STORYMIRROR

Rashmi Ranjan Nayak

Abstract Tragedy Fantasy

2  

Rashmi Ranjan Nayak

Abstract Tragedy Fantasy

ହେ ମୋର ପ୍ରିୟ ଅତୀତ

ହେ ମୋର ପ୍ରିୟ ଅତୀତ

1 min
150

ଅଜଣା ରାସ୍ତାରେ ପଥିକଟିଏ ସାଜି ମୁଁ ଆରମ୍ଭ କରିଥିଲି ଏ ଯାତ୍ରା ମୋର,ଭିନ୍ନ ଏକ କାହାଣୀର ନାୟକ ଭାବେ ପରିଚୟ ନେଇ ଉପଭୋଗର ସେ ମତୁଆଲା ସୁରାକୁ ପାନକରି ଚାଲୁଥିଲି ମୁଁ।


ଚକମକ କରୁଥିବା ସେ ତାରାଙ୍କୁ ନିଜର କରି ଅଳ୍ପ ଅଳ୍ପ ସ୍ମୃତିକୁ ସାଉଁଟି ଜହ୍ନର କିରଣରେ ଲେଖୁଥିଲି ପଢ଼ୁଥିଲି ଏବଂ ହସୁଥିଲି।


ନାଁ କେବେ ନିସଙ୍ଗତାକୁ ଅନୁଭବ କରୁଥିଲି ନାଁ କେବେ ଭୟ କରୁଥିଲି, ସେ ରାତି ଆଉ ସେ ଦିନ ଉଭୟ କେଜାଣି କାହିଁକି ଆଦରରେ ଆଉଁସି ମତେ ବଢିବାର ଏକ ସୁଯୋଗ ଦେଉଥିଲେ।


ହେ ମୋର ପ୍ରିୟ ଅତୀତ ଏତେ ନିଜର ତ ଥିଲ ପୁଣି ପର ହେଇଗଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract