CHINMAYEE PRADHAN

Romance Tragedy Fantasy

4.0  

CHINMAYEE PRADHAN

Romance Tragedy Fantasy

ବେଳାଭୂମି

ବେଳାଭୂମି

3 mins
196



ଏଇ ଆଲାର୍ମ୍ ବାଜିଲାଣି ଉଠ। ଶୀଘ୍ର ନ ବାହାରିଲେ ଡେରି ହେଇଯିବ ଯେ। ମୁଁ ବାଥରୁମ୍ ଯାଉଛି। ତୁମେ ଝିଅକୁ ଉଠେଇ ବ୍ରସ୍ କରେଇ ଦିଅ। ଏ କଥା କହି ଆଶା ଗାଧେଇ ଗଲା। ଅଲୋକ ଉଠି ଜ୍ୟୋତିକୁ ଉଠେଇଲା। ତିନି ଜଣ ଯାକ ରେଡି ହେଇ ବାହାରି ପଡ଼ିଲେ ପୁରୀ ଯିବାକୁ। ଆଲୋକ ପଚାରିଲା, ଭୋଗ ସବୁ ଠିକ୍ ରେ ସଜାଡି ଆଣିଛ ତ ଆଶା? ହଁ ଆଣିଛି। ଜ୍ୟୋତି କାର୍ ଭିତରେ ବସି ମୋବାଇଲ୍ ରେ କାର୍ଟୁନ୍ ଦେଖୁଥାଏ। ଆଶା କହିଲା, ଏଇ ଶୁଣୁଛ, ଆମେ ପ୍ରତି ବର୍ଷ ଯେମିତି ପୁରୀ ଆସୁଛେ ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସେମିତି ଆସୁଥିବା। ଆଲୋକ କହିଲା, ହଁ ଆଶା ସେଇ ଜଗନ୍ନାଥଙ୍କ କୃପାରୁ ତ ଆମେ ଏକାଠି ହେଇ ପାରିଚେ।


  ଗପି ଗପି କେତେବେଳେ ପୁରୀରେ ପହଁଞ୍ଚି ଗଲେ ସମୟ ଜଣା ପଡିଲାନି। ଜଗାକୁ ଦର୍ଶନ କରି ସମୁଦ୍ର କୂଳକୁ ଗଲେ। ଏମିତି କଣ କେବେ ହେଇଛି ପୁରୀ ଆସି ଜଗା ଦର୍ଶନ ପରେ ସମୁଦ୍ର ବେଳାଭୂମିରେ ନ ବୁଲି କେହି ଘରକୁ ଫେରିଛି। ସେମାନେ ବି ଗଲେ।


 ଆଶାର ଫଟୋ ଉଠାଇବାରେ ଭାରି ସଉକ। ବେଳାଭୂମିରେ ପହଞ୍ଚୁ ପହଞ୍ଚୁ ତାର ସେଲ୍ଫି ନେବା ଆରମ୍ଭ ହେଇଗଲା। ତିନି ଜଣ ମିଶି ବହୁତ୍ ଫଟୋ ଉଠାଇଲେ। ଜ୍ୟୋତି କହିଲା, ମାମା ଆସ ବାଲିରେ ଚିତ୍ର କରିବା। ଆମ ନାଁ ଲେଖିବା।ମା ଝିଅ ମିଶି ବାଲିରେ ନାଁ ଲେଖିଲେ। ତା ପରେ ଘୋଡା ପିଠିରେ ବସି ସମସ୍ତେ ବୁଲିଲେ।ପଇଡ଼ ପାଣି ପିଇଲେ। ଆଲୋକ କହିଲା, ଆଶା ତୁମର ଆମ କଲେଜ ବେଳର କଥା ମନେ ଅଛି ନା। ଏଇ ବେଳାଭୂମି ସହିତ ଆମର କେତେ ସ୍ମୃତି ଜଡିତ ଅଛି। ଆଶା କହିଲା, ହଁ ସବୁ ମନେ ଅଛି। ଏଇ ବେଳାଭୂମି ତ ଆମ ପ୍ରେମର ସାକ୍ଷୀ। ସେଦିନର ସେଇ ଅଭୁଲା ମୂହୁର୍ତ୍ତ ଚିରଦିନ ପାଇଁ ମନେ ରହିବ। ତୁମେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ଛାତ୍ର ଥିଲ ଆଉ ମୁଁ ଶ୍ରୀ ସଦାଶିବ ବିଶ୍ବ ବିଦ୍ୟାଳୟ ର। ସେଦିନ ଏଇ ବେଳାଭୂମିରେ ତୁମେ ବି ବୁଲୁଥିଲ ଆଉ ମୁଁ ବି। ମୁଁ ବୁଲିବୁଲି ଫଟୋ ଉଠଉ ଥିଲି ଆଉ ତୁମେ ମୋତେ ଚାହିଁ ରହିଥିଲ। କାହିଁକି କେଜାଣି ଚଷମା ଭିତରେ ତୁମର ସେ ନୀରିହ ଚାହାଣି ମୋତେ ଭାରି ଭଲ ଲାଗିଥିଲା। ତୁମେ ଏଇ ବାଲି ଉପରେ ବସି କବିତା ଲେଖୁଥିଲ ଏକା ଏକା। ତୁମ ସହିତ କଥା ହେବା ପାଇଁ ଇଚ୍ଛା ହେଲା। ବାହାନା କରି ତୁମକୁ ଗୋଟିଏ ଫଟୋ ଉଠାଇ ଦେବାକୁ କହିଥିଲି ଆଉ ତୁମେ ଉଠେଇ ଦେଇଥିଲ। ମୁଁ ଧନ୍ୟବାଦ ସହ ତୁମ ନାମ ଜିଜ୍ଞାସା କରିଥିଲି। ତୁମ ପରିଚୟ ପାଇ ମୋ ପରିଚୟ ଦେଇଥିଲି। ତୁମ କଥା ମୋତେ ବହୁତ ଭଲ ଲାଗିଥିଲା।ଇଛା ହେଉଥିଲା ସେମିତି ସେଇଠି ବସି ତୁମ ସହ ଗପିବାକୁ। ସାତଟା ପୂର୍ବରୁ ହଷ୍ଟେଲ ଫେରିବା ପାଇଁ ନିୟମ ଥିବାରୁ ବାଧ୍ୟ ହୋଇ ଫେରିଥିଲି। 


   ହଷ୍ଟେଲରେ କେବଳ ରବିବାର ଦିନ ହିଁ ମନ୍ଦିର ଓ ସମୁଦ୍ର ବୁଲିବା ପାଇଁ ଛାଡନ୍ତି। ତା ପର ରବିବାର ଦିନ ମୁଁ ତୁମକୁ ଅପେକ୍ଷା କରି ବସି ବସି ଫେରିଲି କିନ୍ତୁ ତୁମେ ଆସି ନ ଥିଲ। ବହୁତ୍ ଦୁଃଖ ଲାଗିଥିଲା। ପୁଣି ତା ପର ରବିବାର ଦିନ ଅପେକ୍ଷା କରିଥାଏ। ତୁମେ ଆସୁଥିବାର ଦେଖି ତୁମ ପାଖକୁ ଯାଇ କହିଲି ଗତ ରବିବାର ଦିନ ଆସି ନଥିଲ ମୁଁ ଅପେକ୍ଷା କରିଥିଲି। ତୁମେ ମୋତେ ଆଶ୍ଚର୍ଯ୍ୟ ହୋଇ ପଚାରିଲ, କାହିଁକି? ମୁଁ କହିଥିଲି, କିଛି ନୋଟସ୍ ଦରକାର ବୋଲି। ତୁମ ନମ୍ବର ବି ସେଦିନ ଆଣିଥିଲି। ତୁମ ସହ ଗୋଟିଏ ସେଲ୍ଫି ଉଠେଇ ଥିଲି। ଜାଣିଛ ସେ ଫଟୋକୁ ମୁଁ କେତେ ଥର ଦେଖିଛି। 


  ତୁମ ସହ ପ୍ରତିଦିନ ଫୋନ୍ ରେ କଥା ହେବା ଗୋଟିଏ ଅଭ୍ଯାସ ହେଇଯାଇଥିଲା।ତୁମର ମନେ ଅଛି, ଯେତେବେଳେ ଘରକୁ ପଳେଇଥିଲ ମୋ ସହ ଚାରି ଦିନ କଥା ହେଇ ନ ଥିଲ ଆଉ ଯେତେବେଳେ କଲ୍ କଲ ମୁଁ ଖାଲି କାନ୍ଦିଥିଲି। କାହିଁକି କଲ୍ କରୁ ନଥିଲ? ମୁଁ କେତେ କଣ ଭାବି ଦେଇଥିଲି। ଆଉ ଏମିତି ଜମା ବି କରିବନି। ତୁମେ ଖାଲି ନୀରବରେ ସବୁ ଶୁଣୁଥିଲ। ଶେଷରେ କହିଥିଲ, ଏଥର ସବୁଦିନ କଥା ହେବି। ବୋଧହୁଏ ତୁମେ ସେତେବେଳକୁ ମୋ ମନକଥା ବୁଝି ଯାଇଥିଲ।ସବୁ ରବିବାର ଦିନ ବେଳାଭୂମିରେ ଦେଖା କରିବା ବି ଅଭ୍ୟାସରେ ପରିଣତ ହେଇ ଯାଇଥିଲା। ଆମ ପ୍ରେମ ବି ଅଜବ ଥିଲା ନା। କେହି କେବେ କାହାକୁ ' *ଆଇ ଲଭ୍ ୟୁ'*କହିନେ।

  

   ହଷ୍ଟେଲ ଛାଡ଼ିବା ପୂର୍ବ ଦିନ ଆସିଥିଲେ ଆମେ ଏହି ବେଳାଭୂମିରେ ଚୁପଚାପ୍ ବସିଥିଲେ ବହୁତ ସମୟ ଧରି। ତୁମେ ମୋ ହାତ ଧରିଥିଲ ଆଉ ମୁଁ କହିଥିଲି ଧରିଲେ ଯଦି କେବେ ଛାଡ଼ିବନି। ତୁମେ ହସିକି କହିଥିଲ, ଆଉ କଣ ଛାଡିଦେବା ପାଇଁ ଧରିଛି କି। ତୁମେ ବି ଆଉ ହାତ ଛଡେଇ ନେବନି। ଆମ ଏଇ କଥାର ସାକ୍ଷୀ ଥିଲା ଏଇ ବେଳାଭୂମି। ଏଇଠି ଏଇ ବାଲିରେ ସେଦିନ ପ୍ରଥମ ଥର ପାଇଁ ତୁମେ ପାନପତ୍ର କରି ଆମ ଦି ଜଣଙ୍କ ନାଁ ଲେଖିଥିଲ। ଫେରିବା ବେଳକୁ ସଞ୍ଜ ହେଇ ଯାଇଥିଲା। ତୁମ କାନ୍ଧରେ ମୁଣ୍ଡ ରଖି ମୁଁ କେତେ କାନ୍ଦିଥିଲି। ସବୁଦିନ ଏକାଠି ରହିବାକୁ ଶପଥ ନେଇ ଫେରିଥିଲେ। ସାକ୍ଷୀ ରହିଯାଇଥିଲା ଏଇ ବେଳାଭୂମି।




Rate this content
Log in

Similar oriya story from Romance