ଭଲ ସାଙ୍ଗ
ଭଲ ସାଙ୍ଗ
ତାଲସହ ମୋର ପ୍ରଥମ କଥାବାର୍ତ୍ତା ପରୀକ୍ଷା ହଲରେ। 2 2nd ଇଏର ଏକ ଜାମ ଚାଲିଥାଏ, ସେ ଦିନ ଥାଏ (fc) ଏକଜାମ।ସମସ୍ତ ଙ୍କ ପରି ମୁଁ ବି ମୋ ଲେଖା ରେ ଵ୍ୟସ୍ତ ଥାଏ କୁଆଡ଼େ ନ ଚାହିଁ ।ମୋର ପ୍ରଥମ ଲକ୍ଷ୍ୟ ଥିଲା ଜଲଦି ଲେଖିବା ,କାରଣ ମୋର ଛୋଟ ବେଳୁ ଗୋଟେ ଅଭ୍ୟାସ ପରୀକ୍ଷା ହଲ ରେ ଫାସ୍ଟ ରେ ଅlଡିସନାଲ ପେପର ମାଗିବା।ସେଥି ଯୋଗୁଁ କୁଆଡେ ନ ଅନେଇ ଲେଖିବାରେ ଵ୍ୟସ୍ତ ଥାଏ ମୁଁ। ସେ ମୋ ପଛସିଟ ରେ ବସିଥିଲା।ପରୀକ୍ଷା ସାରିବାକୁ ଆଉ ଅଧ ଘଣ୍ଟା ବାକି ଅଛି ପଛ ପଟୁ ଧୀର ସ୍ୱର ରେ ଶୁଭିଲା ହିମା ତୋର ଲେଖା ସାରିଲାଣି ?ମୁଁ ସେମିତି ଆଗକୁ ଅନେଇ କହିଲି ହଁ କଣ ହେଲା କି? ସେ କହିଲା ମୋର ଆଜି ପେପେର ଖରାପ ହେଇଗଲା ଯାହା ପଢିକି ଆସିଥିଲି କିଛି ବି ପଡିନି ଆକୁଲତା ଥିଲା ତା କଣ୍ଠ ରେ ।ମତେ କଣ ଲାଗିଲା କେଜାଣି ମୁଁ ତାକୁ କହିଲି ଠିକ ଅଛି ମୁଁ ପେପେର ଦେଉଛି ତୁ ଶୀଘ୍ର ଲେଖିଦେ ହାତରେ ସମୟ ବହୁତ କମ ଅଛି ଆମର ।ମୁଁ ମେନ ପେପର ଟିକୁ ମୋ ପାଖରେ ରଖି ବାକି ସବୁ ପେପର ତା ଆଡ଼କୁ ବଢ଼େଇଦେଇ କହିଲି ଜଲଦି ସାରି ଦେ।ଲାସ୍ଟ ହାଫ ଅନ ହାୱାର ଟିକେ କୋହଳ ଥିଲା ସେଟା ଥିଲା ତା ପାଇଁ ସୁବର୍ଣ୍ଣ ସୁଯୋଗ ।ସେ ଲେଖା ଆରମ୍ଭ କଲା।ସେ ଲେଖୁ !! ଆମେ ଟିକେ ପଛକୁ ଫେରିଯିବା ଚାଲନ୍ତୁ।
ମୁଁ 2nd ଇଏର ରେ କଲେଜ ଜଏନ କରିଥାଏ।ସେହି ବର୍ଷ ମୁଁ ନୂଆ ପିଲା ଯୋଗୁଁ କେହି ମୋର ସାଙ୍ଗ ନ ଥାନ୍ତି ।କଲେଜ ର ପିଲା ମାନେ ଦୁଇ ଭାଗରେ ବିଭକ୍ତ ଥାନ୍ତି ।ମୁଁ କ୍ଲାସ କୁ ଯାଉ ଯାଉ ମତେ ଜଣେ ପଚାରିଲା ତୁ ଆମ ଭିତରୁ କେଉଁ ଗ୍ରୁପ ରେ ରହିବୁ ।ମୁଁ ଉତ୍ତର ଦେଲି ମୁଁ ନିରପେକ୍ଷ ,ମୁଁ ତୁମ ଗ୍ରୁପ ର ପିଲା ସହ କଥାହେବି ଅନ୍ୟ ଗ୍ରୁପର ପିଲା ଙ୍କ ସହ ବି କଥା ହେବି ,ମୋ ଉପରେ କେହି ରାଗିବନି ।କାରଣ ତୁମେ ମାନେ ହେଉଛ ଲୋକଲ ପିଲା ।ମୁଁ ବାହାରୁ ଆସିଛି ଆଜି ଅଛି କାଲି ପଳେଇବି ତେଣୁ ସମସ୍ତେ ମୋର ସାଙ୍ଗ ଏଥିରେ ମତେ କେହି ବାଧା ଦେବନି କି କେହି କେବେ ମନା କରିବିନି ଅନ୍ୟ ଗ୍ରୁପ ର ପିଲା ସହ କଥା ହେବୁନି କହି।ଉଭୟ ଗ୍ରୁପ ର ପିଲାଙ୍କର ମୋ କଥା କହିବା ଶୈଳୀ ବହୁତ ପସନ୍ଦ ଆସିଥିଲା ବୋଧେ।ଦୁଇଟି ଯାକ ଗ୍ରୁପ ପିଲା ମୋ ସହ ଦୋସ୍ତି ଜମେଇଦେଲେ।
ସେ ଥିଲା ସେ ଅଞ୍ଚଳର ବହୁତ ବଡ଼ ଧନୀ ବ୍ୟବସାୟୀ ଙ୍କ ଝିଅ ।ତା ବାପା ଙ୍କ ସେ ଏରିଆ ର ବହୁତ ବଡ଼ କାଜୁ ଫେକ୍ଟ୍ରି, ତାଙ୍କର ବ୍ୟବସାୟ ଭାରତ ବ୍ୟପି ଚାଲିଥାଏ।।ସେଥିପାଇଁ ସେ କାହା ସହ ଏତେ ମିସେ ନାହିଁ।ମୁଁ ତା ସାମ୍ନା ରେ ଧନୀ ଗରିବ ଦୃଷ୍ଟି କୋଣ ରୁ ଦେଖିବା କୁ ଗଲେ ବହୁତ ଗରିବ।ସେ ଥିଲା ଅନ୍ୟ ଗ୍ରୁପ ର ଝିଅ ।ସେ ଦିନର ସେ ଘଟଣା ପରେ ସେ ଏତେ ଖୁସୀ ହୋଇଗଲା ଯେ ମୋ ସାଙ୍ଗ ଆଉ ଛାଡିଲା ନାହିଁ।
ଅନ୍ୟ ପିଲା ମାନଙ୍କ ଆଖିରେ ଆମର ଏହି ମିଳା ମିଶା ଯାଉ ନଥାଏ ସେମାନେ ମତେ ବାରମ୍ବାର ।ମନା କରୁଥାନ୍ତି ସେ ଘମଂଡୀ ଝିଅ ହାତରେ ନ ମିଶିବାକୁ ।ମୁଁ କିନ୍ତୁ ସେମାନ ଙ୍କୁ କହି ରଖିଥାଏ ସେ ତ ମୋ ସହ କିଛି ଖରାପ ବ୍ୟବହାର କରିନି ଯେବେ ମୁଁ ତାର ସେମିତି କିଛି ବ୍ୟବହାର ମୁଁ ଅନୁଭବ କରିବି ସେବେଠାରୁ ମୁଁ ତା ସାଂଗ ଛାଡ଼ିଦେବୀ।ଆମର ସେତେବେଳେ କଲେଜ ୟୁନିଫର୍ମ ନ ଥାଏ ।ଯାହାର ଯେମିତି ଇଛା ପୋଷାକ ପିନ୍ଧି କଲେଜ ଯାଉ ସମସ୍ତେ ।ସେ ଟାଇମ ରେ ସେ ଫିଲ୍ମ ଅଭିନେତ୍ରୀ ମାନେ ଯେମିତି ପୋଷାକ ପିନ୍ଧନ୍ତି ସେମିତି ପୋଷାକ ପିନ୍ଧି ଆସେ ।ତାର ସେ ପୋଷାକ ସାମ୍ନା ରେ ମୋର ପିନ୍ଧିଥିବା ପୋଷାକ ଅତି ନ୍ୟୁନ ମୁଁ ନର୍ମାଲ ପୋଷାକ ପିନ୍ଧି ବାକୁ ଭଲପାଏ ଆମର ସାମର୍ଥ୍ୟ ଅନୁଯାୟୀ।ସେ ତ ସବୁବେଳେ ସାଇକେଲ ରେ ଯାଏ କଲେଜ ,ମୁଁ ପାଦରେ ଚାଲି ଚାଲି ।କିନ୍ତୁ ମୋ ସହ ସାଙ୍ଗ ହେବା ପରଠାରୁ ସେ ଦୁଇ କିଲୋମିଟର ରାସ୍ତା ମୋ ସହ ସେମିତି ସାଇକେଲ ଗଡେଇ ଗଡେଇ ପାଦରେ ଚାଲି ଚାଲି ଯାଏ।ଏମିତି କି ଆମ ଘର କୁ ଆସିଲେ ମୁଁ ଯାହା ଖାଉଥିବି ମୋ ସହ ସାଙ୍ଗ ହୋଇ ଖାଏ ଗୋଟିଏ ଥାଳି ରେ ବସି । ପୁଣି କହେ ମୋର ଏ ସବୁ ଖାଇବା ଅତି ପ୍ରିୟ ମୋ ମାମା କେବେ ଏ ସବୁ ବନାଏ ନାହିଁ ଘରେ। ମୁଁ ଯେତେ ଦିନ ଯାଏଁ ସେ କଲେଜ ରେ ପଢ଼ଥିଲି ମିଶିକି ନୋଟ କରୁ ଲାଇବ୍ରେରୀ ଯାଇ, ସେ ଟିଉସନ ଯାଏ, ମୁଁ ଯାଏ ନାହିଁ, ମୋ କ୍ଲାସ ସରିବା ପରେ ମୁଁ ଅଧିକାଂଶ ସମୟ ଲାଇବ୍ରେରୀ ରେ ଅଟକି ଯାଏ ବିଭିନ୍ନ" ଅଥର" ଙ୍କ ବହି ଏକାଠି କରି ନୋଟ ଲେଖିବା ପାଇଁ ସେ ବି ମୋ ସହ ଅଟକି ଯାଏ। 2 ଏକଜାମ ର ରିଜଲ୍ଟ ରେ ମୁଁ କଲେଜ ଟପର ହୋଇଥିଲି ସେ ବି ଫାଷ୍ଟ କ୍ଲାସ ପାଇଥିଲା। କିନ୍ତୁ ସବୁବେଳେ କହେ ସେ ଦିନ ଯଦି ତୁ ମୋତେ ହେଲ୍ପ କରି ନଥାନ୍ତୁ ମୋର ଆଜି ରିଜଲ୍ଟ ଖରାପ ହେଇଯାଇଥାନ୍ତା। ଖରାପ ମାନେ ନୁହେଁ ଯେ ଫେଲ ,କମ ମାର୍କସ ଆସିଥାନ୍ତା ।କାରଣ ସେ ବି ଫାଷ୍ଟ କ୍ଲାସ ପିଲା ଥିଲା।ମୁଁ ହସି ଦିଏ ।ମୁଁ ସବୁବେଳେ ଅନ୍ୟ କୁ ସାହାଯ୍ୟ କରିବାକୁ ଭଲପାଏ ପୂର୍ବରୁ ବି ବହୁତ ପିଲାଙ୍କୁ ପରୀକ୍ଷା ହଲ ରେ ସାହାଯ୍ୟ କରିଛି ମୋ ଲେଖା ସରିବା ପରେ, ଘରେ ବି ଏ ଗୁଣ ଯୋଗୁଁ ଗାଳି ଶୁଣେ ମୁଁ କିନ୍ତୁ ଭାବେ ଯଦି ମୋର ଟିକେ ସାହାଯ୍ୟ ପାଇଁ ଗୋଟେ ପିଲା ପାସ ମାର୍କ ପାଇଯାଏ ତେବେ କ୍ଷତି କଣ ?କାହାକୁ ଦୁଇ ଚାରିଟା ପ୍ରଶ୍ନ ର ଉତ୍ତର କହିଦେଲେ ମୋର କଣ କ୍ଷତି ହୋଇଯିବ।ମୋର ଏହି ଗୁଣ ଯୋଗୁଁ ଟିକେ ପାଠ ପଢା ରେ ଟିକେ ଦୁର୍ବଳ ପିଲା ମାନେ ମତେ ବହୁତ ଭଲ ପାଆନ୍ତି ।ପୁଅ ସାଙ୍ଗ ଝିଅ ସାଙ୍ଗ ସମସ୍ତ ଙ୍କୁ ସାହାଯ୍ୟ କରେ ମୁଁ।
ଏମତି ଆମ ଦୋସ୍ତି ଚାଲିଥାଏ ମୁଁ କଲେଜ ଛାଡିବା ଯାଏ। ମୁଁ 32ndଇଏର ରେ ସେ କଲେଜ ଛାଡିଥିଲି ବାବାଙ୍କ ର ନୂତନ ଜାଗା କୁ ବଦଳି ଯୋଗୁଁ।କଲେଜ ଛାଡିବା ପରେ ମଧ୍ୟ ମୁଁ ଅନ୍ୟ ଜାଗାରେ କଲେଜ ପଢିଲେ ମଧ୍ୟ ସେ ତାଙ୍କ ବାବା ଙ୍କ ଗାଡି ରେ ମୋ ପାଖକୁ ସବୁ ନୋଟ ପଠେଇଦିଏ, 3 ପରେ ସେ ଅଲଗା ୟୁନିଭରସିଟି ମୁଁ ଅଲଗା ୟୁନିଭେରସିଟି ରେ ପଢିବା ଯୋଗୁଁ ଏତେ ସମ୍ପର୍କ ରାହୀନଥିଲା କିନ୍ତୁ ଫୋନ ଦ୍ୱାରା ସମ୍ପର୍କ ରଖିଥିଲୁ ।ଯାହା କି ଆଜି ଯାଏଁ ବି ରହିଛି ମୋବାଇଲ ଦ୍ୱାରା,ଏବେ ସେ ସୁଦୂର ଲଣ୍ଡନ ରେ ମୁଁ ମୋ ସହରରେ ।ହେଲେ ବି ଯେବେ ବି ସେ ଓଡିଶା ଆସେ ମୋ ସହ ଦେଖା କରି ଯାଏ। ସେ ଏବେ ବଡ଼ ପୋଷ୍ଟ ରେ ଅଛି ମୁଁ ମୋ ପରିବେଶ ଓ ପରିସ୍ଥିତି ପରିବାର ଲୋକ ଙ୍କ ଇଛା କୁ ସଂମାନ ଦେଇ କିଛି ଜବ କରି ପାରିନଥିଲେ ମଧ୍ୟ ତା ସହ ମୋ ଦୋସ୍ତି ଭାଙ୍ଗି ଯାଇନାହିଁ ।ଆମ ଦୋସ୍ତି ଆଗରୁ ଯେମିତି ଥିଲା ସେମିତି ହି ରହିଛି।
ମୋ ଲେଖା ରେ ଯଦି କୌଣସି ତ୍ରୁଟି ଥାଏ ପାଠକ ଗଣ ମତେ କ୍ଷମା ଦେବେ ।
