The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rashmi Ranjan Nayak

Abstract

5.0  

Rashmi Ranjan Nayak

Abstract

ଏକ ନିସ୍ତବ୍ଧ ଆତ୍ମା

ଏକ ନିସ୍ତବ୍ଧ ଆତ୍ମା

2 mins
398


ହଁ ମୁଁ କହୁଛି ମୁଁ

ଶୁଣିପାରୁଛନ୍ତି କି ମୋ କଥା କୁ

ଆଜାଦି କଥା ଶୁଣି ମୁଁ ବି ଆଜି ଆସିଛି, ଥରେ ଦେଖିବାକୁ ତାର ପ୍ରକୃତ ରୂପକୁ, ଥରେ ବୁଝିବାକୁ ତାର ବାସ୍ତବତା କୁ କାରଣ ବହୁତ ଦିନ ଧରି ଅପେକ୍ଷା କରି ଆଜି ମୁଁ ହାରିଯାଇଛି, ତାକୁ ପାଇବାର ଆଶା ମୋର ଆଶାରେ ରହିଯାଇଛି,ଚାହିଁକି ବି ମୁଁ ଆଜି ଅନୁଭବ କରିପାରିବି ନାହିଁ ଆଉ ପାଇବାର ଆବଶ୍ୟକତା ନାହିଁ।

କାରଣ ମୁଁ ଆଜି ନିରବି ଯାଇଛି। ମିଶିଯାଇଛି ମୁଁ ଆଜି ମାଟିରେ। ମୋ ଶରୀର ଆଜି ଏ ମାଟିରେ କେଉଁ ଏକ ଅଜଣା ରାଇଜରେ ଅଭିଶପ୍ତ ର ବନ୍ଧନରେ ବାନ୍ଧି ହୋଇଯାଇଛି।

ଜାଣିଛନ୍ତି ମତେ ମୁଁ କିଏ? ଜାଣିଛନ୍ତି ମୋର ପରିଚୟ କଣ?


ଜାଣିବେବା କେମିତି କାରଣ ଦିନ ଗଡ଼ିଗଲା ପରେ ସମସ୍ତେ ଭୁଲି ଯାଇଛନ୍ତି ମତେ।

ତଥାପି ଶୁଣନ୍ତୁ ମୋ ହୃଦୟର ଏ ଅଭିଶପ୍ତ ଅମାବାସ୍ୟା ର କାହାଣି କଥା।

ମୁଁ ହେଉଛି ସେହି ଝିଅ ଟିଏ


ମୁଁ ସେହି ଝିଅ କହୁଛି ଯାହାକୁ ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରିଛି ଏ ସମାଜ।

ମୁଁ ସେହି ଝିଅ କହୁଛି ଯାହାକୁ ବଳାତ୍କାର ପୀଡ଼ିତା ଭାବେ ପରିଚୟ ମିଳିଛି । ଆଉ ଦୋଷୀ ଆଜି ଅଜାଦି ପାଇଛି ଆଉ ମୁଁ ଆଜି ନିରବି ଯାଇଛି।

ମୁଁ ସେହି ଝିଅ କହୁଛି ଯେକି ନିଜ ପେଟ ପାଇଁ ନିଜର ସବୁକିଛି ଦାନ କରିଦେଇଛି। ଆଉ ଏକ ଭିନ୍ନ କଳୁଷିତ ଅଧ୍ୟାୟ ମୋ ପାଇଁ ଆଣିଦେଇଛି ମରିବାର ଏକ ସତ ବାହାନା।

ମୁଁ ସେହି ଝିଅ କହୁଛି ଯାହାକୁ ଦୁନିଆ ଦେଖିବା ପୂର୍ବରୁ କାଟି ଖଣ୍ଡ ଖଣ୍ଡ କରି ଫୋପାଡ଼ି ଦିଆଯାଇଛି। ଆଉ ଅଜାଦି ପାଇଛନ୍ତି ମୋର ହତ୍ୟା କରି।

ମୁଁ ଆଜ୍ଞା ସେହି ଝିଅ କହୁଛି ଯାହାକୁ କି ଯୌତୁକ ପାଇଁ ପୋଡି ମାରିଦିଆ ଯାଇଛି। ଆଜିବି ମୋ ଦେହ ର ସେ ଜଳିବାର ବାସ୍ନା ଆଉ କଷ୍ଟ ଅନୁଭୂତ ହେଉଛି। ଆଉ ଜାଣିଛନ୍ତି ଅଜାଦି କିଏ ପାଇଛି ସେହି ଲୋକ ଯିଏକି ମୋ ଦେହରେ କିରାସିନି ଢାଳି ମତେ ମାରିଛି।

କିଏ ମତେ ସାହାଯ୍ୟ ର ବାହାନା କରି ତ କିଏ ମତେ ମିଥ୍ୟା ପ୍ରତିସୁତି ଦେଇ, କେତେବେଳେ ମୋ ଶରୀରକୁ ରକ୍ତାକ୍ତ କରି ତ କେତେବେଳେ ମୋ ଶରୀର କୁ ଖଣ୍ଡ ଖଣ୍ଡ କରି। ମତେ କେତେ ସ୍ୱାଧୀନତା ଦେଲେ ନାଁ।

ବାସ କଣ ଆଉ କହିବି ମୁଁ ନାଁ କିଛି କହିବାର ଅଛି ନାଁ କିଛି ପାଇବାର ଆଶା ରଖିଛି।

ଆଜି ଏ ଅଜାଦି ପାଇଁ ଲଢ଼ୁଥିବା ଲୋକ କେତେବେଳେ ପ୍ରକୃତ ଆଜାଦି ପାଇଁ ଲଢ଼ିବେ ଦେଖିବାକୁ ବାକି ରହିଲା ।

ଟ୍ରେନ ଜାଳିବା, ଦେଶ ବିରୋଧୀ ନାରା ଦେବା ସହ ଦେଶଦ୍ରୋହୀ ଙ୍କୁ ସହଯୋଗ କରିବା ଯଦି ପ୍ରକୃତ ଆଜାଦି ହୁଏ ତେବେ ମୁଁ କହିବି ଧ୍ୱଂସ ର ସମୟ ଆସିଯାଇଛି ବାସ ଏତିକି କହିବାର ଥିଲା।


Rate this content
Log in

More oriya story from Rashmi Ranjan Nayak

Similar oriya story from Abstract