ବନ୍ଧୁ ତୁମେ
ବନ୍ଧୁ ତୁମେ
ହେ ଡି ଜେ ବାଲା ସେଇ ଗୀତ ଟା ବଜା...
ଡ଼ିଜେ ରେ ବlଜୁଚି... କଜଳପାତୀ ଗୀତ
ଦେଖା ହେଇଥିଲା ପ୍ରଥମ ଥର ହଁl
ଥିଲା ସେ ପୁନେଇଁ ରାତି ।(୨)
ଭାବି ନେଇଥିଲି ମନେ ମନେ ମୁଁ ଯେ
କରିବି ଜୀବନ ସାଥୀ
କେତେ ଫୁଲେଇ ହଉଛୁ ଲୋ
ଆଲୋ ମୋ କଜଳପାତୀ
ଟିକେ ମୁରୁକି ହସି ଦେ ଲୋ
ଆଲୋ ମୋ କଜଳପାତୀ
ତୁ ଥିଲେ ପାଖେ ଜାଣି ପାରେନି ମୁଁ
କି ଦିନ କି ରାତି
କଜଳପାତୀ... ହାଏ ...କଜଳପାତୀ
କଜଳପାତୀ ମୋ କଜଳପାତୀ
ଦେଖା ହେଇଥିଲା ପ୍ରଥମ ଥର ହଁl
ଥିଲା ସେ ପୁନେଇଁ ରାତି ।(୨)
ହେ ବାଜା ବାଲା ଆରେ ସାଉଣ୍ଡ ବନ୍ଦ କର । ଆରେ କନିଆଁ ପରା ବେଦୀକୁ ଯିବ ଏଥର ।
ଗଣଣଣାସ୍ଟ ନମଃ ।
ଆବପ୍ନମସୂ ।
ପ୍ରଥମଚଃ ସ୍ଵୀକାରଣଧଃ ।
ରଚଃ କଳ୍ୟାପିଚା ବର୍ନସ୍ୟ ଗ୍ରଡ୍ଜଂ ଟଭ୍ବା ବରୁଣପୂଜାଂ କୁର୍ସ୍ୟ ଚ୍ଚ ।
ବର୍ଦୁଣଗକାଦଧଧଃ ।
ଭୁରସି ଭ୍ମୁମିରସ୍ୟଵଵରସି ଵଣ୍ଢଧାମ୍ବାଂ ଢଶ୍ବ ସ୍ଯ
ଭୁ ? ନସ୍ୟଧରନ୍ୟ । ସ୍ପକ୍ଷଵ୍ଵଂ ସଚ୍ଛ ସୂଥୁସଂ ଦୂଢ଼ ସ୍ପଥ୍ସୀଂ ମାର୍ସୀ ।
ଇଝ ମନ୍ତ୍ରେଣ ଭୁମି ମ୍ପର୍ଣଁଳଂ ।୧।
ଓ ଧାଳ୍ୟମସି ଧ୍ଵନ୍ଲୁନ୍ଧ ଦୂଡଦାଂ
ଓମ୍ ସର୍ବ ମଙ୍ଗଳ ମlଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
ଶରଣେ ତ୍ରମ୍ବକେ ଗୌରୀ ନାରାୟଣ ନମସ୍ତୁତେ
ମଙ୍ଗଲ° ଭଗବାନ ବିଷ୍ଣୁ8 ମଙ୍ଗଳ° ଗରୁଡ଼ ଧ୍ଵଜ:
ମଙ୍ଗଳ° ପୁଣ୍ଡରୀକାକ୍ଷ: ମଙ୍ଗଳାୟ ତନୋ ହରି:
ବିବାହ ବନ୍ଧନରେ ବାନ୍ଧି ହେଇଥିଲେ ଶତରୁପା ଏବଂ ଶ୍ରୀ ।
ସମୟ ସନ୍ଧ୍ୟା ୭ ଘଣ୍ଟିକା। ଫ୍ଲାଇଟ ଆସିବାକୁ ଆଉ କିଛି ସମୟ ଅଛି ମାତ୍ର । ସନ୍ଧ୍ୟା ୭.୩୦ ମିନିଟ ରେ ବୋଡ଼ିଂ ଚାଲୁ ହେବ କିନ୍ତୁ ଗୀତର ଅନ୍ତରାଳରେ ଅଟକି ଯାଇଥିଲେ ଅରଣ୍ୟବାବୁ। ମନଭରି ଉପଭୋଗ କରୁଛନ୍ତି କଜଳପାତୀ ଗୀତକୁ ପାଦ ଆଗକୁ ବଢ଼ିବାକୁ ନାମ ହେଉନି । ଏଣେ ସାଇଲେଣ୍ଟ ଏୟାର ପୋର୍ଟ ବିଜୁ ପଟ୍ଟନାୟକଙ୍କ ଆନ୍ତର୍ଜାତୀୟ ବିମାନ ବନ୍ଦର , ଭୁବନେଶ୍ୱରରେ ବୋଡିଂ ଅଫିସରଙ୍କ ଡାକରା ପଡ଼ିଲାଣି ଯେ ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ଇ ୬୯୮୫ ଭୁବନେଶ୍ୱର ରୁ ଅହମଦାବାଦ କୁ ଯାତ୍ରା କରୁଥିବା ଯାତ୍ରୀମାନେ ଶୀଘ୍ର ଏକ କିୟୁ ରେ ରୁହନ୍ତୁ । ବୋଡିଙ୍ଗ ସମୟ ହେଲାଣି କିନ୍ତୁ ଅରଣ୍ୟ ବାବୁଙ୍କ ପାଦ ଯେମିତି କେହି ଧରି ରଖିଛନ୍ତି ।
କାହିଁକି ଏମିତି ହୁଏ ?
କଣ ପାଇଁ ଜୀବନର ଗତିପଥ ପରିବର୍ତନ ହୁଏ ?? ଏମିତି ଅନେକ ପ୍ରଶ୍ନ ମଧ୍ୟରେ ଧନ୍ଦି ହେବା ସମୟରେ ପଛରୁ କାହାର କୋମଳ ସ୍ପର୍ଶ ତାଙ୍କୁ ଚମକାଇ ଦେଇଥିଲା । ଯେମିତି ଅଧିକ ରାଗ ଖାଇଲାବେଳେ ପାଣିର ଗୁରୁତ୍ବ ଅନୁଭୂତି ହୋଇଥାଏ ଠିକ୍ ସେମିତି କୃତକାର୍ଯ୍ୟ ହୋଇଗଲା ପରେ ଜଣାପଡ଼େ ଅତୀତର କଠିନ ପରିଶ୍ରମ ଓ ନିଷ୍ଠାପର ସାଧନାର ମୂଲ୍ଯ ଏଣୁ କର୍ତ୍ତବ୍ଯ ଓ ସାଧାନାର କେବେ ବ୍ୟର୍ଥ ଯାଇନାହିଁ।
ଡେରି ହେଲେବି ଫଳ ନିଶ୍ଚିତ ମିଳିବ...ଚିନ୍ତାକରୁଥିବା ମନଟା ହଠାତ୍ ଏତେ ଗୁଡ଼ା ସତ୍ୟ କିପରି ସହନ କରିବ । ସେ ଆଶ୍ଚର୍ଯ୍ୟ ହେଇ ପଚାରିଲେ ଆରେ ଶତରୁପା ତୁମେ ??
କିନ୍ତୁ ଏଠି କିପରି ଆଜି ?
_ ପାଦ ସ୍ପର୍ଶ କରିବାକୁ ଦିଅ ବନ୍ଧୁ ।
ପରେ ସବୁ ପ୍ରଶ୍ନର ଉତ୍ତର ଦେବି ।
_ କିନ୍ତୁ , ମୋ ପାଖରେ ସମୟ ନାହିଁ ଶତରୁପାଶତରୁପା ।
_ " ବନ୍ଧୁ ତୁମେ " ଏମିତି କହି ପାରୁଛ ?
_ ହଁ , ସତ୍ୟ ଏଇଟା । ମୋ ଫ୍ଲାଇଟ୍ ସମୟ ହେଲାଣି । ବୋଡ଼ିଙ୍ଗ ପାଇଁ ଡାକରା ଆସିଲାଣି ଏଇ ବୋଧେ ଶେଷ ଦେଖା ।
_ ଶତରୁପା କୁ ଛାଡ଼ି ଚାଲିଯିବେ ବନ୍ଧୁ । କଣ ଆଜି ମଧ୍ୟ ଆପଣ ମୋ ଉପରେ ରୁଷ୍ଟ ଅଛନ୍ତି । ରୋକିବି ନାହିଁ । ଯାଆନ୍ତୁ । ଧନ୍ୟବାଦ ଏତିକି ଯେ ମୁଁ ସିନା ଆପଣଙ୍କୁ ମନ ପକାଇପାରୁ ନାହିଁ କିନ୍ତୁ ଆପଣ ଏବେ ବି ମନରଖିଛନ୍ତି ଜଣେ ଅବିଶ୍ବାସୀ ନାରୀ କୁ ...!
_ ତୁମେ ଏପରି କିପରି କହି ପରୁଛ ଶତରୁପା...! ଦୀର୍ଘ ୧୧ ମାସ ହେଲା ଯିଏ ଜଳୁଛି ତା ପାଇଁ କମ୍ ଏସବୁ ? ହଉ ଏବେ ମୁଁ ଆସୁଛି ।
ହଜିଲା ବଳଦ ଖୋଜିଲା ଠେଇଁ । ପ୍ରକୃତିର ଖେଳ କେବଳ ସେଇ ହିଁ ବୁଝିପାରିବ । ଫ୍ଲାଇଟ୍ ନମ୍ବର ଇ ୬୯୮୫ ରେ ଅରଣ୍ୟଙ୍କ ସିଟ ନମ୍ବର ୪କ ଏବଂ ଶତରୁପା ଙ୍କ ନମ୍ବର ୪ଗ । ୪ଖ ନମ୍ବର ସିଟ ଜଣେ ମହିଳାଙ୍କ ର ଥିଲା ଯାହାକୁ ଦେଖି ଶତରୁପାଙ୍କ କ୍ରୋଧ ଆକାଶ ଛୁଆଁ । ସେ ମହିଳା ଜଣକୁ କହିଲେ ସlଲ୍ ଉଇ ଏକ୍ସଚେଞ୍ଜ ସିଟ ପ୍ଲିଜ୍ ? ହି ଇଜ୍ ମାଇଁ ଉଡ ବି !! ମାଇଁ ହଜବ୍ୟାଣ୍ଡ।
ଫ୍ଲାଇଟ୍ ରେ ମହିଳା ଜଣଙ୍କ ସିଟ ବଦଳାଇ କହିଲେ ବସନ୍ତୁ। ଶତରୁପା , ଅରଣ୍ୟଙ୍କୁ ପାଖରେପାଇ କହିଲେ ଏଇ ଦେଖ ବନ୍ଧୁ । ଦୀର୍ଘ ଏଗାର ମାସର ପ୍ରତିକ୍ଷାକୁ ମୁଁ ନିମିଶେକ୍ ମଧ୍ୟରେ ସମାପ୍ତ କରିଦେଲି । ମୁଁ "ପ୍ରେମର ବୟସ ଖୋଜା" ଖୋଜି କରିନଥିଲି । ତୁମ ଆଗରେ ବାରମ୍ବାର କୁହେ ମୋ ବିବାହ ସ୍ଥିର ହେଉନି ବୋଲି ଘରେ ସଭିଙ୍କ ମନ୍ ଖରାପ । ଖାସ କରି ମାଆ କିନ୍ତୁ ତୁମେ ମୋ କଥାରେ ସର୍ବଦା ଗୋଟିଏ ଜବାବ ଦେଉଥିଲ ।
ଶତରୁପା , ଧର୍ଯ୍ୟ ରଖି ରୁହ !
ସବୁ ଠିକ୍ ହେଇଯିବ !
କିନ୍ତୁ କହିପାରିବ "ବନ୍ଧୁ ତୁମେ ..."ଜଣେ ଝିଅ କଣ "ପ୍ରେମର ବୟସ ଖୋଜା"ଖୋଜି କରେ ??
ନା ବନ୍ଧୁ ନା ...!
ମୁଁ ତୁମକୁ ପ୍ରେମ କରୁଥିଲି । ତୁମକୁ ମୁଁ ମୋର ଇହ ପରକାଳ ର ଦେବତା ରୂପେ ପୂଜା କରୁଥିଲି । ମୋ ପାଇଁ ବୟସର ବ୍ୟବଧାନ କିଛି ବାଧକ ନଥିଲା , ମୁଁ ତୁମକୁ ଚାହୁଁଥିଲି ସେଥିପାଇଁ ତୁମ ସାମ୍ନାରେ ଏମିତି କହିଥିଲି କିନ୍ତୁ " ବନ୍ଧୁ ତୁମେ " ସବୁ ଜାଣି ଶୁଣି ମୋତେ ପ୍ରତ୍ୟାଖ୍ୟାନ କରିଛ । ସେଦିନ ମୋ ପାଇଁ ଏବଂ ମୋ ପରିବାର ପାଇଁ ଶୁଭ ମୂହୁର୍ତ୍ତ ଥିଲା । ଜଣେ ମହାନ ବ୍ୟକ୍ତିଙ୍କ ଶ୍ରୀପାଦ ମୋ ଘର ଅଗଣାରେ ପଡିବା ଦ୍ଵାରା ମୋର ଭାଗ୍ୟୋଦୟ ହେଇଥିଲା ଏବଂ ମୋ ପରିବାର ପାଇଁ ସେହି ଜଣଙ୍କ କିଏ ଜାଣିଛ ??
ସେ ଆଉ କେହି ନୁହନ୍ତି " ବନ୍ଧୁ ତୁମେ " । ତୁମ ସାମନାରେ ବର ଆସିଥିଲା କନିଆଁ ଖୋଜି ଆଉ ମୁଁ ତୁମକୁ ମୋର ବନ୍ଧୁ ଭାବେ ପରିଚୟ ଦେଇଥିଲି । ଏପରିକି ତୁମ ସାମ୍ନାରେ ମୁଁ ମୋ ଶାଢ଼ୀ ପରିବର୍ତ୍ତନ କରିଥିଲି ତୁମ ପସନ୍ଦର ।
ପଚାରିଥିଲି....
ଏଇ ଶୁଣ ...କେମିତି ଲାଗୁଛି ମୁଁ ??
ତୁମେ ଟିକେ ସ୍ମିତହାସ୍ୟ ଦେଇ କହିଲ ,ଶତରୁପା ତୁମେ ଖୁବ୍ ସୁନ୍ଦର ଲାଗୁଚ ଆଉ ଇଚ୍ଛା ହେଉଛି...?
ଏତିକି କହି ଚୁପ୍ ହେଇଗଲ ଏବଂ ମୁଁ ତୁମ ଭାବନା କୁ ସ୍ପଷ୍ଟ ଭାବେ ଜାଣିଥିଲି ଏବଂ ବାଧ୍ୟ ହେଇ ସେଲ୍ଫୀ ନେଇ କହିଲି ଏଇ ଶୁଣ ନା ...!!
କେବେ ପୁଣି ଆସିବ ??
ତୁମେ କଥା ଦେଇଥିଲ କିନ୍ତୁ ସେ ନୀଳମଣି ରାଧା ରାଣୀଙ୍କୁ ଛାଡିଗଲାଭଳି ଚାଲିଗଲ ଯେ ଆଉ ଫେରିଲ ନାହିଁ। ତାପରେ ଅନେକ ଥର କହିଛି ଶୁଣ କେବେ ଆସିବ କିନ୍ତୁ ଜବାବ ପାଇଲି ନାହିଁ । ତାପରେ ମୋର ବିବାହ ଠିକ୍ ହେଲା ସେଇ ପୁଅ ଶ୍ରୀଙ୍କ ସହିତ ଯାହାଙ୍କୁ ତୁମେ ,ସେଦିନ ପସନ୍ଦ କରିଥିଲ ମୋ ପାଇଁ । ବଳି ପଡ଼ିଗଲା ମୋ ପ୍ରେମ...
ମୋ ଭଲପାଇବା ...
ମୋ ଭାବନା ....
ତୁମ ଶତରୁପା ଆଜି କେବଳ ଶ୍ରୀଙ୍କ ବାଗଦାତା...!
କିନ୍ତୁ ଅନେକ ମାସ ପରେ ଆଜି ତୁମକୁ ପାଇ ମୁଁ, ବହୁତ ଖୁସି ଅଛି , ଦୁଃଖ ଏତିକି ଯେ ମୁଁ ତୁମର ହେଇ ପାରିଲି ନାହି । ଯେଉଁ କଥା ରଖି ପାରିବନି,ସେହି କଥା କାହାକୁ ଦିଅ ନାହିଁ,କାହିଁକି ନା ତୁମର ଏହି ମିଛ ପ୍ରତିଶ୍ରୁତି କାହା ଓଠରୁ ସବୁଦିନ ପାଇଁ ହସ ଛଡେଇ ନିଏ। ବେଳ ଥାଉ ଉପାୟ ନକଲେ,ଜୀବନଟା ଶୂନ୍ଯ ମରୁଭୂମି ପାଲଟି ଯାଏ,କାରଣ ସୁଯୋଗ ଜୀବନରେ ଥରେ ହିଁ ଆସିଥାଏ।
"ପ୍ରେମର ବୟସ ଖୋଜା" ହୁଏନାହିଁ ବନ୍ଧୁ।
କିନ୍ତୁ ଶତରୁପା, ବାସ୍ତବ ଦୁନିଆଁ ସବୁବେଳେ ଅଲଗା ହୋଇଥାଏ ଭାବନା ଦୁନିଆ ଠାରୁ। ସେଥିପାଇଁ ସବୁବେଳେ ବୁଝି ବିଚାରି ନିଷ୍ପତି ନେବା ଦରକାର। ତୁମ ଖୁସିରେ ମୁଁ ଖୁସି । "ପ୍ରେମର ବୟସ ଖୋଜା" ହୁଏନାହିଁ ସତ କିନ୍ତୁ ପ୍ରେମକୁ ଭୁଲିବା ମଧ୍ୟ ସମ୍ଭବ ନୁହେଁ । ମୁଁ ଜାଣିଥିଲି ତୁମ ଭଲପାଇବା ଏବଂ ମୋ ପ୍ରତିଥିବା ସ୍ନେହ , ଶ୍ରଦ୍ଧା, ପ୍ରେମ, ଆଦର,ସମ୍ମାନ ତେଣୁ ତୁମ ଖୁସି ପାଇଁ ମୁଁ ମୋ ପ୍ରେମକୁ କବର ଦେଇ ଆଗକୁ ବଢ଼ିବାରେ ଲାଗିଲି ....
କିନ୍ତୁ " ବନ୍ଧୁ ତୁମେ.." ...।।

