STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ଏ ଭାରତ ରେ

ଏ ଭାରତ ରେ

1 min
413

ବଦଳିଛି ଭାରତ ଆଜି ବଦଳିଛି ଏହାର ସଂସ୍କୃତି ଓ ପରମ୍ପରା।

ଦ୍ରୁତ ଗତିର ପ୍ରଗତି ଓ ଆଧୁନିକତା ରେ ଖୋଜୁଛି ମୁଁ ଆଜି ସେ ଇତିହାସ କୁ। ଯାହାକୁ କୁ ଧୀରେ ଧୀରେ ଚିରି ଫୋପାଡ଼ି ଦିଆଯାଉଛି ସେ ବହିରୁ। ଯାହା ପାଖରେ ଅଛି ମୋ ଦେଶର ଇତିହାସ। କାଇଁ କେତେ ବର୍ଷ ଧରି କେତେ କାରିଗରୀ କେତେ ଯେ ହାତ ସବୁ ମିଶି ତିଆରି କଟିଥିଲେ ଯାହାକୁ ଯିଏକି ବଖାଣେ ଏ ଦେଶର ମହାନତା ଓ ଏ ସଂସ୍କୃତି ର ଉପାଦେୟତା କୁ ।

ଆଜି ହୁଏତ ଏହାର ପରିଚିତ୍ରଣ ଭିନ୍ନ ଢଙ୍ଗରେ କରାଯାଉଛି। ଏହାର ରଙ୍ଗ କୁ ପରିବର୍ତ୍ତନ କରାଇ ଦିଆଯାଇଛି ତଥାପି ମୁଁ ଆଜି ସେ ପୁରୁଣା ପୃଷ୍ଠା କୁ ସାଇତି ରଖିଛି ଓ ପଢୁଛି ମଧ୍ୟ କାରଣ ମୋ ଦେଶ କଣ ପ୍ରକୃତରେ ଜାଣିବାକୁ ବହୁତ ସମୟ ଲାଗିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract