STORYMIRROR

Chinmayee Sahoo

Tragedy

3  

Chinmayee Sahoo

Tragedy

ପାଣିର ଗାର

ପାଣିର ଗାର

1 min
224


ସତେ ସବୁ ଛଳନା ଥିଲା !ମିଥ୍ୟା ପ୍ରତିଶ୍ରୁତି ,ମିଥ୍ୟା ସେ ପୀରତି , ମିଥ୍ୟା ପ୍ରେମ ମଧୁ ଗୀତି । ମିଥ୍ୟା ମିଥ୍ୟା ଖାଲି ....ମିଥ୍ୟା ଲାଗେ ଜୀବନର ରୀତି..।

ସବୁକିଛି ଯେମିତି... ପାଣିର ଗାର ପରି ଲିଭିଗଲା ସେ ଦଗାଦିଆ ମନରୁ।

ସବୁକିଛି ସମ୍ପର୍କ ,ବନ୍ଧନ,

 ଲୋକଲାଜ,ନିନ୍ଦା କୁ ପଛରେ ପକାଇ

 ଧାଇଁ ଆସୁଥିଲି ଯାହା ପାଖକୁ ସେ ଆଜି ଛାଡି ଚାଲିଯାଏ ସବୁଦିନ ପାଇଁ ଦୂରକୁ...।

 କେମିତି ବଞ୍ଚିବି,.... କେମିତି ବୁଝେଇବି ,

ଏ ଅବୁଝା ମନ କୁ.... 

କେମିତି ... କେମିତି...?

କ'ଣ ଊଣା ଥିଲା ମୋ ପ୍ରେମରେ...

କଣ ତ୍ରୁଟି ରହିଯାଇଥିଲା ମୋ ଭାବରେ ...

ନିଜେ ମଧ୍ୟ ଜାଣିପାରୁନି ମୁଁ ...।

ତିଳେ ମାତ୍ର ମୋ ପ୍ରେମ ଓ ମୋ ସହ ବିତାଇଥିବା ସେ ସୁଖର ର ମୁହୂର୍ତ୍ତ,

...ସେ ଅଭୁଲା ସ୍ମୃତି.. ବ୍ୟତିବ୍ୟସ୍ତ କଲାନି ଛାଡିଦେଇଯିବାକୁ ମୋତେ

 ଏମିତି ଅସହାୟ , ଏକାକୀ କରି ..! 

ଭୁଲ ଥିଲା ସେ ଦଗାଦିଆ କାହ୍ନୁର ନାଁ ମୋର ...?

 ଯେଉଁ ଭୁଲ୍ ପାଇଁ ମୁଁ ପଶ୍ଚାତାପ ଅଗ୍ନିରେ ଜଳିମରୁଛି।

ଜଳି ଜଳି ବିରହବହ୍ନିରେ

 ଭସ୍ମିଭୂତ ପ୍ରାୟ ମୋର ମନ ଆତ୍ମା ସବୁକିଛି... ।

ଏ ନସ୍ୱର ଶରୀରକୁ ପଚାରେ କିଏ ?

 ଇଏ ବି ତ କ୍ଷୀଣ ,ଦୁର୍ବଳ ହୋଇପଡିଲାଣି..। 

ଛାଡିଯାନ୍ତା କି ଏ ବିଦଗ୍ଧ ପ୍ରାଣ ଏ ତନୁକୁ ?

 ଆଉ ଉଡିଯାଆନ୍ତା ସେଇ ମୋ ପ୍ରିୟର ଦେଶକୁ ..

ଆଉ ଘୂରିବୁଲୁଥାନ୍ତା ତାଙ୍କ ଚତୁଃପାର୍ଶ୍ଵରେ...

 ଆଉ ନିରେଖି ନିରେଖି ସେ ଶ୍ୟାମ ବଦନକୁ... ମୋହନ ମୂରତିକୁ .....

 ଆଶ୍ବସ୍ତ ହେଉଥାନ୍ତା ଟିକେ ।

ଛାଡ....! ନିଜକୁ ବୁଝାଇବା ଛଡ଼ା ଅନ୍ୟ ଗତି କଣ ଅଛି?

ପ୍ରେମ - ପ୍ରତିଶ୍ରୁତି ଯା'ର

          ପାଣିର ଗାର

ସେ କାହୁଁ ବୁଝିବ 

       ବେଦନା କା'ର ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy