STORYMIRROR

Bimala Sankar Dash

Romance

3  

Bimala Sankar Dash

Romance

ବେଡ୍ ନଂ-୧୪୩

ବେଡ୍ ନଂ-୧୪୩

1 min
369

 ଅନେକ ଦିନ ହେଲାଣି ଡାକ୍ତର ତଥା ଗାଳ୍ପିକ ଦିବ୍ଯାଂଶୁଙ୍କ ହସ୍ପିଟାଲ ସମ୍ମୁଖ ବଗିଚାରେ ପଡିଥିବା ବେଞ୍ଚ୍ ଉପରେ ଏକୁଟିଆ ବସିଥିବା ଜଣେ ଅଚିହ୍ନା ଅଜଣା ଅଥଚ ଭିଡଭିତରେ ସ୍ପଷ୍ଟ ବାରି ହୋଇ ପଡୁଥିବା ଝିଅଟିକୁ ନିଇତି ଦେଖନ୍ତି ଆଉ ଅଳପ ହସି ଦିଅନ୍ତି । ଝିଅଟି ବି ନିର୍ଭେଜାଲ୍ ହସଟିଏ ହସିଦିଏ । ସେଇ ଝିଅ ସହ କ୍ଷଣିକ ଆଖିର ମିଳନରେ ଦିନଯାକର ଖୁସି ମିଳି ଯାଉଥିଲା ତାଙ୍କୁ । ତମାମ୍ ଦିନର ଥକାପଣ ଦୂର ହୋଇ ଯାଉଥିଲା ସେଇ ଝିଅଟିକୁ ଥରେ ଦେଖିସାରିବା ପରେ । ଥରେ ଜୀବନ ଯାକର ଖୁସି କିଣି ନେବା ପାଇଁ ସାହସ କରି ଝିଅଟି ନିକଟକୁ ସେ ଖୁବ୍ ସନ୍ତର୍ପଣରେ ଗଲେ । ମନ କଥା ଖୋଲିକି କହିଦେବାକୁ ତାଙ୍କର ସାହସ ନିଅଣ୍ଟ ହେଲା । ମନକଥାକୁ କହି ନ ପାରି ଚିରୁଡାଏ କାଗଜରେ ଲେଖିଦେଇଗଲେ-- 


      ଯାହା ପ୍ରତୀକ୍ଷାରେ 

             ଥିଲି ଏତେଦିନ 

                 ଦେଖିଲି ମୁଁ ସେଇ ଜହ୍ନ 

      ଜହ୍ନ ଠୁ ଅଧିକା 

             ତୁମେ ତ ସୁନ୍ଦର

                ଚୋରାଇ ନେଲ ମୋ ମନ ! 

      କରୁଅଛି ପ୍ରେମ 

             ତୁମେ ବି କରୁଛ 

                ଏକଥା ତୁମେ ବି ଜାଣ 

       ପାଟି ଖୋଲି ଥରେ 

              ଭଲ ପାଅ ବୋଲି 

                 କହିଲେ ହୋଇବି ଧନ୍ଯ !

               

ଝିଅଟି ଏହାକୁ ପଢିସାରିବା ପରେ ଖୁବ୍ ବିଦ୍ରୂପ କରି ହସିଲା ...ଖାଲି ହସିଲା ନାହିଁ ସେଇ କାଗଜର ଆରପଟେ ପଦିଏ ଲେଖିଦେଇ ଝିଅଟି ସେଇଠୁ ଚାଲିଗଲା । ଗାଳ୍ପିକ ଦିବ୍ଯାଂଶୁ ବ୍ଯାକୁଳ ଚିତ୍ତରେ ପଢିବାକୁ ଲାଗିଲେ-- 

      

      ପାଣିଫୋଟକାର 

             ଆୟୂଷ ଧରିଛି 

                 ବଞ୍ଚିବି ଅଳପ ଦିନ 

      ଉପରକୁ ସିନା 

             ଦିଶୁଛି ସୁନ୍ଦର  

                 ଭିତରେ ମୁଁ ମଲା ଜହ୍ନ  ! 

      ଅଧାଗଢା ପ୍ରେମ 

             ଅଧାଲେଖା ଗପ 

                  ଲେଖିବାକୁ ଯଦି ମନ

       ଶୀର୍ଷକ ରଖିବ 

             ରକ୍ତ କ୍ଯାନସର୍        

                  ଚାଲିଗଲା ପରେ ପ୍ରାଣ !


             --ଏହାକୁ ପଢି ସାରିବା ପରେ କାଗଜଟି ଆଖି ଲୁହରେ ଓଦା ହୋଇଗଲା । ଏକା ନିଃଶ୍ବାସରେ ଧାଇଁବାକୁ ଲାଗିଲେ ହସ୍ପିଟାଲ ର କ୍ଯାନସର୍ ଓ୍ବାର୍ଡ ନିକଟକୁ । ଝିଅଟିକୁ ଖୋଜି ଖୋଜି ପହଞ୍ଚିଗଲେ ବେଡ୍ ନଂ-୧୪୩ ରେ । ଡାକ୍ତର ଦିବ୍ଯାଂଶୁ ଦେଖିଲେ ସେଇ ଝିଅଟି ଅଶ୍ରୁଭିଜା ନୟନରେ ତାଙ୍କ ଆଡକୁ ଆତୁର ହୋଇ ଅନାଇ ରହିଛି ।

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance