Satyabati Swain

Romance

3  

Satyabati Swain

Romance

ବେବିଡଲ୍ ଓ ଜାନ୍

ବେବିଡଲ୍ ଓ ଜାନ୍

6 mins
674


ରାତି ଏଗାର । କାଳ ବୈଶାଖୀ ବର୍ଷା ଓ ଝଡ଼ ଏଇ ଏଇ ଥମିଛି । ଲାଇନ କଟି ଯାଇଛି ଝଡ଼ ପବନରେ । ଫୋନ୍ ଚାର୍ଜ ନାହିଁ । କିଛି ଭଲ ଲାଗୁନାହିଁ ସଫ୍ଟୱେର ଇଂଜିନିୟର ମିସ୍ ଇଭା ପର୍ବତକୁ । ପନ୍ଦର ଦିନ ହେବ ସେ ଗୋଟେ ଶୁନ୍ୟତାକୁ ନେଇ ବଞ୍ଚୁଛି । କ୍ୟାଣ୍ଡେଲ ଟିଏ ଜଳାଇ ଡାଇରୀରେ କିଛି ଲେଖି ବସିଲା ଇଭା । ଘରେ ମା ଓ କିଂଶୁ ଶୋଇ ପଡିଲେଣି ଥଣ୍ଡା ଲାଗିବାରୁ ପାଗ ।

କବାଟରେ ଠକ୍ ଠକ୍ ଶବ୍ଦ ହେଲା । ପବନରେ ଏମିତି କିଛି ଶୁଭୁ ଥାଇ ପାରେ ଭାବି ନିଜ କାମରେ ମନ ଦେଲା ଇଭା । ପୁଣି ଶୁଭିଲା ଜୋରେ ଠକ୍ ଠକ୍ । ଏଥର ନିଶ୍ଚିନ୍ତ ହେଲା କେହି ଜଣେ କବାଟ ସେ ପଟେ । କିନ୍ତୁ ବିସ୍ମିତ ଭୟ ବି କଲା ଇଭା । ଏତେ ରାତି । ଝଡ଼ ପବନ ବେଗ ଏଇ ମାତ୍ର କମିଛି । ଏପରି ସମୟରେ ତା ଘର କବାଟ ସେ ପଟେ କିଏ ହୋଇପାରେ !

ଟିକେ ଥଙ୍ଗ ମଙ୍ଗ ହେଲା । ଡାକିବ ମାଙ୍କୁ ! ନା ମ, ମା ଘର କାମ ସହ କିଂଶୁ କଥା ବୁଝି ହାଲିଆ ହୋଇ ଶୋଇ ପଡିଛନ୍ତି । କିଂଶୁ ତା ଭାଇ ଷ୍ଟାଣ୍ଡଡ଼ ନାଇନରେ ପଢୁଛି । ଏମିତିରେ ଆଜିକାଲି ଭାରି ଚିଡୁଛି ତାକୁ ତା ମା । ଡାକିଲେ ବିରକ୍ତ ହେବ ।

କବାଟ ଖୋଲିବ ନ ଖୋଲିବ ସଂଶୟରେ କଟି ଗଲା କିଛି କ୍ଷଣ । କବାଟକୁ ଧଡ଼ ଧଡ଼ କଲେ କବାଟ ସେ ପାଖ ଆଗନ୍ତୁକ । ଏଥର କିନ୍ତୁ ଇଭା ସାହସ କରି କବାଟ ଖୋଲି ବହେ ଅଗନ୍ତୁକ ଙ୍କୁ ଗାଳି କରିବ ଭାବିଲା । ଏପରି ଝଡ଼ ବର୍ଷା ରାତିରେ କେହି କାହା ଦ୍ୱାର ବାଡ଼ାନ୍ତି ନା କଣ?ଏ ରାଜଧାନୀରେ ସେମାନେ ମାତ୍ର ପନ୍ଦର ଦିନ ହେବ ରାଉଲକେଲାରୁ ଆସିଛନ୍ତି । କେହି ଆଖ ପାଖ ଲୋକେ ପ୍ରାୟ ଜାଣି ନାହାନ୍ତି ତାଙ୍କ ଠିକଣା ବା ଘର । କିଏ ତାହେଲେ ଏତେ ରାତିରେ ! !

କବାଟ ଫାଙ୍କରେ ଇଭା ଦେଖିଲା ପଛ କରି ଓଦା ଜୁଡୁ ବୁଡୁ ଝିଅ ପୋଷକରେ କେହି ଜଣେ ଛିଡା ହୋଇଛନ୍ତି । ଏଥରକ ଇଭାକୁ ଟିକେ ଇଜି ଲାଗିଲା । ଝିଅଟିଏ ବୋଧେ । ଅସୁବିଧାରେ ପଡି ଯାଇଛି । ମା କହୁଥିଲା ବିଚିତ୍ର ଘଟଣା ଘଟେ ଏଇ ରାଜଧାନୀ ରାତିରେ । ହୁସିଆର ହୋଇ ଚଳିବାକୁ ପରାମର୍ଶ ବି ଦେଇଛି । ଯାହା ହେବ ଦେଖାଯିବ...ଭାବି କବାଟ ଖୋଲିଲା ଇଭା ।

ଆରେ ଏ କଣ ଆଗନ୍ତୁକ ଝିଅଟି ମୁହଁ ବୁଲେଇବାରୁ କହି ଉଠିଲା ଇଭା "ତୁ ଏଠି ବେବି ଡଲ୍" ! ଇତୁକୁ ଇଭା ବେବି ଡଲ୍ ଓ ଇତୁ ଇଭାକୁ ଜାନ୍ ଡକାଡକି ହୁଅନ୍ତି । କିଛି ନ କହି କୁଣ୍ଢାଇ ପକାଇ କାନ୍ଦି ଉଠିଲା ଇତୁ । ମୁଁ ତୋ ବିନା ବଞ୍ଚି ପାରିବିନି ରେ ଜାନ୍ । ଦିଟା ଶରୀର କିଛି ସମୟ ଏକ ହୋଇଗଲେ । କାନ୍ଦୁଛି ଇଭା,କାନ୍ଦୁଛି ବି ଇତୁ । କାନ୍ଦ ବି କେବଳ ଲୁହ ଝରାଇ ନୁହେଁ ଶବ୍ଦ ବି କରୁଣ ଶୁଭୁଛି ।

ଦୁଇ ଆତ୍ମାର ବିଳାପ ସତେକି ଅନ୍ଧାରକୁ କାଟି ସୃଷ୍ଟି କରୁଛି ଗୋଟିଏ ବିଚ୍ଛେଦର ମିଳନ ସଙ୍ଗୀତ । ମାତ୍ର ପନ୍ଦର ଦିନ ଅନ୍ତର । ଏତେ ଭାଵ ପ୍ରବଣତା ! !ଏତେ ଲୁହ,କୋହ ! ! ।

ଇଭା ଖୁସିରେ ଫାଟି ପଡିଲା କାନ୍ଦୁ କାନ୍ଦୁ । ଉଭୟେ ଉଭୟଙ୍କୁ କିସ୍ କରି ଚାଲୁଥିଲେ ମଥା, ଗାଲ,ଓଠ,ବେକ,ହାତ ପାପୁଲି । ଓଃ କି ଖୁସି ଝରୁଥିଲା ଦୁହିଁଙ୍କ ଆଲିଙ୍ଗନରେ ! !କେହି କାହାକୁ ଛାଡିବାକୁ ନାରାଜ । ପାୱାର ଚାଲି ଆସିଲା ।  ପ୍ରକୃତିସ୍ଥ ହେଲେ ଦୁହେଁ । ଖୁସିର ଢେଉ ପିଟି ହେଉଥିଲା ଦୁହିଁଙ୍କ ଆଖିରେ । ଇଭା ଏଥର ପଚାରିଲା ତୁ କେମିତି ଏତେ ରାତିରେ ଏଠି ! !ହେଉ ବସ୍ ମୁଁ ଟିକେ ନୁଡୁଲସ୍ ପ୍ରସ୍ତୁତ କରି ଆଣେ । ଖାଇ ଦେଇ କଥା ହେବା ।

ଟାଣି ଧରିଲା ଇତୁ ।  ରହ ମୁଁ ତୋତେ ଏମିତି ଧରି ରଖେ ଜାନ୍ କହିଲା ଇତୁ ।  ପନ୍ଦର ଦିନ..ବୁଝି ପାରୁଛୁ ତୁ,ପନ୍ଦର ଦିନ ତୋତେ ମିସ୍ କରିଛି କେତେ ! । ପେଟ ଭୋକ ମୁଁ କଣ୍ଟ୍ରୋଲ କରି ପାରେ,କିନ୍ତୁ ତୋ ବିଚ୍ଛେଦ ଭୋକ ନୁହେଁ । ବେଶୀ ଫଜିଲାମୀ ବାହାର କରନା ବେବି ଡଲ୍ । ମୁଁ ବି ଖାଇନି । ତୋ ବିନା ମୋତେ କି ଭଲ ଲାଗୁଥିଲା !ଦେଖୁନ ଡାଇରୀ ସାରା ଇତୁ ଆଇ ମିସ୍ ୟୁ ଲେଖା ହୋଇଛି । ଆଃ  !ମାଈ ସୁଇଟି ଡାର୍ଲିଂଗ କହି ଚୁମାଟିଏ ଦେଲା ଇତୁ ଇଭା ଗାଲରେ । ତେବେ ଚାଲେ ଦୁହେଁ ମିଶି କିଛି ବନେଇଁବା ଓ ସାଙ୍ଗ ହୋଇ ଖାଇବା । ଖାଇବା ସରି ଗଲା ଚଟାପଟ୍ । ଦୁହେଁ ସ୍ୱସ୍ତିର ନିଃଶ୍ବାସ ପକାଇ ଶୋଇବାକୁ ଗଲେ । ଇଭାକୁ ପାଇ ଇତୁ ଓ ଇତୁ କୁ ପାଇ ଇଭା ଖୁବ ଖୁସି । ବେବି ଡଲ୍ ଓ ଜାନ୍ ପୁଣି ଏକାଠି ହୋଇ ଯାଇଥିଲେ ସାମାଜିକତା ଲକ୍ଷ୍ମଣ ରେଖା ଡେଇଁ ।

ବେବି ଡଲ୍ ଇତୁ କହୁଥିଲା ତା ଦୁଃଶାହସିକ ଆଜିର ଯାତ୍ରା ଧାରା ବିବରଣୀ ।  ଦିନ ବାରଟାରୁ ଖୋଜୁଛି ଜାନ୍ ଇଭା ଡାର୍ଲିଂଗ ଘର । ତିନି ହଜାର ଟଙ୍କା ନେଇଛି ଟ୍ୟାକ୍ସି ଵାଲା । କି ଯେ ଏ ରାଜଧାନୀ ସବୁଯାକ ରାସ୍ତା ଏକାଭଳିଆ ! !କେବଳ କ୍ୱାର୍ଟର ନମ୍ବର ବ୍ୟତୀତ ଆଉ କିଛି ଠିକଣା ନଥିଲା ଇତୁ ପାଖେ । ପରିଶେଷରେ ପୋଲିସ ସାହାଯ୍ୟ ମାଗିଲା ଇତୁ । ପୋଲିସ କର୍ପୋରେଟର ଅଫିସ୍ ସାହାଯ୍ୟରେ ତାକୁ ଏ ରାସ୍ତା ଟ୍ୟାକ୍ସି ଵାଲାକୁ ଦେଲେ । ଝଡ଼ ବେଳେ ସେ ଥାନାରେ ହିଁ ଆଶ୍ରୟ ନେଇଥିଲା ।

ପ୍ରଥମେ ସନ୍ଦେହ କରି ଥାନା ଵାଲା କାହିଁକି ଖୋଜୁଛ,କାହାକୁ ଖୋଜୁଛ । ସେ ଯଦି ତୁମ ଆତ୍ମୀୟ ତାଙ୍କୁ ଫୋନ୍ କରି କାହିଁକି ବୁଝୁନ କେତେ ପ୍ରଶ୍ନବାଣ ମାରିଥିଲେ ନ କହିବା ଭଲ ।  କାହିଁକିନା ଆତଙ୍କବାଦକୁ ଆଜିକାଲି ସଭିଙ୍କୁ ଭୟ । ସେମାନେ ଭାବୁଥିଲେ ମୁଁ କାଳେ ଆତଙ୍କବାଦୀ ବି ହୋଇ ଥାଇ ପାରେ । ଭାଗ୍ୟକୁ ସୁଜନ୍ ଇତୁ କ୍ଲାସମେଟ୍ ସେଠିକାର ଥାନା ଇନ୍ ଚାର୍ଜ ଦେଖା ହେଲା ପରେ ଟିକେ ପ୍ରଶ୍ନ ପଚାରିବା ଓ ସନ୍ଦେହ କରିବା କମିଥିଲା । ସୁଜନ୍ ବି କହିଥିଲା ଫୋନ୍ କରୁନୁ ଇଭାକୁ ସେ ତୋତେ ରାସ୍ତା ବତାଇ ଦେବ ବା ଆସି ନେଇଯିବ ଥାନରୁ । ମୁଁ ତାକୁ କହିଥିଲି ମିଛ ଯେ ଆଜି ଇଭାର ଜନ୍ମଦିନ । ସେ ତାକୁ ସର୍ପ୍ରାଇଜ ଦେବାକୁ ଚାହେଁ ।

ସତ କଥାଟା ଏଇଆ ଯେ ମୁଁ ତୋତେ ତୋ ଅଜାଣତେ ଦେଖା କରିବାକୁ ଚାହୁଁଥିଲି । ଦେଖ୍ ମୁଁ ମୋ ମିଶନରେ ସଫଳ ହୋଇଛି ଗର୍ବର ସହ କହିଲା ଇତୁ । ଓ ମାଇଁ ଗଡ଼ !କି ପାଗଳ ତୁ ବେବି ଡଲ !କହିଲା ଇଭା ।

କେବଳ ତୋ ପାଇ ନା ଜାନ୍ କହିଲା ଇତୁ । ହୋ ହୋ ହୋଇ ହସି ଉଠିଲେ ଦୁହେଁ । କାଳି ସକାଳେ ଘରେ ମା ଦ୍ୱାରା ସୃଷ୍ଟ ଝଡର ସାମାନା କରିବାକୁ ଶକ୍ତି ଯୋଗାଡ଼ କରୁ କରୁ ଇତୁ କୁ ଧରି ଶୋଇ ପଡ଼ିଲା ଇଭା ।

ସକାଳୁ ମା ଇଭାକୁ ଉଠାଇବାକୁ ଯାଇ ଦେଖିଲେ କି ଇତୁ ଓ ଇଭା ଦିଟା ମୁଣ୍ଡ ଗୋଟିଏ ଶରୀର ହୋଇ ପରମ ତୃପ୍ତିରେ ଶୋଇଛନ୍ତି । ରାଗରେ ଜଳି ଗଲେ ମା  । ଗର୍ଜି ଉଠି ଝିଙ୍କି ନେଲେ ଇତୁକୁ ଇଭାଠାରୁ । ଚିତ୍କାର ଛାଡି କହିଲେ ତୁ ପୁଣି ଶୁଙ୍ଘି ଶୁଙ୍ଘି ଏଠିକୁ ଚାଲି ଆସିଲୁ । କାହିଁକି ମୋ ଝିଅ ମୁଣ୍ଡ ଖାଉଛୁ?ଛାଡି ଦେ ତାକୁ ତା ରାସ୍ତାରେ । ମୁଁ ତା ପାଇଁ ଭଲ ପିଲାଟିଏ ସ୍ଥିର କରିଛି । ଆଉ ଦୁଇ ମାସ ପରେ ତା ବିବାହ କରିବି ବୋଲି ମନସ୍ଥ କରିଛି ।

ଇଭା ମା ସ୍ୱର ନରମ କରି କହିଲେ"ମା ଇତୁ ! ତୋ ହାତ ଗୋଡ ଧରୁଛି ଲୋ ମା,ମୋ ଝିଅକୁ ଛାଡି ଦେ ତୋ କବଳରୁ । ଜାଣିଛୁ !ଇଭା ବାବା ମଲା ପରେ କି କଷ୍ଟ କରି ପିଅନ ଚାକିରୀ ତା ବାବାଙ୍କ ଅଫିସରେ ଅନୁକମ୍ପା ମୂଳକ ପାଇ ବଢ଼ାଇଛି ! !ଏବେ ସେ ଜଣେ ଲବ୍ଧ ପ୍ରତିଷ୍ଠିତ ସଫ୍ଟୱେର ଇଂଜିନିୟର । ମୋର ଭାରି ଇଚ୍ଛା ତା ମୁଣ୍ଡରେ ଦୋଳ ମୁକୁଟ ଦେଖିବାକୁ । ତୋରି କବଳରୁ ରଖିବି ବୋଲି କେତେ ନେହୁରା ହୋଇ ପଚାଶ ହଜାର ମୋ ରିଟାୟଡ଼ ପଇସା ଦେଇ ରାଉଲକେଲା ରୁ ଭୁବନେଶ୍ବର ଟ୍ରାନ୍ସଫର କରି ଆଣିଛି । ଭାବିଲି ଦୁରେଇ ନେଲେ ତା ପାଗଳାମୀ କମି ଯିବ । ହେଲେ... ହେଲେ କଣ ମା । ତୁ କଣ ଭାବୁଥିଲୁ ମୋତେ ବେବି ଡଲ୍ ଠାରୁ ଅଲଗା କରି ଦେଇଥାନ୍ତୁ !ବରଂ କହ ମା ଏଇ ଦୂରତା ବେଶୀ ପାଖକୁ ଟାଣି ଆଣିଲା ଇତୁକୁ ମୋ ପାଖକୁ । ସେ ନ ଆସିଥିଲେ ପ୍ରତି ରବିବାର ମୁଁ ଇତୁ ପାଖକୁ ଯିବା ପାଇଁ ଯୋଜନା କରିଥିଲି । ମା ତୁମେ ତ ଥରେ ବୁଝ । ଆମେ ପରସ୍ପରକୁ ଭଲ ପାଉ । କୁହ ମା ବିବାହ ପରେ କଣ କରିଥାନ୍ତି ମୁଁ । ରହିବ ତୋ ଗେଲ୍ଲୀର ସ୍ୱାଧୀନତା ! ରହିବ ତା ପସନ୍ଦ ନା ପସନ୍ଦ !ଇଛା ଥାଉ ବା ନଥାଉ ଖେଳନା ପରି ନାଚି ଥାନ୍ତା ଆଉ କାହା ହାତରେ ।

ସବୁଠୁ ବଡ଼ କଥା ତୁ ସିନା ମୋ ଶରୀର ସୁନ୍ଦର ସୁଢ଼ଳ ଝିଅଟିଏ କରି ଗଢିଛୁ?ତୁ କଣ କେବେ ବୁଝିବାକୁ ଚେଷ୍ଟା କରିଛୁ କି ମା ମୋ ହୃଦୟ କଣ ଚାହେଁ??କେବଳ ତୋ ଝିଅ ଓ ତୋ ଖୁସି ପାଇଁ ମୋ ନିଜ ଜୀବନ ନଷ୍ଟ ହୋଇ ଗଲେ ତୁ କଣ ସତରେ ଖୁସି ହେବୁ !

ମା !କଣ କରିବି କହ,ପୁଅଙ୍କ ପ୍ରତି ଆସକ୍ତି ପରିବର୍ତ୍ତେ ମୋ ମନ କାହିଁକି ଝିଅ ପ୍ରତି ଆକୃଷ୍ଟ ହୁଏ?ମୁଁ ଜାଣି ଜାଣି ଏସବୁ କରେନି । ଏଇଟା ମୋ ଭିତରେ ଆପେ ଆପେ ସୃଷ୍ଟି ହୁଏ । ମା ତୁ ବେବି ଡଲ୍ କୁ କାହିଁକି ଦୋଷ ଦେଉଛୁ । ଦୋଷ ମୋର ମା । ମୁଁ ହିଁ ଫୋନ୍ କରି ତାକୁ ଏ କ୍ବାଟର ନମ୍ବର ଦେଇଥିଲି । ତା ବିନା ମୋତେ ଭାରି କଷ୍ଟ ହେଉଛି ମା । ଆମେ ଦୁହେଁ ଦୁହିଁ ଦୁଃଖ ସୁଖର ସାଥି ହେଉଛୁ । ଜଣେ ଜଣଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । କି ଅସାମାଜିକ କାମ ଆମେ କରୁଛୁ ଯେ । ମାନ୍ୟବର କୋର୍ଟ ତ ରାୟ ଦେଇଛନ୍ତି ସମ ଲିଙ୍ଗୀ ସମ୍ପର୍କ ଅବୈଧ ନୁହେଁ । ତୁମେ ତ ତୁମ ବିଚାର ଧାରା ବଦଳାଅ ମା । ଇତୁ ମୋ ସାଙ୍ଗ ଥିଲା ରହିବ ତା ଇଛା ହେବା ଯାଏ । ମୁଁ ତାକୁ ଛାଡି ପାରିବିନି ମୋ ଆଡୁ । ସେ ବି ରହିଯିବ ମୋ ପାଖେ ସାରା ଜୀବନ ।

ମା ମୋତେ ବିବାହ କରି ଅତି ବେଶୀରେ କଣ ପାଇବୁ?ଗୋଟେ ଜ୍ବାଇଁ,ନାତି ନାତୁଣୀ ! ସାମାଜିକ ସ୍ୱୀକୃତି  !ମୁଁ କିନ୍ତୁ ବେବି ଡଲ୍ କୁ ପାଇଁ ଯେତିକି ଖୁସି ରହିବି ତୋ ଇଚ୍ଛାକୁ ସମ୍ମାନ ଦେଇ ଏତେ ଟିକେ ବି ଖୁସି ପାଇ ପାରିବି ନାହିଁ । ଏଣିକି ତୋ ଇଛା ମା । ମୋତେ ଜୀଅନ୍ତା ଶବ କରିବୁ ନା ମୋତେ ମୋ ଖୁସି ସହ ଜୀଅନ୍ତା ମଣିଷ ଜୀବନ ବଞ୍ଚିବାକୁ ଦେବୁ ।  ତୁ ମୋ ମା  । ମୋତେ ଜନ୍ମ ଦେଇଛୁ । ତୋ ଉପରେ ଛାଡି ଦେଉଛି ନିଷ୍ପତ୍ତି ।

ମା ନିର୍ବାକ । ବହୁତ ଚେଷ୍ଟା କରିଛି ପିଲା ଦିନୁ ଇଭାକୁ ଝିଅଟିଏ କରିବାକୁ । ଝିଅର ସମସ୍ତ ଶିକ୍ଷା ସଂସ୍କାର ଦେବା ପାଇଁ । କେତେ ବାଡେଇଛି ପୁଅ ପିଲାଙ୍କ ରଙ୍ଗ ଢଙ୍ଗ ଛାଡିବାକୁ । ନା ଛୋଟ ବେଳେ ଛାଡିଲା ନା ଏବେ । ଏବେ ତ ତା ଝିଅ ସତେଇଶି ବର୍ଷର ବୁଝିଲା ଶୁଝିଲା ତରୁଣୀ ଟିଏ । ପୁଣି ସ୍ୱାବଲମ୍ବୀ । କଣ କରିବ । ବାଧ୍ୟ କଲେ ଯଦି କିଛି କରିଦିଏ ! !କିଏ ରେ ତୁ ଈଶ୍ୱର !ମୋ ସୁନା ପ୍ରତିମା ଝିଅକୁ ଶରୀର ଝିଅ ଦେଇ ହୃଦୟ,ମନ ପୁଅ କରିଛୁ?କେମିତି ତୋ ହାତ ଗଲା ! !କାହିଁକି ମୋ ଝିଅ ଝିଅ ଶରୀର ଓ ପୁଅ ମନ ନେଇ ବଞ୍ଚିବ । କି ମନ୍ଦ କପାଳ ମୋର । ମନେ ମନେ ମା ପଚାରୁଥିଲା ଭଗବାନଙ୍କୁ ଏ ପ୍ରଶ୍ନ । ମା କିଂକର୍ତ୍ତବ୍ୟ ବିମୁଢ । ଇଭା ଆଣ୍ଠୁ ମାଡି ମା ଗୋଡ଼ ତଳେ କାନ୍ଦୁଛି । ଇତୁ ପଥର ପାଲଟି ଗଲାଣି । ଆଖିର ଲୁହକୁ ମା କାନିରେ ପୋଛି କହିଲା ଯା ବଞ୍ଚ ତୋ ଇଚ୍ଛାର ଜୀବନ ଇଭା । ମୁଁ କାଇଁକି ତୋ ଖୁସିରେ ହିମାଳୟ ହେବି !

ଏ....ଏ ମୋ ମା ବେଷ୍ଟ୍ ମା । ହେ ବବି ଡଲ୍  !ଏଥର ଖୁସି ତ.... ଲାଜେଇ ଇତୁ କହିଲା ପଚାରିବାକୁ ଅଛି ଜାନ୍ ।

ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର


Rate this content
Log in

Similar oriya story from Romance