STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Romance Tragedy

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Romance Tragedy

ବାତରା ଟୋକା

ବାତରା ଟୋକା

6 mins
185


      ରାଜରାସ୍ତାକୁ ଲାଗି ପଡିଛି ଗୋଟିଏ ଯୁବକର ମୃତ ଦେହ । ରାସ୍ତା ଘାଟ ଖଚା-ଖଚ ଜାମ ହେଇ ଯାଇଛି । ରାସ୍ତାରେ ଗଡୁନି ଚକା । ଏମିତି ସମୟରେ ବୟନିକା ଆସି ପହଂଚି ଯାଇଛନ୍ତି । ସମ୍ପୂର୍ଣ ରାସ୍ତା ଅବରୋଧ ହେଇ ପଡିଛି ସେ ଆଗକୁ ଯିବେ କିପରି ..! ଏମିତି ସେ ଅନେକ ବିଳମ୍ବ ହେଲେଣି । ଠିକ୍ ସମୟରେ ଅଫିସ୍ ରେ ନପହଞ୍ଚିଲେ ଅନେକ ଗୁଡ଼ିଏ କ୍ଷତି ହେଇଯିବ । କ୍ଲାଇଣ୍ଟ ଫେରିଯିବେ । ବ୍ୟବସାୟ ରେ ଅପୂରଣୀୟ କ୍ଷତି ହେଇଯିବ । ସେଥିପାଇଁ ସେ ଗାଡିରୁ ଉତୁରି ଆସି ପହଁଚିଗଲେ କୋଲମlନଙ୍କ ଭିଡ ଭିତରେ । ସମସ୍ତେ କେବଳ ଦେଖୁଛନ୍ତି । ଟୁପୂର୍ ଟାପୂର୍ ହେଉଛନ୍ତି କିଏ ଏହି ଯୁବକ ...?? କେତେ କମ୍ ବୟସରେ ଭଗବାନଙ୍କ ପାଖକୁ ଚାଲିଗଲା ..! ଆହା , " କଣ ମରିବା ପାଇଁ ଏତେ ସୁନ୍ଦର ହେଇଥିଲା । କେମିତି ସହିବ ତାର ମାଆ , ବାପା ଓ ସ୍ତ୍ରୀ , ଛୁଆ ମାନେ । ଭଗବାନ୍ ଏମିତି କଷ୍ଟ ଶତ୍ରୁକୁ ମଧ୍ୟ ଦିଅନ୍ତୁ ନାହିଁ ।


    ମୃତକ ଯୁବକ ପାଖରେ ପ୍ରାୟ ପହଞ୍ଚିସାରିଲେଣି ବୟନିକା । ଯୁବକର ଦେହରୁ ଧଳା ରଙ୍ଗର କପଡ଼ାଟି ହଟାଇ ଦେଖି ଭୋ ... ଭୋ ହେଇ କାନ୍ଦି ଉଠିଲେ ତରୁଣୀ ବୟନିକା । ଏମିତି କେମିତି ହେଲା ଅଭିଷେକ ...!! କେମିତି ବଞ୍ଚିବି ମୁଁ ! ମୋ କଥା କଣ ତୁମର ଟିକେ ବି ମନ ପଡ଼ିଲା ନାହିଁ ଯେ ଏମିତି ମୋତେ ଛାଡି ଚାଲିଗଲ ..?? କୁହ ... କୁହ ଅଭିଷେକ କି ଦୋଷ କରିଥିଲି ମୁଁ ...?? କାହିଁକି ଏପରି କରିଲ । କାଲି ରାତିରେ ଅନେକ ଫୋନ୍ କରିଛି । ମୋତେ ଏମିତି "ବିରହ" ଅଗ୍ନିରେ ଜାଳି ପୋଡ଼ି ମରିବା ପାଇଁ ତାହାଲେ ତୁମେ ଛାଡ଼ି ଗଲ । କାହା ପାଇଁ ଅଭିଷେକ , ମୁଁ ଜାଣେ ତୁମେ ଅବନ୍ତିକା ପାଇଁ ବହୁତ୍ କଷ୍ଟ ପାଉଥିଲ୍ କିନ୍ତୁ ତୁମେ ଭିରୁ କାପୁରୁଷ ନଥିଲ । ଏମିତି କେମିତି ହେଲା ....!


     ଅନେକ ବିଳାପ କରି ଅଭିଷେକଙ୍କ ମୃତ ଦେହ ପାଖରେ କାନ୍ଦୁଛନ୍ତି ବୟନିକା । କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ ଆସିଲା , ଅଭିଷେକର ମୃତ ଦେହକୁ ଗାଡ଼ିରେ ନଦି , ସହରର ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚାଲିଗଲା । ପଛରେ କାର ରେ ଆସି ପହଞ୍ଚିଲେ ବୟନିକା । ଡାକ୍ତରଖାନାରେ ଦେଖିଲେ ଡାକ୍ତର ବାବୁ ଜଣଙ୍କ ତାଙ୍କ୍ ବନ୍ଧୁ । ପଚାରିଥିଲେ ଅନେକ କିଛି ଅଭିଷେକଙ୍କ ବାବଦରେ । ଡାକ୍ତର ବାବୁ ସବୁ କିଛି ଦେଖିବା ପରେ କହିଲେ ଏହି ଯୁବକଙ୍କୁ କିପରି ଜାଣିଛ ବୟନିକା । ଏଇ ଯୁବକ କାଲି ରାତ୍ରୀରେ ଗୋଟିଏ ଚୁକ୍ତିନାମା ସହିତ ଦୁର୍ଘଟଣା ଜନିତ ଜଣେ ଅଳ୍ପ ବୟସର ଜଣେ ମହିଳାଙ୍କୁ ନିଜର କିଡନୀ ଦାନ କରିଥିଲେ ଓ କହିଥିଲେ ଯେ ନାମ ଗୋପନ ରଖିବାକୁ । ସକାଳୁ ଏହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଖୋଜା ଚାଲିଛି କିନ୍ତୁ କୌଣସି କାରଣ ବଶତଃ ଏହି ଯୁବକ ଏଠାରୁ ଲୁଚି ଚାଲି ଯାଇଥିଲେ । ଏଇ ନିଅ ତାଙ୍କ୍ ଚୁକ୍ତିନାମା ହଁ , ଚୁକ୍ତି କରିବା ପୂର୍ବରୁ ସେ କିଛି ଲେଖିବା ପାଇଁ ବୋଧେ ସାଧା କାଗଜ ମାଗିଥିଲେ ।


      ଧିରେ ଧିରେ ଡାକ୍ତରଖାନା ରେ ଭିଡ ବଢ଼ିବାକୁ ଲାଗିଲା । ନର୍ସ ମାନଙ୍କ ପାଖରୁ ଅଭିଷେକଙ୍କ ମୃତ୍ୟୁ ଖବର ପାଇ ମହିଳା ଜଣଙ୍କ ଅନୁରୋଧ କରିଲେ ଯେ । ଦିଦି ଯେଉଁ ମହାତ୍ମାଙ୍କ ପାଇଁ ମୁଁ ବଂଚି ରହିଛି ଆଉ ତାଙ୍କର ମୃତ୍ୟୁ ହେଇଗଲା , ତାଙ୍କୁ ଟିକେ ମୋତେ ଦେଖାଇ ଦିଅନ୍ତୁ । ମୋର ଛୋଟ ଅନୁରୋଧ ରଖନ୍ତୁ ଦୟାକରି । ସେ ମହାପୁରୁଷଙ୍କୁ ମୁଁ ପ୍ରଣାମ କରି ତାଙ୍କ୍ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବି ।


        ନର୍ସମାନେ ଷ୍ଟେଚର୍ ରେ ଆଣିଲେ ମହିଳା ଜଣଙ୍କୁ । ତାଙ୍କୁ ଦେଖିବା ପରେ ବୟନିକା କହିଲେ କଣ ଆଉ ଦେଖିବେ ଅବନ୍ତିକା ମାଡ଼ାମ । ଆପଣଙ୍କୁ ଯିଏ ନିଜ ଜୀବନ ଦେଇ ବଞ୍ଚାଇଛନ୍ତି ସେ ଆଉ କେହି ନୁହେଁ । ସେ ତୁମର ଆଉ ମୋର ଏଇ ....


"ବାତରା ଟୋକା ""


      ଓଠ ତ ସମସ୍ତଙ୍କ ପାଇଁ କାନ୍ଦିଥାଏ,ହେଲେ ଆଖି ସମସ୍ତଙ୍କ ପାଇଁ କାନ୍ଦି ପାରେନା। ଆଖି କେବଳ ତା ପାଇଁ କାନ୍ଦେ ଯାହାକୁ ଆମେ ଆମ ନିଜଠୁ ଅଧିକ ଭଲ ପାଆନ୍ତି। ବିରହ ଜ୍ଵାଳା ରେ ମନ ହୁଏ ହନ୍ତସନ୍ତ , ହୃହୟ ର କୋଣ ଅନୁକୋଣ ରେ ଭ୍ରମିତ ହୋଇ ରହିଯାଏ ପ୍ରାଣ । କେବେ ଦୁଃଖର କାରଣ ହୁଏ ତ ଏହି ପ୍ରେମ ପୁଣି କେତେ ବେଳେ ବୁଣିଥାଏ ସ୍ୱପ୍ନର ପ୍ରକଳ୍ପ ତାଜ୍ମମହଲ। ଏମିତି ଏକ ଦୁଃଖଦ ପ୍ରେମ କାହାଣୀ ର ପୁଣି ହୁଏ ସମାପ୍ତି ।


_" ମାନେ , କଣ କହିବାକୁ ଚାହାନ୍ତି ଆପଣ ??? କିଏ ...!!


    ମନୁଷ୍ୟ ସତ୍ତ୍ବଗୁଣସମ୍ପନ୍ନ ହୋଇଗଲେ ତା ଠାରେ ଭଗବତ୍ ପ୍ରାପ୍ତି କରାଉଥିବା ଧର୍ମର ଅଭିବୃଦ୍ଧି ଘଟେ । ସତ୍ତ୍ବଗୁଣସମ୍ପନ୍ନ ମନୁଷ୍ୟ ସାତ୍ତ୍ଵିକ ପଦାର୍ଥ ହିଁ ବ୍ୟବହାର କରନ୍ତି । ସତ୍ତ୍ବଗୁଣର ଅଭିବୃଦ୍ଧି ଘଟିଲେ ମନୁଷ୍ୟର ଧାର୍ମିକ ପ୍ରବୃତ୍ତି ବଢ଼ିଯାଏ । ସତ୍ତ୍ବଗୁଣର ସମ୍ପୂର୍ଣ୍ଣ ଅଭିବୃଦ୍ଧି ଘଟିଲେ ରଜ ଓ ତମ ସମ୍ପୂର୍ଣ୍ଣ ଲୋପ ପାଇଯାଏ । ରଜ ଓ ତମ ହେତୁ ହିଁ ଅଧର୍ମ ହୋଇଥାଏ ; ତେଣୁ ସତ୍ତ୍ବର ଅଭିବୃଦ୍ଧି ଘଟିଲେ ଅଧର୍ମ ମଧ୍ୟ ନାଶ ହୋଇଯାଏ । ଏପରିଭାବରେ ମନୁଷ୍ୟ ପୂର୍ଣ୍ଣରୂପେ ଶୁଦ୍ଧ ହୋଇଯାଏ । ଆଉ ଏଇ ଶୁଦ୍ଧ , ନିର୍ମଳ ପୁରୁଷ ଜଣଙ୍କ ହେଉଛନ୍ତି ଅଭିଷେକ । କାଲି ଆପଣଙ୍କର ଦୁର୍ଘଟଣା ହେଇଥିଲା ଆଉ ସେଇ ଦୁର୍ଘଟଣାରେ ତୁମର ଗର୍ଭାଶୟ ସହିତ ଦୁଇଟି ଯାକ କିଡନୀ ଫେଲ୍ ହେଇଥିଲା । ଆଉ ଏଇ ""ବାତରା ଟୋକା "" ତୁମକୁ ଭଲକରିବାକୁ ଯାଇ ନିଜର କିଡନୀ ଦାନ କରିଥିଲେ କିନ୍ତୁ ତୁମେ ଜାଣିପାରିବ ବୋଲି ସେ ଲୁଚି ପଳାଇଥିଲେ । ଆଉ ଅସୁସ୍ଥ ଅବସ୍ଥାରେ ଏପରି କାମ ତାଙ୍କ୍ ମୃତ୍ୟୁର କାରଣ ହେଇଗଲା .... ।।


_" ତା ମାନେ , ଆପଣ ମୋତେ ଜାଣିଛନ୍ତି । ଆଉ ଏଇ ତାହାଲେ ଅଭିଷେକ । କହି ଆଖିରୁ ଲୁହ ଗଡାଇ ଲେ ଅବନ୍ତିକା ।


       ସବୁ କିଛି ଜାଣିଛି । ସେଦିନ ମୁଁ ସାଥିରେ ଥିଲି ତାଙ୍କର ଆଉ ଆପଣଙ୍କ ମାଆ ଯାହା ତାଙ୍କୁ କହିଲେ ସବୁ ଶୁଣିଲି । ଅନେକ ରାଣ ନିୟମ ପକାଇବା ପରେ ସେ ମୋତେ ସବୁ କିଛି କହିଥିଲେ । ଶୁଣିବେ ... ଶୁଣିବେ ଆପଣଙ୍କ ମାଆ କଣ କହିଥିଲେ ।


     ସେଦିନ ମୁଁ ଆଉ ଅଭିଷେକ ଙ୍କୁ ଦେଖି ଆପଣଙ୍କ ମାଆ ....


    _" ଆରେ ତୁ ଏଠାରେ । ତୁ ସୁଧୁରିବୁ ନାହିଁ ନାଁ , ତୁମଭଳି କିଛି ଅଭଦ୍ର , ଗରିବ ଭିକାରୀ ମାନଙ୍କ ପାଇଁ ଆଜି ଏଇ ସମାଜରେ ବାଟ ଚାଲିବା ମୁଷ୍କିଲ ହେଇ ଗଲାଣି । ସ୍ବପ୍ନ ଦେଖୁଛୁ , ଦେଖ ..ଦେଖ ସ୍ବପ୍ନ ଦେଖିବା ଭଲ ଆଉ ତୁମ ଭଳି "ବାତରା ଟୋକା" ଆଉ କଣ ଦେଖିବେ । ତୋ ସ୍ବପ୍ନ ସ୍ୱପ୍ନରେ ରହିଯିବ ହେଲା କିନ୍ତୁ କେବେ ପୂର୍ଣ୍ଣ ହେବ ନାହିଁ । ୟୁ ବ୍ଲଡ଼ି ଇଡିୟଟ। ପୁଣି ଦେଖ ପିଲା ସାଥିରେ ଗୋଟେ ଝିଅ ଅଛି । କେତେ ଜଣଙ୍କୁ ଏମିତି ପ୍ରେମ ଜାଲରେ ଫସାଇବୁ ଆଉ ଖେଳି ଚାଲିବୁ । ଏହି ଝିଅ ଟା ତ ମୁର୍ଖ ଅଜ୍ଞାନ ଅନ୍ଧାର ଭିତରେ ସ୍ବପ୍ନ ବୁଣୁଛି । ଆଉ ତୁ ନିଶ୍ଚିତ ଏଇ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରେମିକା ଠାରୁ ଅନେକ ଗୁଡ଼ିଏ ଟଙ୍କା ଲୁଟୁଥିବ ନିଶ୍ଚିତ..!


      ଅଭିଷେକ ମନରେ ଅନେକ ଦୁଃଖ କାରଣ ଋତୁପର୍ଣ୍ଣା ଦେବୀ ନକହି ନକହି ଅନେକ କିଛି କହିଦେଲେ । ଅଭିଷେକ ନୀରବ ଦ୍ରଷ୍ଟା ସାଜିଥିବା ଏକ ସ୍ଥlଣୁ ପୁତୁଳା ପ୍ରାୟ ସବୁକିଛି ଶୁଣି ମଧ୍ଯ ଚୁପ୍ ରହିଥିଲେ କିନ୍ତୁ ବୟନିକା ଏସବୁ ବରଦାସ୍ତ କରିପାରିଲେ ନାହିଁ । ରାଗ ତମ ତମ ଚାହାଣି ସହିତ କହିଲେ ଓ ମାଡାମ ଆପଣ ନିଜକୁ କଣ ଭାବୁଛନ୍ତି କି ?? କଣ ଆପଣ ଭଗବାନ୍ ହେଇଗଲେ ନା ଆଉ କିଛି ..?? କିଏ ଆପଣ..?? ଅନେକ କିଛି କହି ସାରିଲେଣି ଆଉ ଗୋଟିଏ ପାଦ ଆଗକୁ ନବଢାଇ ଚୁପ୍ ଚାପ୍ ଭାବରେ କାମ କରନ୍ତୁ । କାହା ଭାଗ୍ୟ ନିର୍ଦ୍ଧାରିତ କରିବା ଆପଣଙ୍କ ପାଇଁ .... ଓଃ, ନୋ ... ନୋ ଆପଣଙ୍କ ଖାନଦାନ ରେ ମିଳିବା ତ ଦୂରର କଥା ,ମୋ ହିସାବରେ ଏଇ ସଂସାର ରେ ଭଗବାନଙ୍କୁ ଛାଡ଼ି ଦ୍ଵିତୀୟ କେହି ନାହାନ୍ତି । ଚାଲ ଅଭିଷେକ ଏମିତି ହୃଦୟହୀନ ଛୋଟ ପ୍ରକୃତି ଲୋକଙ୍କ ସାମ୍ନାକୁ କିପରି ଆସୁଛ !


     ଫେରି ଆସିଲେ ଅଭିଷେକ ଓ ବୟନିକା। ପଚାରିଲେ ଅନେକ ପ୍ରଶ୍ନ ।


ଅଭିଷେକ କିଏ ଏଇ ଆଣ୍ଟି ..?? ଏମିତି ତୁମକୁ ବ୍ୟବହାର କରିବାର ଅର୍ଥ କଣ ?? କୁହ ଅଭିଷେକ ତୁମେ ଚୁପ୍ ଚାପ୍ କାହିଁକି ସବୁ କିଛି ଶୁଣୁଥିଲ ।


_" କଣ କହିବି ବୟନିକା । ମୁଁ ଜଣେ ଗରିବ ଶ୍ରେଣୀର ପିଲା । ମୁଁ ଜାଣିନଥିଲି ଯେ ଅବନ୍ତିକା ଜଣେ ଧନୀ ଘରର ଝିଅ । ଆଉ ଏମିତି କେଉଁ ଶାସ୍ତ୍ର ପୁରାଣ ରେ ଲେଖା ହେଇଛି ଯେ ଗରିବ ମାନଙ୍କର ବଞ୍ଚିବାର ଅଧିକାର ନାହିଁ ଓ ଧନୀ ଘରର ଝିଅ ଙ୍କୁ ବିବାହ କରିପାରିବେ ନାହିଁ ବୋଲି । ଅନେକ ଝିଅ ମୋତେ ପ୍ରପୋଜ୍ କରିଛନ୍ତି । କିନ୍ତୁ ମୁଁ କାହାକୁ ଖରାପ୍ ନଜର ରେ ଦେଖିନାହିଁ କି ମୋର ତାଙ୍କ୍ ସହିତ କିଛି ସମ୍ପର୍କ ନାହିଁ କିନ୍ତୁ ଏଇ ଅବନ୍ତିକାଙ୍କ କିଛି କଥାରେ ମୁଁ ....

_" କଣ ଥିଲା , ଟିକେ କହିବ ନାହିଁ ???

_" ହଁ ନିଶ୍ଚିତ କହିବି । ସେ ମୋ ପାଇଁ ନିଜକୁ ନଷ୍ଟ କରିବାକୁ ବସିଥିଲେ ଆଉ ମୁଁ ତାଙ୍କ ପ୍ରେମରେ ପଡି କିଛି ଏପରି କହିଥିଲି ...


କେମିତି ଭୁଲିବି ତୁମ ହୃଦୟକୁ ??


କେମିତି ଭୁଲିବି ତୁମ ପ୍ରତିଶ୍ରୁତି କୁ ??


କେମିତି ଭୁଲିବି ତୁମ ପ୍ରେମ କୁ ??


କେମିତି ଭୁଲିବି ତୁମ ମିଠା କଥା କୁ ??


କେମିତି ଭୁଲିବି ତୁମ ଓଠର ନିରବତା କୁ ??


କେମିତି ଭୁଲିବି ତୁମ ସେଇ ଚପଲlମି କୁ ??


କେମିତି ଭୁଲିବି ତୁମ ଦେହର ବାସ୍ନା କୁ ??


କେମିତି ଭୁଲିବି ତୁମ ସ୍ନେହ ,ପ୍ରେମ୍ ,ଭଲପାଇବାକୁ ??


କେମିତି ଭୁଲିବି ତୁମ ଗୁରୁ ଉପଦେଶ କୁ ??


କୁହ ... କୁହ ... ସାଥୀ ... କୁହନା ???


    ପରେ ତାଙ୍କ ଘରେ କହିଥିଲେ , ଗରିବ , ଛୋଟ ଲୋକ୍ । ଯେମିତି ଆଜି କହିଲେ ଆଉ ଶେଷରେ ଅବାନ୍ତିକା କହିଥିଲେ ନା ମୋତେ ଭୁଲି ଯାଆ .... । ଆଉ ମୁଁ କହିଲି କେତେ ବଡ଼ କଥାଟି କହି ପାରିଲ ଏତେ ସହଜରେ ...।


ଭୁଲିବାର ତ ପ୍ରଶ୍ନ ହିଁ ନାହିଁ ଏଠି କାରଣ କଣ୍ ଜାଣିଛ ??


ତୁମକୁ ମୁଁ ନୁହେଁ ମୋ ହୃଦୟ ଚୟନ କରିଥିଲା ....!!!


ଆସ ଦେଖିବ ମୋର ଏଇ ଅଭିସପ୍ତ ଜୀବନକୁ । ନା ବଞ୍ଚି ପାରୁଛି ନା ମରିବି ପାରୁଛି ।ଜଳୁଛି କେବଳ ଅଭିଶାପ ର ଅନଳ ରେ । ତୁମେ ମୋତେ ଛାଡ଼ି କି ଯାଇନ ଏଇତ ମୋ ପ୍ରlରବ୍ଧ , ଦିନେ ତୁମପାଇଁ ମୁଁ ସମସ୍ତଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲି ଆଉ ଶେଷରେ ମୁଁ ବି ନିଜେ ଶିକାର ହେଇଗଲି ,ଏଇ ହେଉଛି ବିଧିର ବିଧାନ , ବୋଧ ହୁଏ ସେଇ ନିଷ୍କପଟ , ନିଶ୍ଚଲ ପ୍ରେମିକା ଙ୍କ ଅଭିଶାପ ମୋ ଠାରୁ ତୁମକୁ ଦୁରେଇ ନେଲା ....


କେତେ ଯେ ସୁନ୍ଦରୀ ଦେଇଥିଲେ ମନ୍


ଛାଡିଲି ତୁମରି ପାଇଁ


ଏଇ ବୋଧେ ଥିଲା ତାଙ୍କ ଅଭିଶାପ


ନିସଙ୍ଗ ଜୀବନ ପାଇଁ ।।


      ସବୁ କିଛି ଶୁଣିବା ପରେ ଅବନ୍ତିକା କହିଲେ , ""ବାତରା ଟୋକା "" ଶେଷରେ ତୁମେ ଏକ ଧୋକେବlଜ୍ ପ୍ରେମିକା କୁ ବଞ୍ଚାଇ ଠିକ୍ କରିନ ...! ତୁମେ ମହାନ୍ ଅଭିଷେକ । ସତରେ ତୁମେ ମହାନ୍ । ଏବେ କୁହ ମୁଁ କିପରି ଏଇ ବିରହର ବୋଝ ନେଇ ବଞ୍ଚିବି .... କହି ଭୂମିରେ ଲୋଟି ଯାଇଥିଲେ କିନ୍ତୁ ନୀରବ ରହିଥିଲା କେବଳ ""ବାତରା ଟୋକା""ର ଶବ ......


।।ସମାପ୍ତ ।।


Rate this content
Log in

Similar oriya story from Romance