Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Rashmi Ranjan Nayak

Others

5.0  

Rashmi Ranjan Nayak

Others

ପୁରୁଷ ବି କାନ୍ଦେ

ପୁରୁଷ ବି କାନ୍ଦେ

1 min
338


ମୁଁ ବି କାନ୍ଦେ!!!!!

ହଁ ମୁଁ ଜଣେ ପୁରୁଷ ହୋଇବି କାନ୍ଦେ!!

ହଁ ଠିକ ଶୁଣିଛନ୍ତି ଆଜ୍ଞା ମୁଁ କାନ୍ଦେ।ମୋ କାନ୍ଦ କାହାକୁ ଦେଖାଯାଏ ନାହିଁ ସତ ,କାହାକୁ କହିପାରେ ନାହିଁ ସତ ,କେତେବେଳେ ନିରୋଳାରେ ତ କେତେବେଳେ ସେ ଚାରି କୋଠରୀରେ ଅନ୍ଧକାର ମଧ୍ୟରେ ଝରିପଡ଼େ ଲୁହ ।କିଏ କହେ ପ୍ରେମରେ କେବଳ ଧୋକା ଖାଇଲେ ପୁରୁଷ କାନ୍ଦେ ବୋଲି ଏକଥା କୁ ସମ୍ପୂର୍ଣ୍ଣ ଠିକ ତ କହିପାରିବି ନାହିଁ କିନ୍ତୁ ଏତିକି କହିବି ଯେ ଦୁନିଆ ଯେଉଁ ପ୍ରେମକୁ ଦେଖିଛି ସେ ପ୍ରେମ ପାଇଁ ନୁହେଁ ପୁରୁଷ ଟି କାନ୍ଦେ କେତେବେଳେ କାହାକୁ ହରାଇ, କେତେବେଳେ ପରିବାର ର ବୋଝ ପାଇଁ,ପିଲାଙ୍କ ମୁହଁରେ ଦୁଇମୁଠା ଆହାର ପାଇଁ,ସମାଜ ର ନିନ୍ଦା ପାଇଁ,ହରାଇ ଦେଇଥିବା ବିଶ୍ୱାସ,ସ୍ନେହ ଶ୍ରଦ୍ଧା ପାଇଁ ଏମିତି ଆହୁରି ଅନେକ ଅକୁହା କଥା ଯାହାକୁ ଚାହିଁକି ବି କହିହୁଏ ନାହିଁ କି ସହିବି ହୁଏ ନାହିଁ।

ବିଶ୍ୱାସ କିଏ ବା କରିବ କାରଣ ଦୁନିଆ ଶୁଣିଲେ ତାତ୍ସଲ୍ୟ କରିବ ଆଉ ଅପବାଦ ଢାଳିଦେଵ ମୁଣ୍ଡ ରେ। ହଁ ଠିକ ଠିକ।।।

.....ସେ ଅକୁହା କାହାଣୀ ନାଁ କାହାକୁ କହିହେବ ନାଁ କିଏ ଶୁଣିବାକୁ ଅଛି ଏଠି।

ଏତେ ସବୁ ପରେ ବି ହାରିନାହିଁ ସେ ପୁରୁଷ ଆଜିବି ବଂଚିଛି ,ଆଜିବି ଚେଷ୍ଟା ଜାରି ରଖିଛି ଅନ୍ୟ କାହାପାଇଁ ନୁହେଁ କେବଳ ନିଜ ପାଇଁ।ଆଜିବି ସେ କଷ୍ଟ ସହୁଛି ଆଉ ବେଳେବେଳେ କାନ୍ଦୁଛି ମଧ୍ୟ।ହଁ କାନ୍ଦିବା ବି ଠିକ କାରଣ ଏହାର ଆବଶ୍ୟକତା ରହିଛି ଆଉ ଜୀବନରେ ଆହୁରି ଅନେକ ବାଟ ବା ଚାଲି

ବାକୁ ବାକି ଅଛି।

କାରଣ ମୁଁ ଜଣେ ପୁରୁଷ ବା ମତେ ହସିବାର ଅଭିନୟ କରିବାର ଅଛି।


Rate this content
Log in