାଜକୁ ଡରି(ପ୍ରକୃତରେ ଲେଖିଲେ ଆଖିରୁ ଲୁହ ଆସିଯିବ)

 ଚାହୁଁ ଚାହୁଁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ନାଁ ଦେଖା ହେଇଛୁ ନାଁ ଭଲରେ କଥା ହେଇଛୁ । ସୋସିଆଲ ମିଡିଆ କଥା କାଇଁ ପଡିଛି ସେଠି ତ ସମ୍ପର୍କର ଗଢ଼ା କମ ଭଙ୍ଗା ବେଶି ହୋଇଥାଏ । ଦୂରତା ବଢି ଚାଲେ ସମୟ ମଧ୍ୟ କଷ୍ଟ ହୁଏ କିନ୍ତୁ ମତେ ସହିବାକୁ ପଡେ ।

ସମୟ ଯେ ଏମିତି ଏକ ଶିକ୍ଷା ଦେଇଗଲା ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । ହସିବି ନାଁ କାନ୍ଦିବି ଜାଣି ପାରେନା । ଏକଥା ତାକୁ କେବେବି କହିନି କାରଣ ସେ ଟିକେ ନିରୀହ କଥା କଥାରେ କାନ୍ଦେ ତେଣୁ ତାକୁ କଷ୍ଟ ଦେବାକୁ ମତେ ଭଲଲାଗେନାହିଁ ।

ପୁଣି ଯେ ଏ ଭଙ୍ଗା ହୃଦୟ ଦିନେ ଯୋଡି ହେବ ସେ ଆଶା ଓ ଭରଷା ମୋର ଅଛି । କିନ୍ତୁ ଏବେ ଆଉ କାନ୍ଦୁନାହିଁ ମୁଁ ଏବେ ଏ ଭଙ୍ଗା ହୃଦୟ ଏକ ନୂଆ ପରିଚୟ ପାଇଛି । ଲଢ଼ିବାର ଶକ୍ତି ନେଇ ବିଶ୍ୱାସ ଓ ଭରଷାର ପରିଚୟ ସହିତ ଲଢ଼ିବା ଆରମ୍ଭ କରିଛି ।

ଦିନେନା ଦିନେ ସେ ମୋ ଜୀବନରେ ପୁଣି ଆସିବ ଏକ ପୂର୍ଣ୍ଣିମାର ଆଲୋକ ରଶ୍ମି ଖେଳିଯିବ ଓ ଆଲୋକରେ ଆଲୋକିତ କରିବ ମୋ ଜୀବନକୁ । ମୋ ର ମୋ ପ୍ରେମ ଉପରେ ଏତିକି ବିଶ୍ଵାସ ଅଛି ।

(ଏ କାହାଣୀ ଆରମ୍ଭ ହେଇଛି ଆଉ କ୍ରମଶଃ)


Rate this content
Log in

Similar oriya story from Tragedy