STORYMIRROR

Chinmayee Sahoo

Romance

2  

Chinmayee Sahoo

Romance

ବେଳେବେଳେ

ବେଳେବେଳେ

1 min
123


ବେଳେବେଳେ ଲାଗେ ତୁମେ ମୋର ଖୁବ୍ ନିକଟରେ,ଖାଲି ନିକଟରେ ନୁହେଁ ତୁମେ ମୋ ଭିତର ,ବାହାରେ ସବୁଆଡେ ସମାହିତ ଆଉ ମୁଁ ତୁମ ଭିତରେ ..।

ପୁଣି କେବେ ଲାଗ ତୁମେ ମୋଠୁ ବହୁତ ଦୂରରେ ...

ଠିକ୍ ଦୂର ଆକାଶର ଜହ୍ନ ପରି.... ତୁମକୁ ଦେଖି ହଜୁଥିବି ,ଭିଜୁଥିବି ତୁମ ଜ୍ୟୋତ୍ସ୍ନାରେ ....ବିରହୀ କୁମୁଦିନୀ ଭଳି ମାତ୍ର ତୁମକୁ କେବେ ବି ଛୁଇଁବାର ସ୍ପର୍ଦ୍ଧା କରିପାରିବିନି ମୋ ଜ୍ଞାତ ବା ଅଜ୍ଞାତରେ । କେବେ ତୁମକୁ ନେଇ ଦେଖିପାରିବିନି ସୁନେଲି ସ୍ୱପ୍ନ କିମ୍ବା ସେଇ ଭ୍ରମ ଜନିତ ନିଜକୁ ଛାଡି ଆସିପାରିବିନି ଯନ୍ତ୍ରଣାର ମହୋଦଧି କୂଳେ ....।

ବେଳେ ବେଳେ ଲାଗେ ତୁମଠୁ ମୁହୂର୍ତ୍ତଟିଏ ଦୂରକୁ ଯାଇ ରହିପାରିବିନି । ବଞ୍ଚିପାରିବିନି କ୍ଷଣେ ତୁମ ବିନା ଆଉ ମରି ବି ପାରିବିନି ତୁମକୁ ଛାଡି କିନ୍ତୁ ବେଳେ ବେଳେ ଲାଗେ ଏହା ମାତ୍ର ଏକ ଭାବପ୍ରବଣତା ।

ଏକ ମାୟାର ପ୍ରହେଳିକା ନିଜ ସହ ଛଳନା .... ।

ଯାହା ପର କ୍ଷଣରେ ଦୁଃଖ ଓ ଅସୁମାରୀ ନିରାଶାର କାରଣ ଟିଏ ହୋଇଯିବ.... ।ତେଣୁ ଭୟ ଲାଗେ ତୁମକୁ ନିଜର ଭାବିବାକୁ ତୁମକୁ ପର ବୋଲି କହିବାକୁ ମଧ୍ୟ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance