STORYMIRROR

Rashmi Ranjan Nayak

Romance Tragedy

3  

Rashmi Ranjan Nayak

Romance Tragedy

ପ୍ରତୀକ୍ଷା -ଏକ ଆତ୍ମକଥା

ପ୍ରତୀକ୍ଷା -ଏକ ଆତ୍ମକଥା

2 mins
344


ସେଦିନ ରବିବାର ଥାଏ ଆଉ ମୁଁ ଚୁପଚାପ ନୀରବରେ ରହି ଭାବୁଥାଏ ତୁମକଥା, ନୀରବତା ରେ ଭାବୁଥିଲି ଏ ଜୀବନ ଆଉ ଏ ପରିବର୍ତ୍ତନ ବିଷୟରେ,ମୋବାଇଲ ଫୋନରେ ବାଜୁଥାଏ ଗୀତଟିଏ ।

ସନ୍ଧ୍ୟା ସମୟ ଆଉ ହଠାତ ତୁମେ ଆସି ଉପସ୍ଥିତ ହୁଅ, କିଛି ସମୟ ପାଇଁ ନିସ୍ତେଜ ହୋଇ ମୁଁ ଭାବେ ଏ ସ୍ବପ ନା ବାସ୍ତବତା।

ତୁମର କଥା ଆରମ୍ଭ ପ୍ରଶ୍ନରୁ ହୁଏ ଏବଂ ଶେଷ ମଧ୍ୟ ପ୍ରଶ୍ନରେ।ଗୀତଟିଏ ଯାହା ବାଜୁଥାଏ ବୋଧହୁଏ ପରିସ୍ଥିତି କୁ ଦେଖିକରି ।ମାତ୍ର କିଛି ସମୟ ପରେ ତୁମେ ଫେରିଯାଅ ତୁମ ରାସ୍ତାରେ।

......

କିଛି ଜଣା କିଛି ଅଜଣା ଚେହେରା, କିଛି ପଡ଼ିଥାଏ ଆଉ କିଛି ବାକି ଥାଏ, କଥା କଥାରେ ଅନାନୀ ଆଉ କଥା କଥା ରେ ହେ...ହେ।

‌ସେ ଫାଷ୍ଟ ଫୁଡ଼ ଷ୍ଟଲ ରେ ଗଣ୍ଡଗୋଳ ହେଉ ବା ଗୁପଚୁପ ପାଖେ ହସିବାର,ଏମିତି ଅନେକ କଥା ଯାହାକୁ ମୁଁ ମନେରଖିଛି କିନ୍ତୁ କହିନାହିଁ କାହାକୁ।କିଛି ଦିନ ପରେ ପୁଣିଥରେ ଦେଖା ହୁଅ ତୁମେ ତା ପୁଣି କେତେ ମିଟର ଦୂରରୁ କିଛି ଦିନର କଥାବାର୍ତ୍ତାରେ ନିଜର ମୁଁ କରିସାରିଥାଏ ତୁମକୁ ମାତ୍ର ଅପେକ୍ଷା ଥାଏ ତୁମର ହଁ କୁ କେବଳ।ହେଲେ ମନେ ମନେ ତୁମର ଯେ ଇଚ୍ଛା ଥାଏ ଆଉ ତୁମେ ଶେଷରେ ଆସି ଜଣେଇ ଦେଇ ଯାଅ ପୁଣିଏକ ପରିସ୍ଥିତି ଆସେ ଆଶ୍ଚର୍ଯ୍ୟ ହେବାର।ଦୁହେଁ ହସି ହସି ଚାଲିଲେ କିଛି ସ୍ମୃତିକୁ ସାଥିରେ ନେଇ।ଅନେକ କିଛି କଥା ଲେଖିଲେ ବି ସରିବ ନାହିଁ।ପବିତ୍ରତା ଓ ବିଶ୍ୱାସ ର ସାହାରା ନେଇ ଗଢ଼ିଥିଲେ ଆଉ ସ୍ୱପ୍ନର ଘରଟିକୁ କିଛି ମୁଁ ସହିଗଲି କିଛି ତୁମେ, କେତେବେଳେ ତୁମ ଆଖିର ଲୁହ ତ କେତେବେଳେ ମୋ ଛାତିର କୋହ ଦୁହେଁ ସବୁ ସହି ଚାଲିଲେ ସାଥିହୋଇ।


କିନ୍ତୁ ପରିବର୍ତ୍ତନ ଯେ ଏତେଶିଘ୍ର ଆସିବ ମୁଁ କେବେ ଭାବି ନଥିଲି । ହଠାତ ଖବର ଆସେ ଫେରିଯିବାର,ମୁଁ ଜାଣିବି ନଥାଏ ସେ କଥା ସବୁ। ତୁମେ ବାହାରି ଆସିଲ କାରଣ ତୁମକୁ ଫେରିବାର ଥିଲା,ତୁମସହ ସେ ଶେଷ ଦେଖା ଆଜିବି ମନେପଡେ,ସେ ଗାଡି ଆଜିବି ମନେଅଛି, ସେ ସ୍ଥାନ ଆଜିବି ଲୁହ ନେଇ ଆସେ ଆଖିରୁ, ସେ ସମୟ ଆଉ ସେ ମୁହଁ ,ସେ ଶେଷ ଝଲକ ଆଜିବି ମୁଁ ସାଇତି ରଖିଛି ,ଵଂଚିଛି ଆଜି ତୁମ ସ୍ମୃତିରେ ଅପେକ୍ଷା କରିଛି ତୁମକୁ ଫେରିପାଇବାକୁ ମୋ ସ୍ୱପ୍ନ କୁ, କିଛି ବାକି ରହିଥିବା କଥା କହିବାକୁ ତୁମେ କଣ ପରିଚୟ ଦେବାକୁ କରିଛି ଆଜି ମୁଁ ଅପେକ୍ଷା ତୁମକୁ କେବଳ ତୁମକୁ କାରଣ ତୁମେ କହିଥିଲ ନିଶ୍ଚିତ ଫେରିବ ବୋଲି ।

 ମୋର ସ୍ନେହ ଶ୍ରଦ୍ଧା ଓ ଭଲପାଇବା ସତ ନାଁ ଅଭିନୟ ସେ କଥା ସମୟ କହିବ କିନ୍ତୁ ଏହା ସତ୍ୟ ଯେ ମୁଁ ଆଜିବି ରହିଛି ତୁମର ସେ ସହରୀବାବୁର ପରିଚୟ ନେଇ ତୁମ ଅପେକ୍ଷାରେ........କେବଳ..... ତୁମ ଅପେକ୍ଷାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance