ଅଝରା ବର୍ଷା
ଅଝରା ବର୍ଷା
ଅଣୁଗଳ୍ପ
ଦିନେ ମେଘକୁ ପ୍ରେମର ଚିଟାଉ କରି ସେ ପଠେଇଥିଲା ପ୍ରେମିକା ପାଖକୁ ଯେ , ହେଲେ ସେଇ ମେଘ ମନ ଉଣା କରି ଫେରି ଆସି ତାଙ୍କ ହୃଦୟରେ ହିଁ ଝରିଗଲା ଖୁବ୍ ଜୋର୍ ରେ....
ଆଉ ସେଇ ଅଝରା ମେଘ ସନ୍ଦେଶ ଦେଇ କହିଗଲା -- "ମୋ ଘର ତ ଖୁବ୍ ବିଶାଳ ଠିକ୍ ସୀମାହୀନ ଆକାଶ ପରି ...ତା ହୃଦୟରେ ତ କାଣିଚାଏ ବୋଲି ଜାଗା ନାହିଁ କେମିତି ବା ଝରି ପ୍ରେମ ବର୍ଷା କରି ପାରନ୍ତି । ଏଣୁ ଅଝରା ହୋଇ ଫେରି ଆସିଲି ତମ ଆକାଶପରି ହୃଦୟରେ ହିଁ ଚିରଦିନ ଭାସି ବୁଲିବାକୁ....
ସେଇ ଦିନଠୁ ସେଇ ଅଝଟ ଅଝରା ମେଘର ବର୍ଷାରେ ସେ ନିଇତି ବତୁରୁ ଥିଲେ.... ।

