ବାପାଙ୍କ ମୂଲ୍ୟ କେତେ
ବାପାଙ୍କ ମୂଲ୍ୟ କେତେ
ବାପା ବାପା ତମେ ମତେ ଟିକେ ସେଇ ଖଟ ଉପରକୁ ଉଠେଇ ଦିଅ ନା । ବାପା ! ଆଜି ମତେ ଚକେଲେଟ ଦିଅ । ବାପା ଆଜି ମତେ ଖାତା ବହି ଆଉ ସାଇକେଲ ଦିଅ । ଦିନ ରାତି ଖାଲି ବାପା ବାପା ବାପା ।
ଏ ସବୁ ଶୁଣି ଜେଜି କୁୁହନ୍ତି , ଆରେ ସବୁୁବେଳେ ବାପାଙ୍କୁ ଖାଲି ଜିଦି କରି ମାଗେ ସବୁ । ବାପା ତ ସବୁ ଆଣି ଦେଉଛନ୍ତି । ଆଉ କାନ୍ଦୁଛୁ କାହିଁକି ? ଆରେ ନାତିଆ ତୁ
ମତେ ଟିକିଏ କଅଁଁଳେଇ ଡାକୁୁୁନୁ ଜେଜି ବୋଲି ।
ନାତି କୁହେ ତୁ ବୁୁଢ଼ି ମାଆ ବେଶୀ ହେଉଛୁ । ଆଜି ମତେ ଭଉଣୀ ଦରକାର । ବାପା ମତେ ସେଇ ଟି ଆଣି ଦିଅ । ଏହାକୁ ଶୁଣି ବାପା ତ ଟିକେ ରାଗି କି ଚାଲିଗଲେ ।
ହେଲେ ଜେଜି ସହ ଝଟାପଟା କଳି । ଆରେ ପୋଡା
ଧୂଆଁ । ସେ ଭଉଣୀ ଆସିଲେ ତୋ ସମ୍ପତି ସରିବ । ନାତିି କହିଲା , ଜେଜି ତୁ କିଛି ଜାଣିିନୁ । ମୋର ଭଉଣୀ ଟିଏ ଦରକାର ।
ସେଦିନ ତା'ର କଥା ମାନି ବାପା ଅନାଥ ଆଶ୍ରମରୁ
ଝିଅ ଟିଏ ଆଣି ଥିଲେ । ଆଉ ରୋହନ କୁ ମିିଳି ଯାଇଥିଲା
ଗୋଟେ ଭଉଣୀ । ଜେଜି ବି ଆଉ କିିଛି କହିଲେନି ସେଇ ସୁନ୍ଦରୀ ଝିଅର ମୁହଁକୁ ଦେଖି । ମାଆ ନଥିଲେ ତେଣୁ ବାପା ହିଁ ସବୁକିିିଛି । ମାଆର ସ୍ନେହ ଆଉ ବାପାଙ୍କ ଆକଟ ଦେଇଛନ୍ତି ।
ହେଲେ ଏଇ ୨୫ ବର୍ଷ ବୟସରେ ବାପା ଆଉ ଭଲ
ଲାଗୁନାହଁନ୍ତି । ତାଙ୍କ ଗାଳି ଆଉ ଶୁଣିବାକୁ ଭଲ ଲାଗୁୁୁନି ।
ଜେଜି ଏବେବି ବସିଛି । ଭଉଣୀ ବାହାହେଇ ଗଲାଣି ।
ଆଉ ଜଣେ ନୂଆ ଅତିଥି ବି ଆସିଛି ଜୀବନକୁ । ହଁ ସେଇ
ପଦ୍ମା ଆସିଛି ମୋ ଜୀବନକୁ । ଭାରି ଭଲ ଲାଗେ ତା'ର ମିଠା ମିଠା କଥା ଶୁଣିବାକୁ । ସେ ଯେବେ ହସେ, ମୋ ହୃଦୟ ଆନ୍ଦୋଳନ କରିିିବସେ ଖୁସିରେ । ତା'ର ଗୋରା ମୁୁହଁରେ ଗୋଲାପି ହସ ସତରେ ମତେ ମତୁଆଲା କରି ରଖିଛି।
ବାରିପଟ ବଗିିଚା ରେ ବସି ରୋହନ ଏମିତି କଥା ଭାବୁଥିଲା ଏତିକି ବେଳେ ପଦ୍ମା ଫୋନ କଲା । ରୋହନ ଆଉ କିି ରୁହେ । ସେ ବଗିିିଚା ପାଖରେ ଥିବା ଗୋଲାପ ଗଛ ପାଖକୁ ଯାଇ ବସିିିଲା । ଆଉ କେତେ କଥା ହେବାରେ ଲାଗିିିଲା ।
ଜେଜି ଆସି କହିଲେ , ଆରେ ଧନ । ମତେ ଛାଡି ତୁ କାହା ସହ କଥା ହେଉଛୁ ରେ। ଟିକେ ଶୁଣୁରେ ଧନ ମତେ ଦେଲୁ ମୁଁ ଟିକେ କଥା ହୁଏ ତା' ସହ ।
ରୋହନ ଲାଜେଇ ଯାଇ କହିଲେ , ନା ନା ମୁଁ ତତେ ଦେବିନି ଲୋ । ତୁ ପରା ତା'ର ସଉତୁଣୀ । ତାକୁ
ତୁ କାଳେ ଇର୍ଷା କରିବୁ । ଜେଜି ଆଉ ରୋହନ ବହୁତ ହସିଲେ ସେତେବେଳକୁ ପଦ୍ମା ଫୋନଟି କଟି ଯାଇ ଥାଏ ।
ଏମିତି ଖୁୁସିରେ ଖୁସିରେ ଦିନ କଟିଗଲା । ରୋହନ ଆଉ ତା' ବାପାଙ୍କ ସହ କଥା ହେଉନି । ସେ ଏବେ ନୂଆ ନୂଆ ପ୍ରେମିକ । ଆଉ ବାପା କ'ଣ ହେବ ? ବେଳେବେଳେ ସେ ଭାବେ ପଦ୍ମାକୁ ନେଇ ସେ କୁଆଡେ ଚାଲି ଯିବ । ଆଉ ଏ ବାପା ଙ୍କ କଥା କି ,ଗାଳି ଶୁଣିବାକୁ ଇଚ୍ଛା ନାହିଁ ।
ଏମିତି ଭାବୁ ଭାବୁ ସମୟ ବିିିତି ଚାଲିଲା । ରୋହନ ତା' ବାପାଙ୍କ ସହ ବେଶୀ କଥା ହେଉ ନଥିଲା । ଦିନ ରାତି
ଖାଲି ପଦ୍ମା ପଦ୍ମା ଆଉ ପଦ୍ମା। ହେଲେ ଖୁସି ଟା ବେଶି ସମୟ ରହିିିଲାନି
ଦିିିନେ ପଦ୍ମା ଫୋନ କଲା । ଶୁଣ ରୋହନ ! ମୋର
ବାହାଘର ଠିକ ହେଇ ଯାଇଛି । ଆଉ ମୁଁ ମୋ ବାପା ଙ୍କ ସମ୍ମାନ କୁ ତଳେ ପକେଇ କୁଆଡେ ଯାଇ ପାରିବିନି ।
ରୋହନ କ'ଣ ବୁଝିଲା କେଜାଣି ? ସେ ପୁୁୁରା ବୋକା
ହେଇଗଲା । ଖାଲି ବସିଲା ସେଇ ଗୋଲାପ ଗଛ ପାଖେ । ନା ଖାଇଲା, ନା ପିଇଲା । ବସିିଲା ତ ବସିଲା ଚାହିିଁଲା ତ ଚାହିଁଲା। କାହା ସହ କଥା ହେଲାନି । କିିଛି କାମବିି କଲାନି । ଖାଲି ପଥର ପରି ପଡି ରହିିିଲା ସେ ।
କିଛି ଦିନ ତା' ବାପା ତା'ର ସେବା କଲେ । ରୋହନଙ୍କ ବାପା କ'ଣ ଭାବିଲେ କେଜାଣି ? ପଦ୍ମାର ବାପାଙ୍କ ପାଖକୁ ଗଲେ । ତାଙ୍କୁ ହାତ ଯୋଡି ନିବେଦନ କଲେ ଯେ ପଦ୍ମାଙ୍କ ହାତ ତାଙ୍କ ପୁଅକୁ ଦେବା ପାଇଁ ।
ଏତିିିକି ବେଳେ ରୋହନ ଆସି ତା' ବାପାଙ୍କ ଗୋଡ଼ ତଳେ ପଡି ଗଲା । କହିଲା , ବାପା !ତମେ ମତେ ସବୁ ଆଣି ଦେଉଛ । ଭଉଣୀ ବି ଆଣି ଦେଲ ଆଉ ଏବେ ପଦ୍ମା ପାାଇଁ ବି........
ନାଇଁ ବାପା ମୋ ପାଇଁ କାହାକୁ ହାତ ଯୋଡନି
ଏତିିିକି କହି ରୋହନ ଭୋ ଭୋ କାନ୍ଦି ଉଠିଲେ
ହେଲେ ପଦ୍ମା ଖୁସିରେ ତା'ର ନୂଆ ବର ସହ କଥା ହେଉଥିଲେ
ରୋହନ ଏବେ ବୁଝି ସାରିଥିଲେ ଯେ, ଜୀବନରେ ବାପାଙ୍କ
ମୂଲ୍ୟ କେତେ .......?
Name - ଅର୍ଚ୍ଚନା ସାହୁ
ଖୋର୍ଦ୍ଧା
ଖଜୁରିଆ ପଡା