କlଠୁରିଆ ର ସ୍ବପ୍ନ
କlଠୁରିଆ ର ସ୍ବପ୍ନ
ଏକଦା ସୁନ୍ଦରପୁର ଗ୍ରାମରେ ରାଜୁ ବୋଲି ଜଣେ କାଠୁରିଆ ବାସ କରୁଥିଲେ । ଜରାଜୀର୍ଣ୍ଣ ଚେହେରା । ଦିନେ ଖାଇବାକୁ ମିଳିଲେ ଚାରିଦିନ ଉପାସ । ହେଲେ କଣ ବା କରିବ ବିଚରା । ଯେଣେ ତେଣେ ପ୍ରକlରେଣ ସେ ଆଠ ପ୍ରାଣୀର କୁଟୁମ୍ବକୁ ନେଇ ନିଜ ଜୀବନକୁ ଅତିବାହିତ କରୁଥିଲା ।
ଗ୍ରାମର ପଶ୍ଚିମ ଦିଗରେ , ଗ୍ରାମକୁ ଲାଗି ଦୁଇଟି ସୁନ୍ଦର ପାହାଡ଼ ସହିତ ଟାଙ୍ଗୀ ରେଞ୍ଜର ସୁନ୍ଦର ବନ ଉପଖଣ୍ଡ ଉପସ୍ଥିତ । ଯେଉଁଠି ଅନେକ ପ୍ରକାର ବନ୍ୟପ୍ରାଣୀ ଯେପରି , ହାତୀ ପଲ୍ଲ , କୋକିଶିଆଳ , ଜଂଘି ଭାଲୁ , ବରହା , ହେଟା ବାଘ , ବିଲୁଆ ତଥା କିଛି ପରିମାଣର ଚିଲିକା ବନ୍ୟବିଭାଗ ର ସ୍ଥଳଭାଗ ପକ୍ଷୀ ସହିତ ମୟୂର ମଧ୍ୟ ଦେଖା ଯାଆନ୍ତି । ଦେଖିବାକୁ ଗଲେ ଏଇ ସୁନ୍ଦରପୁର ବନ୍ୟବିଭlଗ ଅତ୍ୟନ୍ତ ମlଧୂର୍ଯ୍ୟରେ ଭରା ଅଟେ । ଜଙ୍ଗଲରେ ଥିବା ଅନେକ ପ୍ରକାର ବୃକ୍ଷ ସହିତ ମୁଖ୍ୟ ରୂପରେ କାଜୁ ,ଆମ୍ବ , ପଣସ , ୟୁକାଲି ପଟlସ, ପଟlସ ତଥା କିଛି ପରିମାଣରେ ଅଶୋକ ବୃକ୍ଷ ବା ହେମପୁଷ୍ପ ନାମକ ଗଛ ଦେଖାଯାଇଥାଏ ତଥା ଯାହାର ଶୋଭା ବର୍ଦ୍ଧନ କରୁଥାଏ ଚାରିଗୋଟି ମୟୂର ତଥା ୩୫ ଗୋଟି ଛୋଟ ବଡ଼ ହାତୀ ପଲ୍ଲ ।
ଏହା ମଧ୍ୟରେ ଜଙ୍ଗଲ ବଢିବା ସହିତ ଅନେକ ପ୍ରକାର ଜାଳେଣି କାଠ ମଧ୍ୟ ବ୍ୟବହାର ପାଇଁ ଗ୍ରାମବାସୀଙ୍କୁ ମିଳେ । ସେଇ କାଠକୁ ହାଣି ଆଣି ରାଜୁ ନିଜ ଘର ପାଖରେ ସ୍ଥଗିତ କରି ବିକ୍ରୀକରି ନିଜର ଭରଣ ପୋଷଣ କରିଥାଏ । କିନ୍ତୁ କିଛି ପଥର ଖଣି ମାଫିଆମାନଙ୍କ ଉପଦ୍ରବ ପାଇଁ ଆସ୍ତେ ଆସ୍ତେ ଜଙ୍ଗଲ ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ଲାଗିଲା ଯାହା ଦ୍ଵାରା ବନ୍ୟପ୍ରାଣୀ ମାନଙ୍କୁ ଖାଇବାକୁ କିଛି ଗଛ ପତ୍ର ମିଳିଲା ନାହିଁ । ତାପରେ ଗ୍ରାମରେ ଉତ୍ପାତ କରିଲେ ଆସି ବନ୍ୟପ୍ରାଣୀ ଏବଂ ଜଙ୍ଗଲରୁ ପ୍ରତିପୋଷିତ ହେଉଥିବା ପରିବାର ସମ୍ପୁର୍ଣ୍ଣ ରୁପେ ହଇରାଣ ହେବାକୁ ଲାଗିଲେ । କିଛି ଲୋକ ନିଜର ଅଭାବପୁରଣ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଜୀବନ୍ତ ଗଛଗୁଡlକୁ ଜଳିବାକୁ ଛାଡ଼ିଲେ । ଯାହା ଦ୍ଵାରା ରାଜୁକୁ ମଧ୍ୟ କିଛି " ଜଳନ୍ତା ଗଛ " ମିଳିଲା । କିଛିଦିନ ତାର ପରିବାରକୁ କାଠ ମିଳିଲା ଏବଂ ତାର ପରିବାର ର ଠିକ୍ ରେ ଖାଇବା ପିଇବା ସହିତ ଭରଣ ପୋଷଣ ମଧ୍ୟ ହେଲା ।
ଏହିପରି ଭାବେ କଟିଗଲା କିଛି ଦିନ । କଥାରେ ଅଛି ଲୋଭ ବଡ଼ ମାରାତ୍ମକ ଜିନିଷ ଅଟେ କିନ୍ତୁ ବୁଝିବା ଲୋକେ ବୁଝିବେ ଏବଂ ନବୁଝିବା ଲୋକ ଲୋଭର ବଶବର୍ତ୍ତୀ ହୋଇ ନିଜର ପ୍ରାଣ ସଙ୍କଟରେ ପକାଇବେ । ଠିକ୍ ସେଇପରି ରାଜୁ ମଧ୍ୟ ପରିବର୍ତ୍ତନ ହେଲା ଏବଂ ଯେପରି ଜଣେ ଅନ୍ଧ ଯଦି ଦୃଷ୍ଟିଶକ୍ତି ଫେରି ପାଏ ପ୍ରଥମେ ତାକୁ ସାହାରା ଦେଇଥିବା ବାଡ଼ିକୁ ହିଁ ଫିଙ୍ଗି ଥାଏ ଠିକ୍ ସେହିପରି ରାଜୁ ନିଜର ଶୁଦ୍ଧ ମନବୃତ୍ତି କୁ ପଛରେ ପକାଇ ଅନ୍ୟ ଲୋକଙ୍କ ଭଳି ଜୀବନ୍ତ ଗଛ ଦେହରେ ନିଆଁ ଲଗାଇ ଜଙ୍ଗଲକୁ ଶ୍ରୀହୀନ କରିବାକୁ ଲାଗିଲା । କିଛି ଦିନ ପରେ ଜଙ୍ଗଲ ମଧ୍ୟ ନଷ୍ଟ ହେଲା ଏବଂ ରାଜୁ ତାର ଆଠ ପ୍ରାଣୀର କୁଟୁମ୍ବ ର ଭରଣ ପୋଷଣ କରିବାକୁ ଅସମର୍ଥ ହେଲା ଏବଂ ଖାଦ୍ୟ ଅଭାବ , ପୁଣି ତା ସହିତ ତାର ପରିବାର ରେ ସଭିଏଁ ରୋଗ , କଷ୍ଟ ରେ ପୀଡ଼ିତ ହେଲେ ।ଏହାପରେ ସମସ୍ତେ କିଛି ନା କିଛି ବୁଝାଇଲେ କିନ୍ତୁ ରାଜୁ ତଥା ଅନ୍ୟ ଖଣି ମାଫିଆ ଏବଂ ବଦମାସ ଲୋକଙ୍କୁ କିନ୍ତୁ ତାର ଫଳ କିଛି ମିଳିଲା ନାହିଁ । ହେଲେ ରାଜୁକୁ ବୁଝାଇବା ମଣିଷ ହେଉଛନ୍ତି ଗ୍ରାମର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତଥା ଗ୍ରାମର ସଭାପତି ତେଣୁ ଏବେ ରାଜୁର ଲକ୍ଷ୍ୟ ପଡିଲା ସଭାପତି ପ୍ରସନ୍ନ ବାବୁଙ୍କ ଘର ସାମ୍ନାରେ ଥିବା ଅଶୋକ ବୃକ୍ଷ ଉପରେ । ଯାହା କିଛି ଦିନ ପାଇଁ ରାଜୁର ଭୋକ ଶୋଷକୁ ମେଣ୍ଟାଇ ପାରିବ ।
ଚୋର ମନ ସର୍ବଦା ଗଣ୍ଠିଲି ଉପରେ ଥାଏ । ଏବେ ତାର ନଜର କେବଳ ସେଇ ବୃହତକାୟ ଅଶୋକ ବୃକ୍ଷ ବା ହେମପୁଷ୍ପ ବୃକ୍ଷ ଉପରେ । ତେଣୁ ତାକୁ କିପରି ଚୋରି କରି ନେବ । ସେ ପାଇଁ ସେ ଯୋଜନା କରିଲା । ସନ୍ଧ୍ୟା ସୁଧl ସେ ନିଜର କୁରାଢି ଏବଂ ଟାଙ୍ଗିଆ କୁ ପ୍ରସ୍ତୁତ କରି ରଖିଲା । ଖାଇବା ପିଇବା ସରିବା ପରେ ସେ ଯିବ ସେଇ ହେମପୁଷ୍ପ ଗଛକୁ କାଟି ଆଣିବା ପାଇଁ । ଏମିତି ସେ ଅପେକ୍ଷା କରିରହିଥାଏ କି ତାକୁ ପ୍ରବଳ ମାତ୍ରାରେ ନିଦ୍ରା ଆସିଲା ଏବଂ ସେ ଶୋଇ ପଡ଼ିଲା ।
କିଛି ସମୟ ବ୍ୟବଧାନ ରେ ତାର ମନର ନିବୃତ କୋଣରୁ ସ୍ବପ୍ନ ଟିଏ ଉଙ୍କି ମାରୁଥିଲା। ଏହା ମଧ୍ୟରେ ରାଜୁକୁ ଗୋଟିଏ ସୁନ୍ଦର ହେମପୁଷ୍ପ ବୃକ୍ଷ ତାର ସ୍ୱପ୍ନରେ ଆସି କହିଲା , ହେ କlଠୁରିଆ ଭାଇ ତୁମେ ଆଉ ମୋତେ ଏବଂ ମୋ ସାଥୀମାନଙ୍କୁ ହାଣି କାଟି ନଷ୍ଟ କରନି । ଆମେ ତୁମର ଏତେ ଉପକାର କରୁଛୁ କିନ୍ତୁ ତୁମର ନିଜ ଭୁଲ ପାଇଁ ତୁମେ କଷ୍ଟ ପାଉଛ ।
ଆୟୁର୍ବେଦରେ ହେମପୁଷ୍ପ ନାମେ ଜଣାଶୁଣା ଅଶୋକ ଗଛ। ଏହା ଶରୀରର ଅନେକ ସମସ୍ୟାର ସମାଧାନ କରିଥାଏ। ଏହାର ପତ୍ର, ବକ୍କଳ, ଫୁଲ, ଫଳ, ଚେର ସବୁକିଛି ଔଷଧ ଭାବେ ବ୍ୟବହାର କରାଯାଏ। ମହିଳାମାନଙ୍କର ଅନେକ ସମସ୍ୟାର ସମାଧାନ କରିଥାଏ ଏହି ଗଛ।
ଶାସ୍ତ୍ରରେ ଏମିତି କିଛି ଗଛ ସମ୍ପର୍କରେ କୁହାଯାଇଛି ଯେଉଁଥିରେ ନା କେବଳ ବାତାବରଣ ଶୁଦ୍ଧ ହୋଇଥାଏ ବରଂ ଘରର ବାତାବରଣରେ ଶାନ୍ତି ମିଳିଥାଏ । ଏମିତି ଏକ ଗଛ ହେଉଛି ଅଶୋକ ଗଛ । ହିନ୍ଦୁ ଧର୍ମରେ ଅଶୋକ ବୃକ୍ଷକୁ ବହୁତ ଲାଭକାରୀ ଓ ପବିତ୍ର ମନାଯାଇଥାଏ । ଅଧିକାଂଶ ଲୋକଙ୍କ ଘରେ ବଡ଼ ବଡ଼ ଅଶୋକ ବୃକ୍ଷ ଥିବା ଦେଖାଯାଏ ।
ଅଶୋକ ଗଛ ସକାରତ୍ମକ ଶକ୍ତି ସୃଷ୍ଟି କରିଥାଏ । ଅଶୋକ ପତ୍ର ଘରର ମୁଖ୍ୟ ଦ୍ୱାରରେ ବାନ୍ଧିବା ଦ୍ୱାରା ଶୁଭ ହୋଇଥାଏ । ଯେଉଁ ଘରର ଆଖପାଖରେ ଅଶୋକ ଗଛ ରହିଥାଏ, ସେଠାରେ ଖରାପ ଶକ୍ତିର ବାସ ହୋଇନଥାଏ । ମାନ୍ୟତା ରହିଛି ଯେଉଁ ଘରେ ଅଶୋକ ଗଛ ରହିଥାଏ ସେଠାରେ ବିନା ବାଧାରେ ସବୁ କାର୍ଯ୍ୟ ହୋଇଥାଏ । ଶୁଭ କାମରେ ଏହାର ପତ୍ରକୁ ବିଶେଷ ଭାବେ ପ୍ରୟୋଗ କରାଯାଇଥାଏ । ଏହାକୁ ଘର ଆଖପାଖରେ ବା ଉତ୍ତର ଦିଗରେ ଲଗାଇଲେ, ଏହାର ପୂର୍ଣ୍ଣ ଲାଭ ମିଳିଥାଏ ।
ଅଶୋକ ଗଛର ଚେର ଦ୍ୱାରା କେତେକ ଉପାୟ ଶାସ୍ତ୍ରରେ କୁହାଯାଇଛି । କୁହାଯାଇଛି ଶୁଭ ମୁହୂର୍ତ୍ତରେ ଏହାର ଛୋଟ ଚେର ଖଣ୍ଡେ ଆଣି ଗଙ୍ଗା ଜଳରେ ଧୋଇ ଦିଅନ୍ତୁ । ଏହି ଚେରକୁ ପୂଜା ସ୍ଥାନରେ ରଖିବା ଦ୍ୱାରା ସବୁ ବାସ୍ତୁ ଦୋଷ ଦୁର ହୋଇଥାଏ ଏବଂ ତୁମମାନକୁ ଆମେ ନିରୋଗ କରି ଅନେକ ଫାଇଦା ପ୍ରଦାନ କରୁଛୁ। ଏପରିକି ମହିଳା ମାନଙ୍କୁ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଏବଂ ଧାତୁ ପଡିବା ଭଳି ସମସ୍ୟାରୁ ମୁକ୍ତି ଦିଏ ଅଶୋକ ବକ୍କଳ। ଏହାର ଛାଲକୁ ଗୁଣ୍ଡକରି ମିଶ୍ରି ସହିତ ଦିନକୁ ତିନିଥର ଖାଆନ୍ତୁ ଲାଭ ମିଳିବ।
- ଅଶୋକ ଗଛର ଛାଲିକୁ ପାଣିରେ ଫୁଟାଇ ସେଥିରେ ସୋରିଷ ତେଲ ମିଶାଇ ଲଗାଇବା ଦ୍ୱାରା ତ୍ୱଚା ସଫା ହୋଇଥାଏ।
– ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ଅଶୋକଗଛର ମଞ୍ଜି ବେଶ୍ ଲାଭକାରୀ । ଅଶୋକ ମଞ୍ଜରୁ ୨ ଗ୍ରାମ ନେଇ ପାଣି ସହିତ ଗୁଣ୍ଡ କରିଦିଅନ୍ତୁ। ଏମିତି କରି ପ୍ରତିଦିନ ୨ଚାମଚ ପିଅନ୍ତୁ। ପଥରି ସମସ୍ୟା ଦୂର ହେବ।
– ପରିସ୍ରା ଜନିତ ସମସ୍ୟାରୁ ମଧ୍ୟ ଅଶୋକ ମଞ୍ଜି ମୁକ୍ତି ଦେଇଥାଏ। ପରିସ୍ରା ରୋକିହେବା ଏବଂ ଅନ୍ୟ ସମସ୍ୟା ଥିଲେ ପ୍ରତିଦିନ ୨ ଚାମଚ ପିଅନ୍ତୁ। ମୁକ୍ତି ମିଳିବ।
ତେଣୁ ହେ କlଠୁରିଆ ଭାଇ ତୁମେ ମୋତେ ନଷ୍ଟ କରି ନିଜର ମୃତ୍ୟୁକୁ ନିମନ୍ତ୍ରଣ କରନାହିଁ ତଥା ଏଇ ସୁନ୍ଦରପୁର ବନ୍ ଉପଖଣ୍ଡକୁ ନଷ୍ଟ କରି ତୁମର ତଥା ସମ୍ପୁର୍ଣ୍ଣ ମାନବଜାତିର ଅକଳନ କ୍ଷତି କରନାହିଁ ଏବଂ ବନ୍ୟପଶୁମାନଙ୍କୁ କଷ୍ଟ ପ୍ରଦାନ କରନାହିଁ । ତୁମେ ଯଦି ମୋ କଥା ରକ୍ଷାକରି ଜୀବନ୍ତ ଗଛକୁ "ଜଳନ୍ତା ଗଛ" ରେ ପରିଣତ ନକରି ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବ ତେବେ ଆମ ଉପକୃତ ହେବା ସହିତ ସମାଜ ତଥା ପରିବେଶ ବେଶ୍ ସୁଦୃଢ ହେବ ଏବଂ ତୁମର ସମସ୍ତ ପାପ କ୍ଷୟ ହେବାସହିତ ତୁମ ଜୀବନର କଷ୍ଟ ମୋଚନ ହେବ ।
ରାଜୁ , ସ୍ବପ୍ନ ଦେଖିବାପରେ କଥାଟି ତାର ମନକୁ ପାଇଲା ଏବଂ ସେ ତାର ଚିନ୍ତାଧାରା ପରିବର୍ତ୍ତନ କରି ସକାଳୁ ଆସି ଗ୍ରାମ ପ୍ରଧାନ ତଥା ସଭାପତି ପ୍ରସନ୍ନ ବାବୁଙ୍କୁ ଗୋଟିଏ ଗଛ ଦେଇ କହିଲା ବାବୁ ଆଜି ଆପଣଙ୍କ ଏଇ ଅଶୋକ ବୃକ୍ଷ ମୋର ମନ୍ ଏବଂ ଚିନ୍ତନ ର ପରିବର୍ତ୍ତନ କରିଛି । ଆପଣ ଏଇ ଗଛଟି ରୋପଣ କରି ରାଜୁ "କାଠୁରିଆ ର ସ୍ବପ୍ନ" କୁ ସାକାର କରନ୍ତୁ ଯାହାଦ୍ବାରା ସୁନ୍ଦରପୁର ବନ୍ ଉପଖଣ୍ଡ ରେ ଆପଣଙ୍କ ନାମ ସର୍ବଦା ଆଗଧାଡିରେ ରହିବ।
ପ୍ରସନ୍ନ ବାବୁ ବୃକ୍ଷ ରୋପଣ କରି "କାଠୁରିଆ ର ସ୍ବପ୍ନ" ସାକାର କରିବା ସହିତ ଜଙ୍ଗଲକୁ ରକ୍ଷା କରିଲେ ଏବଂ ରାଜୁର ସମସ୍ତ କଷ୍ଟ ଆସ୍ତେ ଆସ୍ତେ ନଷ୍ଟ ହେଇଗଲା ।
