Chinmayee Sahoo

Romance

2  

Chinmayee Sahoo

Romance

💖ଅଭୁଲା ଅନୁଭୂତିର ସ୍ମୃତି 💖

💖ଅଭୁଲା ଅନୁଭୂତିର ସ୍ମୃତି 💖

2 mins
470


     ସୁପ୍ତ ବା ଅବଚେତନ ଅବସ୍ଥାରେ ଥିବା ହୃଦୟଟି ଯେତେବେଳେ ପ୍ରଥମ କରି ଜାଗ୍ରତ ବା ସଚେତନ ହୁଏ କାହାର ପରଶରେ ଦର୍ଶନ,ଶ୍ରବଣ ,ମନନ ବା କଥନରେ ସେ ସମୟର ଅନୁଭୂତି ଅପୂର୍ବ, ଅଦ୍ୱିତୀୟ, ଅମୁଲ୍ୟ , ଅନବଦ୍ୟ ଓ ଅଭୁଲା ସ୍ମୃତି ରୂପକ ମୁକ୍ତାରେ ପରିଣତ ହୋଇ ହୃଦୟରୂପୀ ଶାମୁକା ରେ ଚିର ସାଇତା ହୋଇରହିଯାଏ । ଯେତେବେଳେ ବି ସେ ଶାମୁକା ବା ସ୍ମୃତି ସିନ୍ଧୁକ କୁ ଖୋଲି ଦେଖୀବା ସେତେବେଳେ ତା ଭିତରେ ଥିବା ସେଇ ଅନୁଭୂତି ର ସ୍ମୃତି ମୁକ୍ତାର ଚମକ,ଯମକରେ ହୃଦୟ ଉଦ୍ଭାସିତ ଉତ୍ଫୁଲିତ ହୋଇ ପ୍ରସାରିତ ହୋଇଯାଏ । ଗ୍ରୀଷ୍ମର ଉଷ୍ମତା ସ୍ପର୍ଶରେ ଯେପରି ହିମଗିରି ର ବରଫ ତରଳି ଅର୍ଣବ କୁ ପ୍ରସାରିତ କରି ତା'ର ଜଳ ପତନ ବଢାଇଥାଏ। ସପରି ପ୍ରଥମ ସ୍ମୃତିର ପରଶରେ ହୃଦୟର ତିବ୍ରସ୍ପନ୍ଦନର ଉଷ୍ମତା ସ୍ପର୍ଶରେ ଭାବନାର ବରଫ ତରଳି ଆବେଗରୂପୀ ସିନ୍ଧୁର ଉଦ୍ବେଗ ପତନ ବୃଦ୍ଧି କରିଥାଏ। କେବେ ସୁନାମିର ରୂପନେଇ ଜୀବନକୁ ବ୍ୟତିବ୍ୟସ୍ତ କରିପକାଇଥାଏ। ମାତ୍ର ବୁଝିବାକୁ ହେବ ତାହା ବ୍ୟକ୍ତିର ଏକାନ୍ତ ଗୋପନୀୟ ଅବ୍ୟକ୍ତ ଅନୁଭୂତି, ଯାହା ବ୍ୟକ୍ତିଗତ । ତେଣୁ ପାରିପାର୍ଶ୍ବିକ ବାହ୍ୟ ଜୀବନରେ ଏହାର ପ୍ରଭାବ ଶୂନ୍ୟ ମଧ୍ୟ ହୋଇପାରେ।

    

    ଆମେ ଯାହାକୁ ଚାହିଁବା ବା ପସନ୍ଦ କରୁଥିବା ସେ ବି ଆମକୁ ପସନ୍ଦ କରୁଥିବ, ଏହାର କୈାଣସି ନିର୍ଦ୍ଦିଷ୍ଟ କାରଣ ବା ନିଶ୍ଚିନ୍ତତା ନ ଥାଇପାରେ। କାରଣ ହୃଦୟ ଯେ ଏକ ହଟିଆ, ଅବୁଝା ଶିଶୁ ସମ ହୋଇଥାଏ, ଯେକି ଯାହାକୁ ପସନ୍ଦ କରେ ତା'ରି ଆଡ଼କୁ ମାଡ଼ି ଚାଲେ। ଭଲ ଲାଗଙଥିବା ପ୍ରତିଟି ଜିନିଷ ତା'ର ହୋଇଯାଉ ବୋଲି ଲୁକ୍କାୟିତ ବା ସୁପ୍ତ ଆଶା ପୋଷଣ କରିଥାଏ। ଯାହା ବେଳେବେଳେ ଅନୁଚିତ ବି ହୋଇପାରେ। କେବେ ବି ଚିନ୍ତା କରେନି ଯେ,ଯାହା ପଛେ ସେ ପାଗଳ ସେ ହୁଏତ ଅନଭିଜ୍ଞ। ହୁଏତ ସେ ତୁମକୁ ସେତିକି ଗୁରୁତ୍ବ ନ ଦେଇ ହେୟ ମଣୁଥାଇପାରେ। ତଥାପି ଅବୋଧ ଶିଶୁ ଭଳି ସେ ତା'ଜିଦ୍ ରେ ଅଟଳ ଥାଏ। 

     ଏମିତି ସଂସାର ରେ ଅନେକ ଅନେକ ଙ୍କ ପାଇଁ ପାଗଳ ମାତ୍ର ସେ ଆଉ କାହା ପାଇଁ ପାଗଳ ଥାନ୍ତି। ପଛକୁ ନ ଚାହିଁ ଯେଝା ଯେଝା ମନ ର ନିର୍ଦେଶ ରେ ମାଡ଼ି ଚାଲିଥାନ୍ତି। ଲକ୍ଷ ସ୍ଥଳରେ ପହଞ୍ଚିବା ଗୁରୁତ୍ୱ ଥାଉ ବା ନ ଥାଉ ଜିଦ୍ ରେ ଅଟଳ ଥାନ୍ତି ସବୁ ହୃଦୟ। କାରଣ ହୃଦୟ ଉପରେ କାହାର ଯୋର୍ ବା ଅଧିକାର ଯେହେତୁ ନଥାଏ। ତେଣୁ ଏହା ସମସ୍ତଙ୍କ ର ଏକାନ୍ତ ବ୍ୟକ୍ତିଗତ ଗୋପନୀୟ ଅଭୁଲା  ଅନୁଭୂତିର ସ୍ମୃତି।


Rate this content
Log in

Similar oriya story from Romance