STORYMIRROR

Chinmayee Sahoo

Classics

3  

Chinmayee Sahoo

Classics

ଅଣୁ ଗଳ୍ପ-ଅଣ୍ଡିରି ଚଣ୍ଡୀ

ଅଣୁ ଗଳ୍ପ-ଅଣ୍ଡିରି ଚଣ୍ଡୀ

2 mins
268


    ଆଇନାରେ ମୁହଁ ଦେଖୁ ଦେଖୁ କାହିଁକି କେଜାଣି ଜେଜେମା' କହିଥିବା ଦୁଇଟି କଥା ମନେପଡିଯାଇଛି ଝୁମୁରିର।ଜେଜେମା ଥରେ କହିଥିଲା," ବଅସ ବେଳେ କାଳିକୋତରି ବି କଁଅଳ ଆମ୍ବ ପତର ଭଳିଆ ସୁନ୍ଦର ଦୁଶାଯାଏ।"

ଆଉ ଗୋଟେ କଥା କହୁଥିଲା ଯେ, "ବୟସର ଛାପ କେଭେ ଲୁଚେନା।ଯେତେ ଚନ୍ଦନ ,ହଳଦୀ ମାଖି ହେଲେ ବି ସୁନ୍ଦରୀ ବି ଅସୁନ୍ଦର ଦିଶେ।" ତେଣୁ ଝୁମାର ମନ ମରିଗଲା । ମୁହଁ ଟି ଶୁଖିଗଲା।କାରଣ ସେ ଆଉ ଭଲ ଦିଶୁନି। ଟିକିଲି ନାଇଲେ,କଜଳ ନାଇଲେ କି ଯେତେ ସ୍ନୋ,ପାଉଡର ମାଖିଲେ।ଏହାର କାରଣ ତାକୁ ୪୫ବର୍ଷ ହେଇଗଲାଣି।ନିଜ ବାହାଘର କଥା ସେ ଏକ ପ୍ରକାର ଭୁଲି ଯାଇଛି। ପରିବାରର ଦାୟିତ୍ବ ବହନ କରୁ କରୁ କେବେ ସେ ପରିବାରର ମୁଖ୍ୟ ବା ପୁଅଟିଏ ଭଳି ନିଜକୁ ଭାବି ଦେଇଛି।ସଜାବାଜ ବା ସେସବୁ ପାଇଁ ଲୋଡା ଜିନିଷ ତା'ର ବା କ'ଣ ହେବ ? କେବେ କେବେ କାହାର ଭୋଜିଭାତକୁ କିମ୍ବା କୁଣିଆ ଘରକୁ ଗଲାବେଳେ ଟିକିଲିଟିଏ ପିନ୍ଧେ।ବେଣୀ ପକାଏ ।ଆଉ ନିଜକୁ ମନେ ପକାଇ ଦିଏ ଯେ ,"ତୁ ଝିଅଟିଏ"।ହେଲେ ମନରେ ସଂସାର କରିବାକୁ ଇଛା କରିବାର ସାହସ ମଧ୍ୟ ନାହିଁ ତା'ର।କାରଣ ସେ ଏବେ ସାତପୁଅଠୁ ବଳି।ନିଜର ଚା'ଜଳଖିଆ ଦୋକାନ କରି ତା'ର ପରିବାର ପୋଷୁଛି।ଭାଇ ତ ନାହିଁ ଅନ୍ୟ ତିନି ଭଉଣୀଙ୍କ ପାଇଁ ସେ ଭାଇ ଆଉ ବାପା ମାଆ ଙ୍କ ପାଇଁ ସେ ଭଲ ପୁଅ ଟିଏ ସାଜି ପାରିଛି।ତେଣୁ ସାଥିଟିଏର ଅଭାବ କୁ ନେଇ ତା'ର ମନ ତଳେ ଯେଉଁ ଅକୁହା ବେଦନାର ଆଭାସ ,ତାକୁ ସେ ଆସିବା ପୂର୍ବରୁ ହିଁ ଅନ୍ୟାନ୍ୟ ଦାୟିତ୍ବ ବୋଝରେ ଚାପିଦିଏ। ଆଉ "ଅଣ୍ଡିରିଚଣ୍ଡୀ" ହେଇ ସେଇ ଆଖ୍ୟାକୁ ଆପଣେଇ ନିଏ ନିଜ ବାସ୍ତବତାକୁ ଭୁଲି। ଉପରେ ପୁଅପିଲାଙ୍କ ଢିଲା ସାର୍ଟ ଗୋଟେ ଗଳେଇ ଦେଇଥାଏ ଓ ତଳେ ସ୍କଟ ଟିଏ। ପୁଅଙ୍କ ଭଳି ଚବିସିଇଞ୍ଚିଆ ସାଇକେଲ ଟିଏକୁ ଚଲେଇ ତା'ର କାମ ସବୁ ଚଳାଏ। ସେଇଥିପାଇଁ ତାକୁ ସବୁ ଅଣ୍ଡିରିଚଣ୍ଡି କୁହନ୍ତି।ହେଲେ ଏ ଡାକ ତା'ର ନିଜର ଓ ଏଥିରେ ସେ ତା'ର ନିଜ ବାସ୍ତବତା ର ଛବି ଦେଖେ। ତେଣୁ ସେ କହେ ହଁ ମୁଁ ଅଣ୍ଡିରିଚଣ୍ଡୀ ।ନହେଲେ ଆଜି ମୋ ପରିବାର ଦାଣ୍ଡରେ ବସିଥାନ୍ତା।ଜଣକୁ କାହାକୁ ତ ତ୍ୟାଗ କରିବାକୁ ପଡିଥାନ୍ତା ,ସେ ଜଣକ ମୁଁ ହେଲେ ଖରାପ କ'ଣ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics