STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ଖୋଲା ଆକାଶ

ଖୋଲା ଆକାଶ

2 mins
300


ଥରେ ଦୂର ଆକାଶ ସହ ମୋର କଥୋପକଥନ


ଜୀବନ ର ପ୍ରତେକଟି ମୁହୂର୍ତ୍ତରେ କିଛି ନା କିଛି ଶିଖିବାକୁ ମିଳିଥାଏ। କେତେବେଳେ ସେ ଶିକ୍ଷା ଲୋକ ଦେଇଥାନ୍ତି ତ କେତେବେଳେ ପ୍ରକୃତି ଦେଇଥାଏ। କିଛି ଲୋକ ବିଶ୍ୱାସ କୁ ପାଦରେ ଦଳି ତ କିଛି ଲୋକ ବିଶ୍ୱାସ ର ମହାନତା କୁ ସନମାନ ଦେବାକୁ ଯାଇ ନିଜର ପ୍ରାଣବଳି ମଧ୍ୟ ଦେଇଥାନ୍ତି।

ଜୀବନ ତୁ କଣ ନ ଶିଖାଇଲୁ ଖୋଲା ଆକାଶ କୁ ଥରେ ଦେଖିଲି ଓ ପଚାରିଲି ତୋତେ କେତେଲୋକ ଆପଣାର କରିଛନ୍ତି... ତୁ ବହୁତ ଖୁସିରେ ଅଛୁ ନାଁ...

କେତେ ଲୋକ ତୋ ସହିତ ଅଛନ୍ତି ତୋ ନିକଟରେ ଅଛନ୍ତି ତୁ ବହୁତ ଭଲରେ ଅଛୁ ନାଁ।

ତୁ ହସୁଛୁ ଖୁସିରେ ପାଗଳ ହୋଇଛୁ..... ତୁ ଭଲରେ ଅଛୁ ନାଁ

ଅଳ୍ପ ହସିଦେଲା ସେ ... ଆଉ କହିଲା

ହଁ ଭଲରେ ଅଛି ହଁ ମୁଁ ହସୁଛି ଆଜି ଆଉ ସେ ହସ ଯେ ଅଭିନୟ କେହିବି ଜାଣି ନାହାନ୍ତି।

ସବୁ ଥାଇ ବି କିଛି ନାହିଁ ଆଜି ମୋ ପାଖରେ। ବିଶାଳ ଆକାର ଧାରଣ କରି ସମସ୍ତ ଙ୍କୁ ଆପଣା ର କରି ଲାଗୁଛି ଯେମିତି ଭୁଲ କରି ବସିଛି। ଲାଗୁଛି ଯେମିତି ମୋ ତ୍ୟାଗ ଭଲ ପାଇବା ଆଉ ବିଶ୍ୱାସ ଏ ସମାଜ ପାଇଁ ମୂଲ୍ୟହୀନ ହୋଇପଡିଛି। ବାରମ୍ବାର ଚିତ୍କାର କରୁଛି ଆଖିରୁ ଧାର ଧାର ଲୁହ ବୋହି ଯାଉଛି, ଛାତିରେ କଷ୍ଟ ହେଲେ ବୁକୁ ଫଟା ଚିତ୍କାର କରୁଛି ହେଲେ ଶୁଣୁଛି କିଏ।ସେ କାନ୍ଦ ନାଁ କିଏ ଶୁଣୁଛନ୍ତି ନାଁ ଶୁଣିଲେ କିଏ ବିଶ୍ୱାସ କରିବ।

କଷ୍ଟ ସହିବା ଯେମିତି ଏକ ଅଭ୍ୟାସ ହୋଇପଡିଛି ଆଜି।

ଯେଉଁଠି ବିଶ୍ୱାସ ର ମୁଲ୍ୟନାହିଁ ,ଯେଉଁଠି ସ୍ନେହ ଶ୍ରଦ୍ଧା ର ପରିମାଣ ଟଙ୍କା ରେ ମପା ଯାଉଛି ସେଠି ଆଜି ମୁଁ ହାରିଯାଇଛି ଆଉ ମୋ ଭିତରେ ଥିବା ଆତ୍ମା ଆଜି ନିରବି ଯାଇଛି।

କିଛି ସମୟ ପରେ 

ଆକାଶ ପଚାରୁଛି- ତୁ ଏସବୁ ପଚାରୁଛି କାହିଁକି ତୁ ତ ବହୁତ ଭଲରେ ଅଛୁ ନାଁ?

ବଦଳରେ ମୁଁ କହିଲି

ନାଁ ସାଙ୍ଗ ମୁଁ ବି ତୋ ପରି ନିରବି ଯାଇଛି।।

ବାସ ତୁ କାନ୍ଦେ ନା ଆଉ।

ସହିବା ଶିଖି ଯା ମୋ ପରି। କାରଣ ଆମେ ଚାହିଁକି ବି ପ୍ରମାଣ ଦେଇପାରିବା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract