STORYMIRROR

Chinmayee Sahoo

Inspirational

3  

Chinmayee Sahoo

Inspirational

ସ୍ପନ୍ଦନ

ସ୍ପନ୍ଦନ

1 min
187


ମୋ ହୃଦୟ ସ୍ପନ୍ଦିତ ହୁଏ

ତୁମ ପାଇଁ ୟା ପାଇଁ ତା ପାଇଁ

 ମୋ ନିଜ ପାଇଁ ମଧ୍ୟ ....

କେବେ କେବେ ସ୍ନେହରେ,

   କେବେ କେବେ ଦୟାରେ,

     କେବେ କେବେ ଭୟରେ ,

       କେବେ କେବେ ପ୍ରେମରେ.......।

ଯେଉଁଦିନ ଏ ସ୍ପନ୍ଦନ ରହିଯିବ 

   ସେ ଦିନ ଏ ଅନୁଭୂତି 

     ଓ ତା'ସହ ଜଡ଼ିତ କିଛି ସ୍ମୃତି

        ସବୁ କିଛି ହୋଇଯିବ ଇତି

                ଏମିତି ଏମିତି .....।

ଏମିତି ଏମିତି ହଜିଯିବ ମୋର ନାଆଁ,

              ମୋର ଗାଁଆ,

            ମୋର ପରିଚୟ ,

            ମୋର ଠିକଣା ,

ଆଉ ଏ ପାଇଥିବା ନସ୍ୱର ଶରୀର .........

ଯିଏକି ମୋର 

    ବ୍ୟକ୍ତିତ୍ୱ ଗଠନ କରିଥିଲା,

ମୋତେ ( ମୋ ଆତ୍ମାକୁ) 

        ବାନ୍ଧି ରଖିଥିଲା ,

ଅନେକ ମାୟାର ପରଶଦେଇ, 

    ଅନେକ ଆଶାର ସ୍ୱପ୍ନ ଦେଖାଇ ,

       ଅନେକ ସୁଖ ଓ ଦୁଃଖର   

           ଅଗଣାଟେ ଦେଇ.... ‌‌

ସେତେବେଳେ ସବୁକିଛି

 ହୋଇଯିବ ମୋ ପାଇଁ...      

     ତୁଚ୍ଛ ,ମିଛ,ମୂଲ୍ୟହୀନ......

ସବୁକିଛି ହୋଇଯିବ

 ଦୂର ,ଅପହଞ୍ଚ ,ଆଉ ସ୍ୱପ୍ନ ପରି .......

ସେତେବେଳେ କେବଳ

  ପବନ ସାଙ୍ଗେ ପବନଟେ ହୋଇ 

             ଘୁରିବୁଲୁଥିବି ମୁଁ

ଆଉ ବ୍ୟାକୁଳେ ଅପେକ୍ଷିତ ଥିବି 

କେଉଁ ଏକ ଗର୍ଭବାସକୁ ....।

ସେ ଯେଉଁ ରୂପେ ହେଉପଛେ

 ମୋ ଆକୁଳ, ଉପେକ୍ଷିତ, ସତ୍ତାହୀନ

    ସତ୍ତାକୁ ପ୍ରକାଶ କରିବା ପାଇଁ

 ସେ ଗର୍ଭାଶ୍ରୟ ହିଁ ହୋଇଯିବ ମୋ ପାଇଁ

ଏକମାତ୍ର ଅପୂର୍ବ ମାଧ୍ୟମ ......।

ପୁଣି ଅସହ୍ୟ ଯନ୍ତ୍ରଣା,

   ଗର୍ଭବାସର ସମୟକୁ ଅତିକ୍ରମ କରି ଯେବେ ମୁଁ ଛୁଇଁବି ପୁଣି ଥରେ ଏଇ ମାଟି ......

 ପ୍ରଥମ କରି ସେତେବେଳେ ଦେଖିବି

 ମୋ ମାଆ'ର ମୁହଁ..... 

 ସେତେବେଳେ ମୁଁ ବୁଝିବି ଯେ,

    ମୁଁ ଅନ୍ୟକେଉଁ ଯୋନି ଲାଭ କରିଛି......।

 କେଉଁ ଏକପ୍ରକାର ପଶୁ ରୂପୀ ,

        ଅନେକ ମାୟାର ପରଶଦେଇ, 

    ଅନେକ ଆଶାର ସ୍ୱପ୍ନ ଦେଖାଇ ,

       ଅନେକ ସୁଖ ଓ ଦୁଃଖର 

ପକ୍ଷୀରୂପୀ ବା କୀଟ ରୂପୀ

 ମାଆର ମୁହଁ କୁ ଦେଖି

     ମୁଁ ଜାଣିଯିବି ଯେ, ମୁଁ ଏଇ ମାଆର ସନ୍ତାନ ହେତୁ ଏଇ ଯୋନି ଲଭିଅଛି....।

 ଏମିତି ଚକ୍ରାକାରେ

   ଚାଲିବି ଆଉ ଚାଲୁଥିବି

 ଯେଯାଏଁ ପ୍ରଭୁଙ୍କ କୃପା ଲାଭ ପାଇଁ 

ଯୋଗ୍ୟ ନ ହୋଇଛି ଏ ଆତ୍ମା.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational