Ranjit Sahu

Romance Thriller Others

3.8  

Ranjit Sahu

Romance Thriller Others

ବଦନାମ ଗଳି

ବଦନାମ ଗଳି

7 mins
152


"ଯଦି ତୋର ନିଜ ଉପରେ ଆଉ ନିଜର ପରସାନାଲିଟି ଉପରେ ଏତେ ଭରସା ଅଛି, ସ୍ମିତାକୁ ତୋର ଗାର୍ଲଫ୍ରେଣ୍ଡ କରିକି ଦେଖା I ତାହାର ଘରକୁ ଯାଇକି ଚାହା ପିଇକି ଆସିକି ଦେଖା I ଯଦି ତାହା ଘରକୁ ଯାଇ ଆସିବୁ ତାହା ହେଲେ ମୋର ଏ ହାତ ଘଡି ତୋର, " ଦିପ୍ତୀଶ କହିଲା ରଞ୍ଜନକୁ I ଦୂରରେ ଯାଉଥିବା ସ୍ମିତା ଆଡକୁ ଇଙ୍ଗିତ କରିକି ଦିପ୍ତୀଶ ଚିଡ଼େଇଥିଲା ରଞ୍ଜନକୁ I ରଞ୍ଜନ ଥିଲା ଜଣେ ପଇସା ଵାଲା ଘରର ପୁଅ ଆଉ ତାହା ସହ ଦେଖିବାକୁ ବେଶ ହ୍ୟାଣ୍ଡସମ ମଧ୍ୟ I ପଢାପଢି ଏବଂ ଖେଳରେ ମଧ୍ୟ ଧୁରନ୍ଧର ଥିଲା ରଞ୍ଜନ I ତେଣୁ ମହାବିଦ୍ୟାଲୟରେ ସେ ବହୁତ ଲୋକପ୍ରିୟ ଥିଲା ଏବଂ ତାହାର ଢେର ଆଧିପତ୍ୟ ଥିଲା I ଏତେ ସବୁ ଗୁଣ ଭିତରେ କିନ୍ତୁ ରଞ୍ଜନର ଦୁଇଟି ଦୁର୍ବଲତା ରହିଥିଲା: ମଦ୍ୟପାନ ଏବଂ ମହିଳା ! କଲେଜରେ ତାହାର ସାଙ୍ଗ ମାନେ ସେ କଥା ଜାଣିଥିଲେ କିନ୍ତୁ ତାହାକୁ ତାହାର ବ୍ୟକ୍ତିଗତ ଜୀବନ ଶୈଳୀ ହିସାବ ଭାବେ ଅଦେଖା କରି ଦେଉଥିଲେ I ମଣିଷ ଭାବରେ ରଞ୍ଜନ ବହୁତ ମିଶାଣିଆ ଏବଂ ପରୋପକାରୀ ଥିଲା I ତେଣୁ ସେହି ସବୁ ଦୃଷ୍ଟିରୁ ତାହାର ଦୁଇଟି ଦୁର୍ବଳତାକୁ କେହି ଅଧିକ ଗୁରୁତ୍ଵ ଦେଉ ନଥିଲେ I ସାଙ୍ଗ ମେଳରେ ବହୁତ ମଉଜ ମସ୍ତି କରିବାରେ ଅଭ୍ୟସ୍ତ ରଞ୍ଜାନ କ୍ଵଚିତ କାହାର କଥାକୁ ଦେହକୁ ନିଏ I କିନ୍ତୁ କାହିଁକି କେଜାଣି ଦିପ୍ତୀଶର ବ୍ୟଙ୍ଗାତ୍ମକ ଟିପ୍ପଣୀଟି ତାକୁ ଭଲ ଲାଗିଲାନି I 

ସ୍ମିତା ଅନ୍ୟ ସହରରୁ କିଛି ସପ୍ତାହ ପୂର୍ବରୁ ହିଁ ଟ୍ରାନ୍ସଫର ହୋଇ ଆସିଥାଏ I ଗୋଟିଏ ବର୍ଷ କନିଷ୍ଠ ତାହାର I ତେଣୁ ଏକ ପ୍ରକାର ପାଠ୍ୟକ୍ରମ ଏକା ଥିବାରୁ ଚିହ୍ନା ପରିଚୟ ମଧ୍ୟ କିଛିଟା ହୋଇ ସାରିଥିଲା ସେମାନଙ୍କ ମଧ୍ୟରେ I ଏତିକି ଜଣା ଥିଲା ସ୍ମିତା କୌଣସି ଏକ ଦୁର୍ଘଟୱାନରେ ତାହାର ପିତା ମାତାଙ୍କୁ ହରେଇଥିଲା ଏବଂ ଦୂର ସମ୍ପର୍କୀୟ ଜଣେ ମାଉସୀଙ୍କ ପାକହରେ ଆସି ବର୍ତ୍ତମାନ ରହୁଥିଲା I ସ୍ମିତା ବହୁତ କମ ମିଳାମିଶା କରେ ଆଉ କଥା ହୁଏ ଅନ୍ୟ ମାନଙ୍କ ସହ I କଲେଜ ପରେ ଗୋଟିଏ ମିନିଟ ମଧ୍ୟ ରହେନି ଏବଂ କ୍ଲାସ ଆରମ୍ଭ ହେବାର ଠିକ ଦଶ ମିନିଟ ପୂର୍ବରୁ ପହଞ୍ଚେ I ଦେଖିବାକୁ ସାଧାରଣ କିନ୍ତୁ ପ୍ରିନସିପାଲ କହିଥିଲେ ସିଏ ବହୁତ ମେଧାବୀ ଏବଂ ବଳିଷ୍ଠ ବ୍ୟକ୍ତିତ୍ଵଟିଏ I ଜୀବନରେ ବହୁତ ସଂଗ୍ରାମ କରିକି ନିଜର କେରୀଏରଟିଏ କରି ପାରିଛି ସ୍ମିତା I ନୂଆ ହୋଇଥିବାରୁ ଏବଂ ନିଜର କାମରେ ମଗ୍ନ ରହୁଥିବାରୁ ସାଙ୍ଗ ସାଥି ମାନେ କେହି ସ୍ମିତା ବିଷୟରେ ଅଧିକ କିଛି ଜାଣନ୍ତି ନାହିଁ କିନ୍ତୁ ପ୍ରଭାବଶାଳୀ ବ୍ୟକ୍ତିତ୍ଵଟିଏ ହୋଇଥିବାରୁ କଲେଜରେ ସମସ୍ତେ ତାହା ଦ୍ଵାରା ଆକୃଷ୍ଟ ହୋଇ ଯାଇଥିଲେ Iଦିପ୍ତୀଶ ର କଥା ଶୁଣିକି ଟିକିଏ ଚିହିଁକି ଗଲା ରଞ୍ଜନ I କଲେଜର କାସାନୋଭା ସିଏ ପୁଣି ଗୋଟିଏ ଝିଅକୁ ନିଜର କରି ପାରିବନି? ଅସମ୍ଭବ !"ଆସୁଛି, " କହି ବାଇକ ଦିପ୍ତୀଶ ଠାରୁ ବିଦାୟ ନେଇ ରଞ୍ଜନ ମାଡ଼ିଗଲା ବସ୍ ଷ୍ଟପ ଆଡ଼କୁ ଯେଉଁଠାରେ ସ୍ମିତା ଅପେକ୍ଷା କରିଥାଏ I"ମୁଁ ଛାଡ଼ିଦେବି କି ତୁମକୁ ତୁମ ଘରେ?" ସିଧା ସଳଖ ସ୍ମିତାକୁ ପଚାରିଲା I ପ୍ରଶ୍ନଟି ଶୁଣି ଆଚମ୍ବିତ ହୋଇଗଲା ସ୍ମିତା I କଣ କହିବ କିଛି ଭାବି ପାରିଲାନି କିନ୍ତୁ ମୁଣ୍ଡ ହଲେଇ ମନା କରିଦେଲା I ସେହି ଶୃଙ୍ଖଳା ଜାରି ରହିଲା ଅନେକ ଦିନ ପର୍ଯ୍ୟନ୍ତ I ପ୍ରତିଦିନ ରଞ୍ଜନ ସ୍ମିତାକୁ ତାହାର ଘରେ ଛାଡିବାର ପ୍ରସ୍ତାବ ଦିଏ ଏବଂ ପ୍ରତିଦିନ ସ୍ମିତା ମନା କରିଦିଏ I ଚାହୁଁ ଚାହୁଁ କଥାଟି ସବୁ ଆଡେ ପ୍ରଚାର ହେଇଗଲା, ସ୍ମିତା କିପରି ନିଜର ଆତ୍ମ ବଢିମା ଯୋଗୁଁ ରଞ୍ଜନର ପ୍ରସ୍ତାବକୁ ପ୍ରତ୍ୟାଖାନ କରେ I 

ଶୁଣି ଶୁଣି କେତେ ଦିନ ଅବା ଶୁଣିଥାନ୍ତା ସ୍ମିତା ସମସ୍ତଙ୍କର କଥା ? ଦିନେ ଶେଷରେ ନିଷ୍ପତି ନେଲା, ଥର ଟିଏ ଲିଫ୍ଟ ନେବ ଆଉ ତାହା ପରେ ଆଉ କେବେ କିଛି ସୁଯୋଗ ଦେବନି I ଜୀବନରେ ଅନେକ ଝଡକୁ ସହନ କରି ଆଗକୁ ବଢି ଥିବା ଝିଅଟିଏ ପାଇଁ କାହିଁକି ଅବା ଛୋଟ ଛୋଟ ସମସ୍ୟାର ସମାଧାନ ଖୋଜିବାରେ ଅସୁବିଧା ହେବ?ବହୁତ ଚିନ୍ତା କାଳ ଅପରେ କିଛି ଯୋଜନା କଲା ଏବଂ ଦିନେ ଶେଷରେ ରଞ୍ଜନକୁ କହିଲା,"ଗୋଟିଏ ସର୍ତ୍ତରେ ମୁଁ ତୁମ ସହ ଯିବି?"ତାହାର ଉତ୍ତର ଶୁଣି ରଞ୍ଜନକୁ ଲାଗିଲା ତାହାର ଅମୋଘ ତପସ୍ୟା ଶେଷରେ ସମ୍ପୂର୍ଣ ହୋଇଛି I "ଯାହା କହିବ ସବୁ ମାନିବି, ମୋ ଉପରେ ସେତିକି ବିଶ୍ଵାସ ରଖ , ମୁଁ ଆଜି ଯାଏଁ କାହାକୁ କଥାଟିଏ ଦେଇ କଥା ନ ରଖି ରହି ନାହିଁ I ଏ କଥା ଯାହାକୁ ଚାହଁ ପଚାରି ବୁଝି ପାର," ରଞ୍ଜନ କହିଲା I "ତୁମେ ମୋ ସହ କେବଳ ଠାରେ ଆସିବା ଆଉ କେବେ ମୋର ପିଛା କରିବା ନାହିଁ," ସ୍ମିତା କହିଲା I "ମଞ୍ଜୁର ହେ," କହିଲା ରଞ୍ଜନ ଆଉ କହିଲା ," ଆଉ କିଛି କହିବାର ଏହାହିଁ କି?""ତୁମେ ତ ଜାଣ ମୁଁ ଏଠାରେ ମୋର ଦୂର ସମ୍ପର୍କୀୟ ଜଣେ ମାଉସୀଙ୍କ ଘରେ ରହୁଛି କେବଳ ପଢା ପଢି ଯୋଗୁଁ I ବର୍ଷକ ପାଇଁ ହଷ୍ଟେଲରେ ରହିବାକୁ ସମ୍ଭଳ ନାହିଁ ମୋର, କୌଣସି ପ୍ରକାର ପଢ଼ା ତା ସାରିଦେବି ବୋଲି ଭାବି ଏଠାକୁ ଟ୍ରାନ୍ସଫର ହୋଇ ଆସିଛି I ମାଉସୀଙ୍କୁ ପସନ୍ଦ ହେବ କି ନ ହେବ ମୁଁ ଜାଣିନି I କିନ୍ତୁ ଘରକୁ ଆସିବାକୁ ତୁମର ସାହସ ପାଇବନି ମୋର ଠିକଣା ଜାଣିଲେ, ," ସ୍ମିତା ହସିକି କହିଲା I "କାହିଁକି କୌଣସି ଜଙ୍ଗଲରେ ରହୁଛ କି ତୁମେ? ମୁଁ ଗଲେ ମୋତେ ବାଘ କି ଭାଲୁ ଖାଇଯିବେ?" ରଞ୍ଜନ ପଚାରିଲା I "ବାଘ କି ଭାଲୁ ମୁଁ ଜାଣିନି କିନ୍ତୁ ଲୋକେ କୁହନ୍ତି ବହୁତ ଯୁବକ ସେଠି ଶିକାର ହୋଇ ଯାଆନ୍ତି," କହି ସ୍ମିତା ହସିଲା I ପୁଣି କହିଲା," ମୋର ସର୍ତ୍ତଟିଏ ହେଲା, ମୋ ସହ ଯେଉଁଠିକି ଯାଉଛ କାହାକୁ କେବେ ମଧ୍ୟ କହିବନି, କିମ୍ବା ଆଉ କେବେ ମୋର ପିଛା କରିବନି, " ସ୍ମିତା କହିଲା I ମନେ ମନେ ନିଷ୍ପତି ନେଲା ରଞ୍ଜନ ଯାହା ହେଲେ ମଧ୍ୟ ସେ ସ୍ମିତାକୁ ଛାଡିବାକୁ ଯିବ I "କେବେ ନ ହେଲେ କେବେ ସ୍ମିତା ତ ପୁଣି ଠିକଣା ବଦଳେଇବ?ସେତେବେଳେ ହୁଏତ ତାହାର ନିଜର ଘର ମଧ୍ୟ ଥିବା? ସେତେବେଳେ ସ୍ମିତା ପାଖରେ କୌଣସି ବାହାନା ନଥିବ ତାକୁ ରୋକିବା ଲାଗି!" ମନେ ମନେ ହିସାବ କରିବାକୁ ଲାଗିଥିଲା ରଞ୍ଜନ I  "ଚାଲ ଯିବା ତୁମ ଘର ଯାଏଁ, ଆଜି ମୋର ଆଉ ସନ୍ଧ୍ୟା ବେଳେ କିଛି କାର୍ଯ୍ୟକ୍ରମ ନାହିଁ, ତୁମକୁ ତୁମ ଘର ଯାଏଁ ଛାଡି ଦେଇ ଆସିବି," ସ୍ମିତା ଆଡକୁ ଚାହିଁ କହିଲା ରଞ୍ଜନ I"କିନ୍ତୁ ଆଜି ତୁମକୁ ମୁଁ ଘରକୁ ଡାକି ପାରିବିନି, ," ସ୍ମିତା କହିଲା I "ଘର ଭିତରକୁ ନ ହେଲେ ଦାଣ୍ଡ ଯାଏଁ, ଦାଣ୍ଡ ଯାଏଁ ନ ହେଲେ ସାହି ଯାଏଁ ଆଉ ସାହି ଯାଏଁ ନ ହେଲେ ଗଳିର ଛକ ଯାଏଁ, ଆଜି ତ୍ଯହ ହେଲେ ମଧ୍ୟ ମୁଁ ତୁମକୁ ଡ୍ରପ କରିବି," ରଞ୍ଜନ କହିଲା I "ଏତେ ଜିଦ ଯଦି କରୁଛ ତାହା ହେଲେ ମୋତେ ଗଲି ପାଖ ବଜାରରେ ଛାଡି ଦେଇ ଆସ, " କହି ସ୍ମିତା ବସି ଗଲା ତାହାର ବାଇକ ପଛରେ I ଅତ୍ୟନ୍ତ ଖୁସି ହେଇଗଲା ରଞ୍ଜନ I କଥା କହିବାରେ ଭାରି ଧୁରନ୍ଧର ସିଏ, ଗାଡ଼ିରେ ବସିଛି ମାନେ, କୌଣସି ପ୍ରକାର ସିଏ ଆଜି ସ୍ମିତାକୁ ମନେଇ ନିଶ୍ଚୟ ତାହାର ମାଉସୀଙ୍କ ଘରେ ଚାହା ପିଇକି ଆସିବ I ତା' ପରେ ଯାଇ ଦିପ୍ତୀଶ କୁ ପ୍ରମାଣ ଦେଖେଇବା ତାହାର କ୍ଷମତାର I 

ସନ୍ଧ୍ୟା ନଇଁ ଆସୁଥାଏ I ସହରର ଭିତରେ ଗହଳିରେ ଦକ୍ଷ ଭାବରେ ବାଇକ ଚଳେଇ ଚାଲିଥିଲା ରଞ୍ଜନ, ସ୍ମିତାର ନିର୍ଦ୍ଧେଶ ଅନୁସାରେ I "ଆଗ ରେ ଯେଉଁ ଛକ ଆସିବ ସେଠାରୁ ଡାହାଣ ପଟେ ଗଳିଟିଏ ଅଛି , ତାହା ଭିତରକୁ ନେଇ ଚାଲ," ପଛରୁ ସ୍ମିତା କହିଲା I ଛକରେ ପହଞ୍ଚି ଅଟକି ଗଲା ରଞ୍ଜନ I ଡାହାଣ ଆଡକୁ ଯାଉଥିବା ଗଳିକୁ ଦେଖି ଚମକି ପଡ଼ିଲା I ଅତି ପରିଚିତ ସେହି ଗଳି ସହିତ ସିଏ, କିନ୍ତୁ କେବଳ ଛୁଟି ଦିନ ରାତିରେ ସେଠାକୁ ଯାଇଛି କିଛି ଅତି ଅନ୍ତରଙ୍ଗ ବନ୍ଧୁଙ୍କ ମେଳରେ !"ଟିକିଏ ରହିଲ," କହି ଗୋଟିଏ ଔଷଧ ଦୋକାନ ସାମ୍ନାରେ ବାଇକଟିକୁ ଅଟକେଇ ଦେଲା ରଞ୍ଜନ I "କଣ ହେଲା କି?" ପ୍ରଶ୍ନ କଲା ସ୍ମିତା I "କିଛି ନୁହେଁ, ମୁଣ୍ଡ କେମିତି ଲାଗୁଛି, ବୋଧେ ଗରମରୁ, କୁଲ ଡ୍ରିଙ୍କ ପିଇବା ଯଦି ତୁମର ଆପତ୍ତି ନଥାଏ ," ମୁଁହରୁ ଝାଳ ପୋଛୁ ପୋଛୁ କହିଲା ରଞ୍ଜନ I "ଏତେ ଥଣ୍ଡାରେ କୁଲ ଡ୍ରିଙ୍କ? ଘର ତ ଏହି ଗଳିରେ ମୁଁ ଘରକୁ ଗଲେ ଚାହା ପିଇବି," ସ୍ମିତା କହିଲା I "ଟିକିଏ ଠିଆ ହୁଅ, ମୁଁ ପାଣି ବୋତଲଟିଏ ଆଣେ I " ସ୍ମିତା କିଛି କହିବା ପୂର୍ବରୁ ବାଇକରେ ଷ୍ଟାଣ୍ଡ ଦେଇ ରଞ୍ଜନ ମାଡ଼ିଗଲା ଦୋକାନ ଭିତରକୁ I ଅଜବ ପରିସ୍ଥିତିରେ ପଡି ଯାଇଥିଲା ସିଏ I ସହରର ସବୁଠାରୁ ବଦନାମ ଗଳି ଭିତରକୁ ତାକୁ ନେବାକୁ କହିଥିଲା ସ୍ମିତା ଭିଡ଼ ଭରା ସନ୍ଧ୍ୟା ବେଳଟାରେ ! ସ୍ମିତାର ମାଉସୀ କଣ ସେହି ଗଳିରେ ବାସ କରନ୍ତି ଯେଉଁଠିକୁ ସିଏ ଅନେକ ରାତିରେ ଯାଇଛି ଦେହଜୀବୀଙ୍କ ସାନିଧ୍ୟତା ପାଇଁ? କିନ୍ତୁ ସିଏ ତାରାତିରେ ଯାଏ ଯେତେବେଳେ ତାକୁ କେହି ସ୍ପଷ୍ଟ ଭାବରେ ଦେଖି ପାରନ୍ତି ନାହିଁ I ଯାହା ହେଲେ ମଧ୍ୟ ଏମିତି ଲୋକଙ୍କ ଆଖି ଆଗରେ ଯଦି ଝିଅଟିକୁ ଧରି ଯାଏ ....କିଛି ଆଉ ଭାବି ପାରିଲାନି ରଞ୍ଜନ I "ସାର ଆଜି ଦିନରେ କେମିତି ଏ ପଟେ ମାଡି ଆସିଲେ? " ଔଷଧ ଦୋକାନର ମାଲିକ ପଚାରିଲା,"କେଉଁ ବ୍ରାଣ୍ଡ ଦେବି ସାର ?" "ନା , ନା, ମୋତେ ସେ ସବୁ ଦରକାର ନାହିଁ, ମୁଣ୍ଡବିନ୍ଧା ପାଇଁ ଔଷଧ ଦିଅ ଆଉ ଗୋଟିଏ ପାଣି ବୋତଲ," କହି ରଞ୍ଜନ ଦୋକାନୀକୁ ଟଙ୍କା ବଢ଼େଇଦେଲା I ପାଣି ଆଉ ଔଷଧ ନେଇ ଦ୍ରୁତ ଗତିରେ ବାହାରିଗଲା ଯେଉଁଠି ସ୍ମିତା ଠିଆ ହୋଇଥିଲା I 

"କଣ ହେଲା ତୁମର ଅକସ୍ମାତ?" ସ୍ମିତା ପଚାରିଲା I "କିଛି ନୁହେଁ, ମୁଣ୍ଡ ବିନ୍ଧ ଆରମ୍ଭ ହେଇଗଲା, ଔଷଧ ଆଣିବାକୁ ଯାଇ ଥିଲି," କହି ଗୋଟିଏ ବଟିକା ଖାଇ ଦୁଇ ଢ଼ୋକ ପାଣି ପିଇଗଲା ରଞ୍ଜନ I ମାଣନରେ ତାହାର ଭୟ, ସନ୍ଦେହ ଆଉ ଆଶଙ୍କାର ଢେଉ ସବୁ ଅଜବ ଭଉଁରିଟିଏ ସୃଷ୍ଟି କରିବାକୁ ଲାଗିଥିଲା ସ୍ମିତାକୁ ନେଇ I "ତୁମ ମାଉସୀ କଣ ସେହି ଗଳିରେ ରୁହନ୍ତି ?" ଟିକିଏ ହୋଇ ପଚାରିଲା ରଞ୍ଜନ I ଅତି ପରିଚିତ ସେହି ଗଲି ସହିତ ରଞ୍ଜନ I କେତେ ରାତି କଟେଇଛି ସେଠାରେ ସିଏ, ଭିନ୍ନ ଭିନ୍ନ ଶରୀର ସହିତ I ପ୍ରତୀକ ହିଁ ତାକୁ ପ୍ରଥମ ତାହାର ପାଇଁ ନେଇ ଯାଇଥିଲା ସେହି ଗଳିକୁ ଦିନେ ଯେଉଁ ଦିନ ଅତିଶୟ ନିରାଶ ହୋଇ ସିଏ ଘରୁ ସବୁ ଦିନ ପାଇଁ ବାହାରି ଯିବାକୁ ନିର୍ଣ୍ଣୟ ନେଇଥିଲା I ପରେ ପରେ ସେହି ଗଳି ସାଜି ଯାଇଥିଲା ତାହାର ଦ୍ଵିତୀୟ ଠିକଣା I ସେହି ଗଳିର ସୁରା ଆଉ ଶଯ୍ୟାର ଆକର୍ଷଣକୁ ଚାହିଁ ମଧ୍ୟ ଏଡେଇ ପାରି ନଥିଲା ରଞ୍ଜନ I କିନ୍ତୁ ସିଏ ସ୍ମିତା କୁ ଡକେଇନି କେମିତି? ପୁଣି ନିଜେ ନିଜର ପ୍ରଶ୍ନର ଉତ୍ତର ଦେଲା, ସିଏ ଯେଉଁ ଘର ଗୁଡିକୁ ଯାଏ ଆଉ ଯେଉଁ ସମୟରେ ଯାଏ ସେ ସମାୟାରେ ସ୍ମିତା ସେହି ସ୍ଥାନରେ ରହିବାର କୌଣସି କରଣ ତ ନଥିଲା ! ତାହା ବ୍ୟତୀତ କିଏ ଜାଣେ ସ୍ମିତା ଯଦି ସେହି ଶ୍ରେଣୀର ଝିଅ ହେଇଥିବ ତାହା ହେଲେ ତାହାର ରଙ୍ଗ ଦେଖି ତ ଅନୁମାନ କରି ହେବ ତାକୁ ରାତିଟିଏ ପାଇଁ ପାଇବା ଭଳି ଅର୍ଥ ରଞ୍ଜନ ପାଖରେ ନାହିଁ !ରୂପସ୍ମିତା ହସିଲା ରଞ୍ଜନକୁ ଦେଖିକି ଆଉ କହିଲା," ହଁ ସେହି ଗଲି ଭିତରେ ହିଁ ମୋ ମାଉସୀର ଘର ଆଉ ସେଠି ହିଁ ସିଏ ଜନ୍ମ ହୋଇ ବଡ଼ ହୋଇଛନ୍ତି I"ନିରବ ହୋଇଗଲା ରଞ୍ଜନ I ଯଦି ସ୍ମିତା ସେହି ଗଲି ଭିତରେ ରହୁଛି ନିଶ୍ଚୟ ତାହା ବିଷୟରେ ସବୁ ଜାଣିଥିବ ! ସିଏ ସିନା କେବେ ତାହା ସହ ମୁଁହା ମୁଁହି ହେଇନି, କିନ୍ତୁ ପାଖ ପଡିଶା ତ କହୁଥିବେ ତାହା ବିଷୟରେ! ପଇସା ଵାଲା ସିଏ ! ତେଣୁ ତାହା ବିଷୟରେ ନିଶ୍ଚୟ ଗଳିର ସମସ୍ତେ ଜାଣିଥିବେ I ବଦନାମ ଗଳିରେ ଯାହାର ଥରେ ପରିଚୟ ହୋଇ ସାରିଛି, ତାହାର ଅନ୍ୟ ଯେଉଁଠାରେ ଯେତେ ନାମ ଥିଲେ ମଧ୍ୟ ବଦନାମ ଗଳିରେ ଆଉ କେବେ ସୁନାମ ହୁଏ ନାହିଁ ! ନିଜର ବିଷୟରେ ସ୍ମିତାକୁ ଲୁଚେଇ କିଛି ଲାଭ ହେବନି ତାହାର ! ନିଜକୁ ଯେତେ ଭଲ ବୋଲି ପ୍ରମାଣିତ କଲେ ମଧ୍ୟ, ସ୍ମିତା କେବେ ତାକୁ ଭରସା କରିବନି I ""ତୁମେ ଯଦି କିଛି ଖରାପ ଭାବିବନି, ମୁଁ ଘରକୁ ଫେରିଯିବି ଅସୁସ୍ଥ ଲାଗୁଛି," ରଞ୍ଜନ କହିଲା I"କିଛି ଅସୁବିଧା ନାହିଁ, କିନ୍ତୁ ତୁମେ ସର୍ତ୍ତ ଭୁଲିବନି ନ ହେଲେ ମୋତେ ହୁଏତ ଚରମ ପନ୍ଥା ନେବାକୁ ପଡ଼ିବ," କହିଲା ସ୍ମିତା I "ନା ସେତିକି ଭରସା ରଖ I ଆଜି ପରେ ଆଉ କେବେ ତୁମକୁ କହିବିନି କି କାହାକୁ ଆଜିର ଘଟଣା ବିଷୟରେ କହିବିନି," ଉତ୍ତର ଦେଲା ରଞ୍ଜନ I ବିଦାୟ ନେଇ ସ୍ମିତା ଗଳି ଭିତରକୁ ଚାଲିବାକୁ ଲାଗିଲା I ପୁଣି ନିଜର ଭାବନାରେ ହଜି ଗଲା ରଞ୍ଜନ I ପଚାହଁରୁ ଗାଡିର ହର୍ନ ଶୁଣି ଭାବନାରୁ ବାହାରି ଦେଖିଲା ଦୂରରେ ସ୍ମିତାର ରୂପରେଖ ହଜିବାକୁ ଲାଗିଥିଲା ବଦନାମ ଗଳିର ଅପର ପାର୍ଶ୍ବରେ I ଆରମ୍ଭ ହୋଇ ସାରିଥିଲା ବଦନାମ ଗଳିର ସନ୍ଧ୍ୟା ସଙ୍ଗୀତ ଆଉ ଜଳିବାକୁ ଲାଗିଥିଲା କୋଠା ଗୁଡିକର ରଙ୍ଗୀନ ଆଲୋକ I 

"ଭଗବାନ କରନ୍ତୁ ପୁଣି କେବେ ଏହି ଠାରେ ସ୍ମିତା ସହିତ ମୁଂହାମୁହିଁ ନ ହେଉ ," କହି ନିଜର ବାଇକକୁ ପଛକୁ କରି ଘର ଆଡକୁ ମୋଡି ଷ୍ଟାର୍ଟ କଲା ରଞ୍ଜନ I ଭାବୁଥାଏ ତାହା ଆର ଦିନ ଦୀପିଟ୍ଶ କୁ କଣ କହିବ ଆଉ ଏହି ଘଟଣାଟିକୁ ସବୁ ଦିନ ପାଇଁ ଶେଷ କରିଦେବI ଗଳିର ଅପର ପାର୍ଶ୍ବରୁ ଫେରି ଚାହିଁଥିଲା ସ୍ମିତା, ରାଞ୍ଜନ ଘର ଆଡକୁ ମୁହେଁଇଲା ପରେ ମୁରୁକି ହସି ବୁଲି ଗଲା ଅନ୍ୟ ଏକ ଗଳି ଭିତରକୁ I 


Rate this content
Log in

Similar oriya story from Romance