STORYMIRROR

Chinmayee Sahoo

Others

2  

Chinmayee Sahoo

Others

ଜୀବନର ସତ୍ୟ

ଜୀବନର ସତ୍ୟ

1 min
96


ଜୀବନର ଦୁଇଟି ସତ୍ୟ

ଯାହା ସଭିଙ୍କର ଚିର ପରିଚିତ.....

ଯାହା ନିକଟରେ ଆଉ ସବୁ କିଛି ତୁଚ୍ଛ ଓ ଅସତ୍ୟ ମନେ ହୁଏ...

ସେଇ ମହାନ ସତ୍ୟ ,ଯାହାର ନାମ ଜନ୍ମ ଓ ମୃତ୍ୟୁ.... ଏମାନେ ଓତଃପ୍ରୋତ ଭାବେ ଜଡ଼ିତ....। ଗୋଟିଏ ବିନା ଅନ୍ୟଟି ଅସମ୍ଭବ ବୋଲି ସମସ୍ତେ ଜାଣନ୍ତି।ଏହା ଗୋଟିଏ ଚକ୍ରର ଅଂଶବିଶେଷ ଅଟନ୍ତି।

ଯେଉଁଠି ଗୋଟିଏ ସତ୍ୟ ପ୍ରାଣସଞ୍ଜିବନି,

ନୂତନତ୍ବ ର ସମ୍ଭାବନା ,

ଅପୂର୍ବ ଖୁସିର ସ୍ତବକଟେ......ଓ ଜୀବନରେ ବଞ୍ଚିବାର/ ଆଗକୁ ବଢ଼ିବାର ସୁଖଦ ପ୍ରେରଣା ବା ବାହାନା ଟିଏ...

 ସେଠି

ଅନ୍ୟଟି ଖୁବ୍ କଠୋର ,

ହୃଦୟ ବିଦାରକ , ନୈରାଶ୍ୟର ବୈଶ୍ଵାନର ,

ଯେଉଁ ଥିରେ ବିଦଗ୍ଧ ପ୍ରାଣଟି ଆର୍ତ୍ତଚିତ୍କାର କରି ଲୁହ ର ଆହୁତି ଦେଇ ସେ ସର୍ବଗ୍ରାସୀର କ୍ଷୁଧାକୁ ଆୟତ କରି ରଖିପାରିବାକୁ ଚେଷ୍ଟା କରିଥାଏ। କେତେକ କ୍ଷେତ୍ରରେ ତ ଏହା ସବୁ ସୁଖକୁ ଭସ୍ମୀଭୂତ କରିଦେଇଥାଏ। ଏଇ ଦୁଇଟି ସତ୍ୟ ର ମର୍ମ ସମସ୍ତେ ବେଶ୍ ଭଲ ଭାବେ ଜାଣି ମଧ୍ୟ ନିଜ ନିଜ କର୍ମରେ ବ୍ୟସ୍ତ ଥାଆନ୍ତି ସ୍ୱଭାବିକ ଭାବେ ।ମାୟାରୂପୀ ଅମଡା ପଥରେ ଆଗକୁ ବଢି ବଢି ଯାଉଥାନ୍ତି। ନିଜ ନିଜ ସ୍ୱାର୍ଥ ରେ ବ୍ୟସ୍ତ ଥାଆନ୍ତି। ମାତ୍ର ଏହି ସତ୍ୟ କୁ ଦୂରରୁ ଦେଖୁଥିବା ଲୋକଙ୍କଠାରୁ ନିକଟରେ ଥିବା ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇ ମାନସିକ ସ୍ଥିରତା ହରାଇ ବସନ୍ତି।ଜଣେ ଖୁସିରେ ବିଭୋର ହୋଇ ମାନସିକ ଭାରସାମ୍ୟ ହରାଏ ତ ଜଣେ ଅତିଦୁଃଖରେ ମାନସିକ ସନ୍ତୁଳନ ହରାଏ। ମାତ୍ର ଏଥିରେ ବ୍ୟତିକ୍ରମ ଘଟେ ନାହିଁ ।କାରଣ ଏହା ନିୟତି ନିର୍ଦ୍ଧାରିତ ବା ନିର୍ଦ୍ଦେଶିତ,ଅଣାୟତ ... ସେଇଥିପାଇଁ ତ ଏହା ଅକାଟ୍ୟ ଅପରିବର୍ତ୍ତନୀୟ...।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍