STORYMIRROR

Bimala Sankar Dash

Inspirational

3  

Bimala Sankar Dash

Inspirational

ଅପହୃତ ସୁଖ

ଅପହୃତ ସୁଖ

1 min
412


ମାଟି ଝାଟିର ଛୋଟିଆ ଘରଟେ । ଲୋକଙ୍କ ଭିଡ ବି କିଛି କମ୍ ନ ଥିଲା ତା'ରି ଭିତରେ । ବାପା , ମାଆ, ଭାଇ, ଭଉଣୀ, ପତ୍ନୀ ଓ ଛୁଆପିଲାକୁ ନେଇ ଛୋଟ ଘରଟିରେ ଚଳିବା କଷ୍ଟକର ହୋଇ ପଡୁଥିଲା । ଛୋଟ ଘରଟିରେ ଅଣନିଃଶ୍ବାସୀ ହୋଇପଡୁଥିଲେ ବିମଳ ବାବୁ । ପ୍ରୟୋଜନ ପାଇଁ ବଡଘରଟେ କଷ୍ଟେମଷ୍ଟେ ତୋଳିଦେବାକୁ ଚିନ୍ତା କଲେ । ଭାବୁଥିଲେ ଘର ତୋଳା ସରିବା ପରେ ଟିକିଏ ଶାନ୍ତି ରେ ନିଃଶ୍ବାସ ନେବେ । 


ସମସ୍ତ ସଞ୍ଚିତ ଅର୍ଥ ବିନିମୟରେ ଆଂଜୁଳାଏ ସୁଖ କିଣିନେବା ଉଦ୍ଦେଶ୍ୟରେ ଅଳପ ଦିନ ଭିତରେ ବଡ କୋଠାଟେ ଛିଡା କରେଇଦେଇ ପାରିଲେ ସିନା ହେଲେ ଘର ତୋଳି ପାରିଲେନି ବିମଳବାବୁ । 


ଏବେ ବି ଟିକିଏ ଆନନ୍ଦ ଲଭିବା ପାଇଁ ଭବ୍ଯ ନିର୍ମିତ କୋଠାର ସିମେଣ୍ଟ ବୋଳା ସୁଉଚ୍ଚ ଛାତ ଉପରେ ଛିଡା ହୋଇ ସେ ନିରେଖୁଥିଲେ ସେଇ ଛୋଟିଆ ଝାଟିମାଟିର ଘର ଆଡକୁ ..ତଉଲୁଥିଲେ ସେଇଠି ବସ୍ତୁର ଅଭାବ ଅଥଚ ଘର କୁହା ଯାଇପାରେ ,ଆଉ ଏଇଠି ସମସ୍ତ ଭୋଗବିଳାସର କୁତ୍ରିମ ସାଧନ ଭରପୁର କିନ୍ତୁ ପ୍ରିୟ ମଣିଷଙ୍କ ଅନୁପସ୍ଥିତି କାରଣରୁ ଏହା ସାମାନ୍ୟ କୋଠା ମାତ୍ର , ସ୍ବୟଂସଂପୂର୍ଣ୍ଣ ଘର ତ କେବେ ବି ହୋଇ ନ ପାରେ ... .

      

ତଥାପି ଫେରି ପାରୁ ନ ଥିଲେ ସେହି ଘରକୁ ଯେଉଁଠି ସେ ପ୍ରକୃତ ସୁଖକୁ ପାଦରେ ଆଡେଇ ଚାଲି ଆସିଥିଲେ !!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational