STORYMIRROR

Bimala Sankar Dash

Inspirational

3  

Bimala Sankar Dash

Inspirational

ଜୀବନ୍ମୃତ

ଜୀବନ୍ମୃତ

2 mins
337


ଦିନେ ଜଣେ ରାଜା ପଣ୍ଡିତସଭାରେ ପ୍ରଶ୍ନ କଲେ -

            ତୁମ ବିଚାରରେ ମୃତ୍ୟୁ କ'ଣ ?

ସେଇ ରାଜ୍ୟର ବିଶିଷ୍ଟ ପଣ୍ଡିତ ବର୍ଗ ନିଜ ନିଜ ଢଙ୍ଗରେ ସ୍ବମତ ରଖିଲେ । ରାଜା ସମସ୍ତଙ୍କ ଉତ୍ତର ଶୁଣି ପ୍ରସନ୍ନ ହେଲେ ଓ ପୁରସ୍କୃତ ମଧ୍ଯ କଲେ । କିନ୍ତୁ ରାଜା ଟିକିଏ ବିମର୍ଷ ହୋଇ ପଡିଲେ ଯେତେବେଳେ ଜଣେ ବୟୋଜ୍ୟେଷ୍ଠ ପଣ୍ଡିତଙ୍କ ବିଚାର ଶୁଣିଲେ

ସେହି ମହାନ୍ ପଣ୍ଡିତ ଜଣଙ୍କ ବିଚାରଟି ଥିଲା-

    ଯେ ନିଜ ଧର୍ମ ପାଳନ ନ କରେ ସେ ମୃତ !

ରାଜା ସରଳ କରି ବୁଝାଇବାକୁ ସେଇ ପଣ୍ଡିତଙ୍କୁ ଆଦେଶ ଦେଲେ ।

ଅତି ନମ୍ର ଭାବରେ ପଣ୍ଡିତ ଜଣଙ୍କ କହିଲେ-- 

               ପ୍ରଜା ହିତରେ କାର୍ଯ୍ୟ କରିବା ହିଁ ରାଜାଙ୍କ ଧର୍ମ ଯଦି ରାଜା ପ୍ରଜାବତ୍ସଳ ନୁହଁନ୍ତି , ପ୍ରଜାନୁରାଗୀ ନୁହଁନ୍ତି , ରାଜ ଧର୍ମ ପାଳନ ନ କରି ଭୋଗ ବିଳାସରେ ସମୟ ବ୍ଯଥିତ କରନ୍ତି, ପ୍ରଜାଙ୍କ ଦୁଃଖରେ ସମଦୁଃଖୀ ନ ହୁଅନ୍ତି ତେବେ ସେ ରାଜ୍ଯର ରାଜା ଜୀବିତ ଥାଇ ବି ମୃତ ତୂଲ୍ଯ ହିଁ ବିବେଚନା କରା ଯାଇପାରେ । ଯିଏ ନିଜ ଧର୍ମ ପାଳନ କରେ ନାହିଁ ପ୍ରକୃତପକ୍ଷେ ସେ ମୃତ !

ତେବେ କୁହ ଆମ ରାଜ୍ଯର ରାଜା ଜୀବିତ କି ମୃତ ?

ଆମରାଜ୍ଯର ରାଜା ଜୀବିତ ଥାଇ ବି ମୃତ - "ଜୀବନ୍ମୃତ "!     

    ନିର୍ଭିକ ଚିତ୍ତରେ ପଣ୍ଡିତେ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଲେ ।

ଏଇ ଉତ୍ତରରେ ରାଜା ରାଗରେ ପଞ୍ଚମ ହୋଇ , ରାଜାଙ୍କୁ ଅପମାନିତ କରିଥିବା ଅପରାଧରେ ମୃତ୍ଯୁଦଣ୍ଡ ଘୋଷଣା କଲେ ।

ପୁରା ସଭାଟି ରାଜାଙ୍କ ଏଇ ଘୋଷଣାରେ ନିମିଷକରେ ନିଃଶବ୍ଦ ହୋଇଗଲା । 

ଏଥିରେ କିନ୍ତୁ ପଣ୍ଡିତେ ଆଦୌ ବିଚଳିତ ହେଲେନି । ବରଂ ଚ ସେ ହସବୋଳା କଣ୍ଠରେ କହିଲେ "ମଣିମା ! ଆପଣ ଚାହିଁଲେ ବି ମୋତେ ପ୍ରକୃତ ମୃତ୍ୟୁ ଦଣ୍ଡ ଦେଇ ପାରିବେନି ।"

ପଣ୍ଡିତେଙ୍କ ଏଇ ଦମ୍ଭୋକ୍ତି ଶୁଣି ରାଜା ଯେତିକି କ୍ରୋଧିତ ହେଲେ ତା'ଠୁ ଅଧିକା ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ        

                              କିପରି ?

ପଣ୍ଡିତଙ୍କ ଧର୍ମ ସତ୍ଯାନ୍ବେଷୀ କିନ୍ତୁ ପୁରସ୍କାର ଆଶାରେ, ମଣିମାଙ୍କ ପ୍ରିୟଭାଜନ ହେବା ସକାଶେ ଅହରହ ଆପଣଙ୍କ ମିଥ୍ୟା ଯଶଗାନ କରି ଆସିଛି ମୁଁ ବି ପଣ୍ଡିତର ଧର୍ମ ପାଳନ କରିପାରି ନାହିଁ ଏଣୁ ଅନେକ ଦିନ ଆଗରୁ ମୁଁ ମୃତ ହୋଇ ସାରିଛି ଆଜି ପ୍ରଥମକରି ସାହସର ସହ ଛାମୁଙ୍କ ଆଗରେ ସତ୍ୟ ପ୍ରକାଶ କରି ମୃତରୁ ଜୀବିତ ହୋଇଛି ଏଣୁ ମୃତ୍ୟୁ ଦଣ୍ଡ ମୋତେ କଦାପି ପୁଣିଥରେ ମୃତଘୋଷଣା କରି ପାରିବନି

ପଣ୍ଡିତଙ୍କ ଏଇ ମର୍ମଭେଦୀ କଥା ଶୁଣି ରାଜା ମହମ ପରି ତରଳିବାକୁ ଲାଗିଲେ । ନିଜ ଭୁଲ ପାଇଁ ଅନୁତାପ କରି ସଲଜ୍ଜ ଚିତ୍ତରେ ପଣ୍ଡିତଙ୍କୁ  କୋଳାଗ୍ରତ କରି ରାଜ ଧର୍ମ ପାଳନ କରିବାକୁ ଶପଥ ନେଲେ ।

ପଣ୍ଡିତେ ବି ସ୍ପଷ୍ଟୀକରଣ ଦେଲେ ଯେ ରାଜାଙ୍କୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା, କେବଳ ରାଜାଙ୍କୁ ଉଚିତ୍ ମାର୍ଗ ଦେଖାଇବା ହିଁ ତାଙ୍କର ଅଭିସନ୍ଧି ଥିଲା ଏସବୁ ତର୍କ ଭିତରେ

ସେଇ କ୍ଷଣେ ରାଜାଙ୍କ ସହିତ ସମସ୍ତ ରାଜପରିଷଦଙ୍କୁ  ଅନୁଭବ ହେଉଥିଲା ସେମାନେ ଯେମିତି  ଜୀବନ୍ମୃତରୁ ନିର୍ବାଣ ଆଡ଼କୁ ପାଦ ଥାପୁଥିଲେ ।

                               

                                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational