STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ପେନସୀଲ- ପ୍ରଥମ ପ୍ରେମ

ପେନସୀଲ- ପ୍ରଥମ ପ୍ରେମ

1 min
84

ପଢା ଟେବୁଲ ଉପରେ ଚୁପ ଚାପ ବସିଥାଏ ସେ । ହଟାତ କଣ ହେଲା କେଜାଣି କାନ୍ଦିବାକୁ ଲାଗିଲା । ପାଖକୁ ତାର ଯାଇ ପଚାରିଲି କଣ ହୋଇଛି ବୋଲି ମୋ ପ୍ରଶ୍ନ ଶୁଣି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ସେ। ସେ ଲୁହ ତ ମିଛ ନଥିଲା କି ସେ କାନ୍ଦ କିନ୍ତୁ ସେ କାନ୍ଦ ତାର ମୁଁ ଭଲ ଭାବରେ ପଢି ସାରିଥିଲି। ତଥାପି ପଚାରିଲି କଣ ପାଇଁ କାନ୍ଦୁଛୁ ବୋଲି ସେ କହିଲା।


କାନ୍ଦୁଛି ମୁଁ ଆଜି କରିଥିବା ଭୁଲ ପାଇଁ। କାନ୍ଦୁଛି ମୁଁ ଆଜି ମୋ ପ୍ରକୃତି ପାଇଁ । ଯେତେବେଳେ କିଏ ଭୁଲ କରେ ସୁଧୁରିବା ପାଇଁ ମୁଁ ସମସ୍ତ ଙ୍କୁ ସୁଯୋଗ ଦିଏ । କ୍ଷମା ତ କହିପାରିବି ନାହିଁ ମାତ୍ର ସୁଯୋଗ ଦିଏ। ମାତ୍ର ଆଜି କଣ ପାଇଁ ଲାଗୁଛି ମୁଁ ଭୁଲ କରିଛି ବୋଲି ଯଦି କଲମ ଟିଏ ହୋଇଥାନ୍ତି ନାଁ ଏ ଲୋକ ବୁଝିଥାନ୍ତେ କି ମୋର ମୂଲ୍ୟ କଣ।


କେତେ କଣ ସହିଛି ଆଉ ପାରୁନି ସହି। ତେଣୁ କାନ୍ଦୁଛି ମୁଁ ଆଜି ଆଉ ଏ ଲୁହ ସେହି ମାନଂକୁ ଦେଖା ଯିବ ଯେଉଁମାନେ ମୋ ପରି ପେନସୀଲ ପାଲଟିଯାଇଛନ୍ତି। ବାସ ଯଦି ସେମିତି କିଏ ବି ଅଛ ନାଁ ତୁମକୁ ଅନୁରୋଧ ମୋ ପରି ହୋଇଯାଆ।


ତାର ଉତ୍ତର ଶୁଣି ମୁଁ ସ୍ତବ୍ଧ ହୋଇଗଲି ଆଉ ମୁଁ ବି ବୁଝିଗଲି ଆଉ ମୋ ଆଖିରୁ ଦୁଇଟୋପା ଲୁହ ଝରିଆସିଲା। କାରଣ ମୁଁ ବି ତା ପରି ପେନସିଲ ଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract